Unknown

 

 

 

 

 

 

 

 

 

ଭାରତର ପ୍ରଥମ ଗଣ-ବିପ୍ଳବ

ଶ୍ରୀ ଲକ୍ଷ୍ମୀନାରାୟଣ ରାୟସିଂହ

 

ଉତ୍ସର୍ଗ

 

ମୋ ଦେଶର ପୂର୍ବସୁରୀ, ସେହି ଜ୍ଞାତ ଓ ଅଜ୍ଞାତ ବୀର ଶହୀଦମାନଙ୍କର ମହାନ୍ ସ୍ମୃତି ଉଦ୍ଦେଶ୍ୟରେ–ଯେଉଁମାନେ ନିଜର ରକ୍ତ ଢାଳି, ଅନ୍ଧକାରାଚ୍ଛନ୍ନ ଏ ଦେଶରେ ଜାଳି ଯାଇଛନ୍ତି ଆଲୋକବର୍ତ୍ତିକା –

 

-ଲେଖକ

 

 

‘‘ଯେଉଁ ଲୋକମାନେ ସେମାନଙ୍କ ପୁରାତନ ଇତିହାସ ଓ ସାହିତ୍ୟ ବିଷୟରେ ଗର୍ବ ଅନୁଭବ ନ କରନ୍ତି ସେମାନେ ଆପଣା ଜାତୀୟ ଜୀବନର ମୂଳଦୁଆ ହରାଇବସନ୍ତି । ଯେଉଁ ଜାତି ଯେତେବେଳେ ରାଜନୈତିକ ଅବନତିର ଚରମ ସୀମାରେ ପହଞ୍ଚେ, ସେତେବେଳେ ତାର ପୁରାତନ ସାହିତ୍ୟ ଆଡ଼କୁ ଚାହେଁ ଏବଂ ପୁରାତତ୍ତ୍ୱ ଆଲୋଚନା କରି ଭବିଷ୍ୟତ ଲାଗି ବନ୍ଧ ବାନ୍ଧେ-

-ମାକ୍-ସ ମୁଲର

 

ଗ୍ରନ୍ଥପଞ୍ଜି

 

1.

Orissa, by W. W. Hunter. Vol. 1 & II (Smith, Elder & Co 1872 Edition)

2.

History of Orissa II by R. D. Banerji. (1931 Edition)

3.

The Gajapati Kings of Orissa by P. Mukharji.

4.

A History of Orissa I. by Dr. N. K. Sahu.

5.

History of Orissa by Dr. H. K. Mahatab.

6.

The Freedom movement in Orissa Vol. I.

7.

A Sketch of the History of Orissa. by Toynbee.

8.

An account of Orissa proper-Stirling.

9.

ଗତ ଶତାବ୍ଦୀର ଓଡ଼ିଶା -ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ

10.

ପ୍ରାଚୀନ ଉତ୍କଳ - ଜଗବନ୍ଧୁ ସିଂହ

11.

ଓଡ଼ିଶାର ଇତିହାସ -ପ୍ୟାରୀମୋହନ ଆଚାର୍ଯ୍ୟ

12.

ଉତ୍କଳ ଇତିହାସ -କୃପାସିନ୍ଧୁ ମିଶ୍ର

13.

The Orissa Historical Research Journal Vol. I. No. 2.

14.

Statistical Account of Bengal

Vol. XIX. Puri tributary states of Orissa

by W. W. Hunter, B. A. LLD

(Trubner & Co. London( 1877 Edition)

15.

ଶ୍ରୀ କେଦାରନାଥ ମହାପାତ୍ରଙ୍କର ‘ସାମଜ’ରେ ପ୍ରକାଶିତ ପ୍ରବନ୍ଧ

16.

ଫିରିଙ୍ଗି କଳି ଭାରତ (ତାଳପତ୍ର ପୋଥି).

 

ପ୍ରାଗ୍‍ଭାଷା

 

ଓଡ଼ିଶାର ଅତୀତ ନିଶ୍ଚିତ ଭାବରେ ଗରିମାମୟ । ଭବିଷ୍ୟତରେ ଏହି ଭାବାବେଗକୁ ସମ୍ମାନ ଜଣେଇ ଆଗକୁ ବଢ଼ିବାରେ ଯେଉଁ ଦୁଃସାହସିକ ଚିତ୍ରପଟ ଆମକୁ ଶକ୍ତି ଯୋଗାଏ ତା’ ହେଲା ୧୮୧୬-୧୭ ମସିହାର ଖୋରଧା ପାଇକ ବିଦ୍ରୋହ । ୧୮୫୭ ମସିହାରେ ସଂଗଠିତ ସିପାହୀ ବିଦ୍ରୋହ, ଯାହା ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ଭାବରେ ଅଭିହିତ, ତା’ରି ବହୁପୂର୍ବରୁ ଏହି ସଶସ୍ତ୍ର ବିପ୍ଲବ ଓଡ଼ିଶାରେ ବ୍ରିଟିଶ ଶାସନର ମୂଳଦୁଆକୁ ଦୋହଲାଇ ଦେଇଥିଲା । ଏଭଳି ପ୍ରଚଣ୍ଡ ପ୍ରତିରୋଧର ବାଡ଼ ବା ନଳକୁ ଲିଭେଇବାରେ ଗୋରା ସରକାରଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା, ଏହା ଯଥାର୍ଥରେ ଗଣବିପ୍ଲବର ସମସ୍ତ ଶକ୍ତି ଓ ସାମର୍ଥ୍ୟକୁ ପ୍ରତିପାଦିତ କରିଥିଲା । ତତ୍‍କାଳୀନ ରାଜା ମୁକୁନ୍ଦଙ୍କ ମନ୍ତ୍ରୀ ଜୟୀ ରାଜଗୁରୁ, ବିଦ୍ୟାଧର ଭ୍ରମରବର ବଂଶ ଖୋର୍ଦ୍ଧା ରାଜାଙ୍କ ସେନାପତି ବକ୍‍ସି ଜଗବନ୍ଧୁ, ପିଣ୍ଡିକି ବାହୁବଳୀନ୍ଦ୍ର, କୃତ୍ତିବାସ ପାଟଶାଣୀ, ପଂଚୁ ନାୟକ, ଲୋଚନ ବିଶୋଇ, ସାଧୁଜାନି, ଦୀନାଜାନି ପ୍ରମୁଖ ବହୁ ବଳଶାଳୀ ବିପ୍ଲବୀ ଏଇ ବିଦ୍ରୋହର ନେତୃତ୍ଵ ନେଇ ଓଡ଼ିଶାରେ ବ୍ରିଟିଶ ଶାସନର ଭତ୍ତିଭୂମିକୁ ଦୋହଲାଇ ଦେଇଥିଲେ । ଫାଶୀଖୁଣ୍ଟ ବରଂ ସ୍ନାଗତଯୋଗ୍ୟ, କିନ୍ତୁ ଆତ୍ମସମର୍ପଣ କାହାରି ଜାତକରେ ନଥିଲା ।

 

ଅତୀତର ଏହି ପୌରୁଷଭରା ସଂଗ୍ରାମର ଇତିହାସକୁ ମନେରଖିବା ପାଇଁ ସୁ-ସାହିତ୍ୟିକ ଲକ୍ଷ୍ମୀନାରାୟଣ ରାୟସିଂହଙ୍କ ଲିଖିତ ପୁସ୍ତକ ‘ଭାରତର ପ୍ରଥମ ଗଣ-ବିପ୍ଲବ’ ୧୯୬୫ ମସିହାରେ ଜନଶକ୍ତି ପୁସ୍ତକାଳୟ, କଟକ ଦ୍ଵାରା ପ୍ରକାଶିତ ହୋଇଥିଲା । ତେବେ ଏହା ବଜାରରେ ଆଉ ଉପଲବ୍ଧ ହେଉନାହିଁ । ପାଇକ ବିଦ୍ରୋହର ଦୁଇ ଶତ ବର୍ଷ ପରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଏହି ପୁସ୍ତକର ପୁର୍ନମୁଦ୍ରଣ ପାଇଁ ଆଗେଇ ଆସିଛନ୍ତି । ମୁଁ ଲେଖକଙ୍କୁ ଏତାଦୃଶ ଅନୁମତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଧନ୍ୟବାଦ ଜ୍ଞାପନ କରୁଛି । ଆଶା, ଏହି ପୁସ୍ତକଟି ସମସ୍ତ ଇତିହାସ ତଥା ସ୍ଵଦେଶପ୍ରେମୀଙ୍କୁ ଖୋରାକ ଯୋଗେଇବାରେ ବିଶେଷ ସହାୟକ ହେବ ।

 

 

ଅଶ୍ୱିନୀ କୁମାର ମିଶ୍ର

ସଚିବ

ଓଡ଼ିଆ ସାହିତ୍ୟ ଏକଡ଼େମୀ

 

***

 

ପଦେ କଥା

 

ଖୋରଧା କଲେଜର କର୍ତ୍ତୃପକ୍ଷ ୧୯୬୧ ମସିହାରେ ଘୋଷଣା କରନ୍ତି, ଖୋରଧା ପାଇକ ବିଦ୍ରୋହ ସଂପର୍କରେ, ଓଡ଼ିଶାର କଲେଜ ଛାତ୍ରମାନଙ୍କ ଦ୍ୱାରା ରଚିତ ସର୍ବଶ୍ରେଷ୍ଠ ପ୍ରବନ୍ଧକୁ ଏକଶତ ଟଙ୍କା ବା ସ୍ୱର୍ଣ୍ଣପଦକ ପୁରସ୍କାର ଏବଂ ଦ୍ୱିତୀୟ ବିବେଚିତ ପ୍ରବନ୍ଧ ପାଇଁ ପଚାଶ ଟଙ୍କା ବା ରୌପ୍ୟ କପ୍ ପୁରସ୍କାର ।

 

ଏହି ପୁରସ୍କାର, ପ୍ରତି ବର୍ଷ ବିଭିନ୍ନ ବିଷୟ ଉପରେ ରଚିତ ପ୍ରବନ୍ଧ ପାଇଁ ଆର୍ନ୍ତକଲେଜ ପ୍ରତିଯୋଗୀତା ହିସାବରେ କଲେଜ ତରଫରୁ ପ୍ରଦତ୍ତ ହେଉଛି ।

 

ଦୀର୍ଘ ଦୁଇମାସର ଅକ୍ଲାନ୍ତ ପରିଶ୍ରମ, ବହୁସ୍ଥାନ ଅନୁସନ୍ଧାନ ଓ ବହୁ ପୁସ୍ତକ ଓ ସରକାରୀ ରେକର୍ଡ ଅଧ୍ୟୟନର ଫଳ, ସନ୍ନିହିତ ପ୍ରବନ୍ଧଟି । ବହି ଭିତରୁ ଯେତିକି ଯାଣିଲି, ଖୋରଧା ସବ୍‍ଡିଭିଜନ, ଆଖପାଖ ବହୁ ଅଞ୍ଚଳ ଘୁରିବୁଲି, ଲୋକମାନଙ୍କ ସହିତ ସାକ୍ଷାତ କରି, ତା’ଠାରୁ ଜାଣିଲି ଢେର ବେଶୀ । ପୁରସ୍କାର ପାଇବା ଆଶା ଅପେକ୍ଷା, ସେହି ସବୁ କଥା ପୁଙ୍ଖାନୁପୁଙ୍ଖ ରୂପେ ଜାଣିବା ପାଇଁ ପ୍ରବଳ ଆଗ୍ରହ ଜନ୍ମିଲା ।

 

ପ୍ରବନ୍ଧଟି ଦାଖଲ କଲି, ଯେତିକି ବିଷୟ ଦେଇ, ତ’ଠାରୁ ଅନେକ ଅଧିକ ତଥ୍ୟ ମୋ ପାଖରେ ରହିଗଲା । ସମୟ ଅଭାବରୁ ଓ ପ୍ରବନ୍ଧର ସୀମା ନିର୍ଦ୍ଧିଷ୍ଟ ଥିବାରୁ. ସେ ସବୁର ସଂକଳନ ଓ ସଂଯୋଜନ ସମ୍ଭବ ହୋଇ ନଥିଲା । କିନ୍ତୁ ମତେ ଯେତିକି ଜଣା, ମୋର ଦୃଢ଼ ବଶ୍ୱାସ, ଏବେ ବି ଆହୁରି ଅନେକ ତଥ୍ୟ, ଘଟଣା, କାହାଣୀ, କିମ୍ବଦନ୍ତୀ, ପୋଥି ଆକାରରେ ଏ ଦେଶର ଗାଁ ଗହଳର କନ୍ଦିବିକନ୍ଦିରେ ପଡ଼ି ରହିଛି । ତାକୁ ଉଦ୍ଧାର କରିବାପାଇଁ, ମନବଳ ହୁଏତ ଅଛି- କିନ୍ତୁ ବହୁ ଅର୍ଥ, ଶ୍ରମ ଲୋଡ଼ା । ବ୍ୟକ୍ତିଗତ ଭାବେ ଏହା ଅସମ୍ଭବ ।

 

ଏହି ପ୍ରବନ୍ଧଟି ସର୍ବଶ୍ରଷ୍ଠ ବିବେଚିତ ହେବାପରେ, ଖୋର୍ଦ୍ଧା କଲେଜ କର୍ତ୍ତୃପକ୍ଷଙ୍କ ପ୍ରଦତ୍ତ ୧୯୬୨ ଫେବୃୟାରୀ ୨୮ ତାରିଖ କଲେଜ ପ୍ରତିଷ୍ଠା ଦିବସର ଉତ୍ସବ ଦିନରେ ଓଡ଼ିଶାର ଶିକ୍ଷାବିଭାଗ ଡି.ପି.ଆଇ ଡକ୍ଟର ସଦାଶିବ ମିଶ୍ରଙ୍କ ଦ୍ୱାରା ପ୍ରଥମ ପୁରସ୍କାର ଭାବରେ ଏକଶତ ଟଙ୍କା ପାଇ ମୁଁ ଉତ୍ସାହ ପାଇଚି ଏବଂ ଏବେ ଜନଶକ୍ତି ପୁସ୍ତକାଳୟର କର୍ତ୍ତା ଶ୍ରୀ ଗୁପ୍ତା ତାକୁ ଲୋକୋଲୋଚନ ଗୋଚରକୁ ଆଣିଛନ୍ତି । ସେମାନଙ୍କୁ ମୋର ଅନ୍ତରର ଧନ୍ୟବାଦ ଜ୍ଞାପନ କରୁଛି । ବିଶେଷ କରି ଖୋରଧା କଲେଜର ସଂପାଦକ ପିତ୍ତୃପ୍ରତିମ ଶ୍ରୀ ପ୍ରାଣନାଥ ପଟ୍ଟନାୟକ ଓ ପୂଜ୍ୟ ଅଧ୍ୟକ୍ଷ ଶ୍ରୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଉତ୍ସାହ ଦାନ ଅବିସ୍ମରଣୀୟ ।

 

ଏହି ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ମୋତେ ତଥ୍ୟ ଯୋଗାଇବାରେ ଅକୁଣ୍ଠ ଚିତ୍ତରେ ସାହାଯ୍ୟ କରିଛନ୍ତି । ତା’ ନ ହେଲେ ମୋର ଚେଷ୍ଟା ବିଫଳ ହୋଇଥାନ୍ତା । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାର ତତ୍କାଳୀନ ଏସ:ଡି:ଓ: ଶ୍ରୀ ଏ,କେ,ରାୟ, ଆଇ.ଏ.ଏସ୍. ଖୋର୍ଦ୍ଧା ବକସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ଶିକ୍ଷକ ଶ୍ରୀ ହରେକୃଷ୍ଣ ପ୍ରଧାନ, ସାହିତ୍ୟାଚାର୍ଯ୍ୟ, ଡକ୍ଟର ନବୀନ କୁମାର ସାହୁ , ଏମ.ଏ.ପି.ଏଚ.ଡି. ତାପଙ୍ଗର ବିଖ୍ୟାତ ବୈଦ୍ୟ ଶ୍ରୀ ଚିନ୍ତାମଣି ପାତାଳସିଂହ, ଶ୍ରୀ ରାଧାଶ୍ୟାମ ରାଉତରାୟ, ଦଳବେହେରା ଓ ମୋର ପୂଜ୍ୟ ପିତୃଦେବ ଶ୍ରୀ ଅଭିରାମ ପାଇକରାୟ ପ୍ରମୁଖ ପ୍ରଧାନ । ଏମାନଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି ।

 

ପରିଶେଷରେ ସଂକଳକ ହିସାବରେ ଗ୍ରନ୍ଥ ପଞ୍ଜିରେ ଥିବା ପୁସ୍ତିକା ଓ ପତ୍ରିକାରୁ ବହୁ ଅଂଶ ସଂଗ୍ରହ କରି ମୋ ପ୍ରବନ୍ଧର କଳେବର ପୁଷ୍ଟ କରିଛି । ସେହି ଗ୍ରନ୍ଥାକାରଗଣଙ୍କ ନିକଟରେ ଋଣୀ ।

 

ସର୍ବୋପରି, ଅଧ୍ୟାପକ ଶ୍ରୀ ଅବନୀ କୁମାର ବରାଳଙ୍କ ଅକୃତ୍ରିମ ପରାମର୍ଶ ବିନା ଏହା ସମ୍ଭବ ହୋଇନଥାନ୍ତା । ତେଣୁ ତାଙ୍କୁ ଧନ୍ୟବାଦ ଦେବାପାଇଁ ଭାଷା ପାଉନାହିଁ ।

 

ସୁଧି ପାଠକବୃନ୍ଦ ମୋର ଏହି କ୍ଷୁଦ୍ରାବୟବ ସନ୍ଦର୍ଭରୁ, ଓଡ଼ିଶାର ସେହି ଗୌରବୋଜ୍ଜଳ ଅଧ୍ୟାୟରୁ ଯଦି କିଞ୍ଚିତ ଜାଣିପାରନ୍ତି, ତେବେ ମୋର ଶ୍ରମ ସାର୍ଥକ ମଣିବି । ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ । ।। ଇତି ।।

 

କଟକ

ବିଜୟାଦଶମୀ

୧୯୬୫

 

ଲକ୍ଷ୍ମୀନାରାୟଣ ରାୟସିଂହ

 

***

 

ପ୍ରାକ୍-କଥନୀ

 

୧୮୫୭ ଖ୍ରୀଷ୍ଟାବ୍ଦର ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ ବୋଲି ଐତିହାସିକମାନେ ସ୍ଥିର କରିଛନ୍ତି । କିନ୍ତୁ ତାର ବହୁ ବର୍ଷ ପୂର୍ବରୁ ୧୮୧୭ ଠାରୁ ଦୀର୍ଘ ୧୪ ବର୍ଷଧରି ଦୁର୍ଦ୍ଧର୍ଷ ବ୍ରିଟିଶ ଶାସନ ବିରୁଦ୍ଧରେ ଯେଉଁ ସଂଗ୍ରାମ ଏଇ ଭାରତ ଭୂଇଁରେ ସଂଘଠିତ ହୋଇଥିଲା, ତାହା ଏପର୍ଯ୍ୟନ୍ତ ଐତିହାସିକ ଗୁରୁତ୍ୱ ଲାଭ କରିନାହିଁ । କିନ୍ତୁ ଏହି ଦୀର୍ଘଦିନର ବିଦ୍ରୋହକୁ ଏକ ଗଣବପ୍ଳବ କହିବାର ତାତ୍ପର୍ଯ୍ୟ ହେଉଛି-ଏହା ଜାତି-ଧର୍ମ-ନିର୍ବିଶେଷରେ ସଂଗଠିତ ହୋଇଥିଲା । ରାଜା ଥିଲେ ମଧ୍ୟ ତାଙ୍କ ନେତୃତ୍ୱ ଏ କ୍ଷେତ୍ରରେ କାର୍ଯ୍ୟକାରି ହୋଇନଥିଲା ଯଦି ଓ ଆଜିର ଦୃଷ୍ଟିରେ ଏହି ବିପ୍ଳବର ଚରିତ୍ର ସାମନ୍ତବାଦୀ ଥିଲା, କିନ୍ତୁ ପ୍ରକୃତ ପକ୍ଷେ ଜନତାର ଅର୍ଥନୈତିକ ବିପର୍ଯୟ ହିଁ ଏପରି ଏକ ସଂଗ୍ରାମ ପାଇଁ ପ୍ରେରଣା ଦେଇଥିଲା ।

 

ଯେଉଁ ସମୟରେ ଏହି ବିଦ୍ରୋହ ହୋଇଥିଲା । ସେତେବେଳେ ଦେଶରେ କୌଣସି ମତବାଦ ବା ଦଳର ପ୍ରାଧାନ୍ୟ ନଥିଲା -କେବଳ ଥିଲା ସାମାଜିକ ଜାତିର ପ୍ରଭେଦ ତଥା ଧର୍ମୀୟ ପ୍ରଭେଦ । ଏହି ପ୍ରଭେଦ ବିପ୍ଳବ ଆଗରେ ମ୍ଳାନ ହୋଇ ଯାଇଥିଲା । ଲୋକେ ସାମାଜିକ ଜାତି ଓ ଧର୍ମମତ ନିର୍ବିଶେଷରେ ଏହି ବିପ୍ଳବରେ ଅଂଶ ଗ୍ରହଣ କରିଥିଲେ ଏବଂ ବ୍ରିଟିଶ ଶକ୍ତିକୁ ଅତିଷ୍ଠ କରିଦେଇଥିଲେ । ଫଳରେ ସମସ୍ତ ଭାରତବର୍ଷରେ ବ୍ରିଟିଶ୍ ଶକ୍ତିକୁ ଅତିଷ୍ଠ କରିଦେଇଥିଲେ । ଫଳରେ ସମଗ୍ର ବ୍ରିଟିଶ ଶକ୍ତି ଖୋରଧା ପାଇକ ବିଦ୍ରୋହ ପରି ବିଦ୍ରୋହର ଧକ୍‍କାରେ ବିଚଳିତ ହୋଇ ଉଠିଥିଲା । ଏପରି ପ୍ରଚଣ୍ଡ ପ୍ରତିରୋଧ ସେ ଅନ୍ୟ କେଉଁଠାରେ ପାଇ ନ ଥିଲେ ।

 

ବହୁବର୍ଷ ଧରି ଓଡ଼ିଶା ଥିଲା ସ୍ୱାଧିନ । ସ୍ୱାଧିନତାର ସ୍ୱାଦ ଓଡ଼ିଶାବାସୀ ପାଇଥିଲେ । ଭାରତର ବହୁ ସମ୍ରାଟଙ୍କ ରାଜତ୍ୱ ବେଳେ ମଧ୍ୟ ଓଡ଼ିଶା ତାର ସ୍ଵାତନ୍ତ୍ର୍ୟ ରକ୍ଷା କରିଥିଲା । ଓଡ଼ିଆ ରାଜାମାନେ ରାଜ୍ୟ ବିସ୍ତାର କରିଥିଲେ । ଶିଳ୍ପ ସ୍ଥାପତ୍ୟରେ ଓଡ଼ିଶା ମଧ୍ୟ ନାମିକା ଥିଲା ।

 

ମୁସଲମାନମାନେ ୧୨୦୬ ମସିହାରୁ ଦିଲ୍ଲୀରେ ରାଜଧାନୀ ସ୍ଥାପନ କରି ୧୫୨୬ ମସିହା ଭିତରେ ପ୍ରାୟ ସମଗ୍ର ଭାରତ ଅଧିକାର କରିଥିଲେ । କିନ୍ତୁ ଓଡ଼ିଶା ୧୫୬୮ରେ ସେମାନଙ୍କର କବଳିତ ହୋଇଥିଲା । ତଥାପି ଓଡ଼ିଶା ଅନ୍ୟାନ୍ୟ ପ୍ରଦେଶ ତୁଳନାରେ କେତେକ ସ୍ଵାତନ୍ତ୍ର୍ୟ ଉପଭୋଗ କରୁଥିଲା ।

 

ମୋଗଲ ଶାସନ ପରେ ଭାରତରେ ୧୭୫୭ରେ ଇଂରେଜ ଶାସନ ଆରମ୍ଭ ହେଲା । ସେମାନଙ୍କୁ ସମଗ୍ର ଭାରତ ଦଖଲରେ ନେବାକୁ ଦୀର୍ଘ ପଚାଶ ବର୍ଷ ଲାଗିଥିଲା । ଏହି ସମୟ ମଧ୍ୟରେ କେବଳ ପଞ୍ଜାବ ବାଦ ପଡ଼ିଥିଲା । କିନ୍ତୁ ୧୮୦୩ ମସିହା ବେଳକୁ ଓଡ଼ିଶା ଇଂରେଜଙ୍କ ହାତକୁ ଆସିବାର ଉପକ୍ରମ ହୋଇ ମଧ୍ୟ ୧୮୧୮ ମସିହା ପର୍ଯ୍ୟନ୍ତ ସେମାନଙ୍କ ଶାସନ ସୁରୁଖୁରୁରେ ଚଳି ପାରି ନଥିଲା ।

 

ଲଢ଼େଇ ବିଭିନ୍ନ ରୂପରେ ଲାଗି ରହିଥିଲା ଏବଂ ଏହି ଲଢ଼େଇରେ ଓଡ଼ିଶାର ଜନତା ବିଶେଷ କରି କୃଷକମାନେ ଅଂଶ ଗ୍ରହଣ କରିଥିଲେ । ଏହି ଶ୍ରେଣୀ ହିଁ ଥିଲେ ସେତେବେଳେ ଓଡ଼ିଶାର ପ୍ରଧାନ ସଂଗ୍ରାମୀ ଜନତା-କୃଷକ ସେନା ।

 

ବ୍ରିଟିଶ ଶାସନର ପୁରାପୁରି ଅଧୀନ ହେବା ପୂର୍ବରୁ ଓଡ଼ିଶାରେ ଅର୍ଥନୈତିକ ଅବସ୍ଥା କିପରି ଥିଲା, ତାହା ନିମ୍ନ ସୂଚନାରୁ ସମ୍ୟକ ଧାରଣା କରିହେବ ଏବଂ ତାହାର ବିପର୍ଯ୍ୟୟରୁ ଏପରି ଏକ ବିଦ୍ରୋହ ସମ୍ଭବ ହୋଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଐତିହାସିକ ଟୟନବିଙ୍କ ‘A sketch of the History of Orissa’ ଗ୍ରନ୍ଥରୁ ଜଣାଯାଏ ଯେ, ସେତେବେଳେ ଧାନ ଟଙ୍କାକୁ କଟକୀ ୯୦୦ ସେର ହୋଇଥିଲା ଏବଂ ଓଡ଼ିଶାର ପ୍ରଧାନ ଉତ୍ପାଦିତ ଫସଲ ଧାନ, ବିହାର ଓ ବଙ୍ଗଳାକୁ ରପ୍ତାନୀ ହେଉଥିଲା । ଚାଷୀମାନେ ଜମିମାଲିକଙ୍କୁ ଜମିର ନଗୃତି ବାଦ ଦେଇ ଆୟର ଅର୍ଦ୍ଧେକ କର ସ୍ୱରୂପ ଦେଉଥିଲେ ଏବଂ ସେହି କର ଜମିମାଲିକ ଚାଷୀ ଜରିଆରେ ସେହି ଜମିର ଜଳସେଚନ ଇତ୍ୟାଦି କାର୍ଯ୍ୟରେ ଲଗାଉଥିଲେ । ସର୍ବପ୍ରଥମ ମୋଗଲ ବାଦଶାହା ଆକବରଙ୍କ ଅମଳରେ ତୋଡରମଲ୍ଲଙ୍କ ଉଦ୍ୟମରେ ଯେଉଁ ଜମି ସର୍ଭେ କରାଯାଇ ଜମାଧାର୍ଯ୍ୟ ହୋଇଥିଲା, ତାହା ପୁଣି ପରବର୍ତ୍ତୀ ଶାସକମାନେ ଅନ୍ୟ ବର୍ଷମାନଙ୍କରେ କାର୍ଯ୍ୟକାରୀ କରିନଥିଲେ । ଏପରି କି ଇଷ୍ଟଇଣ୍ଡିଆ କମ୍ପାନୀ ଲୋକମାନଙ୍କର ଓଡ଼ିଶା ଦଖଲର ଅନେକ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଚାଷ ଜମି ସମ୍ପର୍କରେ ଲୋକମାନଙ୍କର ନିୟମ ଅନୁଯାୟୀ ଜମି ବ୍ୟବସ୍ଥା ଗ୍ରହଣ କଲେ ।

 

୧୮୦୩-୧୮୦୪ ରେ ଇଷ୍ଟଇଣ୍ଡିଆ କମ୍ପାନୀ ମାତ୍ର ୧୨ଲକ୍ଷ ଟଙ୍କା ଖଜଣା ଦାବୀ କରିଥିଲେ । ଯେଉଁ ଅର୍ଥ କି ମୋଗଲ ମରହଟ୍ଟା ଅମଳଠାରୁ ଯଥେଷ୍ଟ କମ ଥିଲା । କିନ୍ତୁ ପରେ ସେମାନେ ବଙ୍ଗାଳୀ କର୍ମଚାରୀଙ୍କ ସାହାଯ୍ୟରେ ଚାଲାକ ହୋଇ ଯେଉଁ ବ୍ୟବସ୍ଥା ସୃଷ୍ଠି କଲେ ତାହା ନିମ୍ନ ପଂକ୍ତିରୁ ଜଣାଯିବ । Mr Ewer ଲେଖିଛନ୍ତି The indigent miserable and depressed condition of the bulk of the agricultural population occasioned chiefly by the constant fluctuation of the government assessment. (୧) ପରେ ପରେ କମ୍ପାନୀ ସରକାର ଏହି ଅର୍ଥକୁ ବଢ଼ାଇ ୧୪୩୫୩୫୪ ଟଙ୍କା ୧୮୦୫-୬ରେ ହୋଇଥିବା ସେଟଲମେଣ୍ଟରେ ଧାର୍ଯ୍ୟ କଲେ ।

 

ଲୁଣମରା, ସମୁଦ୍ରକୂଳିଆ ଅଧିବାସୀମାନଙ୍କର ଏକ ପ୍ରଧାନ ବ୍ୟବସାୟ ଥିଲା । ନିଜ ଖର୍ଚ୍ଚ ଏବଂ ରାଜ୍ୟର ବଜାର ଚାହିଦା ପୂରଣ କରି ମରହଟ୍ଟା ଅଞ୍ଚଳରେ ବହୁତ ଲୁଣ ବାହାର ପ୍ରଦେଶକୁ ଯାଉଥିଲା । ଅର୍ଥ ସିଧା ସ୍ଥାନୀୟ ପ୍ରୋପ୍ରାଇଟରମାନଙ୍କ ହାତକୁ ଆସୁଥିଲା । କିନ୍ତୁ ୧୮୦୪ ରେ ଏକ ସ୍ଥାନୀୟ ଆଇନ ବଳରେ ତାହା ରହିତ ହେଲା । ମରହଟ୍ଟା ଅମଳରେ ଲୁଣ ମହଣକର ଦାମ୍ ଟ.୦୩/- ଥିଲା । ୧୮୦୪ ରେ ସରକାରୀ ଆଦେଶ ବଳରେ ତାହା ବାରଗୁଣ ହୋଇଗଲା । ଏହି ବ୍ୟବସାୟ ବ୍ରିଟିଶ କମ୍ପାନୀ ଏକଚାଟିଆ କରି ଓଡ଼ିଶା ଭିତରୁ ୩ଲକ୍ଷ ଶିକାଟଙ୍କା ପାଇଲେ ଏବଂ ବାହାରକୁ ପଠାଇ ୧୫ ଲକ୍ଷ ଟଙ୍କା ପାଇଲେ । ଫଳରେ ଲୁଣମରା ଅଧିବାସୀଙ୍କ ମଧ୍ୟରେ ବିପର୍ଯ୍ୟୟ ଦେଖାଦେଲା । ଓଡ଼ିଶାରୁ ବାହାରକୁ ପ୍ରାୟ ୫୦,୦୦୦ ମହଣ ଲୁଣ ପଠାଯାଉଥିଲା ।

 

(୧)

The board of Revenue office, Cuttack Letter of Mr. Ewer to Mr. Trower, Collector of Zilla Cuttack in letter dated 15th. Feb. 1918.

 

ଓଡ଼ିଶାରେ ସେତେବେଳେ ପ୍ରଚୁର ପରିମାଣରେ ଲୁଗା ବାହାରକୁ ଯାଉଥିଲା । ଏହି ଲୁଗାରୁ କମ୍ପାନୀ ଶାସନର ପ୍ରଥମ ୧୦ ବର୍ଷର ହିସାବ ଦେଖିଲେ ଜଣାଯାଏ, ସେମାନେ କି ବିପୁଳ ଅର୍ଥର ଅଧିକାରୀ ହେଉଥିଲେ !

 

ରପ୍ତାନୀ

ଲୁଗାର ପରିମାଣ

ଶିକାଟଙ୍କାରେ ମୂଲ୍ୟ

୧୮୦୬-୦୭

୨୫୧୨୧

୧୬୨୫୧

୧୮୦୭-୦୮

୩୩୬୫୭

୧୭୮୦୦

୧୮୦୮ -୦୯

୫୧୬୧୧

୨୭୪୧୭

୧୮୦୯-୧୦

୫୫୩୧୩

୨୮୨୧୯

୧୮୧୦-୧୧

୯୮୪୨୦

୭୪୮୧୨

୧୮୧୧-୧୨

୧୨୧୩୧୮

୮୧୮୧୫

୧୮୧୨-୧୩

୮୧୪୨୧

୭୧୬୧୮

୧୮୧୩-୧୪

୮୧୪୫୨

୮୩୫୬୨

୧୮୧୪-୧୫

୮୩୧୮୬

୮୯୩୮୧

୧୮୧୫-୧୬

୯୮୩୩୭

୧୦୭୯୦୦

୧୮୧୬-୧୭

୧୦୬୬୮୩

୯୬୨୮୮

 

ଏହି ଶିଳ୍ପ ତିଷ୍ଠି ପାରିଲା ନାହିଁ । କାରଣ ଲାଙ୍କାସାୟାର ଲୁଗା ଓଡ଼ିଶାରୁ ବାହାରକୁ ଯାଉଥିବା ଲୁଗାବଜାର ଦଖଲ କରି ବସିଲା ଏବଂ କିଛିକାଳ ଏହି ଶିଳ୍ପ ଓଡ଼ିଶାରେ ତିଷ୍ଠିବାକୁ ଚେଷ୍ଟା କରି ପାରିଲା ନାହିଁ । ଫଳରେ ତୁଳାଚାଷୀ, ତନ୍ତି ପ୍ରଭୃତିଙ୍କ ଅର୍ଥନୈତିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଲା । (୧)

 

(୧)

Extract from the Letter of Mr.Becher.

 

ସେତେବେଳେ ବ୍ୟବସାୟ ବଳଦିଆ ବେପାରୀଙ୍କ ଦ୍ୱାରା ଚାଲୁଥିଲା । କଟକରୁ ବାଲେଶ୍ୱର ଯିବାପାଇଁ ଶଗଡ଼ ଭଡ଼ା ଥିଲା ଟ.୫/-(୧)

 

ଦିନ ମଜୁରୀ ପୁରୁଷ ମୂଲିଆ ଦିନକୁ ଟ.୧୦/- ପାହି, ସ୍ତ୍ରୀ ଶ୍ରମିକ ଏବଂ ବାଳକ ଟ.୦/, ପାଲିଙ୍କି ବାହକ ମାସକୁ ଟ.୨/-, ୧୮୧୪ ରେ କଟକରେ ଦିନକୁ ବଳଦ ଶଗଡ଼ ଭଡ଼ା ଟ.୦ । (୨) ପରେ ପରେ ଅନ୍ୟାନ୍ୟ ଯାନବାହାନ ପ୍ରଚଳନର ଏବଂ ନାନା ବିଦେଶୀ ଦ୍ରବ୍ୟର ଆମଦାନୀ ଫଳରେ ଓଡ଼ିଶାର ଅର୍ଥନୀତି ସବୁଦିଗରୁ ବିପର୍ଯ୍ୟସ୍ତ ହୋଇପଡ଼ିଲା ଏବଂ ଓଡ଼ିଶା କେବଳ ମୁଖ୍ୟତଃ ଧାନ ଫସଲ ଆମଦାନୀର କେନ୍ଦ୍ର ହୋଇରହିଲା ।

 

‘‘ସ୍ୱାଧିନତା ଲୋପ ପାଇବା ସଙ୍ଗେ ସଙ୍ଗେ ବିଶାଳ କୃଷକ ବାହିନୀ ଭାଜି କୃଷକରେ ପରିଣତ ହୋଇଗଲେ । ବାହିନୀତ୍ୱ ଲୋପ ପାଇଲା । ଏହି କୃଷକ ସେନା ଓଡ଼ିଶାର ସର୍ବତ୍ର ଥିଲେ-। କିନ୍ତୁ ଓଡ଼ିଶାର ରାଜବଂଶ ଶେଷକୁ କେବଳ ଖୋରଧାରେ ରହୁଥିବାରୁ, କୃଷକ ସେନାଙ୍କ ଶକ୍ତି ମଧ୍ୟ ସେହିଠାରେ ହିଁ ରହିଥିଲେ । ରାଜା ଅପାରଗ ହୋଇ ପଡ଼ିବା ଯୋଗୁ କୃଷକ ସେନା, ନିଜ ମଧ୍ୟରୁ ସେନାପତି ବାହାର କରି, ତାଙ୍କ ନେତୃତ୍ୱରେ ସ୍ୱାଧିନତା ଯୁଦ୍ଧ ଚଳାଇଥିଲେ । ତେଣୁ ଇଂରେଜ ଖୋରଧା ଅଧିକାର କଲାପରେ ଏହି କୃଷକ ସେନାକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିବା କାର୍ଯ୍ୟରେ ଲାଗିଲେ । ସେତେବେଳେ ସେମାନଙ୍କ ନାମ ଥିଲା ପାଇକ ।’ (୩)

 

କୃଷକ ବାହିନୀର ଧ୍ୱଂସ ସାଧନ କିପରି ସୁଚିନ୍ତିତ ବିଧିବଦ୍ଧ ଓ ପୂର୍ବରୁ ପରିକଳ୍ପିତ ପ୍ରଣାଳୀରେ ହୋଇଥିଲା, ତାହା ୧୮୧୮ ମସିହାର କମିଶନର ଇଉଏର (Ewer) ସାହେବଙ୍କ ବିବରଣୀରୁ ଜଣାଯାଏ । ସେ ଲେଖିଛନ୍ତି-

 

(୧)

Toynbee-A. S. O. History of Orissa p.93.

(୨)

Toynbee.

(୩)

ଓଡ଼ିଶାର ସାମରିକ ଶକ୍ତି – ପଣ୍ତିତ ଗୋଦାବରୀଶ ମିଶ୍ର । ମାତୃଭୂମି । ୧୩୫୨ ପୂ:ସଂ:

 

‘ଖୋରଧାରେ ଆଉ ପାଇକମାନଙ୍କ ସାହାଯ୍ୟ ଦରକାର ହେଉ ନାହିଁ । ସୈନ୍ୟ ବିଭାଗରେ ସେମାନଙ୍କୁ ରଖିବା ବିପଦଜନକ, ଅତଏବ ତାଙ୍କୁ ସାଧାରଣ ରୟତଙ୍କ ସ୍ତରକୁ ପେଲି ଦେଇ, ତାଙ୍କଠାରୁ ଖଜଣା ଅସୁଲ କରିବା ଦରକାର । ପାଇକମାନଙ୍କୁ ପୂର୍ବର ଜାଗିର ଜମି ଦିଆଯିବା ଉଚିତ ନୁହେଁ । ଏହି ଅଳ୍ପ ସମୟ ମଧ୍ୟରେ ପାଇକ ନାମ ଲୋପ ପାଇ ଆସିଲାଣି । କିନ୍ତୁ ଏବେ ମଧ୍ୟ, ଯେଉଁଠାରେ ପାଇକ ଅଛନ୍ତି, ପୂର୍ବରୁ ଦୁର୍ଦ୍ଦାନ୍ତ ସ୍ୱଭାବ ଆହୁରି ଛାଡ଼ିନାହାନ୍ତି । ସେମାନଙ୍କ ବିଷଦାନ୍ତ ଭାଙ୍ଗିବା ପାଇଁ ପୋଲିସ୍ କର୍ମଚାରୀଙ୍କୁ ଅନେକ କାଳ ସେମାନଙ୍କୁ ଜବତରେ ରଖିବାକୁ ପଡ଼ିବ । ପାଇକ କୁଳକୁ ସମୂଳେ ଧ୍ୱଂସ ନ କଲେ ମଙ୍ଗଳ ନାହିଁ ।*** ପାଇକମାନେ ଏବେ ଛିନ୍‍ଛତ୍ର ହୋଇଗଲେଣି । ସେମାନେ ଜଣେ ଜଣେ ଖଣ୍ଡାୟତ ଅଧୀନରେ ଥିଲେ । ଯୁଦ୍ଧରେ ଅନେକ ଖଣ୍ଡାୟତ ମରିଯାଇଛନ୍ତି । ଆଉ କେତେକ ଖୋରଧା ଛାଡ଼ି ପଳାଇଛନ୍ତି । ଅନେକଙ୍କୁ ଜେଲ ଦଣ୍ଡ ଦିଆଯାଇଛି । ସେମାନେ ବଞ୍ଚି ଜେଲରୁ ମୁକ୍ତ ହେବେ ନାହିଁ । ତେବେ ପାଇକମାନେ ନେତା ପାଇବେ କେଉଁଠାରୁ ? ନେତା ନପାଇ ସେମାନେ ଗଛରୁ ଝଡ଼ିବା ପତ୍ରପରି କିଏ କେଉଁଆଡ଼େ ଉଡ଼ିଯିବେ । ଭବିଷ୍ୟତକୁ ଆଉ କୃଷକ ସେନା ବିପତ୍ତି ରହିବ ନାହିଁ ।’

 

ବ୍ରିଟିଶମାନଙ୍କ ପକ୍ଷରେ ଭୟଙ୍କର ଏହି ବାହିନୀର ପ୍ରଚଣ୍ଡତା ସେମାନେ ଏଭଳିଭାବେ ଅନୁଭବ କରିଥିଲେ ଯେ ତାଙ୍କ ପକ୍ଷରେ ଏହି କୃଷକ ବାହିନୀର ସତ୍ତା ରଖିବା ଭବିଷ୍ୟତରେ ସେଇମାନଙ୍କ ପ୍ରତି ବିରାଟ ବିପଦ ହୋଇ ଠିଆ ହେବ ବୋଲି ସେମାନେ ଭଲଭାବେ ଜାଣିଥିଲେ । ତେଣୁ କ୍ରମେ ନାନା କୁଟ କୌଶଳରେ ଗତ ଦେଢ଼ ବର୍ଷ ଧରି ସେମାନଙ୍କ ଧ୍ୱଂସ ସାଧନ କରିଦେଲେ-। ଫଳରେ କାଳକ୍ରମେ ଶତ୍ରୁ ବିରୁଦ୍ଧରେ ବ୍ୟବହୃତ ଶାଣିତ ତରବାରୀ ପୂଜାଘରର ସାମଗ୍ରୀ ହେଲା, ବୀର ପାଇକର ଯୋଦ୍ଧା ପଣିଆ ‘ପାଇକ ଆଖଡ଼ା’ରେ ସୀମାବଦ୍ଧ ହୋଇଗଲା । ପାଇକମାନେ ଦରିଦ୍ର କାଙ୍ଗାଳ ହୋଇ ବିଦେଶକୁ କୁଲି ମୂଲିଆ ଭାବରେ ମାଟିକାଟି ପେଟ ପୋଷିବାକୁ ଗଲେ । ଭୋକଉପାସରେ, ରୋଗ ବଇରାଗରେ ତିଳ ତିଳ କରି ପେଷି ହେଲେ ।

 

ବ୍ରିଟିଶ ଅମଳରେ ଭାରତର ଅନ୍ୟାନ୍ୟ ପ୍ରଦେଶରୁ ସୈନ୍ୟ ବାହିନୀରେ ଲୋକ ନିଯୁକ୍ତି ହେଲାବେଳେ ମଧ୍ୟ ଏହି ପାଇକ ବାହିନିକୁ ସେ ସୁଯୋଗରୁ ବଞ୍ଚିତ କରି କେବଳ ରଖା ଗଲାନାହିଁ, ସେମାନେ ବିପଦଜନକ ବୋଲି ସମ୍ପୂର୍ଣ୍ଣ ଏଡ଼ାଇ ଦିଆଗଲା । ସେତେବେଳେ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ବ୍ରିଟିଶ ବାହିନୀ ତଥା ଆମରି ଦେଶର ବିଶ୍ୱାସଘାତକ କେତେକ ନିମକହରାମଙ୍କ ସାହାଯ୍ୟରେ ବିଦ୍ରୋହ ଦମନ ହେବାପରେ ଯେଉଁମାନଙ୍କର ବିଚାର ହୋଇ ଫାଶୀ, କଳାପାଣି, ଆଜୀବନ କାରାବାସ ଦଣ୍ଡରେ ଦଣ୍ଡିତ କରାଗଲା, ବର୍ତ୍ତମାନ ସରକାରୀ ନଥିପତ୍ରରୁ ମିଳୁଥିବା ସେହି ବୀରମାନଙ୍କର ନାନା ତାଲିକାରୁ (ଯାହାକି ଏହି ପୁସ୍ତକରେ ଅଛି) ଜଣାଯାଏ ଯେ ସେହି ବିପ୍ଳବରେ କେବଳ ଖଣ୍ଡାୟତମାନେ ଯୋଗ ଦେଇ ନଥିଲେ –ପ୍ରତ୍ୟେକ ପାଟକ ଓ ସଂପ୍ରଦାୟର ଲୋକ ଅଂଶ ଗ୍ରହଣ କରିଥିଲେ । ତେଣୁ ଏହା ଗଣ-ବିପ୍ଳବ ଓ ଭାରତର ପ୍ରଥମ ଗଣ-ବିପ୍ଲବ ନାମରେ ନାମିତ ହେବା ହିଁ ସମୀଚୀନ ।

 

***

 

ଖୋରଧା ପାଇକ ଜାଗରଣ

 

ଓଡ଼ିଆମାନେ ଯେ ବୀର ଜାତି ଥିଲେ ଏବଂ ନିଜର ଦେଶରକ୍ଷା ପାଇଁ ଯୁଦ୍ଧ କରୁଥିଲେ ତାହାର କ୍ଷୀଣ ଆଭାଷ ବର୍ତ୍ତମାନ ବିଦ୍ୟମାନ ଅଛି । ଏବେ ଏହି ଶ୍ରେଣୀୟ ଲୋକମାନେ ସେମାନଙ୍କ ନାମ ଶେଷରେ ଯେଉଁ ସଂଜ୍ଞା ବ୍ୟବହାର କରନ୍ତି ତାହା ସେମାନେ ବଂଶାନୁକ୍ରମେ ବ୍ୟବହାର କରି ଆସୁଛନ୍ତି । ସେହି ପଦବୀଗୁଡ଼ିକ ସେମାନଙ୍କ ପୂର୍ବ ବଂଶଧରମାନଙ୍କର ବୀରତ୍ୱର ପରିଚାୟକ । ଆପଣା ଗୁଣ ଓ କର୍ମ ଅନୁସାରେ ରାଜାମାନେ ଏହିସବୁ ଉପାଧି ପ୍ରଦାନ କରିଥିଲେ । ‘କର୍ପୂର ଯାଇ ବର୍ତ୍ତମାନ କେବଳ କନା’- ଏହି ସଂଜ୍ଞା ଗୁଡ଼ିକ ମାତ୍ର ସମ୍ବଳ ହୋଇ ରହିଛି । ବ୍ରିଟିଶ ରାଜୁତିର ଦୀର୍ଘ ଦେଢ଼ଶ ବର୍ଷର ଶାସନ କାଳରେ ଏହିପରି ଏକ ଦୁର୍ଦ୍ଧର୍ଷ ସ୍ୱାଧୀନଚେତା ଓଡ଼ିଆ ଜାତିକୁ ସେ ଠିକ୍ ଠଉରାଇ ନେଇ ତା’ର ଶାସନ କାଳ ମଧ୍ୟରେ ଅନ୍ୟାନ୍ୟ ପ୍ରଦେଶର ଲୋକମାନଙ୍କ ପରି ଏମାନଙ୍କୁ କୌଣସି ସୁଯୋଗ ସୁବିଧା ଦେଇ ନ ଥିଲେ ।

 

ପୂର୍ବେ ଓଡ୍ରମାନେ ପଦାତିକ ସୈନ୍ୟ ଥିଲେ । ଗଙ୍ଗବଂଶର ରାଜତ୍ୱ କାଳରେ ଓଡ୍ରମାନେ ସେମାନଙ୍କ ସୈନ୍ୟ ଶ୍ରେଣୀଭୁକ୍ତ ଥିଲେ ଏବଂ ସେହିମାନଙ୍କ ନାମାନୁସାରେ ମୁସଲମାନମାନେ ଏ ଦେଶକୁ ‘ଓଡ଼ିଶା’ ନାମ ଦେଲେ । ଗଙ୍ଗ ଓ ସୂର୍ଯ୍ୟବଂଶର ରାଜୁତି ସମୟରେ ଏହି ଓଡ୍ରମାନେ ଓଡ଼ିଶାର ନାନା ବସତି କରି ଜାଏଗିରି ପାଇ ରହିଲେ । ପରେ ଖୋରଧାରେ ଭୋଇବଂଶର ରାଜୁତି କାଳରେ ସେମାନେ ଅଧିକ ସଂଖ୍ୟାରେ ଏହି ଅଞ୍ଚଳରେ ରହିଲେ । ସେମାନଙ୍କ ବସତି ଯୋଗେ ବହୁଦିନ ଧରି ଖୋରଧାକୁ ଲୋକେ ‘ଓଡ଼ିଶା’ ବୋଲି କହୁଥିଲେ । ଉତ୍କଳର ଅନ୍ୟମାନେ ମଧ୍ୟ ଓଡ୍ରମାନଙ୍କ ସଙ୍ଗେ ମିଶି ପଦାତିକ ସୈନ୍ୟ ଥିଲେ । କ୍ରମେ ଏମାନେ ପାଇକ ନାମରେ ପରିଚିତ ହେଲେ । ପାଇକ ପ୍ରଭୃତି ସୈନିକ ଶ୍ରେଣୀୟ ଲୋକମାନେ ଖଣ୍ଡାକୁ ସନ୍ତକକୁ ଦଲିଲମାନଙ୍କରେ ଲେଖାଉଥିଲେ । ଏହିପରି ଭାବେ ଏମାନେ ଖଣ୍ଡାୟତ ରୂପେ ପରିଚିତ ହେଲେ । ଓଡ଼ିଶା ପ୍ରଚଳିତ ସଂଜ୍ଞାଗୁଡ଼ିକରୁ ସେମାନଙ୍କ ପୂର୍ବ ବୀରତ୍ୱ ଜଣାଯାଏ । ନିମ୍ନ ଉଦାହରଣରୁ ତତ୍କାଳୀନ ସଂଜ୍ଞାଗୁଡ଼ିକର ପରିଚୟ ଓ ଗୁରୁତ୍ୱ ଜାଣି ହେବ ।

 

ରାଉତ, ରାଉତରାୟ, ମାହୁନ୍ତ, ସିଂହ, ବାଘ, ବଳିୟାରସିଂହ, ଝପଟସିଂହ, କୋଦମାସିଂହ, ବାହୁବଳେନ୍ଦ୍ର, ପାଇକରାୟ, ଭୁଜବଳ, ରଣସିଂହ, ପାହାଡ଼ସିଂହ, ଦକ୍ଷିଣକବାଟ, ମହାରଥୀ, ପଶ୍ଚିମ କବାଟ, ସେନାପତି, ବାହିନୀପତୀ, ମହାପାତ୍ର, ନାୟକ, ପଟ୍ଟନାୟକ, ଚମ୍ପତିସିଂହ, ଗଡ଼ନାୟକ, ମାନସିଂହ, ଶତ୍ରୁସଲ, କହଲସିଂହ, ରାୟସିଂହ, ମାନଧାତା, ପାଲଟାସିଂହ, ବୀରବର, ରାଟସିଂହ, ଅରିଶଲ, ଆଗଡ଼ାସିଂହ, ଇନ୍ଦ୍ରଜିତ ସିଂହ, ଉଠାଣ ସିଂହ, ଉତ୍ତର କବାଟ, ଉଦ୍ଦଣ୍ଡ ରାୟ, ଗଜେନ୍ଦ୍ର, ଚମୂପତିରାୟ, ଚମୂପତି ସିଂହ,ଚହଟ ରାୟ, ଚିକଣ ରାୟ, ଛୁଆଳ ସିଂହ , ଛୋଟରାୟ, ଜଗଦ୍ଦେବ, ଜୟସିଂହ, ଜୁଝାରସିଂହ, ଜେନା, ଦଳସିଂହରାୟ, ଧପଟସିଂହ, ନରେନ୍ଦ୍ର, ନିଶଙ୍କ, ପାଟଶାଣୀ, ପାତ୍ର ପରିରାୟ (ପରିଡ଼ା) ଡିଆଁ ବାଘ, ବାଘସିଂହ, ପ୍ରତାପସିଂହ, ବିଧାର, ବୀରେନ୍ଦ୍ରସିଂହ, ବୈରୀଗଞ୍ଜନ, ଭାରିମଲ୍ଲ, ଭୂଇଆଁ, ଭ୍ରମରବର ରାୟ, ମଙ୍ଗରାଜ, ମଲ୍ଲ, ମଲ୍ଲିକ, ମତ୍ତଗଜସିଂହ, ଋଣବିଜୁଳି, ଋଣବୀର, ରାୟ ପିତାମହ, ଶ୍ରୀଚନ୍ଦନ, ସାମନ୍ତ, ସାମନ୍ତ ସିଂହାର, ସାମନ୍ତରାୟ ସାହାସମଲ୍ଲ, ସୁନ୍ଦରାୟ, ସଂଗ୍ରାମ ସିଂହ, ହରିଚନ୍ଦନ, ବଳରାୟ (ବରାଳ) ଇତ୍ୟାଦି ।

 

ଏହି ସଂଜ୍ଞାଧାରୀ ପୂର୍ବଜଗଣ ଏ ଦେଶର ସ୍ୱାଧୀନତା ରକ୍ଷା କରିଥିଲେ । ତାହା କେବଳ ବର୍ତ୍ତମାନ ଇତିହାସର ବିଷୟବସ୍ତୁ ମାତ୍ର ।

 

ଭାରତବର୍ଷର ଗୋଟିଏ ପ୍ରାନ୍ତରେ ୧୮୧୭ରେ ଯେଉଁ ବିଦ୍ରୋହ ଖୋର୍ଦ୍ଧାରେ ସଂଘଠିତ ହୋଇଥିଲା । ତାହା ଅନ୍ୟ ରୂପରେ ଠିକ୍ ଶହେ ବର୍ଷ ପରେ ସେହି ବ୍ରିଟିଶ ବିରୁଦ୍ଧରେ ସଂଘଠିତ ହେଲା । ପାଇକ ବିଦ୍ରୋହର ବିଦ୍ରୋହୀ ବୀର ସହିତ ଅସହଯୋଗ କରି ତାକୁ ହଟାଇବା ପାଇଁ ଯେଉଁ ଆହ୍ୱାନ ଦେଇଥିଲେ ତାହା କାର୍ଯକାରୀ ହୋଇ ନ ପାରି ଥିଲେ ମଧ୍ୟ ସମଗ୍ର ଦେଶରେ ଯେଁଉ ଜାଗରଣ ସୃଷ୍ଟି କରିଥିଲା, ତାହା ଇତିହାସରେ ଏକ ଗୌରବମୟ ଅଧ୍ୟାୟ ।

 

ସେହି ଖୋରଧା ପାଇକ ବିଦ୍ରୋହ ସଂପର୍କରେ ଲେଖିବାକୁ ଗଲାବେଳେ, ଏହି ବିଦ୍ରୋହ ବେଳକୁ ଓଡ଼ିଶା, ବିଶେଷ କରି ଖୋରଧାର ରାଜନୈତିକ ତଥା ସାମାଜିକ ପରିସ୍ଥିତିକୁ ପ୍ରଥମେ ସମ୍ମୁଖରେ ରଖିବାକୁ ହେବ ।

 

ବ୍ରିଟିଶମାନେ ଓଡ଼ିଶା ଦଖଲ କଲାବେଳକୁ ସମସ୍ତ ବଙ୍ଗ ପ୍ରଦେଶ ସେମାନଙ୍କର ହସ୍ତଗତ ହୋଇ ସାରିଥିଲା । ଦକ୍ଷିଣରେ ‘ଦକ୍ଷିଣ ସରକାର’ର ଓଡ଼ିଶା ଜିଲ୍ଲା ଗଞ୍ଜାମ ମଧ୍ୟ ସେମାନଙ୍କର ଅଧୀନରେ ଥିଲା । ତେଣୁ ଓଡ଼ିଶା ଦଖଲ କରିବାକୁ ସେମାନଙ୍କୁ ଉଭୟ ପକ୍ଷରୁ ସୁବିଧା ମିଳିଲା ଏବଂ ଇଂରେଜମାନେ ଓଡ଼ିଶାକୁ ତିନିଦିଗରୁ ଆକ୍ରମଣ କରିଥିଲେ । ମାନ୍ଦ୍ରାଜରୁ ପ୍ରାୟ ୩୦୦୦ ସୈନ୍ୟ ୧୮୦୩ ମସିହା ୮ ତାରିଖ ସେପ୍ଟେମ୍ବରରେ ବାହାରି ମାଣିକପାଟଣା ବାଟ ଦେଇ ୧୬ ତାରିଖରେ ପୁରୀରେ ପହଞ୍ଚିଲେ । ସେତେବେଳେ ମରହଟ୍ଟାଙ୍କ ତରଫରୁ ସେ ଅଞ୍ଚଳରେ ଜଗୁଆଳି ନିଯୁକ୍ତି ଥିଲେ ମାଲୁଦର ଫତେ ମହମ୍ମଦ । ତାଙ୍କର ବିଶେଷ ସାହାଯ୍ୟ ପାଇ ସେନାପତି କର୍ଣ୍ଣେଲ ହାରକୋର୍ଟ (Colonel Harcourt) ଚିଲିକା ମୁହାଣ ପାରିହୋଇ ଦୁଇଦିନ ପରେ ନରସିଂହ ପାଟଣାରେ ପହଞ୍ଚିଲେ । ସେଠାରେ ମଧ୍ୟ ସେ କୌଣସି ପ୍ରକାର ପ୍ରତିରୋଧର ସମ୍ମୁଖୀନ ହୋଇ ନଥିଲେ । ପୁରୀ ଅଧିକାର ବେଳେ ମଧ୍ୟ ସେମାନେ ବିଶେଷ ପ୍ରତିରୋଧ ପାଇ ନ ଥିଲେ ଏବଂ ବିଖ୍ୟାତ ଜଗନ୍ନାଥ ମନ୍ଦିରକୁ ମଧ୍ୟ ଇଂରେଜମାନେ ଦଖଲ କରି କେତେକ ହିନ୍ଦୁ ସିପାହୀଙ୍କ ଦାୟିତ୍ୱରେ ଛାଡ଼ିଦେଇ କର୍ଣ୍ଣେଲ ହାରକୋର୍ଟ କଟକ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ଅଠରନଳା ପାଖରେ ମରହଟ୍ଟାମାନଙ୍କର ସାମାନ୍ୟ ପ୍ରତିରୋଧ ଇଂରେଜଙ୍କର ଅଗ୍ରଗତିରେ ବିଶେଷ ବାଧା ଦାନ କରି ନ ଥିଲା । ମରହଟ୍ଟାମାନେ ଅଠରନଳା ପାଖରୁ ପଳାଇଯାଇ ଦାଣ୍ଡମୁକୁନ୍ଦପୁର ଠାରେ ଲୁଚି ରହିଲେ । ଇଂରେଜ ସୈନ୍ୟମାନେ ଜଗନ୍ନାଥ ସଡ଼କ ବାଟେ ଚାଲି ଚାଲି ଅତି କଷ୍ଟରେ ମରହଟ୍ଟାମାନଙ୍କ ଲୁଚାଛପା ଆକ୍ରମଣକୁ ପ୍ରତିହତ କରି କଟକ ଆଡ଼କୁ ଅଗ୍ରଗତି କଲେ । ପିପିଲିଠାରେ ମରହଟ୍ଟାମାନେ ସମ୍ପୂର୍ଣ୍ଣ ରୂପେ ନିରୁପାୟ ହୋଇ ଖୋରଧାର ଜଙ୍ଗଲ ଅଞ୍ଚଳକୁ ପଳାଇ ଆସିଲେ ।

 

ତା’ପରେ ହାରକୋର୍ଟ (Colonel Harcourt) ପିପିଲିଠାରୁ ବାରଙ୍ଗଗଡ଼ ବାଟ ଦେଇ ଅକ୍ଚୋବର ୮ ତାରିଖ ଦିନ କାଠଯୋଡ଼ି ପାର ହୋଇ କଟକରେ ପହଞ୍ଚିଲେ । କଟକର ବାରବାଟି ଦୁର୍ଗ, କଟକରେ ପହଞ୍ଚିବାର ୬ ଦିନ ପରେ ତାଙ୍କ ତାଙ୍କ ଦ୍ୱାରା ଅଧିକୃତ ହେଲା ।

 

ଇଂରେଜମାନଙ୍କର ଯୋଜନାବଦ୍ଧ ଅଭିଯାନ ଯୋଗୁ ବଙ୍ଗଳାରୁ କାପଟେନ ମୋରଗାନ୍‍ଙ୍କ ନେତୃତ୍ୱରେ ୫୦୦ ସିପାହୀ ୨୧ ଜଣ ବନ୍ଧୁକଧାରୀ ଓ ୪ଟା ଛ’ପାଉଣ୍ଡିଆ ତୋପ ସାଙ୍ଗରେ ନେଇ ତିନୋଟି ଜାହାଜରେ ଆସି ବାଲେଶ୍ୱର ସମୁଦ୍ରକୂଳବର୍ତ୍ତୀ ଗବଗାଁ ନିକଟବର୍ତ୍ତୀ ଜାମପଡ଼ା (Jamapada)ରେ ଓହ୍ଲାଇଲେ । ତାପରେ ସେମାନେ ମରହଟ୍ଟାମାନଙ୍କ ଦୁର୍ଗ ଅଧିକାର କରିନେଲେ । ଇଂରେଜମାନେ ସେପ୍ଟେମ୍ୱର ୨୧ ତାରିଖ ଦିନ ବାଲେଶ୍ୱର ଦଖଲ କରିଗଲେ ।

 

ତା’ପରେ ଅନ୍ୟ ଦଳେ ଇଂରେଜ ସୈନ୍ୟ ମେଦିନାପୁର ବାଟେ ଆସି ଜଳେଶ୍ୱର ଦେଇ ବାଲେଶ୍ୱରରେ ବିନା ବାଧାରେ ପହଞ୍ଚି ବାଲେଶ୍ୱରରେ ଥିବା ଇଂରେଜଙ୍କ ସହ ମିଶିଲେ । ଏହି ଦଳ କର୍ଣ୍ଣେଲ ଫର୍ଗୁସନ (Colonel Fergusson) ଙ୍କ ନେତୃତ୍ୱରେ ଆସିଥିଲେ । ଏମାନେ ବାଲେଶ୍ୱରରୁ ବାହାରି କଟକରେ କର୍ଣ୍ଣେଲ ହାରକୋର୍ଟଙ୍କ ସହିତ ମିଶି ବାରବାଟୀ ଦୁର୍ଗ ଦଖଲରେ ହାରକୋର୍ଟଙ୍କୁ ସାହାଯ୍ୟ କଲେ ।

 

ଓଡ଼ିଶାକୁ ଏତେ ସହଜରେ ଦଖଲ କରି ଯିବାର ଆଶା ବ୍ରିଟ୍ରିଶମାନେ କରି ନ ଥିଲେ । ପୂର୍ବ ମରହଟ୍ଟା ସରକାରର ନାନାରକମ ଅତ୍ୟାଚାର ସହି ଓଡ଼ିଶାବାସୀ ଯେଁଉ ଅଶାନ୍ତିରେ ଚଳୁଥିଲେ ସେଥିପାଇଁ ଇଂରେଜମାନଙ୍କୁ ଅନେକ ସ୍ଥଳରେ ମରହଟ୍ଟାଙ୍କ ପରିବର୍ତ୍ତେ ସାହାଯ୍ୟ ଦେଇଥିଲେ ବୋଲି ୱେଲସଲି ଲେଖିଛନ୍ତି ।

 

କିନ୍ତୁ ପରେ ପରେ ଖୋରଧାର ରାଜ ବିଦ୍ରୋହ ଏବଂ ପାଇକ ବିଦ୍ରୋହ–ଏହି ସାହାଯ୍ୟର ସତ୍ୟତା ଅପ୍ରମାଣ କରିଦେଲା । ସାଧାରଣ ଭାବେ ଖୋରଧା ତଥା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରଜାଏ ଯେ ବ୍ରିଟ୍ରିଶମାନଙ୍କ ବିରୁଦ୍ଧରେ ଥିଲେ ତାହା ପରବର୍ତ୍ତୀ ଘଟଣାବଳୀ ପ୍ରମାଣ କଲା ।

 

ଓଡ଼ିଶା ଦଖଲ ପରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହାରକୋର୍ଟ ଏବଂ ମିଃ ଜେ.ମେଲାଭିଲ (J.Melville) ଓଡ଼ିଶା ସୁବାର କମିସନର ନିଯୁକ୍ତ ହୋଇ ପ୍ରଥମେ ମୟୁରଭଞ୍ଜକୁ ଛାଡ଼ି ଅନ୍ୟାନ୍ୟ ଗଡ଼ଜାତ ରାଜା ଓ ଜମିଦାରମାନଙ୍କ ଠାରୁ ଚୁକ୍ତିପତ୍ର ସ୍ୱାକ୍ଷର କରିନେଲେ । ପ୍ରଥମ ଚୁକ୍ତିପତ୍ର ୧୮୦୩ ନଭେମ୍ବର ୨୨ ତାରିଖରେ କନିକା ରାଜାଙ୍କ ସହିତ ସମ୍ପର୍ଣ୍ଣ ହେଲା ।

 

ଚୁକ୍ତିରେ ସର୍ତ୍ତ ରହିଲା ଯେ-

 

(୧)

ଇଷ୍ଚଇଣ୍ଡିଆ କମ୍ପାନୀଙ୍କ ଆନୁଗତ୍ୟ ସ୍ୱୀକାର ।

(୨)

ରାଜା ୮୪, ୮୪୦୦ କାହାଣ କଉଡ଼ି କିମ୍ୱା ୨୧୨୪୦ ଟଙ୍କା ୩ଟି କିସ୍ତିରେ ପ୍ରଦାନ ।

(୩)

କମ୍ପାନୀଙ୍କ କ୍ଷମତାକୁ ନିକଟସ୍ଥ କୌଣସି ରାଜା ଅମାନ୍ୟ କଲେ ନିଜର ସୈନ୍ୟ ବାହିନୀର ବ୍ୟବହାର ।

 

ଏହିପରି ଚୁକ୍ତି ମଧ୍ୟ ନିମ୍ନଲିଖିତ ଅନ୍ୟାନ୍ୟ ୧୨ଜଣ ମୁଖ୍ୟଙ୍କ ଠାରୁ ନିଆଗଲା । ସେମାନେ ହେଉଛନ୍ତି-

 

(୧)

କିଲା ଆଠଗଡ଼–ରାଜା ଶ୍ରୀକରଣ ଗୋପିନାଥ ବେବର୍ତ୍ତା ପଟ୍ଟାନାୟକ । ଦେୟ -୨୮,୧୦୧ କାହାଣ ।

(୨)

କିଲା ନରସିଂହପୁର – ରାଜା ମାନସିଂହ ହରିଚନ୍ଦନ, ଦେୟ–୬୬୦୧ କାହାଣ ।

(୩)

କିଲା ବଡ଼ମ୍ବା – ରାଜା ପିଣ୍ଡିକ ମଙ୍ଗରାଜ, ଦେୟ – ୬୩୪୦ କାହାଣ ।

(୪)

କିଲା ଜୁରୁମ (Jourmoo) ରାଜା ଗୌରୀଚରଣ ଦେବଭଞ୍ଜ । ଦେୟ- ୪୫୦୦ କାହାଣ ।

(୫)

କିଲା ତାଳଚେର- ରାଜା ଭାଗିରଥି ବୀରବର ହରିଚନ୍ଦନ । ଦେୟ -୬୭୧୫ କାହାଣ ।

(୬)

କିଲା ତିଗିରିଆ – ରାଜା ଚମ୍ପତିସିଂହ । ଦେୟ -୪୦୦୦ କାହାଣ ।

(୭)

କିଲା ହିନ୍ଦୋଳ – ରାଜା କୃଷ୍ଣଚନ୍ଦ୍ର ମର୍ଦ୍ଦରାଜ ଜଗଦ୍ଦେବ । ଦେୟ-୨୫୦୦ କାହାଣ ।

(୮)

କିଲା ଖଣ୍ଡପଡ଼ା – ରାଜା ଭ୍ରମରବର ରାୟ । ଦେୟ-୨୪୧୦୦ କାହାଣ ।

(୯)

କିଲା ଢେଙ୍କାନାଳ – ରାଜା ରାମଚନ୍ଦ୍ର ମହେନ୍ଦ୍ର ବାହାଦୂର । ଦେୟ-୨୩୧୭୫ କାହାଣ ।

(୧୦)

କିଲା ଋଣପୁର-ରାଜା ବ୍ରଜଧର ନରେନ୍ଦ୍ର । ଦେୟ – ୬୦୦୦ କାହାଣ ।

(୧୧)

କିଲା ନୟାଗଡ଼ –ରାଜା ମାନଧାତା । ଦେୟ -୨୬୪୫୦ କାହାଣ ।

(୧୨)

କିଲା ନୀଳଗିରି – ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ । ଦେୟ – ୨୩୪୦୦୦କାହାଣ-

 

ସେହିଦିନ ଇଷ୍ଟିଣ୍ଡିଆ କମ୍ପାନୀ ମଧ୍ୟ ସେମାନଙ୍କୁ ଏକ ‘କବୁଲି-ନାମା’ ଲେଖିଦେଲେ ଯେ ଦେୟ ଛଡ଼ା ସେମାନଙ୍କ ଉପରେ ଅନ୍ୟ କୌଣସି ଦାବି ନାହିଁ । ଏହି ଘଟଣାର ବର୍ଷକ ପରେ କେନ୍ଦୁଝର ରାଜା ଭଞ୍ଜଙ୍କ ସହିତ ଡିସେମ୍ୱର ୧୬,୧୮୦୪ ରେ ଏକ ଚୁକ୍ତି ସଂପାଦନ ହେଲା । ସେ ରାଜାର ଦେୟ ୧୨୦୦୦ କାହାଣ ଧାର୍ଯ୍ୟ ହେଲା । ଏହା ପରେ ପରେ ଅନ୍ୟାନ୍ୟ ରାଜା ଓ ଜମିଦାରମାନଙ୍କ ସହିତ ଅନୁରୂପ ଚୁକ୍ତି ସମ୍ପାଦିତ ହେଲା । ଦଶପଲ୍ଲାର ରାଜା ଗୌରୀ ଚରଣ ଭଞ୍ଜଦେବଙ୍କ ସହିତ ଏକ ସ୍ୱତନ୍ତ୍ର ଚୁକ୍ତି ହେଲା । କାରଣ ବଡ଼ମୂଳ ଘାଟିର ସ୍ଥିତି ଅତି ଗୁରୁତ୍ୱପୂର୍ଣ୍ଣ ଥିଲା । ସେହି ବାଟେ ଛତିଶଗଡ଼ ଓ ନାଗପୁରକୁ ସଂଯୋଜକ ରାସ୍ତା ଥିଲା । ମାର୍ଚ୍ଚ ୩ ତାରିଖରେ ବଉଦ ଓ ଆଠମଲ୍ଲିକ ରାଜାଙ୍କୁ ‘କବୁଲି-ନାମା’ ବିନା ଦେୟରେ ଦିଆଗଲା । ମୟୁରଭଞ୍ଜର ଗାଦିପାଇଁ ନାନା ମକଦ୍ଦମା ଯୋଗୁ ସେ ସବୁର ନିଷ୍ପତ୍ତି ପରେ ମୟୁରଭଞ୍ଜ ସହିତ ଟ୧୦୦୧ ଦେୟ ସହ ଚୁକ୍ତି ସଂପର୍ଣ୍ଣ ହେଲା । ଏହା ସହିତ ଅନ୍ୟ ରାଜନୈତିକ କାରଣ ମଧ୍ୟ ଥିଲା । (୧)

 

୧୮୦୩ ରେ ଓଡ଼ିଶାର ବିଭିନ୍ନ ଗଡ଼ଜାତର ରାଜାମାନଙ୍କ ସହିତ ସନ୍ଧିଚୁକ୍ତି କରିସାରିବା ପରେ ଇଂରେଜ ସମଗ୍ର ଭାରତବର୍ଷ ଉପରେ ମାଲିକ ହୋଇ ଯାଇଥିଲେ । ତଥାପି ଏହି ଚୁକ୍ତିବଦ୍ଧ କେତେକ ରାଜା ଜମିଦାର ମଧ୍ୟ ଇଂରେଜ କମ୍ପାନୀ ଉପରେ ବିରକ୍ତ ବା ଅସନ୍ତୁଷ୍ଟ ଥିବାର ଜଣାଯାଏ-। ବ୍ରିଟିଶମାନଙ୍କର ଶାସନଗତ କାରଣରୁ ଦୁଇଟି ରାଜନୈତିକ ବିଦ୍ରୋହର ସେମାନେ ସମ୍ମୁଖୀନ ହୋଇଛନ୍ତି । (୨) ତେଣୁ ପାଇକ ବିଦ୍ରୋହ ପାଇଁ ଯେଉଁ କାରଣ ସବୁ ମୁଖ୍ୟ ତା ମଧ୍ୟରୁ ୧୮୦୩-୦୪ ରାଜାଙ୍କ ବିଦ୍ରୋହକଥା ବାଦ୍ ଦେଲେ ପାଇକ ବିଦ୍ରୋହର ସମ୍ପୂର୍ଣ୍ଣ କାରଣମାନ ଜାଣି ହେବ ନାହିଁ । ତେଣୁ ରାଜାଙ୍କ ବିଦ୍ରୋହର କାରଣ ଓ ବିଦ୍ରୋହର ରୂପରେଖ ପୂର୍ବାପର ସଂଗତି ସହିତ ଏଠାରେ ଉଲ୍ଲେଖ କଲେ ଅପ୍ରାସଂଗ୍ରୀକ ହେବ ନାହିଁ ।

 

(୧)

Through the British had become supreme in India after the Daulat Rao Sinde and Yesovant Rao Holkar still possessed a considerable army. The Bhonsls had become negligible but the Peshwa was still a power both moral and physical solely for the reason. Mayaurbhanja, the most powerful state of Orissa by J.D. banerji p.278)

(୨)

The two notable worthy political events in the History of Puri District since it passed into our hands together with the rest of Odisha in 1803, are the rebellion of the Maharaja of Khurda in 1804, and the rising of the Paiks or Peasent militia in 1817-18, (Statistical Account of Bengal Vol..XIX Puri. Tri. States of Orissa W.W Hunter.Trubner & co., London, 1877 Edition.)

***

 

Unknown

ଖୋରଧାର ରାଜବଂଶ ଓ ଖୋରଧା ଗଡ଼

 

୧୫୬୮ ଉତ୍କଳର ଶେଷ ସ୍ୱାଧିନ ଗଜପତି ରାଜା ମୁକୁନ୍ଦ ଦେବଙ୍କ ମୃତ୍ୟୁ ପରେ ଦେଶରେ ଅରାଜକତା ସୃଷ୍ଟି ହେଲା । ଉତ୍ତରଆଡ଼ୁ ବଙ୍ଗ ସୁଲତାନ ଓ ଦକ୍ଷିଣଆଡ଼ୁ ଗୋଲକୁଣ୍ଡା ସୁଲତାନଙ୍କ ପ୍ରବଳ ପରାକ୍ରାନ୍ତ ମୁସଲମାନ ବାହିନୀ ଓଡ଼ିଶାକୁ ମାଡ଼ି ଆସିଲେ । ଦୀର୍ଘ ୩୬୦ବର୍ଷ ଧରି ଉତ୍ତରରେ ବଙ୍ଗଳା ଓ ଦକ୍ଷିଣରେ ଆନ୍ଧ୍ର ବାହିନୀକୁ ବାରମ୍ବାର ପରାସ୍ତ କରିଥିବା ଓଡ଼ିଆ ବାହିନୀର ପରାଜୟ ଓ ନିଜ ଦେଶରେ ଅନ୍ତର୍ବିବାଦ ସୁଯୋଗ ନେଇ ଇସଲାମୀ ସେନା ଉଭୟଆଡ଼ୁ ଉତ୍କଳ ଉପରେ ଭୀଷଣ ଦମନଲୀଳା ଚଲାଇଲେ । ଏଇ ଆଘାତରେ ଓଡ଼ିଆ ଜାତି ମ୍ରିୟମାଣ ହୋଇ ପଡ଼ିଥିବା ବେଳେ ଭୋଇବଂଶୀୟ ଜନୈକ ପ୍ରଧାନ ସେନାପତି, ଦକ୍ଷିଣରେ ବହୁ ଯୁଦ୍ଧର ବିଜେତା ଏବଂ ପ୍ରାୟ ୨୫ ବର୍ଷ କାଳ ଓଡ଼ିଶା ଶାସନର ପ୍ରଧାନ କର୍ଣ୍ଣଧାର (୧୫୩୪-୧୫୫୯) ଜନାର୍ଦ୍ଦନ ବିଦ୍ୟାଧରଙ୍କ ପୁଅ ରାମଚନ୍ଦ୍ର ଦେବ ବାରବାଟି ଦୁର୍ଗର ପୁନରୁଦ୍ଧାର ଆଶା ନ ଦେଖି କଟକ ଓ ପୁରୀର କେନ୍ଦ୍ରସ୍ଥଳ ବରୁଣେଇ ପର୍ବତର ପାଦ ଦେଶରେ ଖୋରଧା ଠାରେ ଏକ ଦୁର୍ଗ ନିର୍ମାଣ କରି (୧୫୭୨) ଚତୁର୍ଦ୍ଦିଗରେ ରାଜ୍ୟ ବିସ୍ତାର କରିବାକୁ ଲାଗିଲେ । ଏହାଙ୍କର ପିତା ଉତ୍କଳ ଗଜପତିଙ୍କର ମନ୍ତ୍ରୀ ଥିଲେ । ରାମଚନ୍ଦ୍ରଦେବ ନିଜକୁ ଉତ୍କଳର ସ୍ୱାଧିନ ନରପତି ଭାବେ ଘୋଷଣା କରି ରାଜତ୍ୱ କଲେ ଏବଂ ତାଙ୍କ ପ୍ରତିଷ୍ଠିତ ରାଜବଂଶ ନାମରେ ପରିଚିତ ହେଲା ।

 

ରାମଚନ୍ଦ୍ର ଦେବ ନିଜର କ୍ଷମତା ଦୃଢ଼ କରି ପ୍ରାୟ ୩ବର୍ଷ ପରେ (୧୫୭୫ ଖ୍ରୀଷ୍ଟାବ୍ଦରେ) ପୁରୁଷୋତ୍ତମ କ୍ଷେତ୍ରକୁ ଆଫଗାନ ସୈନ୍ୟମାନଙ୍କ ହସ୍ତରୁ ଉଦ୍ଧାର ପୂର୍ବକ ସେଠାରେ ବିଶାଳ ଶ୍ରୀ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ମୂର୍ତ୍ତିତ୍ରୟ ପୁନର୍ବାର ବିଜୟୋଲ୍ଲାସରେ ପ୍ରତିଷ୍ଠା କରିଥିଲେ-। ଶ୍ରୀ ମନ୍ଦିରରେ ଜଗନ୍ନାଥ ଦେବଙ୍କ ପୁନଃ ପ୍ରତିଷ୍ଠା ଫଳରେ ଯୁଦ୍ଧକ୍ଳାନ୍ତ, ଭୀତତ୍ରସ୍ତ, ଅବସନ୍ନ ଓଡ଼ିଆ ଜାତିର ହୃଦୟରେ ପୁନର୍ବାର ନବୀନ ଉତ୍ସାହ, ନବ ଉତ୍ତେଜନା ଓ ନବ ପ୍ରାଣତା ଜାଗ୍ରତ ହେଲା । ଧର୍ମପ୍ରାଣ ହିନ୍ଦୁ ସମାଜ ବିଜୟ ଉଲ୍ଲାସରେ ମାତି ଉଠିଲା । ଏହି ମହତ କାର୍ଯ୍ୟ ଯୋଗୁଁ ଗଜପତି ରାମଚନ୍ଦ୍ର ଦେବଙ୍କ ଯଚିଃ ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ହେଲା । ଜାତିର ସାହାଯ୍ୟ ଓ ସମର୍ଥନରେ ବିଶେଷ ଉତ୍ସାହିତ ହୋଇ ରାମଚନ୍ଦ୍ର ଦେବ ଅତି ଅଳ୍ପକାଳ ମଧ୍ୟରେ କାଠଯୋଡ଼ି ନଦୀଠାରୁ ଦକ୍ଷିଣରେ ମହେନ୍ଦ୍ରମାଳ ପର୍ଯ୍ୟନ୍ତ, ଉତ୍ତରରେ କେନ୍ଦୁଝର ସୀମାଠାରୁ ପଶ୍ଚିମରେ ବୌଦ ସୀମା ପର୍ଯ୍ୟନ୍ତ ବିସ୍ତୃତ ଭୂ-ଖଣ୍ଡ ଅଧିକାର କରିନେଲେ । ଏହିଦିନୁ କଟକ, ବାଲେଶ୍ୱର ଓ ମେଦିନୀପୁର ଅଞ୍ଚଳ ପ୍ରଥମେ ଆଫଗାନ ଓ ପରେ ମୋଗଲ ଶାସନାଧୀନ ହୋଇ ମୋଗଲ ବନ୍ଦୀ ନାମରେ ପରିଚିତ ହେଲା ଏବଂ ଗୋଦାବରୀ ନଦୀ ଓ ଇଚ୍ଛାପୁର ମଧ୍ୟବର୍ତ୍ତୀ-ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ଗୋଲକୁଣ୍ଡା ସୁଲତାନଙ୍କ ଅଧୀନସ୍ଥ ହେଲା ।

 

ରାମଚନ୍ଦ୍ର ଦେବଙ୍କ କ୍ଷମତା ବୃଦ୍ଧିରେ ଆତଙ୍କିତ ହୋଇ ପ୍ରଥମେ ଗୋଲକୁଣ୍ଡା ସୁଲତାନ ଖୋରଧା ରାଜ୍ୟ ଆକ୍ରମଣ କରି (୧୫୮୯) ପରାସ୍ତ ହୋଇଥିଲେ । ଏହାପରେ ଆଫଗାନ ବିଜୟୀ ପ୍ରସିଦ୍ଧ ମୋଗଲ ସେନାପତି ମାନସିଂହ ରାମଚନ୍ଦ୍ର ଦେବଙ୍କ କ୍ଷମତା ଧ୍ୱସଂ କରିବା ପାଇଁ ପିପିଲିଠାରୁ ଖୋରଧା ରାଜ୍ୟକୁ ପ୍ରବଳ ଭାବେ ଆକ୍ରମଣ କରିଥିଲେ (୧୫୯୨) । କିନ୍ତୁ ଖୋରଧା ନିକଟରେ ମୋଗଲ ବାହିନୀ ସମ୍ପୂର୍ଣ୍ଣ ପରାସ୍ତ ହେବାରୁ ବାଦସାହା ଆକବରଙ୍କ ନିର୍ଦ୍ଦେଶରେ ମାନସିଂହ ଯୁଦ୍ଧରୁ ନିବୃତ୍ତ ହୋଇ ରାମଚନ୍ଦ୍ର ଦେବଙ୍କୁ ଖୋରଧା ରାଜା ରୂପେ ସ୍ୱୀକାର କରିଥିଲେ । ଏହା ଓଡ଼ିଶା ଇତିହାସରେ ଏକ ସ୍ମରଣୀୟ ଘଟଣା । ଏହି ସମୟରୁ ୧୭୫୧ରେ ମୋଗଲବନ୍ଦୀ ମରହଟ୍ଟା ଅଧିକାର ଭୁକ୍ତ ହେବା ପର୍ଯ୍ୟନ୍ତ ଖୋରଧା ରାଜ୍ୟକୁ କଟକର ମୋଗଲ ସୁବାଦାରମାନେ ଅନ୍ୟୁନ ୩୦ଥର ଆକ୍ରମଣ କରି ବହୁ ଦୁର୍ଗ ଓ ଗ୍ରାମ ଧ୍ୱଂସ କରିଥିଲେ ମଧ୍ୟ ଏବଂ ପ୍ରତ୍ୟେକ ଆକ୍ରମଣ ସମୟରେ ଓଡ଼ିଶାର ପ୍ରଭୁ ଶ୍ରୀଜଗନ୍ନାଥ ବାରମ୍ବାର ସ୍ଥାନାନ୍ତରିତ ହୋଇଥିଲେ ସୁଦ୍ଧା ଖୋରଧା ରାଜ୍ୟର କ୍ଷମତା ଓ ପ୍ରତିପତ୍ତି ପ୍ରାୟ ଅକ୍ଷୂର୍ଣ୍ଣ ଥିଲା । ୧୫୬୮ ପୂର୍ବରୁ ଥିବା ବିଶାଳ ଉତ୍କଳ ସାମ୍ରାଜ୍ୟର ଏକ କ୍ଷୁଦ୍ର ଅଂଶର ଅଧିକାରୀ ହୋଇଥିଲେ ହେଁ ଖୋରଧାର ଭୋଇବଂଶୀୟ ରାଜାମାନେ ‘ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି-କର୍ଣ୍ଣାଟ-କଳବର୍ଗେଶ୍ୱର ବୀରାଧିବୀରବର ପ୍ରତାପୀ’ ସୂର୍ଯ୍ୟବଂଶୀ ସମ୍ରାଟଙ୍କ ଦାୟାଦ ଏବଂ ହିନ୍ଦୁ ଜଗତର ଏକ ପ୍ରଧାନ ଆରାଧ୍ୟ ଦେବତା ଜଗନ୍ନାଥ ଦେବଙ୍କ ରକ୍ଷକ ହୋଇଥିବାରୁ ସମଗ୍ର ହିନ୍ଦୁ ସମାଜରେ ଜଗନ୍ନାଥଙ୍କ ‘ଚଳନ୍ତି ପ୍ରତିମା ଓ ‘ଲକ୍ଷେ ରାଜାଙ୍କ ମଉଡ଼ମଣି’ ରୂପେ ବିବେଚିତ ହେଉଥିଲେ । ସାରା ଭାରତରେ ମୋଗଲ ଯୁଗରେ ଧର୍ମପୀଠ ହିସାବରେ ପୁରୁଷୋତ୍ତମ କ୍ଷେତ୍ର ବା ପୁରୀର ପ୍ରାଧାନ୍ୟ ଥିଲା ଅପ୍ରତିହତ ଓ ଅଦ୍ୱିତୀୟ । ଏହି ପୀଠର ଅଧିକାରୀ ଥିବାରୁ ଖୋରଧା ରାଜାମାନେ ଗୁଣୀ ଓ ପଣ୍ଡିତ ସମାଜରେ ବିଶେଷ ଆଦୃତ ଓ ସମ୍ମାନିତ ହେଉଥିଲେ । ଖୋରଧା ରାଜାଙ୍କ ଅଙ୍କ ମେଦିନୀପୁର ଜିଲ୍ଲା ଉତ୍ତର ସୀମାରୁ ଜୟପୁର ରାଜ୍ୟର ଦକ୍ଷିଣ ସୀମା ଓ ପଶ୍ଚିମରେ ସମ୍ୱଲପୁର, ରାୟଗଡ଼, ଖଡ଼ିଆଳ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳରେ ବ୍ୟବହାର ହେଉଥିଲା । ମେଦିନୀପୁର ଜିଲ୍ଲାର ରାମଚନ୍ଦ୍ର ଦେବଙ୍କ ରାଜତ୍ୱର ୪୭ ଅଙ୍କରେ ଓ ତାଙ୍କ ପୁତ୍ର ପୁରୁଷୋତ୍ତମ ଦେବଙ୍କ ୧୧ ଅଙ୍କରେ ଲିଖିତ ଶିଳାଲିପିଗୁଡ଼ିକ ଏବେ ମଧ୍ୟ କେସିଆଗଡ଼ଠାରେ ଦେଖାଯାଏ । ବାଲେଶ୍ୱର ଜିଲ୍ଲାର ଶ୍ରୀ ଜଙ୍ଗଠାରେ ରାମଚନ୍ଦ୍ର ଦେବଙ୍କ ୩୪ ଅଙ୍କ ଓ ୩୮ ଅଙ୍କ ଲିଖିତ ଦୁଇଟି ଶିଳାଲିପି ମିଳିଛି । ମୟୂରଭଞ୍ଜ ଜିଲ୍ଲାରୁ ରାମଚନ୍ଦ୍ର ଦେବଙ୍କ ୨୪ ଅଙ୍କର ଗୋଟିଏ ଶିଳାଲିପି ମିଳିଛି ଗଞ୍ଜାମ ଓ ଜୟପୁର ଅଞ୍ଚଳରୁ ଭୋଇବଂଶୀୟ ଅଙ୍କ ଥିବା ଶହ ଶହ ତମ୍ବାପଟା ମିଳିଛି । ଅନୁସନ୍ଧାନ କଲେ ଆଉ ଶହ ଶହ ଲେଖା ମଧ୍ୟ ମିଳିପାରିବ । (୧) ଖୋରଧା ରାଜାଙ୍କ ଅଙ୍କ ଗଣନା ମୋଗଲ ଯୁଗରେ ଛିନ୍ନ ବିଛିନ୍ନ ଓଡ଼ିଆ ଜାତିକୁ ଏକତା ସୂତ୍ରରେ ଆବଦ୍ଧ କରିଥିଲେ ।

 

(୧)

କେଦାରନାଥ ମହାପାତ୍ରଙ୍କ ପ୍ରବନ୍ଧ – ସମାଜ ତା ୧୧/୧୦/୫୮

 

ରାଜନୈତିକ ଦୃଷ୍ଟିରୁ ଓଡ଼ିଶା ମୋଗଲ ଶାସନାଧୀନ ହୋଇଥିଲେ ମଧ୍ୟ ଓଡ଼ିଶା ସମାଜ ଧର୍ମ, ସାହିତ୍ୟ ଓ ସଭ୍ୟତାକୁ ନିୟନ୍ତ୍ରଣ କରୁଥିଲେ । ଭୋଇବଂଶୀୟ ଗଜପତି ଓ ତାଙ୍କର ପାତ୍ରମନ୍ତ୍ରୀ ଓ ରାଜଗୁରୁଗଣ । ମରହଟ୍ଟା ରାଜତ୍ୱ କାଳରେ (୧୭୫୧-୧୮୦୩) ଖୋରଧା ରାଜ୍ୟ ଅଠର ଗଡ଼ଜାତ ଉପରେ ଆଧିପତ୍ୟ ହରାଇଥିଲେ ମଧ୍ୟ ପ୍ରଭାବ ଓ ପ୍ରତିପତ୍ତି ପୂର୍ବପରି ଅକ୍ଷୁନ୍ନ ଥିଲା ।

 

ହିନ୍ଦୁ ରାଜାମାନଙ୍କ ସମୟରେ ଯେଉଁ ପ୍ରକାର ଶାସନ ପଦ୍ଧତିର ପ୍ରଚଳନ ଥିଲା ତାହା ମୋଗଲ ରାଜତ୍ୱ ବେଳେ ପ୍ରାୟ ସେହିପରି ରହିଥିଲା । କେବଳ କେତେକ ପଦବୀର ପରିବର୍ତ୍ତନ ମାତ୍ର ହୋଇଥିଲା । କିନ୍ତୁ ମରହଟ୍ଟା ରାଜତ୍ୱ ସମୟରେ ତାହାର ବହୁ ପରିବର୍ତ୍ତନ ହେଲା ।

 

‘ଗଜପତି ରାଜାମାନଙ୍କର ରାଜ୍ୟ ଯେପରି ଦେଶ ଓ ସାମନ୍ତ ରାଜ୍ୟ ଏହି ଦୁଇଭାଗରେ ବିଭକ୍ତ ଥିଲା, ମୋଗଲ ରାଜତ୍ୱରେ ତୋଡ଼ରମଲ୍ଲଙ୍କ ଶାସନରେ ସେଇ ଦୁଇ ବିଭାଗ ମୋଗଲ ବନ୍ଦୀ ଓ ଗଡ଼ଜାତ ନାମରେ ଅଖ୍ୟାତ ହେଲା । ମୋଗଲବନ୍ଦୀ ମଧ୍ୟରୁ ଖୋରଧା ରାଜାଙ୍କ ନିମନ୍ତେ ସମସ୍ତ ଖୋରଧା, ରାହାଙ୍ଗ, ଚବିଶ କୁଦ୍, ଗଡ଼ଜାତ ସିରେଇ ଓ ଲେମ୍ୱାଇ ମିଶି ୧୫୪୭ ବର୍ଗମାଇଲ ରାଜ୍ୟ ତୋଡ଼ରମଲ୍ଲ ଛାଡ଼ିଦେଇ ବାକୀ ମୋଗଲବନ୍ଦୀ ରାଜ୍ୟ ପୂର୍ବକାଳର ୩୧ ‘ଦଣ୍ଡପାଟ’ ବା ‘ଦେଶ’ ପରିବର୍ତ୍ତରେ ୫ ‘ସରକାର’ରେ ବିଭକ୍ତ ହୋଇଥିଲା । ‘ଦେଶପତି’ ବା ‘ଦେଶ ପଣ୍ଡା’ ସ୍ଥଳରେ ସରକାର ଶାସନକର୍ତ୍ତାଙ୍କ ନାମ ‘ଫୌଜିଦାର’ ରହିଲା । ଶେଷ ଗଜପତି ମୁକୁନ୍ଦ ଦେବଙ୍କ ଅଧୀନରେ ଯେଉଁ ଦେଶପଣ୍ଡାମାନେ ଥିଲେ, ପ୍ରାୟ ସେହିମାନେ ହିଁ ଫୌଜିଦାର ରହିଲେ । ଫୌଜିଦାରମାନେ ସାଧାରଣ ଶାସନ, ସୈନ୍ୟବିଭାଗ ଏବଂ ଶାନ୍ତିରକ୍ଷା ଓ ପୁଲିସ କାର୍ଯ୍ୟ ନିମନ୍ତେ ଦାୟୀ ଥିଲେ । ପୂର୍ବେ ଯେପରି ଦେଶ କେତେଗୁଡ଼ିଏ ବିଶି ବା ଖଣ୍ଡରେ ବିଭକ୍ତ ଥିଲା, ସରକାରଗୁଡ଼ିକ ସେହିପରି କେତେକଗୁଡ଼ିଏ ‘ପ୍ରଗନ୍ନା’ରେ ବିଭକ୍ତ ହେଲା । ‘ବିଶି’ର ‘ବିଶୟୀ’ ବା ଖଣ୍ଡପତିମାନେ ‘ଚୌଧୁରୀ’ନାମରେ ପରିଚିତ ହେଲେ । ବିଶିର ଭୋଇମୂଳଙ୍କ ନାମ ହେଲା ‘କାନୁନଗୋ ଊଇଲାୟତି’ । ପ୍ରଗନ୍ନାମାନ କେତେଗୁଡ଼ିଏ ତାଲୁକରେ ବିଭକ୍ତ ହେଲା ଏବଂ ତାହା ଜଣେ ଜଣେ ‘ତାଲୁକ-ଦାର’ଙ୍କ ଅଧୀନରେ ରହିଲା । ତାଲୁକ ମଧ୍ୟରେ ରହିଲା ଗ୍ରାମ । ଗ୍ରାମ ବା ଜନ-ପଦର ନାମ ରହିଲା ‘ମୌଜା’ଏବଂ ଗ୍ରାମପତି ବା ପ୍ରଧାନ ‘ମକଦ୍ଦମ’ ସଂଜ୍ଞା ପାଇଲେ । ଗ୍ରାମର ଭୋଇଙ୍କୁ ‘କାନୁନ ଗୋ’ କୁହାଗଲା । ପାଇକମାନେ ସାଧାରଣତଃ ‘କଟୁଆଳ’ ନାମରେ ପରିଚିତ ହେଲେ । ମୋଟ ଉପରେ ପାଇକ ବିଶି ଓ ଗ୍ରାମ ମଧ୍ୟରେ କେବଳ ତାଲୁକ ସୃଷ୍ଟି ଛଡ଼ା ରାଜା ତୋଡ଼ରମଲ୍ଲ ତଥା ମୋଗଲମାନେ ଶାସନର ଅନ୍ୟକୌଣସି ପରିବର୍ତ୍ତନ କରି ନ ଥିଲେ । ଦେଶ ଶାସନ ଆବହମାନ କାଳରୁ ଉତ୍କଳରେ ଯେଉଁ ପ୍ରଣାଳୀରେ ଚାଲୁଥିଲା, ରାଜତ୍ୱରେ ପ୍ରାୟ ସେହିପରି ଚାଲିଲା । ବିଭାଗ ଓ କର୍ମଚାରୀମାନଙ୍କ ନାମରେ ମାତ୍ର ପରିବର୍ତ୍ତନ ହୋଇଥିଲା । (୧)

 

ଗଡ଼ଜାତ ଶାସନରେ ମଧ୍ୟ ବିଶେଷ କିଛି ପରିବର୍ତ୍ତନ କରାଯାଇ ନ ଥିଲା । ଯେଉଁ ଖଣ୍ଡାୟତମାନେ ଗୋଟିଏ ଗଡ଼ର ଅଧ୍ୟକ୍ଷ ଥଲେ, ସେମାନେ ‘କିଲାଦାର’ ଏବଂ ସେମାନଙ୍କର ଗଡ଼ ଓ ରାଜ୍ୟ ‘କିଲା’ ନାମରେ କଥିତ ହେଲା । ଗଡ଼ଜାତ ରାଜାମାନେ ସାମନ୍ତରାଜା ବା ‘ଭୂଇଁୟା, ନାମରେ ପୂର୍ବେ କଥିତ ହେଉଥିଲେ । ମୋଗଲମାନେ ସେମାନଙ୍କୁ ଜମିଦାରର ଆଖ୍ୟା ଦେଲେ ଏବଂ ପ୍ରଥମେ କେବଳ ଖୋରଧା, ଆଳି, ସାରଙ୍ଗଗଡ଼ ଏବଂ ଗଡ଼ଜାତ ରାଜାମାନେ ଜମିଦାର ଆଖ୍ୟା ପାଇଥିଲେ ।

 

ଏପରି ଶାସନ ବ୍ୟବସ୍ଥା ସତ୍ତ୍ୱେ ଖୋରଧା, ଆଳି, କୁଜଙ୍ଗ, କନିକା, ମୟୁରଭଞ୍ଜ ପ୍ରଭୃତିର ରାଜଦ୍ରୋହମାନ ଘଟିଥିଲା ଏବଂ ଓଡ଼ିଶାର ପାଇକ ଖଣ୍ଡାୟତମାନେ ମଧ୍ୟ ପୂର୍ବବର୍ତ୍ତୀ ଶାସନ ପରି ମୋଗଲ ଶାସନରେ ମୋଗଲ ସୈନ୍ୟଶ୍ରେଣୀଭୁକ୍ତ ରହିଥିଲେ ।

 

ସେତେବେଳେ ଓଡ଼ିଶାର ସୀମା ଥଲା ଉତ୍ତରରେ ସୁବର୍ଣ୍ଣରେଖା ନଦୀ ଓ ଦକ୍ଷିଣରେ ପୁରୀ ଜିଲ୍ଲାର ପୂବାର୍ଦ୍ଧ ମାତ୍ର । ଗଡ଼ଜାତ ରାଜ୍ୟମାନଙ୍କୁ ଛାଡ଼ି ବାକୀ ଯାହା ରହିଲା ସେହି ଅଞ୍ଚଳକୁ ମରହଟ୍ଟାମାନେ ପାଞ୍ଚଟି ‘ଚକଲା’ରେ ବିଭକ୍ତ କଲେ । (୧) ପିପିଲି, (୧) କଟକ, (୩) ଭଦ୍ରକ, (୪) ସୋରୋ, (୫) ବାଲେଶ୍ୱର । ପ୍ରତ୍ୟେକ ଚକଲା ପ୍ରାୟ ୧୫୦ଟି ପ୍ରଗନ୍ନାରେ ବିଭକ୍ତ ଥିଲା । ଏ ପ୍ରଗନ୍ନାମାନ ୩୨ ଜଣ ମାତ୍ର ‘ଆମିଲ’ଙ୍କ ଦାୟୀତ୍ଵରେ ଥିଲା । ଦେୱାନୀ ଓ ଫୌଜଦାରୀ ସମସ୍ତ ଭାର ସେହି ‘ଆମିଲ’ ମାନଙ୍କ ଉପରେ ନ୍ୟସ୍ତଥିଲା । ଚକଲାମାନେ ଜଣେ ଜଣେ ଫୌଜିଦାରଙ୍କ ଶାସନରେ ଥିଲା । ସେମାନେ ସାଧାରଣ ଶାସନ ପାଇଁ ଦାୟୀ ରହୁଥିଲେ ।

 

(୧)

ଉତ୍କଲ ଇତିହାସ – କୃପାସିନ୍ଧୁ ।

 

ଆମିଲମାନେ ବେତନଭୋଗୀ ନ ଥିଲେ । ସେମାନେ ସଂଗୃହିତ ରାଜସ୍ୱର କିଛି ଅଂଶ ପାଉଥିଲେ । ଏହାଛଡ଼ା ‘ନାନ୍‍କାର’ ବୋଲି ନିଷ୍କର ଜାଗଗିରି ମଧ୍ୟ ଭୋଗ କରୁଥିଲେ । ଆମିଲମାନଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ଜଣେ କାନୁନଗୋ ଥିଲେ । ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତ୍ୟେକ ପ୍ରଗନ୍ନାରେ କେତେ ଜଣ ଲେଖାଏ ଗୁମାସ୍ଥା ଥିଲେ । ପ୍ରତ୍ୟେକ ପ୍ରଗନ୍ନା ରାଜସ୍ୱ ସଂକ୍ରାନ୍ତ କର୍ମଚାରୀମାନଙ୍କ ନାମାନୁସାରେ ତାଲୁକ ଚୌଧୁରୀ, ତାଲୁକ କାନୁନଗୋ, ତାଲୁକ ମକଦ୍ଦମୀ ପ୍ରଭୁତ୍ତି ଭାଗରେ ବିଭକ୍ତ ଥିଲା । (୧)

 

ମୋଗଲ ରାଜତ୍ୱ ସମୟରେ ଯେଉଁ ଜମିଦାର ସବୁ ସୃଷ୍ଟି ହୋଇଥିଲେ ସେମାନଙ୍କ ସଂଖ୍ୟା ମରହଟ୍ଟା ରାଜତ୍ୱରେ ବଢ଼ିବାକୁ ଲାଗିଲା ଏବଂ ମୋଗଲ ରାଜତ୍ୱରେ ପ୍ରଜା ଓ ରାଜପୁରୁଷମାନଙ୍କ ମଧ୍ୟରେ ଯେଉଁମାନେ ମଧ୍ୟ-ସତ୍ୱାଧିକାରୀ ବା ମଧ୍ୟବର୍ତ୍ତୀ କର୍ମଚାରୀ ଥିଲେ, ମରହଟ୍ଟା ଶାସନରେ ସେମାନେ ସତ୍ତ୍ୱବିହୀନ ହୋଇଥିଲେ ।

 

ମରହଟ୍ଟା ରାଜତ୍ୱ ସମୟରେ ଖୋରଧା ରାଜାଙ୍କଠାରୁ ମରହଟ୍ଟାମାନେ ଯୁଦ୍ଧ ବ୍ୟୟ ନିମନ୍ତେ ରାହାଙ୍ଗ, ସିରେଇ, ଚବିଶକୁଦ ଏବଂ ଲେମ୍ୱାଇ ପ୍ରଗନ୍ନାମାନ ଆପଣା ଅଧିକାରରେ ନେଇଥିଲେ । ସେହି ପ୍ରଗନ୍ନାମାନ ରାଜସ୍ୱ କେତେ ଅଂଶ ଜଗନ୍ନାଥଙ୍କ ସେବା ନିମନ୍ତେ ଖଞ୍ଜିଥିଲେ । ପୂର୍ବେ ଭୋଇବଂଶୀୟ ରାଜାମାନେ ବିଶେଷତଃ ରାହାଙ୍ଗ ପ୍ରଗନ୍ନାରେ ବ୍ରାହ୍ଣଣମାନଙ୍କୁ ବହୁ ଶାସନ ଦାନ କରିଥିଲେ । ମାତ୍ର ବ୍ରାହ୍ଣଣମାନେ ଦାନ ଗ୍ରହଣରେ ଅସ୍ୱୀକୃତ ହେବାରୁ, ଦାନ ଜମି ନିମନ୍ତେ କର ନେବା ପାଇଁ ରାଜାଙ୍କୁ ବାଧ୍ୟ କଲେ । ଦତ୍ତ ଗ୍ରାମରୁ ଗ୍ରହଣ କରିବା ପାପ ମନେକରି ରାଜା ବ୍ରାହ୍ଣଣଙ୍କ ଦାନ ଜମିରେ ସାମାନ୍ୟ ମାତ୍ର କର ଚିରସ୍ଥାୟୀ ଭାବରେ ଧାର୍ଯ୍ୟ କରି ସନନ୍ଦ ଦେଇଥିଲେ ଏବଂ ନିଜେ ତାହା ଗ୍ରହଣ ନ କରି ଜଗନ୍ନାଥଙ୍କ ସେବା ପୂଜାରେ ବ୍ୟୟ କରୁଥିଲେ । ଏହି ରାଜସ୍ୱର ନାମ ‘ସତାଇଶ ହଜାରୀ’ ଜମା । କାରଣ ପ୍ରଥମେ ଏହା ସତାଇଶ ହଜାର ଟଙ୍କା ଥିଲା । ମରଟ୍ଟାମାନେ ସେହି ପ୍ରଗନ୍ନାମାନ ନିଜ ଅଧିକାରରେ ନେବାରୁ ସତେଇଶ ହଜାରୀ ଜମା ଜଗନ୍ନାଥଙ୍କ ନିମନ୍ତେ ବ୍ୟୟ କରୁଥିଲେ ଏବଂ ଏହା ଉପରେ ଅଧିକ ବ୍ୟୟ ମଧ୍ୟ ରାଜକୋଷରୁ ଚଳାଉଥିଲେ । ଜଗନ୍ନାଥ ଯାତ୍ରୀଙ୍କ ଠାରୁ ମରହଟ୍ଟାମାନେ ପ୍ରାୟ ୯ ଲକ୍ଷ ଟଙ୍କା ବାର୍ଷିକ ଆଦାୟ କରି ରାଜକୋଷକୁ ନେଉଥିଲେ ।

 

(୧)

ଓଡ଼ିଶା ଇତିହାସ –ଡଃ ମହତାବ

 

ଏସବୁ ସତ୍ତ୍ୱେ ମରହଟ୍ଟା ଶାସନ ଘୋର ବ୍ୟଭିଚାରରେ ପୂର୍ଣ୍ଣ ଥିଲା । ଚୋର, ଡକାୟତ ଦେଶରେ ପ୍ରବଳ ହୋଇଥିଲେ । ମରହଟ୍ଟା ସୈନ୍ୟମାନେ ଲୁଣ୍ଠନ ଦ୍ୱାରା ପୋଷି ହୋବାକୁ ମରହଟ୍ଟାମାନେ ଛାଡ଼ିଦେଇଥିଲେ । ଅଳ୍ପକାଳ ମଧ୍ୟରେ ସେମାନେ ଓଡ଼ିଶାରୁ ଯେତେ ପାରୁଥିଲେ ତେତେ ଅର୍ଥ ବୋହି ନେବାରେ ଲାଗୁଥିଲେ । ଏପରିକି ଖୋରଧା ରାଜାଙ୍କଠାରୁ ସୁବାଦାରମାନେ ବାର୍ଷିକ ୧୩ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଶୋଷଣ କରୁଥିଲେ । ଅନ୍ୟାନ୍ୟ କ୍ଷୁଦ୍ର ରାଜା ଓ ଜମିଦାରମାନଙ୍କଠାରୁ ମଧ୍ୟ ସେହିପରି ଶୋଷଣ କରାଯାଉଥିଲା । ଫଳରେ ଓଡ଼ିଶାର ଯୁଦ୍ଧପ୍ରିୟ ପାଇକମାନେ ବେଳେ ବେଳେ ବିଦ୍ରୋହୀ ହୋଇ ରାଜସ୍ୱ ବନ୍ଦ କରି ଦେଉଥିଲେ ଏବଂ ମରହଟ୍ଟା ସୈନ୍ୟମାନେ କେତେବେଳେ ସେମାନଙ୍କୁ ପରାସ୍ତ କରି ଏବଂ କେତେବେଳେ ନିଜେ ପରାସ୍ତ ହୋଇ ଅନବରତ ଯୁଦ୍ଧରେ ଲାଗିଥିଲେ ।

 

ରାଜସ୍ୱ ଆଦାୟକାରୀମାନେ ପ୍ରଜାମାନଙ୍କୁ ବିଶେଷ ଯନ୍ତ୍ରଣା ଦେଇ କର ଆଦାୟ କରୁଥିଲେ । ମରହଟ୍ଟା ସୈନ୍ୟମାନଙ୍କର ଅତ୍ୟାଚାର ମଧ୍ୟ ବିଶେଷ ଭୟଙ୍କର ଥିଲା । ସେମାନଙ୍କୁ ‘ବର୍ଗୀ’ କୁହାଯାଉଥିଲା । ‘ବର୍ଗୀ’ମାନଙ୍କ ଭୟରେ ଲୋକେ ତ୍ରସ୍ତ ହେଉଥିଲେ । ସେମାନଙ୍କ ଭୟରେ ସେମାନେ ଖାଉ ନଥିଲେ, ଭଲ ପିନ୍ଧୁ ନ ଥିଲେ, କି ଭଲ କରି ରହୁ ନ ଥଲେ । ବର୍ଗୀଙ୍କ ଭୟରେ ଲୋକେ ଗ୍ରାମ ଛାଡ଼ି ବନ ପର୍ବତରେ ଆଶ୍ରୟ ଖୋଜୁଥିଲେ । (୧)

 

(୧)

ପ୍ରାଚୀନ ଉତ୍କଳ- ଜଗବଂଧୁ ସିଂହ

 

ଦକ୍ଷିଣରେ ଇଂରଜମାନେ ୧୭୬୦ରେ ଓଣ୍ଡିଉଆସ ଯୁଦ୍ଧରେ ଫରାସୀ ଶକ୍ତିକୁ ଧ୍ୱଂସ କରି ହାଇଦ୍ରାବାଦ ନିଜାମଙ୍କଠାରୁ ୧୭୬୫ ରେ ଗୋଦାବରୀ ଓ ଚିଲିକା ମଧ୍ୟବର୍ତ୍ତୀ ଅଞ୍ଚଳ ଅଧିକାର କରିନେଲେ । ସେହି ସମୟଠାରୁ ଖୋରଧା ରାଜ୍ୟର ଦକ୍ଷିଣ ସୀମାରେ ଇଂରେଜ କମ୍ପାନୀ ନିଜ ଶକ୍ତି ଦୃଢ଼ୀଭୂତ କରିବା ପାଇଁ ଋୁଷିକୁଲ୍ୟା ମୁହାଣ ନିକଟବର୍ତ୍ତୀ ଗଞ୍ଜାଠାରେ ଦଳେ ସୈନ୍ୟ ରଖିଲେ-। ଭବିଷ୍ୟତରେ ଖୋରଧା ରାଜ୍ୟ ଦଖଲ କରିବା ଅଭିସନ୍ଧି କମ୍ପାନୀ ସରକାରଙ୍କ ରହିଲା । ତେଣୁ ୧୮୦୩ରେ ମରହଟ୍ଟାମାନେ ଦେବଗ୍ରାମ ସନ୍ଧିରେ ଇଂରେଜମାନଙ୍କୁ ଓଡ଼ିଶା (କଟକ ଓ ବାଲେଶ୍ୱର ଜିଲ୍ଲା ଓ ପୁରୀ ସଦର ସବଡିଭିଜନର ଅଧିକାଂଶ) ଛାଡ଼ି ଦେବା ମାତ୍ରେ କମ୍ପାନୀର ସୈନ୍ୟମାନେ ଗଞ୍ଜାମଆଡ଼ୁ ମାଣିକପାଟଣା ବାଟେ ପୁରୀ ଅଧିକାର କଲେ । ତାପରେ ବାଲେଶ୍ୱର ଓ ବାରବାଟୀ ଦୁର୍ଗ ଦଖଲ କଥା ପୂର୍ବେ ବର୍ଣ୍ଣିତ ହୋଇଅଛି ।

 

ଇଂରେଜମାନଙ୍କର ଏହି ଦଖଲ ଖୋରଧା ରାଜା ମୁକୁନ୍ଦ ଦେବ ବିଚକ୍ଷଣ କୂଟନୀତିଜ୍ଞ ଇଂରେଜ କମ୍ପାନୀ ଅଭିସନ୍ଧି ବୁଝିପାରି ନ ଥିଲେ ।

 

ଖୋରଧା ରାଜବଂଶର ରାଜାମାନେ ପୂର୍ବରୁ ସେମାନଙ୍କର ଗୌରବ, ସ୍ୱାଧୀନ ରାଜତ୍ୱ ଓ ରାଜ୍ୟାଧିକାରରୁ ବଞ୍ଚିତ ହୋଇ ନ ଥିଲେ । ଇତିହାସରୁ ଜଣାଯାଏ ଯେ ରାଜା ରାମଚନ୍ଦ୍ର ଦେବ, ରାଜା ତୋଡ଼ର ମଲ୍ଲଙ୍କ ଦ୍ୱାରା ସ୍ୱାଧୀନ ରାଜା ରୂପେ ସ୍ୱୀକୃତ ହୋଇ ପରେ ପୁଣି ମାନସିଂହଙ୍କ ଦ୍ୱାରା ୧୨୯ କିଲାର ପ୍ରଭୁତ୍ୱ କରିଥିଲେ ଏବଂ ଆକବରଙ୍କ ଦରବାରରେ ଉଚ୍ଚ ସମ୍ମାନ ପାଇ ଅର୍ଦ୍ଧ ସ୍ୱାଧୀନରାଜା ରୂପେ ରାଜତ୍ୱ କରୁଥିଲେ । ଏହିପରି ଭାବେ ଭୋଇ ବଂଶର ଏକାଦଶ ରାଜା ବୀରକିଶୋର ଦେବଙ୍କ ପର୍ଯ୍ୟନ୍ତ ଖୋରଧା ରାଜାଙ୍କ ରାଜତ୍ୱ ଚାଲିଥିଲା ।

 

ବୀରକିଶୋର ଦେବ ରାଜା ହେବାର ଅଳ୍ପଦିନ ମଧ୍ୟରେ ମରହଟ୍ଟାମାନେ ଓଡ଼ିଶା ଅଧିକାର ପାଇଲେ ଏବଂ ଜଗନ୍ନାଥ ଓ ଭୋଇ ରାଜାମାନେ ବିଧର୍ମ୍ମୀ ଅତ୍ୟାଚାରରୁ ଏକପ୍ରକାର ମୁକ୍ତି ପାଇଲେ-। ବୀରକିଶୋର ଦେବଙ୍କ ରାଜତ୍ୱ କାଲରେ ଖେମଣ୍ଡି ରାଜା ନାରାୟଣ ଦେବ ୧୭୬୦ ଖ୍ରୀଷ୍ଟାବ୍ଦରେ ଖୋରଧା ଆକ୍ରମଣ କରିବାକୁ ମରହଟ୍ଟା ସୁବାଦାର ଶିବଭଟ୍ଟ ସମାନ୍ତରାୟ, ବୀରକିଶୋର ଦେବଙ୍କୁ ସାହାଯ୍ୟଦେଇ ନାରାୟଣଙ୍କୁ ତଡ଼ି ଦେଲେ । ମାତ୍ର ବୀରକିଶୋର ଦେବ ଶିବଭଟ୍ଟଙ୍କୁ ମରହଟ୍ଟା ସୈନ୍ୟବ୍ୟୟ ଚୁକ୍ତି ଅନୁସାରେ ଦେଇ ନ ପାରିବାରୁ ଟଙ୍କା ଆଦାୟ ଦେବା ପର୍ଯ୍ୟନ୍ତ ରାହାଙ୍ଗ, ଚବିଶ କୁଦ, ଲେମ୍ୱାଇ ଓ ସିରାଇ ପ୍ରଗନ୍ନାମାନ ମରହଟ୍ଟାମାନଙ୍କୁ ଦଖଲ ବନ୍ଧକ ସ୍ୱରୁପ ଦେଲେ ।

 

ବୀରକିଶୋର ଦେବ ଶେଷକାଳକୁ ପାଗଳ ହୋଇଗଲେ ଏବଂ ନିଜର ଚାରି ସନ୍ତାନଙ୍କୁ ମାରିଦେଲେ । ମରହଟ୍ଟା ସୁବାଦାର ରାଜା ରାମପଣ୍ଡିତ ତାହାକୁ ବନ୍ଦୀ କରି ତାଙ୍କର ନାତି ଦିବ୍ୟସିଂହ ଦେବଙ୍କୁ ବାର୍ଷିକ ୧୦ହଜାର ଟଙ୍କା କର ଦେବାର ସ୍ୱୀକାର କରାଇ ରାଜା କଲେ ଏବଂ ସେଥି ସଙ୍ଗେ ମଧ୍ୟ ବାଣପୁର, ଖୋରଧା ଓ ଲେମ୍ୱାଇ ତାହାଙ୍କ ଅଧିକାରରେ ଛାଡ଼ିଦେଲେ । ପରେ ଦିବ୍ୟସିଂହ ଦେବ ଏହି ଟଙ୍କା ଦେବାକୁ ଅସ୍ୱୀକାର କରିବାରୁ ରାଜାରାମ ବଳ ପ୍ରୟୋଗ କଲେ । ବହୁଦିନ ବ୍ୟାପି ଯୁଦ୍ଧରେ ବହୁ ଅର୍ଥ ବ୍ୟୟ ଓ ସୈନ୍ୟ କ୍ଷୟ କରି ରାଜାରାମ ବିଦ୍ରୋହ ଶାନ୍ତ କଲେ ଏବଂ କର ଆଦାୟର ସୁବ୍ୟବସ୍ଥା କଲେ ।

 

୧୭୯୮ ଖ୍ରୀଷ୍ଟାବ୍ଦରେ ଦିବ୍ୟସିଂହ ଦେବଙ୍କ ମୃତ୍ୟୁ ହେବାରୁ ତାହାଙ୍କ ପୁତ୍ର ଦ୍ୱିତୀୟ ମୁକୁନ୍ଦଦେବ ରାଜା ହେଲେ । ମୁକୁନ୍ଦ ଦେବ ଖୋରଧାର ଶେଷ ରାଜା । ଏହାଙ୍କ ରାଜତ୍ୱର ପଞ୍ଚମ ବର୍ଷରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । (୧)

 

ଇଂରେଜମାନେ ୧୮୦୩ରେ ଓଡ଼ିଶା ଅଧିକାର କଲାବେଳକୁ ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ୱଲସଲି ଓଡ଼ିଶାର ରାଜା ଓ ପ୍ରଜାଙ୍କ ମଧ୍ୟରେ ଯେଉଁ ଶାନ୍ତି ଶାସନ ଓ ଉଦାର ନୀତିର ଘୋଷଣା ପ୍ରଚାର କରିଥିଲେ ସେହିଥିରୁ ଅନ୍ତତଃ ମୁକୁନ୍ଦଦେବ ଆପଣା ବଂଶର ପୂର୍ବ ରାଜତ୍ୱ ଓ ମରହଟ୍ଟାମାନଙ୍କ ଦ୍ୱାରା ଅପହୃତ ପ୍ରଗନ୍ନାମାନ ଫେରି ପାଇବାର ଆଶା ପୋଷଣ କରିଥିଲେ । ମାତ୍ର ଇଂରେଜ ରାଜତ୍ୱ ପ୍ରତିଷ୍ଠା ପରେ ଲେଫଟଲାଣ୍ଟ କର୍ଣ୍ଣେଲ ହାରକୋଟ ଏବଂ ମିଃ ଜେ, ମେଲଭିଲ (କମିଶନର ଦ୍ୱୟ) ଓଡ଼ିଶାର ଶାସନଭାର ନେବା ପରେ ସେମାନେ ପୂର୍ବରୁ ଖୋରଧା ରାଜାଙ୍କଠାରୁ ମରହଟ୍ଟାମାନେ ନେଇଥିବା ରାହାଙ୍ଗ, ସିରାଇ, ଚବିଶକୁଦ ପ୍ରଭୃତି ପ୍ରଗନ୍ନାମାନ ଫେରାଇ ଦେବାକୁ ଅସ୍ୱୀକୃତ ହେଲେ । ତେଣୁ ରାଜା ମୁକୁନ୍ଦଦେବ ନିଜର ପୂର୍ବ ରାହାଙ୍ଗ, ଚବିଶ କୁଦ, ଲେମ୍ୱାଇ, ସିରେଇ ପ୍ରଭୃତି ଖାସ୍ ସରକାରୀ ପ୍ରଗନ୍ନାରୁ ଜୋର ଜବରଦସ୍ତ ଖଜଣା ଆଦାୟ କରିବାକୁ ଆରମ୍ଭ କଲେ । ମରହଟ୍ଟାମାନଙ୍କ ସହିତ ତାଙ୍କର ଯେଉଁ ସଂଘର୍ଷ ହେଉଥିଲା । ତାହା ଇଂରେଜ ରାଜତ୍ୱ ଅମଳକୁ ଗଡ଼ି ଆସିଲା ।

 

(୧)

ଉତ୍କଳ ଇତିହାସ – କୃପାସିନ୍ଧୁ ।

 

ଏହି ସଂଘର୍ଷର ଅୟମାରମ୍ଭ ହେଲା ପୁରୀ ନିକଟବର୍ତ୍ତୀ ବାଟଗାଁ ସମ୍ପର୍କରେ । ପୂର୍ବରୁ ବାଟଗାଁ ମୋଗଲବନ୍ଦୀ ପ୍ରଗନ୍ନାରେ ଥିଲା । ଓଡ଼ିଶା ସରକାର ସେଠାରୁ ଖଜଣା ଆଦାୟ କରୁଥିଲେ-। ମରହଟ୍ଟାମାନଙ୍କ ଅମଳରେ ରାଜକୋଷରେ ସେଇ ଗାଁର ଖଜଣା ଦାଖଲ ହେଉଥିଲା-। ଇଂରେଜମାନେ ଓଡ଼ିଶା ଦଖଲ କରିବା ଓ ଖୋରଧା ରାଜା ଇଂରେଜ ରାଜତ୍ୱର ଆନୁଗତ୍ୟ ବିନା ବାଧାରେ ସ୍ୱୀକାର କରିବାର ଏକ ବର୍ଷ ଭିତରେ ମୋଗଲବନ୍ଦୀ ଅଞ୍ଚଳରେ ଖୋରଧା ରାଜା ସଂଘର୍ଷ ଆରମ୍ଭ କରିଦେଲେ । ବାଟଗାଁରେ ୧୫ବର୍ଷ ହେଲା ସନନ୍ଦ ପାଇ ବାଲି ଜେନା ମକଦ୍ଦମ ଭାବରେ କାର୍ଯ୍ୟ କରୁଥିଲେ । ଖୋରଧା ରାଜା ଅଚ୍ୟୁତ ବାରିକଙ୍କୁ ପରୱାନା ଦେଇ ସେହି ଗ୍ରାମକୁ ମକଦ୍ଦମ ଭାବରେ ପଠାଇଲେ । ଏହା ଜାଣିପାରି ବାଲିଜେନା ପୁରୀର କଲେକ୍ଟରଙ୍କ ପାଖରେ ଆପତ୍ତି କଲେ-। ପୁରୀ କଲେକ୍‍ଟର, ‘କମିଶନର ବୋର୍ଡ଼’ଙ୍କୁ ଜଣାଇଲେ । କମିଶନର ବୋର୍ଡ଼ ୧୮୦୪ ଜୁଲାଇ ମାସ ଶେଷ ଆଡ଼କୁ ପୁରୀ କଲେକ୍ଟରଙ୍କୁ ଜଣାଇଲେ ଯେ ଖୋରଧା ରାଜାଙ୍କର ବାଟଗାଁରେ ମକଦ୍ଦମ ନିଯୁକ୍ତ ଅଧିକାର ନାହିଁ । ଅଚ୍ୟୁତ ବାରିକଙ୍କୁ ଖଜଣା ଅସୁଲ ନ କରିବାକୁ ତାଗିଦା କରାଯାଇ ଏକଥା ରାଜାଙ୍କୁ ଜଣାଇ ଦିଆଗଲା ଏବଂ ବିନା ହୁକୁମରେ ସରକାରଙ୍କ ରାଜ୍ୟରେ ଖୋରଧା ରାଜାଙ୍କର ବାଟଗାଁରେ ମକଦ୍ଦମ ନିଯୁକ୍ତ ଅଧିକାର ନାହିଁ । ଅଚ୍ୟୁତ ବାରିକଙ୍କୁ ଖଜଣା ଅସୁଲ ନ କରିବାକୁ ତାଗିଦା କରିଯାଇ ଏକଥା ରାଜାଙ୍କୁ ଜଣାଇ ଦିଆଗଲା ଏବଂ ବିନା ହୁକୁମରେ ସରକାରଙ୍କ ରାଜ୍ୟରେ ଖୋରଧା ରାଜା କିମ୍ୱା ତାଙ୍କର ଲୋକେ ଯେପରି କୌଣସି କ୍ଷମତା ବିସ୍ତାର ନ କରନ୍ତି ସେଥିପ୍ରତି କଡ଼ାନଜର ରଖିବାକୁ କଲେକ୍‍ଟରଙ୍କୁ ହୁକୁମ ଦିଆଗଲା । ଜବରଦସ୍ତ ଅଚ୍ୟୁତ ବାରିକଙ୍କୁ ବାଟଗାଁର ମକଦ୍ଦମ ପଦରୁ ଅନ୍ତର କରିଦିଆଗଲା ।

 

ସେ ସମୟର ବ୍ରିଟ୍ରିଶ ଶାସନର ଜମିଜମା ବନ୍ଦୋବସ୍ତ ନୀତିରୁ ଯେ ବହୁ ଉପଦ୍ରବ ଉପୁଜିଥିଲା, ଏଥିରେ ସନ୍ଦେହ ନାହିଁ । ୧୮୦୩ରେ ବ୍ରିଟ୍ରିଶ ଶାସନ ଓଡ଼ିଶାରେ ଚଳିବା ସଙ୍ଗେ ସଙ୍ଗେ ଶାସକମାନେ ଜମି ବନ୍ଦୋବସ୍ତ ପ୍ରତି ନଜର ଦେଉଥିଲେ । ମରହଟ୍ଟା ଅମଳରେ ଯେଉଁ ରୀତିରେ ଜମିଜମା ବନ୍ଦୋବସ୍ତ ହୋଇଥିଲା ତାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିଯିବା ପାଇଁ ବ୍ରିଟ୍ରିଶ ଶାସନମାନଙ୍କ ଇଚ୍ଛା ନଥିଲା । କିଛି ନୂତନ ବ୍ୟବସ୍ଥା କରି ପରିବର୍ତ୍ତନ ଆଣିବାର ଇଚ୍ଛା ଶାସକମାନଙ୍କର ଥିଲା; କିନ୍ତୁ ଏଥିପାଇଁ ଯେଉଁ ସମୟ ଓ ଯେତେ ସଂଖ୍ୟାରେ ଯୋଗ୍ୟ କର୍ମଚାରୀ ଦରକାର ତାହା ସରକାରଙ୍କର ନଥିଲେ । ସେଥିପାଇଁ ସେମାନେ ସହଜରେ ଖଜଣା ଆଦାୟ ହେବାଭଳି ପନ୍ଥା ଉଦ୍ଭାବନ କରିବାକୁ ଚେଷ୍ଟା କଲେ । ୧୮୦୪ ସେପ୍ଟେମ୍ବର ପୂର୍ବରୁ ସରକାରୀ ମହଲରେ ବନ୍ଦୋବସ୍ତ ନୀତି ନେଇ ଆଲୋଚନା ଚାଲିଥଲା । ସେତେବେଳେ ସରକାରୀ ଉପରେ ମହଲରେ ବିଚାର ହେଲା ଯେ ଜମିଦାର, ମକଦ୍ଦମ, ଜାଗିରଦାର, ରାଜା ପ୍ରଭୃତି ଶ୍ରେଣୀର ମାଲିକମାଲଙ୍କ ସହିତ ସ୍ୱତନ୍ତ୍ର ଭାବରେ ବନ୍ଦୋବସ୍ତ ବ୍ୟବସ୍ଥା କରାଯାଉ । ବଡ଼ ଜମିଦାର ଭିତରେ ଯେଉଁସବୁ ଛୋଟ ଜମିଦାର ଅଛନ୍ତି ସେମାନଙ୍କ ସହିତ ସ୍ଵତନ୍ତ୍ର ଭାବରେ ବନ୍ଦୋବସ୍ତ ବ୍ୟବସ୍ଥା କରାଯାଉ । ଯେଉଁମାନେ ଜମିର ସ୍ୱତ୍ୱର ପ୍ରକୃତ ଦଖଲକାର ଅଛନ୍ତି ସେମାନଙ୍କର ସହିତ ବନ୍ଦୋବସ୍ତ ବ୍ୟବସ୍ଥା ହେଉଥବା ଖବର ପ୍ରଚାର ହେବା ସଙ୍ଗେ ସଙ୍ଗେ କେତେଜଣ ବଡ଼ ବଡ଼ ଜମିଦାର ଆତଙ୍କିତ ହେଲେ । ଯାହାର ପୂର୍ବରୁ ଯେଉଁ ସଂପତ୍ତି ଉପରେ ଅଧିକାର କୌଣସି କାରଣରୁ ତୁଟିଯାଇ ଥିଲା ସେ ମଧ୍ୟ ବନ୍ଦୋବସ୍ତ ଲୋଭରେ ସ୍ୱତ୍ୱ ଦଖଲ କରିବାକୁ ଚେଷ୍ଟା କଲେ । ପୁଣି ବଡ଼ ବଡ଼ ଜମିଦାର ଓ ଜାଗିରଦାରମାନେ ସରକାରଙ୍କର ନୂତନ ବନ୍ଦୋବସ୍ତ ନୀତିରେ ସେମାନଙ୍କର ସତ୍ତା ଲୋପର ସୂଚନା ଦେଖିଲେ । ଖୋରଧା ରାଜାଙ୍କ ଅବସ୍ଥା ତାହାହିଁ ହୋଇଥଲା-। (୧)

 

ରାହାଙ୍ଗ, ଚବିଶକୁଦ, ସିରେଇ, ଲେମ୍ୱେଇ – ଏହି ଚାରି ପରଗଣା ଉପରେ ସେ ଯଦି ନିଜର ମାଲିକତ୍ୱ ପ୍ରମାଣ ନ କରନ୍ତି ତାହାହେଲେ ବନ୍ଦୋବସ୍ତ ପରେ ତାଙ୍କର ଆଉ କୌଣସି ଆଶା ରହିବ ନାହିଁ, ଏହି ଆଶଙ୍କାରେ ସେ ସେହି ଅଞ୍ଚଳରୁ ଖଜଣା ଆଦାୟ କରି ମାଲିକ ସ୍ୱତ୍ୱ ସାବ୍ୟସ୍ତ ପାଇଁ ଚେଷ୍ଟା କରୁଥିଲେ । ଯେଉଁ ଜମିଦାର ବା ଜାଗିରଜାରମାନେ ବ୍ରିଟ୍ରିଶ ସରକାରଙ୍କ ଅନୁରକ୍ତ ନଥିବା ପ୍ରମାଣ ମିଳିଥିଲା, ସେମାନଙ୍କୁ ବନ୍ଦୋବସ୍ତରେ ଅସ୍ଵୀକାର କରି ସେମାନଙ୍କର ଜମିକୁ ଖାସ କରିଦେବା ନିଷ୍ପତ୍ତି ସରକାର ପୂର୍ବରୁ ଗ୍ରହଣ କରି ସାରିଥିଲେ ।

 

(୧)

ଗତଶତାଦ୍ଦୀର ଓଡ଼ିଶା – ପଣ୍ଡିତ ସୂଯର୍ଯ୍ୟନାରାୟଣ ଦାଶ ।

 

ଏହାପରେ ୧୮୦୩ ନଭେମ୍ବର ମାସ ୨୯ ତାରିଖରେ କମିଶନରମାନେ ମୁକୁନ୍ଦ ଦେବଙ୍କୁ ଜଣାଇ ଦେଲେ ଯେ ତାଙ୍କ ଅଧୀନରେ ଥିବା ସମସ୍ତ ବର୍ଗୀ (ମରହଟ୍ଟା) ସୈନ୍ୟମାନଙ୍କୁ ଉପଯୁକ୍ତ ବରକନ୍ଦାଜ ପହରା ଦ୍ୱାରା ପଠାଇ ଦିଅ । ରାଜା ଏଥିରେ କର୍ଣ୍ଣପାତ କଲେ ନାହିଁ । ତେଣୁ ଇଂରେଜ ଶାସକଙ୍କର ରାଗ ଏହାଦ୍ୱାରା ବିଶେଷ ବୃଦ୍ଧି ପାଇଲା । ରାଜାଙ୍କ ସହିତ ନୂତନ ଚୁକ୍ତି ସଂପାଦନ କରିବାପାଇଁ ଇଂରେଜମାନେ ବ୍ୟଗ୍ର ହେଲେ ।

 

ଇଂରେଜ ସରକାର ଏକ ଚୁକ୍ତିପତ୍ର ଖସଡ଼ା ପ୍ରସ୍ତୁତ କରି କଟକ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ ଜଣେ କର୍ମଚାରୀ ଗୋବିନ୍ଦ ରାୟଙ୍କ ହାତରେ ପଠାଇଲେ । ଏହି ଚୁକ୍ତି ପତ୍ରରେ ରାଜା ସ୍ୱାକ୍ଷର କରିବାକୁ କୌଣସି ଆଗ୍ରହ ପ୍ରକାଶ କଲେ ନାହିଁ । ଏହି ସମୟରେ କେତେକ ବିଶ୍ୱାସଘାତକ ଏବଂ ଇଂରେଜଙ୍କ ତୋଷାମଦକାରୀ, ସରକାରଙ୍କୁ ଜଣାଇଲେ ଯେ ମୁକୁନ୍ଦ ଦେବଙ୍କୁ ତାଙ୍କ ମନ୍ତ୍ରୀ ଜୟୀ ରାଜଗୁରୁ କୁ-ମନ୍ତ୍ରଣା ଦେଇ ବହୁ ପାଇକ ସର୍ଦ୍ଦରାଙ୍କ ସହ ସରକାରଙ୍କ ବିରୁଦ୍ଧରେ ମତାଉଛନ୍ତି । ତେଣୁ ଇଂରେଜ ସରକାର ୧୮୦୪ ମସିହା ଜାନୁୟାରୀ ୬ ତାରିଖରେ ମୁକୁନ୍ଦ ଦେବଙ୍କୁ ଜଣାଇ ଦେଲେ ଯେ ଯେଉଁ ଚୁକ୍ତିପତ୍ର ଗୋବିନ୍ଦ ରାୟଙ୍କ ଦ୍ୱାରା ପଠାଯାଇଛି ସେଥିରେ ଯଦି ରାଜା ସ୍ୱାକ୍ଷର ନ କରନ୍ତି ତା’ ହେଲେ ତାଙ୍କୁ ଖୋରଧାରୁ ବାହାରି ଯିବାକୁ ହେବ ।

 

ମୁକୁନ୍ଦ ଦେବ ଏହି ତାଗିଦା ପାଇବା ପାରେ ନିଜର ଓକିଲଙ୍କ ହାତରେ କେତେକ କାଗଜପତ୍ର କମିଶନଙ୍କ ପାଖକୁ ପଠାଇଲେ । ସେଥିରୁ କମିଶନର ଯାହା ବୁଝିଲେ ଜୟୀ ରାଜଗୁରୁଙ୍କୁ ଡକାଇ ଆଣିଲେ ସବୁ କାମ ହୋଇଯିବ ବୋଲି ସ୍ଥିର କରି ରାଜାଙ୍କୁ ଲେଖିଲେ ।

 

ଜୟୀ ରାଜଗୁରୁ ଆସିଲେ ତାଙ୍କ ପ୍ରତି କୌଣସି ଅସଦ୍‍ବ୍ୟବହାର ହେବ ନାହିଁ ବୋଲି କମିଶନରମାନେ ଜଣାଇବା ସଙ୍ଗେ ସଙ୍ଗେ ରାଜଗୁରୁଙ୍କୁ ମଧ୍ୟ ଜଣାଇଲେ ଯେ ସେ ଆସିଲେ ରାଜାଙ୍କ ପାରିବାରିକ ବିଷୟରେ ତାଙ୍କ ପରାମର୍ଶ ଅଧିକ ମୂଲ୍ୟବାନ ହେବ । କିନ୍ତୁ ଜୟୀରାଜଗୁରୁ ଇଂରେଜମାନଙ୍କ ଦୂରଭୀସନ୍ଧି ବୁଝିପାରି କମିଶନରଙ୍କ ନିକଟକୁ ଗଲେ ନାହିଁ ।

 

ବାରବାଟୀ ଦଖଲ ପରେ ଯେଉଁ ସୈନ୍ୟଦଳ ବଡ଼ମୂଳ ଘାଟି ଆଡ଼କୁ ଅଗ୍ରସର ହେଉଥିଲେ ସେମାନଙ୍କୁ ରସଦ ଯୋଗାଇ ଅନ୍ୟାନ୍ୟ ସବୁପ୍ରକାର ସାହାଯ୍ୟ କରିବା ପାଇଁ ମୁକୁନ୍ଦ ଦେବଙ୍କୁ ଇଂରେଜ ଶାସନମାନେ ୧୮୦୩ ଅକ୍ଟୋବର ୨୩ ତାରିଖରେ ଲେଖିଥିଲେ । ଏହା ପୂର୍ବରୁ ମୁକୁନ୍ଦ ଦେବଙ୍କ ସହ ଯେଉଁ ଚୁକ୍ତି ହୋଇଥିଲା ସେହି ଚୁକ୍ତି ଅନୁସାରେ ଇଂରେଜମାନେ ରାହାଙ୍ଗ, ଚବିଶକୁଦ, ସିରେଇ, ଲେମ୍ବେଇର ରାଜସ୍ୱ ବାବତକୁ ଟ.୯୦,୦୦୦ଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ୧୮୦୩, ନଭେମ୍ବର ୨୩ ତାରିଖରେ କଟକ କମିଶନର ଦ୍ୱୟ ମୁକୁନ୍ଦ ଦେବଙ୍କ ନିକଟକୁ ଟ.୪୦.୦୦୦ଙ୍କା ପଠାଇ ଦେଇ ବାକୀ ଟ.୫୦,୦୦୦ ଙ୍କା ପରେ ପଠାଇ ଦେବା କଥା ଜଣାଇଲେ । ଏହି ଟଙ୍କା ସଂପର୍କରେ କଥିତ ହୁଏ ଯେ ରାଜାଙ୍କର ବ୍ରିଟିଶ ସୈନ୍ୟମାନଙ୍କୁ ତାଙ୍କ ଅଧିକୃତ ଅଞ୍ଚଳ ବାଟ ଦେଇ ଛାଡ଼ି ଦେବାକୁ ରାଜା ଏକ ଗୁପ୍ତ ଚୁକ୍ତି କରିଥଲେ-। ଏହି ଚୁକ୍ତି ଅନୁଯାୟୀ ସେ ଏକଲକ୍ଷ ଟଙ୍କା ପାଇବାର ସ୍ଥିର ହୋଇଥିଲା । ଏହି ଟଙ୍କାର ଏକ ଅଂଶ ପଠାଇଦେବା ପରେ ମଧ୍ୟ ଅନ୍ୟ ଅଂଶତକ ପଠାଇବା ପାଇଁ ରାଜା କହିବା ପରେ ସେମାନେ ନ ଦେବାରୁ ରାହାଙ୍ଗ, ସାରେଇ ପ୍ରଭୃତି ଅଞ୍ଚଳକୁ ଦାବୀ କରି ଖଜଣା ଅସୁଲରେ ପ୍ରବୃତ ହେଲେ । ଏହି ଚୁକ୍ତି ପରେ ରାଜା ଖାସ ପ୍ରଗଣାର ୩ଟି ମୌଜାରୁ ଖଜଣା ଅସୁଲ କରିବାର ଉଦ୍ୟମ କରିଥିବାରୁ ସେତେବେଳେ ଏହା ମୈତ୍ରଭାବର ବିରୋଧ ବୋଲି କମିଶନର ରାଜାଙ୍କୁ ଜଣାଇଲେ । ତାପରେ ମରହଟ୍ଟା ସୈନ୍ୟମାନଙ୍କୁ ପଠାଇବାକୁ ରାଜାଙ୍କୁ ସରକାର ଜଣାଇ ବ୍ୟର୍ଥ ହେବା ପରେ ୧୮୦୪ରେ ଏକ ନୂତନ ଚୁକ୍ତିପତ୍ରରେ ସ୍ୱାକ୍ଷର କରିବା ପାଇଁ ହୁକୁମନାମା ଜାରି କଲେ । ସେହି ପୂର୍ବ ଚୁକ୍ତି ବଳରେ ସରକାରଙ୍କ ତରଫରୁ ଖୋର୍ଦ୍ଧାରେ ଜଣେ ତହସିଲଦାର ନିଯୁକ୍ତ ହୋଇଥିଲେ । ରାଜାଙ୍କର ଖୋରାକ ପୋଷାକ ବାବଦକୁ ମୌଜାର ଖଜଣା ରାଜାଙ୍କୁ ଦେଇ ଦେବାପାଇଁ କମିଶନରମାନେ ଖୋରଧା ତହସିଲଦାରଙ୍କୁ ଆଦେଶ ଦେଇଥିଲେ । ସୁନିଆଁ ଓ ଆଶ୍ୱିନ (ଦେବୀପୂଜା) ପର୍ବରେ ରାଜା ପୁରୁଷୋତ୍ତମ କ୍ଷେତ୍ରରୁ ପ୍ରତିବର୍ଷ ୯ଟି ସୁନା ମୋହର ଓ ଦଶଟଙ୍କା ଭେଟି ପାଉଥିଲେ । କମିଶନରମାନେ ବଡ଼ଦେଉଳର ମୋହଡ଼ାଦାର ମୋରାର ପଣ୍ଡିତଙ୍କୁ, ରାଜାଙ୍କୁ ଏହି ଭେଟି ଦିଆଯିବା ପାଇଁ ଆଦେଶ ଦେଇଥିଲେ । (୧)

 

ଏହି ସମୟରେ ପୁରୀ ମନ୍ଦିର ବ୍ରିଟ୍ରିଶ ସରକାରଙ୍କ ତତ୍ତ୍ୱାବଧାନରେ ରହିଥିଲା । ସେହି ବର୍ଷ ଅର୍ଥାତ୍ ୧୮୦୪ ସେପ୍ଟେମ୍ୱର ମାସରେ ରଥକାଠ ଆସିବାରେ ଅସୁବିଧା ସୃଷ୍ଟି ହୋଇଥିଲା । ନାନାପ୍ରକାର ଖର୍ଚ୍ଚର ତାଲିକା ରଥ ପରିଚ୍ଛା ଦେଇ ସମସ୍ତ ଖର୍ଚ୍ଚ ନ ମିଳିଲେ ରଥ କାର୍ଯ୍ୟ ହେବ ନାହିଁ ବୋଲି ଜଣାଇଥିଲେ । ଏହିପରି ଗୋଳମାଳରେ ରାଜାଙ୍କ ହାତ ଅଛି ବୋଲି ସରକାର ବିଚାରିଲେ-

 

ତାପରେ ମୁକୁନ୍ଦଦେବ ୧୮୦୪ ଅକ୍ଟୋବର ମାସ ପୂର୍ବରୁ କମିଶନରମାନଙ୍କୁ ଜଣାଇ ଦେଲେ ଯେ ତାଙ୍କ ନାମରେ ପୂର୍ବରୁ ଯେଉଁ ଟ.୫୦୦୦୦ଙ୍କା ଜମା ଅଛି, ଦରକାର ଥିବାରୁ ସେଥିରୁ ଟ.୩,୦୦୦ଙ୍କା ତାଙ୍କୁ ଦିଆଯାଉ, କିନ୍ତୁ କମିଶନରମାନେ ଉତ୍ତର ଦେଲେ ରାଜା ଚୁକ୍ତି ଅନୁସାରେ ସଦ୍ଭାବ ରଖି ଚଳୁ ନଥିବାରୁ ସେ ଟଙ୍କା ଦିଆଯାଇ ପାରିବ ନାହିଁ । (୨)

 

ଏହି ଘଟଣା ପରେ କମିଶନରମାନେ ଅକ୍ଟୋବର ପହିଲାରେ ମୌଲବୀ ସାଲିମ ଅଲ୍ଲି ନାମକ ଜଣେ କର୍ମଚାରୀଙ୍କୁ କାପଟେନ ବ୍ଲାଣ୍ଟ ଓ ଦୁଇଜଣ ଘୋଡ଼ା ସବାର ସୈନିକଙ୍କସହ ପଠାଇ ରାଜାଙ୍କୁ ସତ୍‍ପଥରେ ଚାଲିବାକୁ ପ୍ରବର୍ତ୍ତାଇ ଥିଲେ ।

 

ଏହି ସମୟରେ ପୁଣି କଟକ-ଖୋରଧା ରାସ୍ତାର ଡାକ ଚଳାଚଳ ରାଜା ବନ୍ଦ କରି ହଇରାଣ କରୁଛନ୍ତି ବୋଲି କମିଶନରମାନେ ଖବର ପାଇଲେ ।

 

(୧)

ଉତ୍କଳ ଇତିହାସ – କୃପାସିନ୍ଧୁ

(୨)

ସ୍ୱାଧୀନତା ସଂଗ୍ରାମରେ ଓଡ଼ଶା – ସୂର୍ଯ୍ୟନାରାୟଣର

 

ଖୋରଧା ରାଜାଙ୍କର ଏହିପରି କାର୍ଯ୍ୟକଳାପ ବଢ଼ୁଥିବାର ଲକ୍ଷ୍ୟ କରି ଇଂରେଜମାନେ ସିଧା ଖୋର୍ଦ୍ଧା ଦଖଲ କରିଯିବା ପାଇଁ ଯୋଗାଡ଼ରେ ରହିଲେ । ଏତିକି ବେଳେ ୧୮୦୪ ଅକ୍ଟୋବର ମାସରେ ସ୍ଥାନେ ସ୍ଥାନେ ଲୋକେ ଇଂରେଜଙ୍କୁ ହଇରାଣ କଲେ । ରାଜାଙ୍କର ଦଳେ ପାଇକ ପୁରୀ ଜିଲ୍ଲାର ପିପିଲି ନିକଟରେ କେତୋଟି ଗ୍ରାମ ଲୁଣ୍ଠନ କରିନେଲେ ଏବଂ ଅନେକ ଇଂରେଜ କର୍ମଚାରୀଙ୍କୁ ବନ୍ଦୀ କରି ରଖିଲେ ଏବଂ ବନ୍ଦୀଶାଳାର କେତେକଙ୍କୁ ହତ୍ୟା କରାଯାଇଛି ବୋଲି ସରକାର ଖବର ପାଇଲେ ।

 

 

ଇଂରେଜଙ୍କର ପୂର୍ବରୁ ସନ୍ଦେହ ହୋଇଥିଲା ଯେ ବେରାରର ମରହଟ୍ଟା ରାଜାଙ୍କ ସହିତ ମୁକନ୍ଦଦେବ ମେଣ୍ଟ ବାନ୍ଧି ସେମାନଙ୍କୁ ହଟାଇବାର ଯୋଗାଡ଼ କରୁଥିଲେ । ତେଣୁ ଏସବୁ ପରିସ୍ଥିତି ଦୃଷ୍ଟିରୁ ମୁକୁନ୍ଦଦେବଙ୍କୁ ଗାଦିଚ୍ୟୁତ କରିବା ପାଇଁ ଇଂରେଜମାନେ ଦୃଢ଼ପରିକର ହେଲେ ।

 

ମାସକ ମଧ୍ୟରେ ଇଂରେଜମାନେ ଖୋରଧା ଗଡ଼କୁ ଆକ୍ରମଣ କରିବା ପାଇଁ ଗଞ୍ଜାମରୁ ଦଳେ ସୈନ୍ୟ ଗୋଳା ବାରୁଦ ଧରି ଦକ୍ଷିଣ ଦିଗରୁ ଖୋରଧା ଗଡ଼ ଅଭିମୁଖରେ ଯାତ୍ରା କଲେ । ପୁରୀଆଡ଼ୁ ଆଉ ଦଳେ ସୈନ୍ୟ ପୂର୍ବ ଦିଗରୁ ଗଡ଼ଆଡ଼କୁ ଯାତ୍ରା କଲେ । କଟକରୁ ଦଳେ ସୈନ୍ୟ ମହାନଦୀ କୂଳ ଦେଇ ଡମପଡ଼ା ଓ ବାଙ୍କି ପ୍ରଭୃତି ଅଞ୍ଚଳ ଭିତରେ ପଶି, ବଣ ଜଙ୍ଗଲ ପାର ହୋଇ ଉତ୍ତରଆଡ଼ୁ ଖୋରଧାଗଡ଼ ଆକ୍ରମଣ କରିବାକୁ ଯାତ୍ରା ଆରମ୍ଭ କଲେ । ଖୋରଧା ରାଜାଙ୍କ ପ୍ରଭାବରୁ କାଳେ ଲୋକମାନେ ତାଙ୍କୁ ରସଦ ଦେବେ ନାହିଁ, ସେଥିପାଇଁ ସେମାନେ କଟକରୁ ସମସ୍ତ ସାମଗ୍ରୀ ସାଙ୍ଗରେ ଆଣିଥିଲେ । ସେତେବେଳେ ଘୋର ବଣ ଜଙ୍ଗଲ ଥିବାରୁ ଏବଂ ରାସ୍ତାଘାଟ ଅସୁବିଧା ଥିବାରୁ ଇଂରେଜ ସୈନ୍ୟମାନଙ୍କୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା ।

 

ଗଡ଼ ଅବରୋଧ କରିବାକୁ ଦକ୍ଷିଣ ଦିଗ ସୁବିଧାଜନକ ନୁହେଁ । ପୂର୍ବ, ପଶ୍ଚିମ ଓ ଉତ୍ତରପଟର ଖୋଲା ମଇଦାନରେ ଯୁଦ୍ଧ କରିବା ସୁବିଧାଜନକ ନଥଲା । ପୁଣି ବିରାଟ ଟାଣୁଆ ଏକ ପଥର କାନ୍ଥ ଗଡ଼ି ଚତୁର୍ଦ୍ଦିଗରେ ଘେରି ରହିଥଲା । ତେଣୁ ସେମାନେ ଖୋଲା ମଇଦାନ ତଳେ ଥିବା ମୁକୁନ୍ଦ ପ୍ରସାଦ ଗ୍ରାମର ତୋଟା ଭିତରେ ବଛା ବଛା ପ୍ରାୟ ୭ ବଜାର ସୈନ୍ୟଙ୍କୁ ନେଇ ଛାଉଣି ପକାଇଲେ ।

 

ଯେଉଁ ଲଢ଼େଇ ସେଠାରେ ହେଲା, ତାର ମୁଖ୍ୟ ନେତୃତ୍ୱ ଗ୍ରହଣ କରିଥିଲେ ଜୟୀ ରାଜଗୁରୁ । ଜୟକୃଷ୍ଣ ରାଜଗୁରୁଙ୍କର ବାସସ୍ଥାନ ହେଉଛି ପୁରୀ ନିକଟବର୍ତ୍ତୀ ବୀରହରେକୃଷ୍ଣପୁର ଶାସନ । ଭାରତ ବିଖ୍ୟାତ ସ୍ମୃତିକାର ଗଦାଧର ରାଜଗୁରୁଙ୍କର ସେ ହେଉଛନ୍ତି ପୌତ୍ର ।

 

ମୁକନ୍ଦଦେବଙ୍କୁ ଯେତେବେଳେ ମାତ୍ର ୧୭,୧୮ ବର୍ଷ ସେତିକିବେଳେ ଯେଉଁ ସବୁ ଘଟଣା ଘଟୁଥିଲା, ତାହାର ନିୟନ୍ତ୍ରଣ କର୍ତ୍ତା ଥିଲେ ଜୟକୃଷ୍ଣ ରାଜଗୁରୁ ଇଂରେଜମାନେ, ମୁକୁନ୍ଦ ପ୍ରସାଦଠାରେ ଛାଉଣି ପକାଇବା ପୂର୍ବରୁ ୧୮୦୪ ନଭେମ୍ବର ୧୯ ତାରିଖରେ ସବୁ ରାଜା, ଜମିଦାରଙ୍କୁ ମୁକୁନ୍ଦଦେବଙ୍କୁ କୌଣସି ପ୍ରକାର ସାହାଯ୍ୟ ନ କରିବାକୁ ପରୱାନା ଜାରୀ କରିଥିଲେ । ଘୁମୁସର ରାଜା ଧନଞ୍ଜୟ ଭଞ୍ଜଙ୍କ ଜମିଦାରୀ, ଋଣପୁର, ବାଣପୁର, ନୟାଗଡ଼ ପ୍ରଭୃତି ଓଡ଼ିଶା ସରହଦକୁ ଲାଗି ରହିବାରୁ ବିଦ୍ରୋହୀମାନେ ଘୁମୁସରର ବଣ ଜଙ୍ଗଲରେ ଆଶ୍ରୟ ନେଉ ଥାଆନ୍ତି । ସେଥିଯୋଗୁଁ ବିଦ୍ରୋହମାନଙ୍କୁ ଆଶ୍ରୟ ନ ଦେବାକୁ ସରକାର ଧନଞ୍ଜୟ ଭଞ୍ଜଙ୍କୁ ୧୮୦୪ ମସିହା ଅକ୍ଟୋବର ୧୧ ତାରିଖ ଦିନ ଅନୁରୋଧ ଜଣାଇଥାନ୍ତି ।

 

ଏହି ସମୟକୁ ଖୋରୋଧା ରାଜାଙ୍କ ଦେଶୀୟ ପାଇକ ସୈନ୍ୟବାହିନୀରେ ପ୍ରାୟ ୨୦ ହଜାର ସୈନ୍ୟଙ୍କ ବ୍ୟତୀତ ଆରବ ଓ ପଠାଣ ସୈନ୍ୟଙ୍କ ଭିତରୁ ବହୁ ବଛା ବଛା ସୈନ୍ୟଙ୍କ ରାଜା ନିଜ ସୈନ୍ୟ ବାହିନୀରେ ରଖିଥିଲେ ।

 

ଓଡ଼ିଶାରେ ମୁସଲମାନ ଶାସନ କାଳରେ ଯେଉଁମାନେ ସୈନ୍ୟବାହିନୀରେ ଥିଲେ ଏବଂ ପରେ ମରହଟ୍ଟା ଅମଳରେ ଯେଉଁ ସୈନ୍ୟମାନେ, ଓଡ଼ିଶାର କଦର ରାଜାମାନଙ୍କ ଅଧୀନରେ ଚାକିରୀ କରି ଘରଦ୍ୱାର କରି ରହିଗଲେ ସେହିମାନଙ୍କ ମଧ୍ୟରୁ ଖୋରଧା ଅଞ୍ଚଳରେ ଥିବା ସୈନ୍ୟମାନଙ୍କ ମଧ୍ୟରୁ ଅନେକ ପାଇକ ବାହିନୀରେ ରହିଥିଲେ ।

 

ଏହି ସମୟରେ ଏତେଗୁଡ଼ିଏ ସୈନ୍ୟଙ୍କୁ ଦରମା ଦେଇ ରଖିବା ଅସମ୍ଭବ ଥିବାରୁ ରାଜା ଏହି ସୈନ୍ୟବାହିନୀର ଲୋକମାନଙ୍କର ଭରଣ ପୋଷଣ ପାଇଁ ଜମିବାଡ଼ି ଖଞ୍ଜି ଦେଇଥିଲେ । ଦଳବେହେରାମାନେ ସ୍ୱତନ୍ତ୍ର ଜାୟଗିରୀ ଜମି ଭୋଗ କରି ଆବଶ୍ୟକ ବେଳେ ମାଗଣା (୧) ଅନୁସାରେ ସୈନ୍ୟ ପଠାଉଥିଲେ ।

 

ଏହି ସମୟକୁ ଖୋର୍ଦ୍ଧା କେତେଗୁଡ଼ିଏ ଶାସନ ବିଭାଗରେ ବିଭକ୍ତ ହୋଇଥିଲା । ସେହି ବିଭାଗକୁ କିଲ୍ଲା ଓ କିଲ୍ଲାର ମୁଖ୍ୟ ସ୍ଥାନକୁ ଗଡ଼ କୁହାଯାଉଥିଲା ।

 

ଖୋରଧା ନିମ୍ନଲିଖିତ ୧୦ଟି କିଲ୍ଲାରେ ବିଭକ୍ତ ଥିଲା –

 

(୧) ଖୋରଧା, (୨) ଦାଣ୍ଡିମାଳ, (୩) ତାପଙ୍ଗ, (୪) କୁଶପଲା, (୫) କୁହୁଡ଼ି, (୬) ହଳଦିଆ, (୭) ବଳଭଦ୍ରପୁର, (୮) ମାଣିକା ଗୋଡ଼ା ବା ମାଣିକ୍ୟଗଡ଼, (୯) ବାଣପୁର, (୧୦) ମୋଗଲବନ୍ଦୀ (Mughal Bandi) (୨)

 

ଏକ କିଲାଗୁଡ଼ିକ ଅଧୀନରେ ଯେତେଗୁଡ଼ିଏ ମୌଜା ଥିଲା, ସେଥିମଧ୍ୟରେ ଗଡ଼ ଶବ୍ଦ ଥାଇ ବହୁତଗୁଡ଼ିଏ ଗ୍ରାମ ଥିଲେ ତାଙ୍କରି ଦାୟିତ୍ୱରେ ସୈନ୍ୟ ପ୍ରେରିତ ହେଉଥିଲେ ।

 

ସୈନ୍ୟ ବାହିନୀରେ କେବଳ ଯେ ଖଣ୍ଡାୟତ ଜାତିର ଲୋକ ଥିଲେ ତା ନୁହେଁ । ସୈନ୍ୟବାହିନୀରେ ସବୁ ଜାତିର ଲୋକ ଥିଲେ ଏବଂ ସେମାନଙ୍କ କାର୍ଯ୍ୟ ଓ ବୀରତ୍ୱ ପାଇଁ ବିଭିନ୍ନ ପଦବୀରେ ଭୂଷିତ ହେଉଥିଲେ, କିନ୍ତୁ ଖଣ୍ଡାୟତ ଜାତିର ଲୋକ ଅଧିକ ପରିମାଣରେ ଏହି ବାହିନୀରେ ଯୋଗ ଦେଇଥିଲେ ।

 

(୧)

ମାଗଣା – ନିଜ ଭାଗ

(୨)

Statistical Account of Bengal Vol. XIX Puri-Tribut, State of Orissa Page – 183

 

ଏହି ସମୟରେ ଏକ ସୁନ୍ଦର ଶାସନ ସଂସ୍ଥା (Administrative system) ଥିଲା- (୧)

 

ସୈନ୍ୟବାହିନୀ ନିମ୍ନଲିଖିତ ବିଭାଗରେ ବିଭକ୍ତ ଥିଲା –

 

(୧)

୭୦ – ଜଣ ପାଇକଙ୍କ ଉପରେ ଜଣେ ଭୂୟାଁ ବା ଦଳେଇ ।

(୨)

୨୭ ଜଣ ଭୂୟାଁଙ୍କ ଉପରେ ଜଣେ ଦଳପତି (Detachment)

 

ଏହି ଦଳ ସହିତ ଏକ ସ୍ୱଚ୍ଛାସେବକ ବାହିନୀ, ଯେଉଁମାନେ କି ଯୁଦ୍ଧବେଳେ ଆହତମାନଙ୍କ ସେବା ଓ ଅନ୍ୟାନ୍ୟ ତତ୍ତ୍ୱ ନେଉଥିଲେ ।

 

ଏହି ଦଳର ନିମ୍ନଲିଖିତ ଅଫିସର ସବୁ ଥିଲା । ତାଙ୍କର ପଦବୀ ଥିଲା–ବାହିନୀପତି ବା ପାଇକରାୟ (Commanders of infantry division), ଦଳବାହେରା–(Offcer commanding detachment), ନାୟକ, ଗଡ଼ନାୟକ–(Garrison Commandants), ବାହୁବଳେନ୍ଦ୍ର–(Offcer-in-Charge of none Combatant force)

 

ତାପରେ ରାଜ୍ୟ ପରିଚାଲନାରେ ନିମ୍ନଲିଖିତ ପଦବୀମାନ ସୃଷ୍ଟି ହେଇଥିଲା ।

 

(୨)

କୋଠ କରଣ – Minister of interrior & Finance

(୨)

ବୈଠି କରଣ- Probably in-charge of affairs of khurda with out side.

(୩)

ଛାମୁକରଣ –Personal Asst. or Private Secretary to the Raja.

(୪)

ବକ୍ସି – Hed of the military administration.

(୫)

ଦେବର୍ତ୍ତା ବା ଦେଓ୍ୟାନ - General Manager or General Administater of the State.

 

୧)

 

The Gajapati kings of Orissa, Page-133-134. ଏବଂ ପାଇକଖେଦା (ପାଣ୍ଡୁଲିପି)

The Paik kheda appears to have been written in the 17th century. The instructions in the Paik kheda were handeddown in khetriya families form generation to generation.

 

 

 

ପାଇକମାନେ (୧) ଅସ୍ତ୍ର ଶସ୍ତ୍ର ଏ ବ୍ୟବସାୟ ଭେଦରେ ସାଧାରଣତଃ ଶ୍ରେଣୀରେ ବିଭକ୍ତ ହୋଇଥିଲେ ।

 

(୧)

ପାହାରୀ ପାଇକ – ଏମାନେ ଲମ୍ୱା ଓ ସିଧା ତରବାରୀ ଏବଂ କାଠରେ ଚମଛିଆଣି ଓ ଲୁହା ଗୋବଥିବା ଢାଲ ବ୍ୟବହାର କରୁଥିଲେ । ଏମାନେ ସାଧାରଣତଃ ଦୁର୍ଗ ବା ଗଡ଼ରକ୍ଷାରେ ନିଯୁକ୍ତି ଥିଲେ ।

(୨)

ବଣୁଆ ପାଇକ – ଏମାନେ ଧନୁଶର ଓ ଖଣ୍ଡା ଏମାନଙ୍କର ପ୍ରଧାନ ଅସ୍ତ୍ର । ଏମାନେ ଘୋଡ଼ା ସବାର ବାହିନୀ ଥିଲେ । ଏବଂ ରାଜା ମଧ୍ୟରେ ଶାନ୍ତି ଶଙ୍ଖଲା ରକ୍ଷା ଠାରୁ ଆରମ୍ଭ କରି ସମ୍ମୁଖ ସମର ପର୍ଯ୍ୟନ୍ତ ସକଳ କାର୍ଯ୍ୟ ପାଇଁ ସର୍ବଦା ପ୍ରସ୍ତୁତ ଥିଲେ ।

(୩)

ଢେଙ୍କିଆ ପାଇକ– ଧନୁଶର ଓ ଖଣ୍ଡା ଏମାନଙ୍କର ପ୍ରଧାନ ଅସ୍ତ୍ର । ଏମାନେ ଘୋଡ଼ା ସବାର ବାହିନୀ ଥିଲେ । ଏବଂ ରାଜ୍ୟ ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷାଠାରୁ ଆରମ୍ଭ କରି ସମ୍ମୁଖ ସମର ପର୍ଯ୍ୟନ୍ତ ସକଳ କାର୍ଯ୍ୟ ପାଇଁ ସର୍ବଦା ପ୍ରସ୍ତୁତ ଥିଲେ ।

 

ଏସବୁ ଛଡ଼ା ‘ତଣ୍ଡକାର’ ପ୍ରଭୃତି ନିମ୍ନତମ କର୍ମଚାରୀ ରୂପେ କାର୍ଯ୍ୟ କରୁଥିଲେ ।

 

ଖୋର୍ଦ୍ଧା ରାଜାଙ୍କ ଅମଳରେ ଏହି ସବୁ ପଦବୀ ଏବଂ ବିଭାଗ ରହିଥିଲା । କିନ୍ତୁ ଶାସନ କାର୍ଯ୍ୟରେ ସୁବିଧା ଦୃଷ୍ଟିରୁ ଯେଉଁ ଗାଁରେ ଦଳବେହେରା ଥିଲେ ତାଙ୍କ ଅଧିନରେ ବାରଟି ପଲ୍ଲୀ ଥିଲା । ଏବଂ ସେମାନଙ୍କ ସହିତ ମଧ୍ୟ ଦଳେଇ, ବାହିନୀପତି, କୋଠ କରଣ, ବୈଠିକରଣ, ନାୟକ, ଗଡ଼ନାୟକ, ଛାଟିଆ ପ୍ରଭୃତି ଥିଲେ । ନିଜ ନିଜ ବିଭାଗର କାର୍ଯ୍ୟ ପ୍ରତ୍ୟେକେ, ଦଳବେହେରାଙ୍କ ସାହାଯ୍ୟରେ ତୁଲାଉଥିଲେ । ଅର୍ଥାତ ଖୋଦ ରାଜାଙ୍କର ଯେପରି ବିଭାଗମାନ, ଜଣେ ଜଣେ ଦଳ ବେହେରାଙ୍କ ଅଧିନରେ ସେହିପରି ବିଭାଗମାନ ଥିଲା । ଦଳବେହେରାଙ୍କ ଠାରୁ ଆରମ୍ଭ କରି ଗ୍ରାମର ଛାଟିଆ ଏପରି କି ସାଧାରଣ ପାଇକଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ଜାଗିରି ବୃତ୍ତିଭୋଗୀ ଥିଲେ ।

 

ଏସବୁ ଜାୟଗିରିଦାରଙ୍କ ଉପରେ ନିର୍ଭର କରି ରାଜା ବିଚାରି ଥିଲେ ଯେ ଡାକରା ଦେଲା ମାତ୍ରେ ଅନ୍ତତଃ ୨୦ ହଜାର ସୈନ୍ୟ ଏକାଠି ହୋଇପାରିବ । ଏହି ଆଶା ଉପରେ ନିର୍ଭର କରି ମନ୍ତ୍ରୀ ଜୟୀ ରାଜଗୁରୁ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଦୁର୍ଦ୍ଧର୍ଷ ଫରିଙ୍ଗି ବାହିନୀ ସହିତ ଲେଢ଼େଇର ଉଦ୍‍ଯୋଗ କଲେ । କିନ୍ତୁ ସମସ୍ତ ପାଇକ ଏକତ୍ରିତ ହେବା ପୂର୍ବରୁ ଫିରିଙ୍ଗି ବାହିନୀ ଆକ୍ରମଣ ଆରମ୍ଭ କରିଦେଲେ ।

 

ଇଂରେଜମାନେ ପ୍ରଥମେ ମୁକୁନ୍ଦପ୍ରସାଦ ଛାଉଣୀରୁ ବାହାରି ଗଡ଼ର ଉତ୍ତରଆଡ଼କୁ ଆକ୍ରମଣ ଆରମ୍ଭ କଲେ । ରାଜାଙ୍କର ପାଇକ ସେନା ଗଡ଼ ଭିତରେ ଚାରିଆଡ଼େ ଜଗି ରହିଥିଲେ । ରାଜାଙ୍କ ନଅର ଆଗରେ ରାଜାଙ୍କର କେତୋଟି ଆଗୁଳ ପଥରକାନ୍ଥ ଥିଲା । ପାଇକମାନେ ଦଳ ଦଳ ହୋଇ ପ୍ରତ୍ୟେକ କାନ୍ଥକୁ ଜଗି ରହିଥିଲେ ।

 

ଇଂରେଜ ସୈନ୍ୟମାନଙ୍କର ଗଡ଼କାନ୍ଥକୁ ଅତିକ୍ରମ କରିବା ସମ୍ଭବ ହେଲାନାହିଁ । କନ୍ତୁ ସେମାନେ ଗଡ଼ର ଚତୁର୍ଦ୍ଦିଗରେ ତୋପ ବସାଇ ଏବଂ ଅନବରତ ବନ୍ଧୁକରୁ ଗୁଳି ଫୁଟାଇ ଗଡ଼ ଅବରୋଧ କଲେ । କିଛିଦିନ ଧରି ଗଡ଼ ଅବରୋଧ ହେବାରୁ ଭିତରେ ଥିବା ପାଇକମାନଙ୍କର ଖାଦ୍ୟ ଅଭାବ ହେଲା ।

 

ଦଳ ଦଳ ହୋଇ ପାଇକ ଗଡ଼ ମଧ୍ୟରୁ ଗଡ଼ର ଦକ୍ଷିଣ ଦିଗର ଦୁଆର ବାଟେ ରସଦ ସଂଗ୍ରହ ପାଇଁ ଚାଲିଆସିଲେ । କିନ୍ତୁ ଇଂରେଜଙ୍କର ୭୦୦୦ ସୈନ୍ୟଙ୍କ ପକ୍ଷରେ ରାଜାଙ୍କ ଅପେକ୍ଷା ରସଦ ସଂଗ୍ରହ କରିବାରେ ସୁବିଧା ଥିଲେ । ସୈନ୍ୟମାନଙ୍କୁ ରସଦ କିଣି ଆଣିବାକୁ ଏବଂ କେହି ନ ଦେଲେ ଜୋର କରିନେଇ ଆସିବାକୁ ନିର୍ଦ୍ଦେଶ ଥିଲା । ଏତେଗୁଡ଼ିଏ ସୈନ୍ୟଙ୍କୁ ଦେଖି ପାଖଆଖର ଲୋକଙ୍କ ମନରେ ନିଶ୍ଚୟ ଭୟ ସଂଚାର ହୋଇଥିବ ।

 

ଏହି ଅବରୋଧ ଅବସ୍ଥାରେ ସମସ୍ତ ପାଇକ ବହାରକୁ ବାହାରା ଆସିବା ପରେ ଆଉ ମାତ୍ର ଏକ ହଜାର ପାଇକ ଗଡ଼ ଭିତରେ ଥିଲେ ।

 

ଏହିପରି ଭାବେ ଫିରିଙ୍ଗି ସୈନ୍ୟମାନଙ୍କ ତରଫରୁ ତିନି ସପ୍ତାହକାଳ ଗଡ଼ ଅବରୋଧ ଅବସ୍ଥାରେ ରହିବା ପରେ ଇଂରେଜ ସୈନ୍ୟମାନେ ଗଡ଼କାନ୍ଥକୁ ଭାଙ୍ଗିବାକୁ ଉଦ୍ୟମ କଲେ ।

 

ଉତ୍ତର ଦ୍ୱାର ନିକଟରେ ଯେଉଁ ଆଗୁଳ କାନ୍ଥ ଥିଲା, ତାହା ଗୋଳ ମାଡ଼ରେ ପଡ଼ିବାରୁ ଆକ୍ରମଣକାରୀମାନେ ଗଡ଼ ଭିତରେ ପଶିବାକୁ ଆରମ୍ଭ କଲେ ଏବଂ ଗଡ଼ର ଚତିର୍ଦ୍ଦିଗରୁ ରାଜାଙ୍କୁ ଧରିବାକୁ ଉଦ୍ୟମ କଲେ । କିନ୍ତୁ ସେତେବେଳେକୁ ରାଜା ନିଜର ପରିବାରବର୍ଗଙ୍କ ସହିତ ଗଡ଼ରୁ ଖସି ଚାଲିଯାଇ ଥିଲେ । ଗଡ଼ ମଧ୍ୟରେ ପ୍ରବେଶ କରି ବହୁ ପାଇକ ଯୁଦ୍ଧରେ ପ୍ରାଣତ୍ୟାଗ କଲେ ଏବଂ ଅନେକ ପାଇକଙ୍କୁ ଇଂରେଜସୈନ୍ୟମାନେ ବନ୍ଦୀ କଲେ । ଏବଂ ବନ୍ଦୀମାନଙ୍କ ମଧ୍ୟରେ ଜୟୀରାଜଗୁରୁ ଥିଲେ ।

 

ଇଂରେଜମାନେ ତିନି ସପ୍ତାହ କାଳ ଦୁର୍ଗ ଅବରୋଧ କରି ପଡ଼ିଆରେ, ମେଲାରେ ଶୀତ କାକର ଖାଇ, ଅନେକ ବେମାର ହୋଇ ପଡ଼ିଥିଲେ ଏବଂ ଅନେକ ବହୁ ପରିଶ୍ରମ ଯୋଗୁଁ ଦୁର୍ବଳ ହୋଇପଡ଼ିଥିବାରୁ ମୁକୁନ୍ଦଦେବଙ୍କୁ ଖେଦି ଧରିବା ପାଇଁ ହାକିମମାନେ ବ୍ୟବସ୍ଥା କରି ପାରିଲେ ନାହିଁ-

 

ମୁକମନ୍ଦଦେବ ତାପରେ ବାଣପୁର ଜଙ୍ଗଲ ପାର ହୋଇ ଘୁମୁସର ରାଜ୍ୟ ଭିତରେ ଆଶ୍ରୟ ନେଲେ । ସଙ୍ଗେ ସଙ୍ଗେ ଘୁମୁସରରୁ ରାଜାଙ୍କୁ ଧରିବାକୁ ଇଂରେଜଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ । କାରଣ ସେତେବେଳେ ଘୁମୁସର ରାଜ୍ୟ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଥାଇ ମାନ୍ଦ୍ରାଜ ସରକାରଙ୍କ ଅଧିନରେ ଶାସିତ ହେଉଥିଲେ । ତେଣୁ ସେଠାକୁ ଲେଖା ଲେଖି କରି ଧରାଇବାର ବନ୍ଦୋବସ୍ତ କରିବାରେ ସେମାନଙ୍କୁ ସମୟ ଦରକାର; କାରଣ ମାନ୍ଦ୍ରାଜ କମିସନରଙ୍କ ଅନୁମତି ବିନା ଓଡ଼ିଶାର କୌଣସି କର୍ମଚାରୀ ସେ ଅଞ୍ଚଳରେ ପଶିବାକୁ ମନା ଥିଲା । ପୁଣି ଓଡ଼ିଶାର କମିଶନରମାନେ ବଙ୍ଗ ସରକାରଙ୍କ ଜରିଆରେ ଚିଠି ଦେଇ ଏହାର ବ୍ୟବସ୍ଥା କରାଇବାର କଥା ।

 

ମୋଗଲ ଓ ମରହଟ୍ଟା ଶକ୍ତିକୁ ବାରମ୍ୱାର ପ୍ରତିରୋଧ କରିଥିବା ଦୁର୍ଭେଦ୍ୟ ବରୁଣେଇ ଦୁର୍ଗ ଫିରିଙ୍ଗି ସୈନ୍ୟଙ୍କ ଗୋଳାମାଡ଼ରେ ଧୂଳିସାତ୍ ହେବା ସଙ୍ଗେ ସଙ୍ଗେ ଶହ ଶହ ବର୍ଷ ଧରି ଓଡ଼ିଶାର ଗୌରବୋଜ୍ଜ୍ୱଳ ସ୍ୱାଧିନତାର ଗୌରବ ରବି ଅସ୍ତମୀତ ହେଲା ।

 

ଜୟୀ ରାଜଗୁରୁ, ଯାହାଙ୍କର ଓଡ଼ିଆ ଜାତି, ତଥା ରାଜା ମୁକୁନ୍ଦ ଦେବଙ୍କର ମାନ ଓ ମର୍ଯ୍ୟାଦା ରକ୍ଷା ପାଇଁ ମନ ମଧ୍ୟରେ ଅଦମ୍ୟ ପ୍ରେରଣା ଥିଲେ ତାହାଙ୍କୁ ଫିରିଙ୍ଗି ସୈନ୍ୟମାନେ ଧରି ନେଲେ ଏବଂ ଜଣେ ନଃସ୍ୱାର୍ଥପର ସଚ୍ଚା ଦେଶ ଭକ୍ତଙ୍କୁ କୌଣସି ଏକ ବରଗଛରେ ଫାଶୀରେ ଝୁଲାଇ ଦେଲେ । ତାଙ୍କର ଏହି ତ୍ୟାଗକୁ ଓଡ଼ିଆ ଜାତି ଭୁଲି ନାହିଁ କି ଭୁଲି ପାରିବ ନାହିଁ । ଜୟୀ ରାଜଗୁରୁ ହେଉଛନ୍ତି ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଅମର ଶହୀଦ ।

 

ମୁକୁନ୍ଦ ଦେବ ଖୋର୍ଦ୍ଧାରୁ ଘୁମୁସରକୁ ଚାଲିଯିବା ପରେ ଇଂରେଜମାନେ କାଳ ବିଲମ୍ୱ ନ କରି ୧୮୦୪ ଡିସେମ୍ୱର ୫ତାରିଖ ଦିନ ଖୋର୍ଦ୍ଧା ରାଜାଙ୍କୁ ବିଦ୍ରୋହୀ ଭାବରେ ଗାଦିଚ୍ୟୁତ ବୋଲି ଘୋଷଣା କଲେ ।

 

ଡସେମ୍ୱର ୭ ତାରିଖ ଦିନ ସବୁ ରେସିଡେଣ୍ଟ, ଜମିଦାର, ସରବରାକାର, ମକଦ୍ଦମ ପ୍ରଭୃତିଙ୍କୁ ଆଦେଶ ଦେଲେ ଯେ, ଖୋର୍ଦ୍ଧାରେ ବାସ କରୁଥବା ସମସ୍ତ ପ୍ରଜା ଇଂରେଜ ସରକାରଙ୍କ ଅଧୀନତା ସ୍ୱୀକାର କରିବେ ଏବଂ ସରକାର ଯାହା ଆଦେଶ ଦେଉଥିବେ ତାହାକୁ ପାଳନ କରିବେ-। ୯ ତାରିଖ ଦିନ ବଡ଼ ଦେଉଳର ମୁଖ୍ୟ ପରିଚ୍ଛା ଓ ଶ୍ରୀକ୍ଷେତ୍ରର ମହଡ଼ାଦାର ମୋରାର ପଣ୍ଡିତଙ୍କୁ ଆଦେଶ ଦିଆଗଲା ଯେ, ରାଜା ମୁକୁନ୍ଦ ଦେବ ଇଂରେଜ ସରକାରଙ୍କର ପରମ ଶତ୍ରୁ ହୋଇଥିବାରୁ ତାଙ୍କ ନାମ ଆଉ ପୂଜା ବେଳେ ଉଚ୍ଚାରଣ କରାଯିବ ନାହିଁ । ଏହି ଆଦେଶମାନ ପାଳନ କରିବାରେ ଯେ କେହି ଖିଲାପ କରିବ ସେ କଠୋର ଦଣ୍ଡରେ ଦଣ୍ଡିତ ହେବ ।

 

ଖୋରଧାର ଜମିଦାର, ମକଦ୍ଦମ, ସର୍ବରାକାରମାନଙ୍କୁ ଆଦେଶ ହେଲା ଯେ ରାଜାଙ୍କ ନାମରେ ସେମାନଙ୍କଠାରୁ କେହି କରଜ କରିଥଲେ ସେଥିରେ ସରକାର ଦାୟୀ ହେବେ ନାହିଁ ।

 

ଖୋରଧାରେ ନିଜର ଶାସନ ଓ ଆସ୍ଥାନକୁ ଦୃଢ଼ କରିବା ପାଇଁ ମୁକୁନ୍ଦ ଦେବଙ୍କୁ ଗାଦିଚ୍ୟୁତ କରିବା ଘୋଷଣା ସଙ୍ଗେ ସଙ୍ଗେ ନିମାଇଁ ଚରଣ ଦାସଙ୍କୁ ନୂଆ ତହସିଲଦାର, ଓ୍ୟାଜ୍ ମହମ୍ମଦଙ୍କୁ କିଲଟର କଚେରୀର ଜଣେ ପ୍ରଧାନ କର୍ମଚାରୀ ରୂପେ ଓ ଶେଖ୍ ଇଜଦ୍ ବକ୍ସଙ୍କୁ ଦାରୋଗା ରୂପେ ନିଯୁକ୍ତ କରି ଖୋର୍ଦ୍ଧାକୁ ଖାସମାହାଲ ରୂପେ ଘୋଷଣା କଲେ ଏବଂ ୩ଟି ଶାସନଗତ ବିଭାଗରେ ପରିଣତ କଲେ ।

 

ଖୋର୍ଦ୍ଧାରେ ଏକ ଥାନା ପ୍ରତିଷ୍ଠା କରି ତା ଅଧୀନରେ ୬୪୧ଟି ଗ୍ରାମକୁ ନେଇ ୮ଟି ଆଉଟପୋଷ୍ଟ ଏବଂ ବାଣପୁର ଥାନା ଅଧୀନରେ ପାଞ୍ଚଟି ଆଉଟପୋଷ୍ଟ ପ୍ରତିଷ୍ଠା କଲେ । ପୂର୍ବରୁ ଏହି ଖୋର୍ଦ୍ଧା ଦୁଇଟି ପ୍ରଧାନ ଭାଗରେ ବିଭକ୍ତ ଥିଲା–ଖୋର୍ଦ୍ଧା ଏବଂ ପାଞ୍ଚଗଡ଼ । ଏହି ଦୁଇଟି ଭାଗ ମଧ୍ୟରେ ଦଶଟି କିଲା ବା ପ୍ରଧାନଗଡ଼ ଥିଲା । ସେମାନଙ୍କ ନାମ ପୂର୍ବରେ ବର୍ଣ୍ଣିତ ହୋଇଛି । କିନ୍ତୁ ସେହି କିଲାଗୁଡ଼ିକ କେତେଗୁଡ଼ିଏ ଜିଲ୍ଲାରେ ବିଭକ୍ତ ଥିଲା । ସବୁ ଥାନା ଓ ଆଉଟ୍ ପୋଷ୍ଟରେ ପୋଲିସ ଓ ଗୁଳି ନଳୀର ବ୍ୟବସ୍ଥା ରହିଲା ।

 

ତା’ପରେ ପରେ ଖୋର୍ଦ୍ଧା ନିକଟ ରାମେଶ୍ୱର ଗଡ଼ର ଦଳ ବେହେରା ବଳିୟାରସିଂହ ଓ ତାଙ୍କ ଭାଇ ଭିକାରୀ ବଳିଆରସିଂହଙ୍କୁ କମିସନର ଜଣାଇ ଦେଲେ ଯେ, ସେମାନେ ମୁକୁନ୍ଦଦେବଙ୍କୁ ସାହାଯ୍ୟ କରୁଥିବା ଖବର ସରକାର ପାଇଥିବାରୁ ସେମାନଙ୍କ ପ୍ରତି ସରକାର ଅସନ୍ତୁଷ୍ଟ ଅଛନ୍ତି । ଭବିଷ୍ୟତରେ ସେମାନେ ଏଥିରୁ ନିବୃତ୍ତ ନହେଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବ-। (୧)

 

ମେଣ୍ଢାଶାଳର ଖଣ୍ଡାୟତ ଉଗାଳସିଂହ ମୁକୁନ୍ଦଦେବଙ୍କୁ କାଳେ ସାହାଯ୍ୟ କରିବେ, ଏଇ ଆଶଙ୍କାରେ ତାଙ୍କ ଉପରେ କଡ଼ା ନଜର ଦେବା ପାଇଁ ସରକାରୀ ହୁକୁମ ହେଲା । ମୁକୁନ୍ଦଦେବଙ୍କ ପ୍ରତି ନିଷ୍ଠୁର ବ୍ୟବହାର ଯୋଗୁଁ ଲୋକେ ସ୍ଥାନେ ସ୍ଥାନେ ଡାକ ଲୁଣ୍ଠନ, ଖଜଣା ଆଦାୟରେ ବାଧା ଦାନ ଇତ୍ୟାଦି କରୁଥିଲେ । ମେଣ୍ଢାଶାଳର ଏଇ ସରକାର ବିରୋଧି କାର୍ଯ୍ୟକୁ ଲୋକମାନଙ୍କ ଉପରେ ଅତ୍ୟାଚାର ହେଉଛି ବୋଲି ଚିତ୍ରଣ କରି ଉଗାଳସିଂହଙ୍କୁ ଏହାର ନିରାକରଣ ପାଇଁ ଆଦେଶ ଦେଲେ ଏବଂ କମିସନର କର୍ଣ୍ଣେଲ ହାରକୋର୍ଟ ସାହେବ ମେଣ୍ଢାଶାଳାକୁ ଦୁଇଟି ଚପରାଶି ପଠାଇଲେ । ଚପରାଶି ଦୁଇଟି ମେଣ୍ଢାଶାଳରେ ଶାନ୍ତି ସ୍ଥାପନ କରିବାରେ ସମର୍ଥ ହୋଇ ପାରିଥିଲେ-। ଏଥିରୁ ଅସହାୟ ଅବସ୍ଥାର ଚିତ୍ର ସହଜରେ ଅନୁମେୟ ।

 

(୧)

ସ୍ୱାଧୀନତା ସଂଗ୍ରାମର ଇତିହାସ ଓ freedom movement in Orissa vol. ।

 

ପାଞ୍ଚଗଡ଼ର ଲୋକେ ସରକାରୀ ଲୋକଙ୍କୁ ଓ ସୈନ୍ୟବାହିନୀକୁ ଧାନ ଚାଉଳ ବିକିବାକୁ ମଙ୍ଗୁ ନଥିଲେ । ଏହି ମନୋଭାବ ଛାଡ଼ିବା ପାଇଁ ଲୋକଙ୍କ ଉପରେ କଡ଼ା ଆଦେଶ ଜାରି ହେଲା ।

 

ଗଡ଼ ହଳଦିଆର ଖଣ୍ଡାୟତ ଓ ଜମିଦାର ଭଗବାନ ବୀରବର ଜଗଦେଙ୍କୁ ନୂତନ ସନନ୍ଦରେ ସ୍ୱାକ୍ଷର କରିବା ପାଇଁ ଆଦେଶ ହେଲା । ଏବଂ ସରକାରଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ସର୍ତ୍ତ ରଖାଗଲା ।

 

ଦାଣ୍ଡିମାହାଲରେ ଦାମୋଦର ପଟ୍ଟନାୟକ ଓଗେର ସରକାର ଭକ୍ତ କହ୍ନେଇ ଶତପଥୀଙ୍କ ଘରେ ପଶି କେତେକ ସଂପତ୍ତି ଲୁଟିକରି ନେଇଥିଲେ । ମୁକୁନ୍ଦଦେବଙ୍କ ଗାଦିଚ୍ୟୁତର ଫଳ ଏହା ହୋଇଥିବା ଆଶଙ୍କା କରି ଏହାର ଶ୍ରୀଘ୍ର ପ୍ରତିକାର ପାଇଁ ଦୁଇଜଣ ଚପରାଶିଙ୍କୁ ଦାଣ୍ଡିମାହଲକୁ ପଠାଇଲେ ।

 

ଡିସେମ୍ବର ମାସ ମଧ୍ୟ ଭାଗରେ କମିସନର କର୍ଣ୍ଣେଲ ହାରକୋର୍ଟ ଖୋର୍ଦ୍ଧା ଅଞ୍ଚଳର ସବୁ ଜମିଦାର ଓ ଖଣ୍ଡାୟତମାନଙ୍କୁ ଡକାଇ ଇଂରେଜମାନଙ୍କର ଆନୁଗତ୍ୟ ସ୍ୱୀକାର କରିବା ପାଇଁ ଅନୁରୋଧ କରିଥିଲେ । ମୁକୁନ୍ଦଦେବ ଇଂରେଜ ବିରୋଧି ଥିବାରୁ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ନ ଦେବା ପାଇଁ ହାକିମ ଆଦେଶ ଦେଇଥିଲେ ।

 

ମୁକୁନ୍ଦଦେବଙ୍କୁ ଧରିବା ପାଇଁ ସରକାର ବହୁ ଉଦ୍ୟମ କଲେ । କିନ୍ତୁ କୌଣସି ଉପାୟରେ ତାଙ୍କୁ ଧରିବାରେ ସଫଳ ନ ହେବାରୁ ରାଜାଙ୍କ ନିକଟ ସମ୍ପର୍କୀୟ ଲୋକମାନଙ୍କ ହାତରେ ଲେଖିଦେଲେ ଯେ, ରାଜା ଆତ୍ମସମର୍ପଣ କଲେ ତାଙ୍କ ପ୍ରିୟ ସଦୟ ବିଚାର କରାଯିବ ।

 

ଏଥିରେ କୌଣସି ଫଳ ନ ହେବାରୁ ସରକାର ମୁକୁନ୍ଦଦେବଙ୍କୁ ଧରି ନେବାକୁ ପୁରସ୍କାର ଘୋଷଣା କଲେ ।

 

ତେଣେ ମୁକୁନ୍ଦଦେବ ଦେଖିଲେ ଯେ, ତାଙ୍କୁ ପରାମର୍ଶ ଦେବାକୁ ଆଉ ଜୟୀରାଜଗୁରୁ ନାହାନ୍ତି । ଇଂରେଜ ସରକାର ପିପିଲି ପ୍ରଭୃତି ସମସ୍ତ ଘଟଣାରେ ନିଜେ ସେ ସଂପୃକ୍ତ ନଥିଲେ ମଧ୍ୟ ତାଙ୍କୁ ଦାୟୀ କରୁଛନ୍ତି ଏବଂ ନିଜର ପାଇକ ବାହିନୀ ଇଂରେଜଙ୍କ ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇ ଯାଇଛନ୍ତି ଏବଂ ଖୋର୍ଦ୍ଧା ଛାଡ଼ି ବହୁ ସୈନ୍ୟ ସପରିବାରେ ପାଖ ଗଡ଼ଜାତମାଙ୍କୁ ପଳାଇଛନ୍ତି । ତା ଛଡ଼ା ଇଂରେଜ ବାହିନୀ ତିନି ଦିଗରୁ ଆଧୁନିକ ଅସ୍ତ୍ର ଶସ୍ତ୍ର ସହ ଆକ୍ରମଣ କରିପାରିବାର ସାମର୍ଥ୍ୟ ସହ ଆକ୍ରମଣ କରିଛନ୍ତି । ଏହିସବୁ ଭାବନାର ବଶବର୍ତ୍ତୀ ହୋଇ ଏବଂ ଘୁମୁସର ରାଜାଙ୍କ ପରାମର୍ଶରେ ସେ ଆତ୍ମସମର୍ପଣ କରିବାକୁ ସ୍ଥିର କଲେ ।

 

ପରିଶେଷରେ ଘୁମୁସର ରାଜାଙ୍କ ପରାମର୍ଶ ଏବଂ ତାଙ୍କ କୁଟୁମ୍ବର ଜଗନ୍ନାଥ ଭଞ୍ଜଙ୍କ ଯତ୍ନରେ ମୁକୁନ୍ଦଦେବ ନିଜେ ନିଜେ ଧରା ଦେଲେ । କିନ୍ତୁ ଆଗରୁ ସରକାରୀ ଭାବେ ପୁରସ୍କାର ଘୋଷଣା ହୋଇଥିବାରୁ ସରକାରଙ୍କ ଦ୍ୱାରା ନିଯୁକ୍ତି ଅଫିସର ଫତେ ମହମ୍ମଦଙ୍କୁ ପୁରଷ୍କାର ଦିଆଗଲା । (୧)ଏହି ଅଫିସରଙ୍କ ନିକଟରେ ମୁକୁନ୍ଦଦେବ ଧରା ଦେଇଥିଲେ ।

 

(୧)

Makund Dev was arrested in about January 1805. The Commissioner in their letter of the 5th .january 1805 to Sri Krishna Dev, Treasurer, directed payment of a reward of Rs.3000/- to Sk. Fateh Mahamad who arrested Mukund Dev, Raja of Khurdha was kept in confinment at Midinapur till 1807 (E. M. in Orissa-Page 78)

 

ରାଜାଙ୍କ ଆତ୍ମସମର୍ପଣ ପରେ ତାଙ୍କୁ କଟକର ବାରବାଟୀ ଦୁର୍ଗରେ ପ୍ରଥମେ ବନ୍ଦୀ କରାଗଲା । ସେଠାରେ ରହିଲେ ପୁଣି କାଳେ ତାଙ୍କ ପ୍ରଭାବରେ ଗଣ୍ଡୋଗଳ ଆରମ୍ଭ ହୋଇଯିବ, ସେଥିପାଇଁ ତାଙ୍କୁ ନେଇ ମେଦିନୀପୁର ଜେଲରେ ଅଟକ କରି ରଖାଗଲା ଏବଂ ଜୟୀରାଜଗୁରୁଙ୍କ ସହିତ ଏହି ବିଦ୍ରୋହର ଅନେକ ନେତା ପ୍ରାଣଦଣ୍ଡରେ ଦଣ୍ଡିତ ହେଲେ ।

 

ଏହି ବିଦ୍ରୋହର ନିର୍ଦ୍ଦୋଷ ଅପରାଧରେ ଖୋରଧା ରାଜବଂଶର ବିଗତ ତିନିଶତ ବର୍ଷର ରାଜତ୍ୱ ଲୋପ ପାଇଲା । ସମସ୍ତ ଖୋରଧା ଇଂରେଜଙ୍କ ଖାସ୍ ମାହାଲରେ ପରିଣତ ହେଲା ।

 

ମୁକୁନ୍ଦଦେବ ଧରାହେବାଠାରୁ ଅର୍ଥାତ୍ ୧୮୦୫ ଜାନୁଆରୀମାସଠାରୁ ବନ୍ଦୀ ହୋଇ ରହିବା ପରେ ସରକାରଙ୍କୁ ଏକ ଦରଖାସ୍ତ ଦ୍ୱାରା ତାଙ୍କର ନିରୀହ ଆପତ୍ତି ଜଣାଇଲେ । (୧) ତା’ପରେ ତାଙ୍କୁ ୧୮୦୭ ମସିହାରେ ମୁକ୍ତି ଦିଆଗଲା । ମୁକୁନ୍ଦଦେବ ‘ନାନାକାର’ ବା ମାଲିକାନା ସୂତ୍ରେ ଖୋରଧା ନିମନ୍ତେ ମାସିକ ୨୧୩୩ ଟଙ୍କା ୫ ଅଣା ଚାରି ପାହୁଲା ପାଇବାର ଧାର୍ଯ୍ୟ ହେଲା-। ପୁରୀର ବାଲିସାହିରେ ଥିବା ରାଜନଅରରେ ମୁକୁନ୍ଦଦେବ ବାସ କରିବାକୁ ଆଦିଷ୍ଚ ହେଲେ-। ବାଲିସାହି ନଅର ବର୍ତ୍ତମାନ ଭାଙ୍ଗି ଯାଇଛି । ତଥାପି ତାହା ଅଦ୍ୟାପି ‘ପୁରୁଣା ନଅର’ ନାମରେ ପରିଚିତ । ପୁରୀ ମନ୍ଦିରର ସମସ୍ତ ପରିଚାଳନା ଦାୟୀତ୍ୱ ତାଙ୍କ ହସ୍ତରେ ଅର୍ପିତ ହେଲା ।

 

ଏସବୁ ଘଟିଯିବା ପରେ ମଧ୍ୟ ଇଂରେଜମାନେ ଓଡ଼ିଆ ଜାତିକୁ କିପରି ବିଚାରୁଥିଲେ ତାହା ସେତେବେଳର ଜଣେ ଇଂରେଜ ମୁଖ୍ୟଙ୍କ ଲେଖାରୁ ଜାଣିହେବ । “ନଦୀ ଶ୍ରେଣୀ ଉତ୍କଳକୁ ଜାଲ ଛନ୍ଦିଲା ପରି ବେଷ୍ଟନ କରି ରହିଅଛନ୍ତି । ଏଗୁଡ଼ିକ ଉତ୍କଳର ନୈସର୍ଗିକ ରକ୍ଷାକାରୀ । ଦୁର୍ଗ, ଗଡ଼ ଓ କଟକମାନ ବିସ୍ତୃତ ଭାବରେ ଉତ୍କଳରେ ଅଛି । ଏ ସମସ୍ତ ବର୍ତ୍ତମାନ ଓଡିଶା ଆକ୍ରମଣ ପ୍ରତି ଦୁର୍ଭେଗ୍ୟ । କେତେ ଆଶା, କେତେ ଚେଷ୍ଟା, କେତେ ମନ୍ତ୍ରଣା ପରେ ୩୯୦ ବର୍ଷ ଚାଲିଗଲା କିନ୍ତୁ ଆଫଗାନମାନେ ଓଡ଼ିଶାକୁ ଅଧୀନକରିପାରି ନଥିଲେ ଏବଂ ଓଡ଼ିଆମାନେ ଆପଣା ଜାତୀୟତା ଉପରେ ବିଶ୍ୱାସ ରଖି ଦୃଢ଼ ଭାବରେ ଦଣ୍ଡାୟମାନ ହୋଇ ମସ୍ତକତ୍ତୋଳନ କରିଥିଲେ । ସେମାନଙ୍କର ରାଜା ତାଙ୍କଠାରେ ନ୍ୟସ୍ତ ଥିବା ଦାୟୀତ୍ୱ ପ୍ରତି ବିଶ୍ୱସ୍ତ ନ ହେବାରୁ ଓଡ଼ିଆମାନେ ଓଡ଼ିଶା ହରାଇ ବସିଲେ ମାତ୍ର ଓଡ଼ିଆମାନେ ପରାଜିତ ହୋଇ ନଥିଲେ ।’’ (୧)

 

(୧)

Drawing his confinement in Medinapur, he submitted a petition to the government stating all the facts of his innocence (F.M.in Orissa – Page 78)

 

ଏହି ଘଟଣା ଘଟିବା ପରେ ଖୋର୍ଦ୍ଧା ଖାସ ମାହାଲର ଶାସନ କାର୍ଯ୍ୟ ପରିଚାଳନା ପାଇଁ ମେଜର ଫ୍ଲେଚର ନିଯୁକ୍ତ ହେଲେ ଏବଂ ଖୋରଧା ସରକାରୀ କଚେରୀ ପ୍ରଥମେ ନିର୍ମାଣ କଲେ । ପାଇକମାନଙ୍କ ପ୍ରତି ତାଙ୍କର ବ୍ୟବହାର ଅତି କୋଠର ଥିଲା । ପାଇକମାନେ ଆବାହନ କାଳରୁ ଯେଉଁ ନିଷ୍କର ଜାୟଗିରୀ ଭୋଗ କରି ଆସୁଥିଲେ, ଫ୍ଲେଚର ସେ ସମସ୍ତ ୧୮୦୪ ସାଲରେ ଏକ ଜମିଜମା ବନ୍ଦୋବସ୍ତ କରାଇ ପାଇକମାନଙ୍କଠାରୁ ଛଡ଼ାଇ ନେଲେ ଏବଂ ସେହି ଜମି ଉପରେ ଜମା ଧାର୍ଯ୍ୟ କଲେ ରାଜସ୍ୱ ଆଦାୟ ନିମିତ୍ତ ଯେଉଁ ସରବରାକାରମାନେ ନିଯୁକ୍ତ ହେଲେ, ସେମାନେ କଠୋର ଭାବରେ କର ଆଦାୟ କରି ପାଇକମାନଙ୍କ ଉପରେ ଅତ୍ୟାଚାର କଲେ । ତା ପରେ ପରେ ପାପାଚାରୀ ପୁଲିସ କର୍ମଚାରୀମାନଙ୍କ ଅତ୍ୟାଚାର ଆହୁରି ଅସହ୍ୟ ହୋଇ ଉଠିଲା । ସେତେବେଳେ ବଙ୍ଗାଳୀମାନେ ସରକାରଙ୍କ ପ୍ରଧାନ ପ୍ରଧାନ କର୍ମଚାରୀ ଥିଲେ । ଏହି ସମ୍ପର୍କରେ ଐତିହାସିକ R.D.Banerjee ଲେଖିଛନ୍ତି :-

 

Having control of judicial and executive work, the Bengali found Orissa an easy means to get rich quick. He had no competitors in the field and the British officers had to rely entirely on them. Police extortion and sale of public justice was carried on entirely through Bengalis’’ (୨)

 

(୧)

History of Orissa by Toyenabee

(୨)

History of Orissa, P-279 by R.D. Banerjee

 

ନିଜର ସ୍ୱାର୍ଥସିଦ୍ଧି ନିମନ୍ତେ ବଙ୍ଗାଳୀ କର୍ମଚାରୀମାନେ କଦର୍ଯ୍ୟ ଆଚରଣ କରି ହଠାତ୍ ଧନୀ ହୋଇଯାଉଥିଲେ । ଇଂରେଜମାନେ ଏହିମାନଙ୍କ ଉପରେ ସମସ୍ତ ନିଭର୍ର କରି ଚଳୁଥିଲେ । ନ୍ୟାୟ ନିକିତି ଏମାନଙ୍କ ହାତରେ ଥିଲା । ମନଇଚ୍ଛା ସେମାନେ ଯାହା ପାରୁଥିଲେ ତା କରୁଥିଲେ । ଏବଂ ଏହି ସଂପର୍କରେ ଜଣେ ଇଂରେଜଙ୍କ ନିଜ ମତ ଉଦ୍ଧାର କରି ଦେଖିଲେ ସେତେବେଳର ଚିତ୍ର ଆଖି ଆଗରେ ଭାସିଉଠିବ । O’ Malley ଲେଖିଛନ୍ତି :-

 

“Nor was this all. Deprived of the lands which they had enjoyed from time immemorial, they were subjected to the grossest extortion and oppression to the hands of the farmers, Sarbarakars and other under lings to whom our government entrusted the collection of the revenue and also to the tyrannies of a currupt and a reneal Police (୧)

 

ଆବହମାନ କାଳରୁ ଭୂମିରାଜସ୍ୱ ଶସ୍ୟ କିମ୍ବା କଉଡ଼ି ଆକାରରେ ଦିଆହୋଇ ଆସୁଥିଲା-। ଇଂରେଜ ସରକାର ଏହା (Sica Rupee) ସିକା ଟଙ୍କାରେ ଆଦାୟ କରିବାକୁ ବଦ୍ଧପରିକର ହେଲେ ଏବଂ ସଙ୍ଗେ ସଙ୍ଗେ ଗୋଟିଏ ସିକା ଟଙ୍କାର ମୂଲ୍ୟ ୫୧୨୦ କଉଡ଼ି ସ୍ଥିର କଲେ । ସେହି ସମୟରେ କଟକ ବଜାରରେ ୭ କାହାଣ କଉଡ଼ି ବଦଳରେ ଟଙ୍କାଟିଏ ମିଳୁଥୁଲା (୨) । କିନ୍ତୁ ପ୍ରକୃତରେ ଗ୍ରାମ ମହାଜନମାନଙ୍କଠାରେ କଉଡ଼ି ବଦଳେଇ ଟଙ୍କା ନେଲାବେଳକୁ ସାଧାରଣ ଲୋକଙ୍କୁ ପ୍ରତି ଟଙ୍କାପିଛା ୭୬୮୦ କଉଡ଼ି ଦେବାକୁ ପଡ଼ୁଥିଲା । ଏହା ଉପରେ ସରବରାକାର ଏବଂ ସେମାନଙ୍କ ରାଜସ୍ୱ ଆଦାୟକାରୀ କର୍ମଚାରୀମାନଙ୍କର ଅଯଥା ବଟାଦାବୀ ମଧ୍ୟ ଥିଲା । ଆବହମାନକାଳରୁ ନିଷ୍ପତି ଭୋଗ କରୁଥିବା ବୃତ୍ତିଭୋଗୀ ପାଇକମାନେ ଏହିରୂପେ ରାଜସ୍ୱ ଆଦାୟ ଦେବାକୁ ଘୋର ଯନ୍ତ୍ରଣା ଭୋଗୁଥିଲେ । ଏହି ନୂଆ ନିୟମରେ ଚାଷୀମାନେ ରାଜସ୍ୱ ଦେବାବେଳେ ବହୁ ଯନ୍ତ୍ରଣା ଭୋଗ କଲେ ଏବଂ କ୍ଷତିଗ୍ରସ୍ତ ହେଲେ । ସେମାନଙ୍କର ଆର୍ଥିକ ଅବସ୍ଥା ବେଳକୁବେଳ ଖରାପ ଆଡ଼କୁ ଗତିକଲା । ଶେଷକୁ ରାଜସ୍ୱ ଦେଇ ନ ପାରି ଅନେକେ ନିଜ ନିଜର ଜମି ହରାଇଲେ । ବଂଗୀୟ ଫୌଜଦାରୀ ଓ ପୋଲିସ ସଂକ୍ରାନ୍ତ ସକଳ ଆଇନ ଓଡ଼ିଶାର ଜାରୀ ହେଲା । ପରେ ପରେ ବଙ୍ଗୀୟ ଦେବାନୀ ଆଇନ ଓଡ଼ିଶାରେ ଚାଲିଲା । ବୋର୍ଡ଼ ଅଫ କମିଶନରଙ୍କ ଆଦେଶରେ ୧୮୦୪ ଖ୍ରୀଷ୍ଟାବ୍ଦରେ ଓଡ଼ିଶାରେ ବନ୍ଦୋବସ୍ତ ଆରମ୍ଭ ହୋଇ ପରବର୍ଷ ଶେଷ ହେଲା-। ପ୍ରଥମ ବନ୍ଦୋବସ୍ତରେ ଇଂରେଜମାନେ ମରହଟ୍ଟା ପଦ୍ଧତି ଅନୁସାରେ ଚାଳିତ ହୋଇଥିଲା-। ଏହି ବନ୍ଦୋବସ୍ତ ବର୍ଷକ ପାଇଁ ହୋଇଥିଲା । ତାହାପରେ ପୁଣି ୧୮୦୫ ଖ୍ରୀଷ୍ଟାବ୍ଦରେ ୩ବର୍ଷ ପାଇଁ ନୂତନ ବନ୍ଦୋବସ୍ତ ହେଲା । ଦ୍ୱିତୀୟ ବନ୍ଦୋବସ୍ତର କାଳ ୧୮୦୮ରେ ପୁରିଯିବାରୁ ତୃତୀୟ ବନ୍ଦୋବସ୍ତ ଏକ ବର୍ଷ ପାଇଁ ଏବଂ ୪ର୍ଥ ବନ୍ଦୋବସ୍ତ ୩ବର୍ଷ ସକାଶେ ହେଲା । ପରେ ପୁଣି ୫ମ ବନ୍ଦୋବସ୍ତ ଏକ ବର୍ଷ ପାଇଁ ୧୮୧୨-୧୩ରେ, ୧୮୧୩-୧୪ରେ ଷଷ୍ଠ ବନ୍ଦୋବସ୍ତ ୨ବର୍ଷ ପାଇଁ, ୧୮୧୫-୧୬ରେ ୭ମ ବନ୍ଦୋବସ୍ତ ୧ବର୍ଷ ପାଇଁ, ୧୮୧୬-୧୭ରେ ଅଷ୍ଟମ ବନ୍ଦୋବସ୍ତ ୩ବର୍ଷ ପାଇଁ ଏବଂ ୧୮୧୯-୨୦ରେ ନବମ ବନ୍ଦୋବସ୍ତ ୩ବର୍ଷ, ଏବଂ ୧୮୨୨-୨୩ରେ ଦଶମ ବନ୍ଦୋବସ୍ତ ୫ବର୍ଷ ପାଇଁ–ଏହିରୂପେ ଏକଶାଲା, ଦୋଶାଲା, ତିଶାଲା ଇତ୍ୟାଦି ବନ୍ଦୋବସ୍ତ ୧୮୨୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଘନ ଘନ ଆରମ୍ଭ କରାଗଲା । ପ୍ରଥମେ ୧୮୦୪ ଖ୍ରୀଷ୍ଟାବ୍ଦର ସେପ୍ଟେମ୍ବର ମାସରେ ଗଭର୍ଣ୍ଣର ଜେନେରାଲ ଲର୍ଡ଼ ଓଏଲସଲି ଘୋଷଣା କରିଥିଲେ ଯେ ଏହିରୂପେ ଘନ ଘନ ବନ୍ଦୋବସ୍ତ କରାଯାଇ ଶେଷରେ ୧୮୧୫ଖ୍ରୀଷ୍ଟାବ୍ଦରେ ଓଡ଼ିଶାରେ ବଙ୍ଗଦେଶ ପରି ଚୀରସ୍ଥାୟୀ ବନ୍ଦୋବସ୍ତ କରାଗଲା । ପ୍ରଥମ ବନ୍ଦୋବସ୍ତରେ ଓଡ଼ିଶାର ଜମା ସ୍ଥିର ହୋଇଥିଲା, ୪ଲକ୍ଷ ୪୩ ହଜାର ଟଙ୍କା । ମାତ୍ର ପ୍ରତି ବନ୍ଦୋବସ୍ତରେ ତାହା ବଢ଼ି ବଢ଼ି ୧୮୧୮ ଖ୍ରୀଷ୍ଟାବ୍ଦରେ ଜମା ହେଲା ୧୬,୪୭,୯୨୪ଟଙ୍କା । ୧୮୧୮ଖ୍ରୀଷ୍ଟାବ୍ଦର ବନ୍ଦୋବସ୍ତଠାରୁ ଓଡ଼ିଶାର ପ୍ରଥମ ଜରିବ ବା ମାପ ଆରମ୍ଭ କରାଗଲା ।

 

(୧)

Bengal District gazetter Puri P.51

(୨)

Selection from the correspondence on the settelement of Khurdha Estate in District of Pooree 1876. P-34

 

ଏହି ସବୁ ଘନ ଘନ ବନ୍ଦୋବସ୍ତ ଦ୍ୱାରା ପ୍ରଜାମାନେ ବିଶେଷ ପ୍ରପୀଡ଼ିତ ହେଉଥିଲେ । ପୂର୍ବବର୍ତ୍ତୀ ରାଜତ୍ୱମାନଙ୍କରେ ରାଜ କର୍ମଚାରୀମାନେ ଜମିର ଆଦାୟ ଅନୁସାରେ ଜମାଧାର୍ଯ୍ୟ କରୁଥିଲେ । ସୁତରାଂ କୃଷିହାନି, ଧୋଇ, ମରୁଡ଼ିରେ ପ୍ରଜାମାନେ କରଛାଡ଼ ପାଉଥିଲେ । ପୂର୍ବ ରାଜତ୍ୱମାନଙ୍କରେ ବନ୍ଦୋବସ୍ତ ପ୍ରଜାମାନଙ୍କ ସଙ୍ଗେ ହେଉଥିବାରୁ ରାଜା ଓ ରାଜକର୍ମଚାରୀମାନେ ପ୍ରଜାମାନଙ୍କର ସାକ୍ଷାତ ସଂପର୍କରେ ଆସି ସେମାନଙ୍କର ଅଭାବଭାବ ସହଜରେ ବୁଝି ପାରୁଥିଲେ । ମାତ୍ର ଇଂରେଜ ଶାସନରେ ବନ୍ଦୋବସ୍ତ ଜମିଦାରମାନଙ୍କ ସଙ୍ଗେ ହେଲା । ଜମିଦାରମାନେ ରାଜସ୍ୱ ଆଦାୟ ନିମନ୍ତେ ଦାୟୀ ରହିଲେ । ପୁଣି ଜମିଦାରମାନଙ୍କ ସଙ୍ଗେ ବନ୍ଦୋବସ୍ତ ହୋଇ ଘନ ଘନ ଜମାବୃଦ୍ଧି ହେବାରୁ ଆଦାୟର ସମସ୍ତ କଠୋରତା ସତ୍ତ୍ୱେ ବହୁତ ରାଜସ୍ୱ ଅନାଦାୟ ରହିଲା । ସୁତରାଂ ଅନାଦାୟ ରାଜସ୍ୱ ସକାଶେ ବଙ୍ଗ ଆଇନ ଅନୁସାରେ ଓଡ଼ିଶାର ଜମିଦାରୀମାନେ ନିଲାମରେ ଉଠିଲା । ୧୮୦୬ରେ ସେହି ନିଲାମ ପ୍ରଥା ପ୍ରଥମେ ସୃଷ୍ଟି ହେଲା । ନିଲାମ ଓଡ଼ିଶାରେ ନ ହୋଇ କଲିକତାରେ ହେଉଥିଲା । କଲିକତାର ବଙ୍ଗାଳୀମାନେ ଏହି ସୁବିଧା ପାଇ ଓଡ଼ିଶାର ବଡ଼ ବଡ଼ ଜମିଦାରୀମାନ ଅଳ୍ପ ମୂଲ୍ୟରେ ହସ୍ତଗତ କରି ନେଉଥିଲେ । ୧୮୦୬ ଠାରୁ ୧୮୧୬ ଏହି ଦଶବର୍ଷ ମଧ୍ୟରେ ଓଡ଼ିଶାର ୩ ଜିଲ୍ଲାରୁ (କଟକ, ପୁରୀ, ବାଲେଶ୍ୱର) ୧୦୧୧ଟି ଜମିଦାରୀ ନିଲାମ ହୋଇଥିଲା ଏବଂ ଏଥିରୁ ୩୫୦ଟି ବିଦେଶୀ ବଙ୍ଗୀୟମାନେ ଖରିଦ କରି ନେଇଥିଲେ । ନିମ୍ନ ଉଦ୍ଧୃତାଂଶରୁ ଏହି ନିଲାମ ଓ ତାର ପରିଣତି କଥା ସହଜେ ବୁଝିହେବ ।

 

“There is a considerable sprinkling of Bengalis among the official and landed classes. This eliment is stedily on the increase. It has already purchaged many valuable estates, and monopolized almost all the offices of trust in the administration. Some of the richest Bengali landholders are absentees. They live in Culcutta, and soldom or never visit their estates. But a large number of Bengalis among the official classes and smaller proprietors have gradually settled down in Puri District and consider themselves naturalized in it.”

 

ଏହା ଫଳରେ ଓଡ଼ିଶାର ବହୁ ପ୍ରାଚୀନ ସଂମ୍ଭ୍ରାନ୍ତ ପରିବାର ଧ୍ୱଂସ ହୋଇଗଲେ ଏବଂ ସେମାନଙ୍କ ସ୍ଥାନରେ ବହୁ ବିଦେଶୀ ବଙ୍ଗାଳୀ ଲୋକେ ଜମିଦାର ହୋଇ ବସିଲେ । ସେମାନେ ବିଦେଶରେ ରହୁଥିବାରୁ ଦୂରସ୍ଥ ସ୍ୱଳ୍ପ ବେତନଭୋଗୀ କର୍ମଚାରୀଙ୍କ ଦ୍ୱାରା ରାଜସ୍ୱ ଆଦାୟ କରୁଥିଲେ-। ଏଥିରେ ପୁଣି କଉଡ଼ି ପରିବର୍ତ୍ତେ ଟଙ୍କାରେ ରାଜସ୍ୱ ଦେବାକୁ ସରକାରଙ୍କର ଆଦେଶ ହେବାରୁ ରାଜସ୍ୱ ଏକ ଟଙ୍କା ସ୍ଥଳେ ପ୍ରଜାମାନଙ୍କୁ ଦେଢ଼ ଟଙ୍କା ଦେବାକୁ ପଡ଼ୁଥିଲା ।

 

ଏହିସବୁ ବନ୍ଦୋବସ୍ତରେ ଖୋର୍ଦ୍ଧାର ଦଳବେହେରା, ଦଳେଇ ଓ ପାଇକ ସମେତ ୮୭୩ ଜଣଙ୍କର ଜାଗିର ଜମି ସରକାର କାଢ଼ିନେଲେ ଏବଂ ତଦ୍ଦ୍ୱାରା ୩୨୪ ବାଟି ନିଷ୍କର ଭୂମିର ଦଖଲକାରୀ ବ୍ୟକ୍ତି ବାସଚ୍ୟୁତ ହେଲେ ।

 

ଜାଏଗିରି କାଢ଼ିନେବା ପରେ ମଧ୍ୟ ସେତେବେଳେ ପୁରୀ ଜିଲ୍ଲାରେ ଥିବା ୨୭୭୮ଟି ପାଇକ ଜାଏଗିରି ମଧ୍ୟରୁ ବହୁ ଜାଏଗିରି ଖାରଜ କରିଦେଇ ବାକି ଗୁଡ଼ିକରେ ଜମାଧାର୍ଯ୍ୟ ହେଲା ।

 

ଏହା ସାଙ୍ଗକୁ ମୋଗଲ, ମରହଟ୍ଟା ରାଜତ୍ୱରେ ସବୁ ବ୍ୟବସାୟ ବାଣିଜ୍ୟ ମୃତପ୍ରାୟ ଅବସ୍ଥା ଲଭିଥିଲା ।

 

ଲୁଣ ବ୍ୟବସାୟ ଚିଲିକା ଉପକୂଳ ଖୋର୍ଦ୍ଧାବାସୀ ତଥା ଓଡ଼ିଶାବାସୀଙ୍କ ପ୍ରଧାନ ଜୀବିକା ଥିଲା । ଇଂରେଜ ରାଜତ୍ୱର ପ୍ରଥମାବସ୍ଥାରେ ହଜାର ହଜାର ଉପକୂଳବାସୀ ଲୁଣମାରି ଜୀବିକାଅର୍ଜନ କରୁଥିଲେ । ଏହି ଲୁଣ ମଧ୍ୟ ନିଜ ନିଜ ଅଞ୍ଚଳର ଅଭାବ ପୂରଣ କରି ବାହାରକୁ ରପ୍ତାନୀ ହେଉଥିଲା ଏବଂ ଓଡ଼ିଶାର ଲୁଣ ସର୍ବାପେକ୍ଷା ଉତ୍କୃଷ୍ଟ ବୋଲି ଭାରତରେ ବିବେଚିତ ହେଉଥିଲା ।

 

ଓଡ଼ିଶା ଅଧିକାର କରିବା ସଙ୍ଗେ ସଙ୍ଗେ ଇଷ୍ଟଇଣ୍ଡିଆ କମ୍ପାନୀ ଲୁଣମରାରେ ଏକଚାଟିଆ ନୀତି ଧରି ନିଜ କାରବାର ଚଳାଇଲେ । ଏପରିକି ସେତେବେଳେ ଲୁଣ ମରାରେ ମହଣ ପ୍ରତି ୪ ଅଣା ମାତ୍ର ଖର୍ଚ୍ଚ ହେଉଥିବା ସ୍ଥଳେ ତାହା ବାହାରେ ୩ଟଙ୍କା ୧୨ ଅଣାରେ ବିକ୍ରି ହେଉଥିଲା । ସରକାର ଏହି ଲୁଣ ମହଣକ ଉପରେ ୩ ଟଙ୍କା ୪ ଅଣା କର ବସାଇଲେ । ଏହା ଫଳରେ ବହୁଲୋକ ହାତ ବାନ୍ଧି ବସିଲେ । (୧)

 

(୧)

ଓଡ଼ିଶା ଇତିହାସ-ଡଃ ମହତାବ ।

 

ଇଂଲଣ୍ଡରୁ ଲୁଣ ଆସି ଅଳ୍ପ ଦାମରେ ବିକ୍ରି ହେଲା ଏବଂ ତନ୍ତଲୁଗା ପରିବର୍ତ୍ତେ କଳଲୁଗା ପ୍ରବେଶ କରି ଲୁଗା ବ୍ୟବସାୟ ଅଚଳ ଅବସ୍ଥାପ୍ରାପ୍ତ ହେଲା । ଏହିପରି କରଭାର ଓ ନାନା ଅତ୍ୟାଚାରରେ ଉତିଷ୍ଠ ହୋଇ ଖୋର୍ଦ୍ଧା ଅଞ୍ଚଳର ପ୍ରାୟ ୫\୬ ହଜାର ଚାଷୀ ପାଖଆଖ ଗଡ଼ଜାତକୁ ପଳାଇ ଯାଇଥିଲେ ବୋଲି ଏରଓ୍ୟାରଙ୍କ (Ewer’S Report) ରିପୋର୍ଟରୁ ଜଣାଯାଏ ।

 

ଖୋରଧାରେ ମେଜର ଫ୍ଳେଚରଙ୍କ ନେତୃତ୍ୱରେ ସରକାରୀ କୋଠାଘର ତୋଳା ହେବାଠାରୁ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ପୋଲିସ ଫାଣ୍ଡି ଓ ପୋଲିସ ଶାସନ ଜରିଆରେ ଅତ୍ୟାଚାର ଚଳାଇବାରେ ଖାରଧାସାରା ଭୀଷଣ ପରିବର୍ତ୍ତନମାନ ଘଟିଥିଲା । “ତାର କି ରାଜନୀତି, କି ଅର୍ଥନୀତି, କି ସାମାଜିକ, ସକଳ ପ୍ରକାର ଜୀବନର ପ୍ରତ୍ୟେକ ବିଭାଗରେ, ଗୋଟିଏ ପ୍ରଳୟ ଆସି ପହଞ୍ଚିଗଲା । ଯାହା କେବେ କେହି ସ୍ୱପନରେ ସୁଦ୍ଧା ଭାବି ନ ଥିଲେ, ଆଖି ଆଗରେ ଘଟିଗଲା, ରାଜା ମୁକୁନ୍ଦ ଦେବ ବନ୍ଦୀ ହେଲେ । ଦୁଇ ବର୍ଷ ପରେ ଅବଶ୍ୟ ବନ୍ଦୀଶାଳାରୁ ମୁକ୍ତି ପାଇଲେ କିନ୍ତୁ ନିଜର ରାଜ୍ୟ ଛାଡ଼ି, ପୁରୀ ସହରରେ ଯାଇ ରହିବାକୁ ତାଙ୍କୁ ମଧ୍ୟ ବାଧ୍ୟ କରାଗଲା . ଲୋକେ ଧରିନେଲେ ଯେ ଚଳନ୍ତି ବିଷ୍ଣୁଙ୍କ ଶ୍ରୀଅଙ୍ଗରେ ଘାଉଡ଼ ହେଲା । ତା ଫଳରେ ନୈତିକ ମେରୁଦଣ୍ଡ ଭାଜି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା ।

 

ଅଥଚ ମୁକୁନ୍ଦଦେବ ଯେତେ ଅପଦାର୍ଥ ହେଲେ ମଧ୍ୟ, ଲୋକେ ନିଜର ପାରମ୍ପରିକ ରାଜାଙ୍କୁ ହୃଦୟରୁ ଫିଙ୍ଗି ଦେଇ, ସେ ଆସନରେ ଇଂରେଜ ଶାସନକର୍ତ୍ତା ଫ୍ଲେଚରଙ୍କୁ ବସାଇ ପାରିଲେ ନାହିଁ । ଅଶାନ୍ତି ଅରାଜକତାର ନିଆଁ ଭିତରେ ଭିତରେ କୁହୁଳିବାକୁ ଲାଗିଲା । ତାହା କେତେବେଳେ କେଉଁଠାରେ କେଉଁ ଆକାରରେ ପ୍ରକାଶ ପାଇଲା ।” ସର୍ବଶେଷରେ ଏହି ଚରମ ନିର୍ଯ୍ୟାତନାର ଫଳ ଘୋର ଏକ ବିଦ୍ରୋହକୁ ସରକାର ବିରୁଦ୍ଧରେ ଡାକି ଆଣିଲା । ଏହିପରି ନିର୍ଯ୍ୟାତିତ ଅବସ୍ଥାରେ ଲୋକେ ଚାହୁଁଥିଲେ ଜଣେ ନେତା । ଯାହାଙ୍କ ନେତୃତ୍ୱରେ ଇଂରେଜ ରାଜତ୍ୱକୁ ଖୋର୍ଦ୍ଧା ଭୂଇଁରୁ ହଟାଇ ଦେଇ ହେବ ।

 

ଏହି ଆବଶ୍ୟକତା ମେଣ୍ଟାଇବା ପାଇଁ ନେତା ମିଳିଗଲେ । ସେ ହେଉଛନ୍ତି ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ।

 

ବକ୍ସି ଜଗବନ୍ଧୁ ହେଉଛନ୍ତି ଜାତିରେ ଖଣ୍ଡାୟତ କ୍ଷତ୍ରିୟ । ପୁରୁଷାନୁକ୍ରମେ ବିଦ୍ୟାଧର ଭ୍ରମରବର ବଂଶ ଖୋର୍ଦ୍ଧା ରାଜାଙ୍କ ବକ୍ସି ଅର୍ଥାତ ସେନାପତି ଥିଲେ ।

 

ମରହଟ୍ଟା ଶାସନ କାଳରେ ବକ୍ସି ରୋଡ଼ଙ୍ଗର ମାଲିକ ଥିଲେ । ଏହି ରୋଡ଼ଙ୍ଗ ଜାଏଗିରି ହେଉଛି ଖୋରଧା ରାଜାଙ୍କ ଦ୍ୱାରା ପ୍ରଦତ୍ତ । ମରହଟ୍ଟାମାନଙ୍କ ଦ୍ୱାରା ଏହା ବକ୍ସିଙ୍କର ଜାଏଗିରି ରୂପେ ସ୍ୱୀକୃତ ହୋଇଥିଲା ଏବଂ ୧୮୦୩ ରେ ଇଷ୍ଟ ଇଣ୍ଡିଆ କମ୍ପାନୀସରକାରଙ୍କ ବନ୍ଦୋବସ୍ତ ବେଳେ ମଧ୍ୟ କମ୍ପାନୀ ସେନାପତି କର୍ଣ୍ଣେଲ ହାରକୋର୍ଟ ଏକବର୍ଷ ପାଇଁ ରୋଡ଼ଙ୍ଗ କିଲାର ବନ୍ଦୋବସ୍ତ ବକ୍ସି ଜଗବନ୍ଧୁ ସହିତ କରିଥିଲେ । ୧୮୦୪ରେ ୩ ବର୍ଷ ପାଇଁ କଲେକ୍ଟର ଉଏବ୍ ମଧ୍ୟ ବନ୍ଦୋବସ୍ତ କରି ବକ୍ସିଙ୍କୁ ପଟ୍ଟା ଦେଇଥିଲେ ।

 

ଉଏବ୍ ସାହେବ କଲେକ୍ଟର ଥିବାବେଳେ ତାଙ୍କ ଅଫିସରେ ସୁପରିନ୍‍ଟେଣ୍ଡେଣ୍ଟ ଭାବେ ଥିଲେ ବଙ୍ଗଦେଶ ପାଇକପଡ଼ାର ଜଣେ କାୟସ୍ଥ କୃଷ୍ଣଚନ୍ଦ୍ର ସିଂହ । ଏହି ଚାକିରୀରେ ନିଯୁକ୍ତ ଥିବା ବ୍ୟକ୍ତିଙ୍କୁ ସେତେବେଳେ ଦେବାନ ବୋଲି କୁହାଯାଉଥିଲା ।

 

ସେତେବେଳେ ବଙ୍ଗଳାର ବହୁ ଶିକ୍ଷିତ ଲୋକେ କଲେକ୍ଟର, କମିସନର ଓ ଅନ୍ୟାନ୍ୟ ଅଫିସରେ କର୍ମଚାରୀ ଥିଲେ । ବଙ୍ଗ ସରକାରଙ୍କ ଅଧୀନରେ ସେତେବେଳେ ଓଡ଼ିଶା ଥିଲା ଏବଂ ସରକାରୀ ଅଫିସମାନଙ୍କରେ ଫାର୍ସି, ଇଂରେଜି ଓ ବଙ୍ଗଳା ଭାଷା ଚଳୁଥିଲା । ତେଣୁ ଓଡ଼ିଶା ଲୋକେ ଚାକିରୀର ବିଶେଷ ସୁଯୋଗ ପାଉନଥିଲେ । ବଙ୍ଗାଳୀ ଅଫିସରମାନେ ଜାଏଗିରି, ଜମିଦାରୀ ସବୁ ନିଲାମରେ ଉଠାଇ କରାୟତ କରିବା ପାଇଁ ନାନା ଚକ୍ରାନ୍ତ କରୁଥିଲେ ।

 

ପୂର୍ବେ ମରହଟ୍ଟାମାନେ ଖୋର୍ଦ୍ଧା ରାଜାଙ୍କଠାରୁ କେତେକ ଅଞ୍ଚଳ ଛଡ଼ାଇ ନେଇ ଖାସ କରିଥିଲେ । ଇଂରେଜମାନେ ଚୁକ୍ତି ସୂତ୍ରରେ ଏହି ଅଞ୍ଚଳ ପାଇବା ପରେ ସେଥିରୁ କେତେକ ଅଞ୍ଚଳ ପାଇବା ପରେ ସେଥିରୁ କେତେକ ଅଞ୍ଚଳ ବିକ୍ରି କରି ଦେବାକୁ ସ୍ଥିର କଲେ । ସେହି ଅଞ୍ଚଳସବୁ କିଣି ନେବାକୁ ଦେବାନ କୃଷ୍ଣଚନ୍ଦ୍ରଙ୍କ ପାଟିରୁ ଲାଳ ବହିଲା ।

 

୧୮୦୫ରେ ଉଏବ୍ ସାହେବ କଲେକ୍ଟର ହେବା ପରେ କୃଷ୍ଣଚନ୍ଦ୍ର ଚାକିରୀ ଛାଡ଼ିଦେଇ କଟକରେ ରହିଲେ ଏବଂ ତାଙ୍କ ଭାଇ ଗୌରହରି ସିଂହ ପୁରୀ ଜିଲ୍ଲାର କେତେକ ଖାସମାହାଲ ଅଞ୍ଚଳର ଖଜଣା ଅସୁଲ କରିବାପାଇଁ ସରକାରୀ ତହସିଲଦାର ନିଯୁକ୍ତ ହେଲେ ।

 

ଗୌରହରି ସିଂହ ରାହାଙ୍ଗ ପ୍ରଭୃତି ଅଞ୍ଚଳରୁ ଖଜଣା ଅସୁଲ କରୁଥିବାବେଳେ କୃଷ୍ଣଚନ୍ଦ୍ରଙ୍କ ପରାମର୍ଶରେ ‘ରାହାଙ୍ଗ ଓଗେର’ ତଳେ ଖଜଣା ସବୁ ଅସୁଲ ଦେଲେ । ଫସଲି ବର୍ଷ ୧୨୧୫ରେ ରାହାଙ୍ଗ ଓଗେର ଅଞ୍ଚଳକୁ କୃଷ୍ଣଚନ୍ଦ୍ରଙ୍କ ଆତ୍ମୀୟ ଲକ୍ଷ୍ମୀନାରାୟଣଙ୍କ ନାମରେ ଖଜଣା ଆଦାୟ କରିବା ପାଇଁ ପଟ୍ଟା ଦିଆଗଲା ।

 

ଯେତେବେଳେ ଫସଲି ୧୨୧୬ର ଶେଷକୁ ରାହାଙ୍ଗ ପ୍ରଗଣାକୁ ସରକାର ବିକ୍ରି କରିବାକୁ ଘେଷଣା କଲେ, ସେତେବେଳେ କୃଷ୍ଣଚନ୍ଦ୍ର ଏହା କିଣିନେଲେ । କିଣି ନେବା ପରେ ରୋଡ଼ଙ୍ଗ ଅଞ୍ଚଳକୁ ଦଖଲ କରିବା ପାଇଁ କୃଷ୍ଣଚନ୍ଦ୍ର ଚେଷ୍ଟା କଲେ । ଏହା କରିବା ପାଇଁ ତାଙ୍କ ଭାଇ ଗୌରହରିଙ୍କ ଜରିଆରେ ସେ ଖଜଣା ଅସୁଲ କରି ‘ରାହାଙ୍ଗ ଓଗେର’ ତଳେ ଜମା ଦେଉଥିଲେ । ଅଜାଏ ଜବରଦସ୍ତ ରୋଡ଼ଙ୍ଗ କିଲା ଦଖଲ କରାନେବାକୁ ବସିବାରୁ ବକ୍ସି ଓ ସିଂହଙ୍କ ଲୋକଙ୍କ ମଧ୍ୟରେ ମାରପିଟ ହେଲା । ସିଂହ ତାହା ଦଖଲ କରି ନେଇ ପାରିଲେ ନାହିଁ ।

 

ଏହାପରେ ଉଭୟଙ୍କ ପକ୍ଷରୁ ଏହି ବିଷୟ ନେଇ ସରକାରଙ୍କ ପାଖରେ ଆପତ୍ତି ଦରଖାସ୍ତ ହେଲା । କମିସନର ବୁଲେର ସାହେବଙ୍କ ପାଖେ ବହୁଦିନ ଦରଖାସ୍ତ ପଡ଼ି ରହିଲା । ବକ୍ସି ଯେଉଁ ପଟ୍ଟା ପାଇଥିଲେ ତାର ମିଆଦ ନ ପୂରିଥିବାରୁ ଜମିକୁ ରୟତ ଲଗାଇଦେଲେ । ତା’ପରେ ଜଗବନ୍ଧୁ ଓ ତାଙ୍କ ପୁତୁରାଙ୍କ ମଧ୍ୟରେ ଜାଗିରି ବଣ୍ଟନ ସଂପର୍କରେ ବିବାଦ ଉପସ୍ଥିତ ହୋଇ ଦଶ’ଣା ଛ’ଣାରେ ବଣ୍ଟନ ସ୍ଥିର ହେଲା ।

 

କୃଷ୍ଣଚନ୍ଦ୍ର କିଣିନେଇ ଥିବାରୁ ଏହି ରୋଡ଼ଙ୍ଗ ଅଞ୍ଚଳକୁ ତାଙ୍କର ସଞ୍ଜାରେ ଲଗାଇପାରିବାର ଅଧିକାର ଅଛି ବୋଲି ଦାବୀ କରି କୃଷ୍ଣଚନ୍ଦ୍ର ପୁଣି ଆପତ୍ତି ଜଣାଇଲେ । ଏହା ବିରୁଦ୍ଧରେ ଜଗବନ୍ଧୁ ପୁଣି ଆପତ୍ତି ଜଣାଇଲେ । ଏହି ଦରଖାସ୍ତର ବିଚାରରେ ସରକାରୀ ହାକିମ ନିଷ୍ପତ୍ତି ଦେଲେ ଯେ ରାହାଙ୍ଗ ଅଞ୍ଚଳରୁ ରୋଡ଼ଙ୍ଗକୁ ସାମିଲ କରିବା ଠିକ୍ ହୋଇନାହିଁ । ତେଣୁ ସେ ଅଞ୍ଚଳକୁ ରାହାଙ୍ଗରୁ ଅଲଗା କରାଯାଉ ।

 

ଏହି ସିଦ୍ଧାନ୍ତ କାର୍ଯ୍ୟକାରୀ ହେଲା ନାହିଁ । ଓଲଟି କୃଷ୍ଣଚନ୍ଦ୍ର ଚକ୍ରାନ୍ତ କରି ସରକାରଙ୍କୁ ଜଣାଇଲେ ଯେ ରୋଡ଼ଙ୍ଗ ପାଇଁ ବକ୍ସି ବଂଶ ଯେଉଁ ଦାବୀ ଜଣାଉଛନ୍ତି ତାହା ଉପଯୁକ୍ତ ପ୍ରମାଣ ଦ୍ୱାରା ସମର୍ଥିତ ନୁହେଁ । ଏହି ଘଟଣା ପରେ ସରକାର ଜଣାଇଲେ ଯେ ଜଗବନ୍ଧୁ, ରୋଡ଼ଙ୍ଗ ତାଙ୍କର ବୋଲି ଉଚିତ ଅଦାଲତରେ ଦାବୀ ସାବ୍ୟସ୍ତ କରନ୍ତୁ ।

 

ସରକାରଙ୍କ ଏହି ନୂଆ ଅନ୍ୟାୟ ନିଷ୍ପତ୍ତିରେ ଜଗବନ୍ଧୁ ହତାଶ ହୋଇ ପଡ଼ିଲେ । ତାଙ୍କ ଆର୍ଥିକ ଅବସ୍ଥା ଏସବୁ କରିବା ପାଇଁ ସ୍ୱଚ୍ଛଳ ନ ଥିଲା । ତେଣୁ ସେ ବନ୍ଧୁବାନ୍ଧବଙ୍କର ସାହାଯ୍ୟ ଲୋଡ଼ିଲେ । ହାକିମ, ହୁକୁମା, କଚେରୀ ପ୍ରଭୃତିକୁ ଦଉଡ଼ି ଦଉଡ଼ି ସେ ସର୍ବସ୍ୱାନ୍ତ ହୋଇପଡ଼ିଲେ । ସମ୍ଭ୍ରାନ୍ତ ଭାବେ ଚଳିବା ତାଙ୍କ ପକ୍ଷରେ ଅସମ୍ଭବ ହେଇପଡ଼ିଲା । ଯେଉଁ ପାଇକମାନଙ୍କର ସେ ବକ୍ସି ଥିଲେ ତାଙ୍କରି ସାହାଯ୍ୟ ଓ ସହାୟତାରେ ସେ ନିକଟସ୍ଥ ଗଡ଼ଜାତ ଓ ଜମିଦାରମାନଙ୍କ ନିକଟକୁ ଯାଇ ଆର୍ଥିକ ସାହାଯ୍ୟ ଲୋଡ଼ିଲେ । ବିଭିନ୍ନ ଗ୍ରାମର ଜନସାଧାରଣ ତାଙ୍କୁ ସାହାଯ୍ୟ କରିବା ପାଇଁ ଗାଏଁ ଗାଏଁ ସାମୂହିକ ଚାନ୍ଦା ଆଦାୟ କରି ଦେଉଥିଲେ । ଏସବୁ ସତ୍ତ୍ୱେ ଜଗବନ୍ଧୁଙ୍କର ନ୍ୟାୟ ପାଇବାର ଆଶା ତୁଟି ଯାଇଥିଲା । କାରଣ ତଳକୋର୍ଟ ପରେ କଲିକତାର ଉଚ୍ଚତମ ବିଚାରାଳୟ ପର୍ଯ୍ୟନ୍ତ ମକଦ୍ଦମାରେ ଯାଇପାରେ ତା’ପରେ କୃଷ୍ଣଚନ୍ଦ୍ର କଲିକତାବାସୀ ଥିବାରୁ ତାଙ୍କ ପକ୍ଷରେ ଏସବୁ ସୁବିଧା ଥିଲା । ଶେଷରେ ସେ ଦେଖିଲେ ଯେ ମକଦ୍ଦମାରେ ଲଢ଼ି ସର୍ବସ୍ୱାନ୍ତ ହୋଇ ଦୁଃଖ ଓ ଅପମାନଜନକ ଜୀବନ ଯାପନ କରିବା ତାଙ୍କ ପକ୍ଷରେ ଦୁଷ୍କର । ତେଣୁ ସେ ସ୍ଥିର କରିଦେଲେ ଯେ ବ୍ରିଟିଶ ଶାସନ ଏ ଦେଶରୁ ଲୋପ ନ ହେଲେ ନ୍ୟାୟ ପ୍ରତିଷ୍ଠା ଅସମ୍ଭବ । ଏହି ମକଦ୍ଦମା ସଂପର୍କରେ ତତ୍କାଳୀନ ଜଣେ ଇଂରେଜ ହାକିମ ଓ ଐତିହାସିକ ଟଏନବୀଙ୍କ ମତ ଏଠାରେ ଉଦ୍ଧାର କଲେ ବକ୍ସିଙ୍କର ମନୋଭାବ ସହଜେ ଧାରଣ କରିହେବ । ସେ ଲେଖିଛନ୍ତି:-

 

“When advised to institute a suit far the recovery of his estate, he ever evinced the greatest repugnance to do so, pleading his want of means, the degradation of using as a pauper, and the futility of any reference to the court from an Uriya when a rich Bengali was to be the defendant.”

 

କ୍ରମେ ବକ୍ସିଙ୍କ ମନରେ ଇଂରେଜମାନଙ୍କ ପ୍ରତି ଘୃଣାଭାବ ଜାତ ହେଲା ଏବଂ ଏହା ସାଙ୍ଗକୁ ଖୋରଧାର ଅତ୍ୟାଚାରିତ ଜନସାଧାରଣଙ୍କ ଅସନ୍ତୋଷ ବୃଦ୍ଧି ଲାଭ କରୁଥିଲା ।

 

ଏହି ସମୟରେ ଘୁମୁସର ମାନ୍ଦ୍ରାଜ ସରକାରଙ୍କ ଅଧୀନରେ ଥିଲା । ୧୮୦୩ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଇଂରେଜମାନଙ୍କ ଅଧୀନକୁ ଆସିଥିଲେ ମଧ୍ୟ ଗଞ୍ଜାମ ଓ ଜୟପୁର ଅଞ୍ଚଳ ବହୁ ଆଗରୁ ତାଙ୍କର ଅଧୀନକୁ ଆସିଯାଇଥିଲା । ଇଂରେଜମାନେ ହାଇଦ୍ରାବାଦ ନିଜାମଙ୍କଠାରୁ ଗଞ୍ଜାମ ଜିଲ୍ଲା ପାଇଥିଲେ । ସେତେବେଳେ ଗଞ୍ଜାମ ଜିଲ୍ଲା “ ଉତ୍ତର ସରକାର” ଭିତରେ ଥିଲା ।

 

ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାରଙ୍କୁ ଘୁମୁସର ଜମିଦାରୀ ପ୍ରାୟ ୩୦,୦୦୦ ତିରିଶ ହଜାର ଟଙ୍କା ଦେଉଥିଲା । ସରକାର ଖଜଣା ଆଦାୟର ଦାୟିତ୍ୱ ନିଜ ହାତରେ ନ ନେଇ ଜଣେ ଏଜେଣ୍ଟ ବା ମାନେଜରଙ୍କ ଜରିଆରେ କରୁଥିଲେ । ଏଜେଣ୍ଟମାନଙ୍କଠାରୁ ଲାଞ୍ଛ ନେଇ ଜିଲ୍ଲା ହାକିମମାନେ ଜମିଦାରମାନଙ୍କୁ ବଡ଼ ହଇରାଣ କରୁଥିଲେ । ସେତେବେଳେ ଅସତ କର୍ମଚାରୀଙ୍କ ସଂଖ୍ୟା ଖୁବ୍ ବଢ଼ିଯାଇଥିଲା । ଏଜେଣ୍ଟମାନଙ୍କଠାରୁ ଲାଞ୍ଛ ନେଇ ଜିଲ୍ଲା ହାକିମମାନେ ଜମିଦାରମାନଙ୍କୁ ବଡ଼ ହଇରାଣ କରୁଥିଲେ । ଅନେକ ସମୟରେ ଏଜେଣ୍ଟମାନେ ଖଜଣା ଅସୁଲ କରି ରାଜାଙ୍କ ନାମରେ ଆଦାୟ ନ ଦେଇ ଖଜଣା ବାକୀ ପଡ଼ିଥିବା ଦେଖାଉଥିଲେ ।

 

ଏହିସବୁ ଘଟଣାରୁ ଇଂରେଜ ରାଜତ୍ୱର ପ୍ରଥମରୁ ଗଞ୍ଜାମରେ ଜମିଦାରମାନଙ୍କର ନାନାରକମ ବିଦ୍ରୋହ ଲାଗି ରହିଥିଲା । ଘୁମୁସରରେ ଆଦିବାସୀଙ୍କ ସଂଖ୍ୟା ବେଶୀ ଥିଲା ଏବଂ ପାହାଡ଼ ଜଙ୍ଗଲ ପୂରି ରହିଥିଲା । ମାଳଅଞ୍ଚଳର ଆଦିବାସୀ ସରଦାରମାନେ ନାମକୁମାତ୍ର ରାଜାଙ୍କୁ କର ଦେଇ ଗୋଟିଏ ଗୋଟିଏ ମୁଠା (ପରଗଣା) ଭୋଗ କରୁଥିଲେ ଏବଂ ଦରକାରବେଳେ ରାଜାଙ୍କୁ ପାଇକ ଯୋଗାଉଥିଲେ ।

 

ଏସବୁ ସୁବିଧା ଇଂରେଜ ସରକାରଙ୍କ ଦ୍ୱାରା କେତେକାଂଶରେ ଅପହୃତ ହେଲା । ଲୋକେ ନାନାରକମ ଦୁଃଖ ଭୋଗିଲେ ଏବଂ ରାଜ୍ୟରେ ନାନାରକମ ଅସତ୍-ବୃତ୍ତି ଲୋକେ ଅବଲମ୍ବନ କରିବାକୁ ଲାଗିଲେ ।

 

ଏହିପରି ଅବସ୍ଥାରେ ମଧ୍ୟରେ ୧୮୧୭ ମାର୍ଚ୍ଚ ମାସରେ ଘୁମୁସରରୁ ପ୍ରାୟ ୪୯୯ କନ୍ଧ ମେଳିବାନ୍ଧି ଲୁଟପାଟ କରିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଅଞ୍ଚଳ ମଧ୍ୟକୁ ପ୍ରବେଶ କଲେ । ଏହି ସମୟକୁ ଖୋରଧାର ଦଳବେହେରା, ଦଳେଇମାନେ ନିଜ ନିଜର ଜାଏଗିରି ପ୍ରଭୃତି ବାଜ୍ୟାପ୍ତ, ବନ୍ଦୋବସ୍ତରେ ଲାଞ୍ଛମିଛ ଓ ନିଷ୍କର ଜାଏଗିରି ଉପରେ କରଧାର୍ଯ୍ୟ ଏବଂ କଉଡ଼ି ବଦଳରେ ଟଙ୍କାରେ କର ଆଦାୟ ଏବଂ ଋଣ ବ୍ୟବସାୟରେ ଇଂରେଜଙ୍କର ଏକଚାଟିଆ କାରବାର ପ୍ରଭୃତିରେ ଇଂରେଜଙ୍କ ଉପରେ ଅସନ୍ତୁଷ୍ଟ ଥିଲେ; ଏହି କନ୍ଧମାନଙ୍କ ଲୁଟପାଟ ସେମାନଙ୍କୁ ସୁଯୋଗ ଆଣିଦେଲା । ସେମାନେ ବିଚାରିଲେ ଏହି ସୁଯୋଗରେ ବିଦ୍ରୋହ ଆରମ୍ଭ କରି ଇଂରେଜମାନଙ୍କୁ ଖୋରଧା ରାଜ୍ୟରୁ ହଟାଇ ହେବ ।

 

ତେଣେ ବକ୍ସି ଜଗବନ୍ଧୁ ଏହି ସୁଯୋଗରେ ଖୋରଧା, ବାଣପୁର, ଓ ଲେମ୍ବାଇ ପ୍ରଭୃତି ଅଞ୍ଚଳରେ ପାଇକମାନଙ୍କୁ ସଂଗଠିତ କରିବା ପାଇଁ ସଂଗଠନକାରୀମାନଙ୍କୁ ପ୍ରେରଣ କଲେ ।

 

ବିଦ୍ରୋହୀମାନେ ପ୍ରଥମେ ବାଣପୁରଆଡ଼କୁ ଅଗ୍ରସର ହୋଇ ଥାନା ଉପରେ ଆକ୍ରମଣ କରି ଧ୍ୱଂସ କରିଦେଲେ ଏବଂ ଅନ୍ୟାନ୍ୟ ସରକାରୀ କୋଠାବାଡ଼ି ଧ୍ୱଂସ କରି ସରକାରୀ ଖଜଣାଖାନା ଲୁଟ୍‍କରି ପ୍ରାୟ ଟ.୧୫୦୦୦ଙ୍କା (ପନ୍ଦର ହଜାର ଟଙ୍କା) ନେଇଗଲେ । ଦାରୋଗା, ସିପାହୀମାନେ ପ୍ରାଣରକ୍ଷା ପାଇଁ କିଏ କେଉଁଆଡ଼େ ପଳାଇଗଲେ ।

 

ଏହା ପରେ ପରେ, ଲୁଣମରା ଏଜେଣ୍ଚ ବେଚର୍ ସାହେବଙ୍କୁ ଧରିବା ପାଇଁ ଚିଲିକାକୂଳ ଆଡ଼େ ଗତି କଲେ । ସେ ଖସି ପଳାଇବାରୁ ତାଙ୍କ ଡଙ୍ଗାଟି ବିଦ୍ରୋହୀମାନଙ୍କର ହସ୍ତଗତ ହେଲା । ବାଣପୁରରେ ବିଦ୍ରୋହୀମାନେ ସଫଳ ହୋଇଥିବାରୁ ବିଶେଷ ଉତ୍ସାହ ହୋଇ ଖୋର୍ଦ୍ଧା ମୁହାଁଇଲେ । ବାଟରେ ଏହି ବିଦ୍ରୋହଙ୍କ ସଂଖ୍ୟା ବେଳୁବେଳ ବୃଦ୍ଧି ପାଇଲା । ଏହି ଖବର ପାଇ ଖୋରଧାରେ ଥିବା ସରକାରୀ ହାକିମମାନେ ଜୀବନରକ୍ଷା କରିବାକୁ ଖୋରଧା ଛାଡ଼ି ଚାଲିଗଲେ । କେତେଜଣ କଟକ ଚାଲିଗଲେ । ଏହି ବିଦ୍ରୋହ ଏପରି ଆକାର ଧାରଣା କରିଥିଲା ଯେ ଜଣେ ଇଂରେଜ ଅଫିସର ଲେଖିଛନ୍ତି:-

 

“Their success at Banapur had set the whole country in arms against us, and seeing the hope lesseness of registrance, the whole of the Govt. officers stationed at Khurda sought safely in a precipitate flight.”

 

ଅର୍ଥାତ୍ ବାଣପୁରରେ ବିଦ୍ରୋହୀମାନଙ୍କର ଜୟଲାଭ ସମଗ୍ର ଦେଶକୁ ଆମମାନଙ୍କ ବିରୁଦ୍ଧରେ ଦଣ୍ଡାୟମାନ ହେବାରେ ସମର୍ଥ କରାଇ ଦେଲା । ପ୍ରତିରୋଧର କୌଣସି ସମ୍ଭାବନା ନ ଦେଖି ଖୋର୍ଦ୍ଧାର ଅଫିସରମାନେ ନିରାପଦ ସ୍ଥାନକୁ ଚାଲିଗଲେ । ସରକାରୀ ଅଫିସରମାନେ ଖୋରଧା ଛାଡ଼ି ଚାଲିଯିବାରୁ ବିଦ୍ରୋହୀମାନେ ଖୋରଧାରେ ଥିବା ସରକାରୀ କୋଠାବାଡ଼ି ଧ୍ୱଂସ କରେଦେଲେ ଏବଂ ଖଜଣାଖାନା ଲୁଟିକରି ନେଲେ । ଏହି ବିଦ୍ରୋହୀମାନଙ୍କ ମଧ୍ୟରୁ ଦଳେ ଲେମ୍ବେଇ ଅଞ୍ଚଳରେ ପଶି ଚରଣ ପଟ୍ଟନାୟକଙ୍କୁ ହତ୍ୟାକଲେ । ଚରଣ ପଟ୍ଟନାୟକ ଜଣେ ସରକାରୀ କର୍ମଚାରୀ ଥିଲେ ଏବଂ ସେ ଏହି ମେଳିର ଗୁପ୍ତ ଖବର ସରକାରଙ୍କୁ ଜଣାଉଥିଲେ ।

 

ଏହି ମେଳି ଖବର କଟକରେ ପହଞ୍ଚିବାରୁ ଏହାକୁ ଦମନ କରିବାପାଇଁ ମାସର ଶେଷଆଡ଼କୁ ବହୁ ସଂଖ୍ୟାରେ ସିପାହୀ ଧରି ୩ଜଣ ସେନାଧ୍ୟକ୍ଷ ଲେଫ୍ଟନାଣ୍ଟ ପ୍ରାଇଡି (Prideaux) ଖୋରଧା ଆଡ଼କୁ, ଲେଫଟ୍‍ନାଣ୍ଟ ଫେରିସ ପିପିଲି ଆଡ଼କୁ ଏବଂ କାପ୍ଟେନ୍ ୱେଲିଙ୍ଗଟନ ପୁରୀ ଆଡ଼କୁ ଅଗ୍ରସର ହେଲେ ।

 

କଟକ ଜିଲ୍ଲା ମାଜିଷ୍ଟ୍ରେଟ୍ ଇମ୍ପି ସାହେବ ନିଜେ ଘଟଣା ସ୍ଥଳରେ ଉପସ୍ଥତ ରହିବା ପାଇଁ ଲେଫଟ୍‍ନାଣ୍ଟ ଟ୍ରେବିସ୍‍ଙ୍କୁ ସାଙ୍ଗରେ ଧରି ୬୦ଜଣ ସିପାହୀଙ୍କ ସହ ଅପ୍ରେଲ ୧ ତାରିଖରେ ଖୋରଧାଆଡ଼େ ଗତି କଲେ । ତାଙ୍କର ଇଚ୍ଛା ଥିଲା ଯେ ସେ ତାଙ୍କ ପୂର୍ବରୁ ଖୋରଧାଆଡ଼େ ଯାଇଥିବା ପ୍ରାଇଡ୍‍ଙ୍କ ସାଙ୍ଗେ ମିଶିବେ ।

 

ଇମ୍ପି ସାହେବ ଅପ୍ରେଲ୍ ଦୁଇ ତାରିଖ ଦିନ ଖୋରଧାରୁ ଅଳ୍ପଦୂର ଗଙ୍ଗପଡ଼ା ଗ୍ରାମରେ ପହଞ୍ଚିଥିଲେ । ଏମାନଙ୍କ ଖବର ପୂର୍ବରୁ ପାଇ ବିଦ୍ରୋହୀମାନେ କାଠ, ପଥର, ଢିମା ପକାଇ ରାସ୍ତା ଅବରୋଧ କରିଥିଲେ । ଏମାନେ ପହଞ୍ଚିବା କ୍ଷଣି ବିଦ୍ରୋହୀମାନେ ଗୁଳି ଫୁଟାଇଲେ । ପ୍ରଥମରୁ ଏହି ଗୁଳି ଫାଏର ଦେଖି ଇଂରେଜମାନେ ଆଉ ଆଗକୁ ଅଗ୍ରସର ନ ହୋଇ ରାତିଟି ସେଇଠି କଟାଇବା ସ୍ଥିର କରି ଗଙ୍ଗପଡ଼ା ଟାଙ୍ଗିରେ ଛାଉଣି ପକାଇଲେ । ଅପ୍ରେଲ ୨ ତାରିଖ ଦିନ ଇମ୍ପି ସାହେବଙ୍କ ପାଖରେ ଖବର ପହଞ୍ଚିଲା ଯେ ଜଗବନ୍ଧୁ ନେତୃତ୍ୱରେ ଦଳେ ବିଦ୍ରୋହୀ ପାଞ୍ଚଗଡ଼ରେ ରହିଥିବା ସମ୍ବଲପୁରର ରାଣୀ ମୁକ୍ତା ଦେଇଙ୍କ ଘର ଆକ୍ରମଣ କରି ସମସ୍ତ ଲୁଟି ନେଇଛନ୍ତି । କାରଣ ସେ ବିଟ୍ରିଶ୍ ପକ୍ଷରେ ଥିଲେ । ଏହାପରେ ଜଗବନ୍ଧୁ ୫୦୦୦ ବିଦ୍ରୋହୀ ପାଇକଙ୍କୁ ଧରି ପ୍ରାଇଡଙ୍କୁ ଆକ୍ରମଣ କରିବା ପାଇଁ ଖୋରଧା ଆଡ଼େ ଆସୁଥିବା ଖବର ପ୍ରାଇଡଙ୍କ ପାଖରେ ପହଞ୍ଚିଲା । ପୂର୍ବରୁ କଟକରୁ କାପଟେନ ଓ୍ୟାଲିଙ୍ଗଟନ (Walington) ଯେଉଁ ସୈନ୍ୟ ଦଳକୁ ନେଇ ପୁରୀ ଯାଉଥିଲେ, ତାଙ୍କ ସାଙ୍ଗରେ ଥିବା ଲେଫଟ୍‍ନାଣ୍ଟ ଫେରିସଙ୍କ ପିପିଲିରେ ରହିବା ଆଦେଶ ହୋଇଥିଲା । କିନ୍ତୁ ପରେ ତାଙ୍କୁ ଡେଲାଙ୍ଗରେ ରହିବାରୁ ଆଦେଶ ହେଲା । ତାପରେ ଓ୍ୟାଲିଙ୍ଗଟନ ପ୍ରାଇଡଙ୍କୁ ଦଳେ ସୈନ୍ୟ ନେଇ ଖୋରଧାଆଡ଼େ ଯାଇ ପ୍ରାଇଡଙ୍କ ସହ ମିଶିବାକୁ ଆଦେଶ ଦେଇଥିଲେ । ସେ ଅପ୍ରେଲ ୨ ତାରିଖରେ ୫୦ ଜଣ ସୈନ୍ୟଙ୍କୁ ନେଇ ଗଙ୍ଗପଡ଼ାଠାରେ ପ୍ରାଇଡ ଓ ଫେରିସ ଉଭୟଙ୍କ ଦଳ ପାଇକମାନଙ୍କ ଆକ୍ରମଣରେ ଅସ୍ତବ୍ୟସ୍ତ ହୋଇପଡ଼ିଲେ । ଲେଫଟନାଣ୍ଟ ଫେରିସ ଓ ବହୁ ସୁବାଦାର ସେଠାରେ ପ୍ରାଣ ହରାଇଲେ । ବିପ୍ଳବୀମାନେ ସେମାନଙ୍କ ଠାରୁ ବହୁ ଯୁଦ୍ଧ ସରଞ୍ଜାମ ଓ ଖାଦ୍ୟ ସାମଗ୍ରୀ ଛଡ଼ାଇନେଲେ ।

 

ଏହି ଘଟଣା ପରେ ପ୍ରାଇଡ ପିପିଲି ବାଟେ କଟକ ପଳାଇଗଲେ । ଏହାପରେ ପିପିଲି ବିଦ୍ରୋହୀମାନେ ଦଖଲ କରିନେଇ ଥାନା ପୋଡ଼ିଦେଲେ ଏବଂ ଲୁଟି କରିନେଲେ । ଏସବୁ ଘଟଣା ଇମ୍ପି ସାହେବ ଜାଣି ନଥିଲେ । ୩ ତାରିଖ ଦିନ ଖୋରଧାଠାରୁ ଇମ୍ପିଙ୍କ ପାଖରେ ଖବର ପହଞ୍ଚିଲା ଯେ ପ୍ରାଇଡ ଖୋରଧାରେ ନାହାନ୍ତି । ଖୋରଧାରେ ସବୁ କୋଠାବାଡ଼ି ବିଦ୍ରୋହୀମାନେ ପୋଡ଼ି ଧ୍ୱଂସ କରିଦେଇଛନ୍ତି । ଏ ଖବର ପାଇ ଇମ୍ପିଙ୍କ ହୃତକମ୍ପ ଜାତ ହେଲା । ସେ ଆଉ ଗଙ୍ଗପଡ଼ାଠାରେ ନ ରହି ପିପିଲି ଆଡ଼େ ଅଗ୍ରସର ହେଲେ ।

 

ଏହି ସମୟକୁ ଗଙ୍ଗପଡ଼ାଠାରେ ବିଦ୍ରୋହିଙ୍କ ସଂଖ୍ୟା ୩୦୦୦ ହୋଇଯାଇଥିଲା । ସେମାନେ ଇଂରେଜ ସୈନ୍ୟଙ୍କ ଉପରେ ଘନ ଘନ ଗୁଳି ବର୍ଷଣ କଲେ । ଏଥିରେ ବ୍ୟତିବ୍ୟସ୍ତ ହୋଇ ଇଂରେଜ ସୈନ୍ୟମାନେ ତାଙ୍କ ଯୁଦ୍ଧ ସାମଗ୍ରୀ ଓ ରସଦ ନେଇ ପାରିଲେ ନାହିଁ । ରାତି ଅନିଦ୍ରା ଓ ଭୋକ ଉପାସରେ ଇଂରେଜ ସୈନ୍ୟମାନେ ଚାଲି ଚାଲି ଦିନ ସାଢ଼େ ୩ଟା ବେଳେ ଭୁବନେଶ୍ୱର ନିକଟରେ ଥିବା ବାଳକାଟି ଗ୍ରାମରେ ପହଞ୍ଚିଲେ । ବାଳକାଟିରେ ୬ ଘଣ୍ଟା ବିଶ୍ରାମ ପରେ ଇମ୍ପି ରାତି ସାଢ଼େ ୯ଟାରେ କଟକ ବାହାରିଲେ । ବାଳକାଟିରୁ ବାହାରିବା କ୍ଷଣି ଦଳେ ପାଇକ ଅନ୍ଧାର ରାତିରେ ସୋମାନଙ୍କ ଉପରେ ଆକ୍ରମଣ କରିଥିଲେ । କିନ୍ତୁ ଇମ୍ପିଙ୍କ ଦଳ ତୋପ ଫୁଟାଇବାରୁ ବିଦ୍ରୋହୀମାନେ ଛତ୍ରଭଙ୍ଗ ଦେଲେ । ଇମ୍ପି ଅପ୍ରେଲ ୪ ତାରିଖ ଦିନ ସକାଳେ କଟକରେ ପହଞ୍ଚିଲେ ।

 

ମାଜିଷ୍ଟ୍ରେଟ୍ ଇମ୍ପି ସରକାରଙ୍କୁ ଜଣାଇଲେ, “ଆମ ପଛଘୁଞ୍ଚା ବାଧ୍ୟବାଧକତା ଯୋଗୁ ଘଟିଲା । ସମଗ୍ର ଖୋରଧା ରାଜ୍ୟରେ ମେଳି ଅବସ୍ଥା ରହିଛି ।”

 

ଏତେବେଳକୁ ବିଦ୍ରୋହୀମାନେ ମୁକୁନ୍ଦ ଦେବଙ୍କୁ ସସମ୍ମାନରେ ପୁରୀରୁ ଆଣି ଖୋରଧା ରାଜା ସିଂହାସନରେ ବସାଇବା ଲକ୍ଷ୍ୟରେ ପାଇକ ଦଳ ପୁରୀ ଅଭିମୁଖରେ ଅଗ୍ରସର ହେଲେ । ଏହି ସମୟରେ ମାଜିଷ୍ଟ୍ରେଟ୍ ଇମ୍ପି ସାହେବ ସରକାରଙ୍କୁ ଜଣାଇଲେ ଯେ ପୁରୀ ରାଜାଙ୍କର ବଂଶମର୍ଯ୍ୟାଦା ଓ ପ୍ରତିପତ୍ତିର ସୁବିଧା ନେଇ ତାଙ୍କ ନାମରେ ବିଦ୍ରୋହ ଚଳାଇବାକୁ ବିଦ୍ରୋହୀମାନେ ଉଦ୍ୟମ ଚଳାଇ ଥିବାରୁ ମୁକୁନ୍ଦ ଦେବଙ୍କୁ ପୁରୀରୁ ବାହାର କରି ଆଣି କଟକରେ ରଖାଯାଉ ଏବଂ ତାଙ୍କର ପ୍ରତ୍ୟେକ ସରଦାରଙ୍କୁ ଯେ ଧରାଇ ଦେବ ତାଙ୍କୁ ପ୍ରତ୍ୟେକ ସରଦାର ପାଇଁ ଟ. ୫୦୦୦ ପୁରସ୍କାର ଘୋଷଣା କରାଯାଉ ଏବଂ ଏହି ଉପଦ୍ରୁତ ଅଞ୍ଚଳରେ ସାମରିକ ଆଇନ ଜାରି ହେଉ । (୧) କଟକରୁ ଯେଉଁ ଦଳ ଓ୍ୟାଲିଙ୍ଗଟନଙ୍କ ନେତୃତ୍ୱରେ ପୁରୀ ଅଭିମୁଖରେ ବାହାରିଥିଲେ ସେମାନେ ବାଳକାଟି, ପିପିଲି, ଡେଲାଙ୍ଗ ବାଟେ ଅପ୍ରେଲ ୨ ତାରିଖରେ ପୁରୀରେ ପହଞ୍ଚିଲେ । ସେତେବେଳକୁ ପୁରୀରେ କିଛି ଗଣ୍ଡଗୋଳ ନଥିଲା । କିନ୍ତୁ ସେଠାରେ ଆସନ୍ନ ବିପଦର ଆଶଙ୍କା ରକି କାପଟେନ୍ ଓ୍ୟାଲିଙ୍ଗଟନ କଟକରେ ବଡ଼ ସେନାଧ୍ୟକ୍ଷଙ୍କୁ ଦଳେ ଟାଣୁଆ ସୈନ୍ୟ ପଠାଇବା ପାଇଁ ଅନୁରୋଧ କରିଥିଲେ । ଏହି ଅନୁରୋଧ ଅନୁସାରେ କଟକରୁ ୯ ତାରିଖ ଦିନ ୫୫୦ (ପାଞ୍ଚଶହ ପଚାଶ) ସିପାହୀ, ତୋପ ଓ ଅନ୍ୟାନ୍ୟ ଯୁଦ୍ଧ ସରଞ୍ଜାମ ସହ କାପ୍‍ଟେନ ଲିପଞ୍ଚର ଖୋରଧାଆଡ଼କୁ ଅଗ୍ରସର ହେଲେ ।

 

୧୮୦୪ ଅପ୍ରେଲ ୧୨ ତାରିଖ ଦିନ ରେଗୁଲେସନ ୧୦ ଅନୁସାରେ ଖୋରଧାରେ ସାମରିକ ଆଇନ ଜାରି ହେଲା । ଏହି ଦିନ ବକ୍ସିଙ୍କ ଦଳବଳ ପୁରୀ ନିକଟରେ ଥିବା ସୁକଳ ଗ୍ରାମରେ ଏକତ୍ର ହେଲେ ଏବଂ ଲୋକନାଥ ଘାଟ ବାଟେ ପୁରୀ ସହରରେ ପ୍ରବେଶ କଲେ । ସେଠାରେ ଥିବା ବହୁ ସରକାରୀ କଚେରୀ ଓ ବେସରକାରୀ କୋଠାବାଡ଼ି ପୋଡ଼ି ଧ୍ୱଂସ କଲେ । ପୁରୀର ପୂର୍ବକୁ ସମୁଦ୍ରକୂଳ ଜଙ୍ଗଲରେ ଘାଟୀ କରି ରହିଲେ ।

 

୧୩ତାରିଖ ଦିନ ସକାଳୁ ବିଦ୍ରୋହୀମାନେ ଜଙ୍ଗଲ ଭିତରୁ ବାହାରି ସରକାରୀ ହାକିମମାନେ ଲୁଚିଥିବା ଘର ଉପରେ ଆକ୍ରମଣ କଲେ । ସରକାରୀ ସିପାହୀମାନେ ବିଦ୍ରୋହୀ ପାଇକଙ୍କ ଉପରେ ବନ୍ଧୁକ ଓ ତୋପ ଚଳାଇଲେ । ଦୁଇଘଣ୍ଚା ପର୍ଯ୍ୟନ୍ତ ଭୀଷଣ ଲଢ଼େଇ ହେଲା । ତାପରେ ପାଇକମାନେ ଛତ୍ରଭଙ୍ଗ ଦେଇ ଖଣ୍ଡିଆ ଖାବରା ହୋଇ ସହର ଭିତରକୁ ଚାଲିଗଲେ । ସହରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଲା । ସହରର ବହୁ ସାଧାରଣ ଲୋକେ ବିଦ୍ରୋହୀ ପାଇକ ଦଳରେ ଯୋଗଦେଲେ ଏବଂ ଜଗନ୍ନାଥ ମନ୍ଦିରର ସେବକ ସଂପ୍ରଦାୟ ଏବଂ ମୁକୁନ୍ଦଦେବଙ୍କ ନଅର ପାଇକ ଓ ଟହଲିଆମାନେ ଏଥିରେ ଯୋଗ ଦେଇଥିଲେ । ପ୍ରବଳ ଉତ୍ତେଜନା ମଧ୍ୟରେ ଶ୍ରୀମନ୍ଦିର ପଣ୍ଡାମାନେ “ଇଂରେଜ ରାଜତ୍ୱ ଲୋପ ହେଲା ଏବଂ ମହାରାଜା ମୁକୁନ୍ଦଦେବ ଖୋରଧାର ରାଜା ହେଲେ’’ ବୋଲି ଘୋଷଣା କରିଦେଲେ ।

 

(୧)

History of Orissa-Toynbee.Part=1

 

ବିଦ୍ରୋହୀମାନେ ସହରର ପୂର୍ବ ଓ ପଶ୍ଚିମ ଦିଗରୁ ସରକାରୀ ଆସ୍ଥାନ ଉପରେ ଆକ୍ରମଣ ଆରମ୍ଭ କରିଦେଲେ । ଦକ୍ଷିଣରେ ସମୁଦ୍ର । କେବଳ ଉତ୍ତର ଦିଗରେ ଜଗନ୍ନାଥ ସଡ଼କଟି ସରକାରୀ ଲୋକଙ୍କ ପାଇଁ ଖୋଲା ଥିଲା । ସେହି ବାଟରେ କ୍ୟାପଟେନ ଓ୍ୟାଲିଙ୍ଗଟନ ଦୁଇଜଣ ଲୁଣ ଏଜେଣ୍ଟ ବେଚର ଓ କିଙ୍ଗ ଏବଂ ଯାତ୍ରୀ ଟିକସର କଲେକ୍ଟର ବୁସଭିଙ୍କୁ ସାଙ୍ଗରେ ନେଇ ପୁରୀ ଛାଡ଼ି କଟକ ପଳାଇଗଲେ । ସେମାନେ କଟକରେ ୧୮ ତାରିଖରେ ପହଞ୍ଚିଲେ । ଏହା ପରେ ସରକାର ପାଇକ ଉପଦ୍ରୁତ ଅଞ୍ଚଳ ପୁରୀ, ପିପିଲି, ଲେମ୍ବେଇ ଓ କୋଠାଦେଶ ପ୍ରଗଣାରେ ସାମରିକ ଆଇନ ଜାରି କଲେ । ଏହି ସମୟକୁ କଟକ ଠାରୁ ଦକ୍ଷିଣ ଅଞ୍ଚଳର ସବୁ ରାସ୍ତା ଘାଟ ବିଛିନ୍ନ ହୋଇ ଯାଇଥିଲା । ତେଣୁ କେଉଁଠି କ’ଣ ଘଟୁଛି ସେ କଥା କଟକ ହାକିମମାନେ ଜାଣିବା ଅସମ୍ଭବ ହେଉଥିଲା ।

 

ଏଣେ କ୍ୟାପଟେନ୍ ଲିପିଂବ୍ରେ ଅପ୍ରେଲ ତା ୯ରିଖରେ କଟକରୁ ବାହାରି ବିନା ବାଧାରେ ଖୋରଧାରେ ପହଞ୍ଚିଲେ । କାରଣ ସେତେବେଳକୁ ଖୋରଧା ଜୟ କରିସାରି ବିଦ୍ରୋହୀମାନେ ପୁରୀରେ ଠୁଳ ହୋଇଥିଲେ । ଲିପିଂବ୍ରେ ୧୬ ତାରିଖ ଦିନ ପୁରୀ ଆଡ଼କୁ ଅଗ୍ରସର ହେଲେ । ଖୋରଧା ଠାରୁ ଗଲାବେଳେ ପାଇକ ବସତି ବାଜପୁର ଓ କଦଳୀ ବାଡ଼ି ପୋଡ଼ି ଧ୍ୱଂସ କରି ଦେଇ ସେହିଦିନ ସଂଧ୍ୟାରେ ତାପଙ୍ଗରେ ପହଞ୍ଚିଲେ । ୧୭ ତାରିଖ ଦିନ ସେଠାରୁ ବାହାରି କଣାସରେ ପହଞ୍ଚିଲେ । ସଂଧ୍ୟାବେଳେ ଲୁଣା ନଈ ପାର ହୋଇ ନଈ ବନ୍ଧ ଉପରେ ଥିବା ନୂଆଗାଁରେ ଡେରା ପକାଇଲେ ।

 

୧୮ ତାରିଖ ସକାଳେ ନୂଆଗାଁରୁ ବାହାରି ଦୋବନ୍ଧାଠାରେ ପହଞ୍ଚିଲା ବେଳକୁ ସେଠାରେ ପ୍ରାୟ ୧୦୦୦ ପାଇକ ବନ୍ଧ ତଳେ ଘାଟି କରି ରହିଥିଲେ । ପାଇକ ଘାଟି ଉପରେ ଲିପିଂବ୍ରେ ୩ ଦିଗରୁ ଆକ୍ରମଣ କରି ସେମାନଙ୍କୁ ଛତ୍ରଭଙ୍ଗ କରିଦେଲେ । ୧୮ ତାରିଖ ଦିନ ୨ଟା ବେଳେ ପୁରୀ ସହରରେ ପହଞ୍ଚିଲେ ।

 

ତେଣେ ପୁରୀରେ ୧୩ତାରିଖ ଦିନ ବିଦ୍ରୋହୀମାନଙ୍କ ଆକ୍ରମଣ ଯୋଗୁ ଇଂରେଜମାନେ ପୁରୀ ଛାଡ଼ି କଟକ ପଳାଇ ଯାଇଥିଲେ । ଏହି ସମୟ ମଧ୍ୟରେ ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବକ୍ସି ଓ ପୁରୀ ରାଜାଙ୍କ ମଧ୍ୟରେ ବାଲିସାହି ନଅରରେ ଆଲୋଚନା ଚାଲିଥିଲା । ଏହି ଆଲୋଚନାରେ ରାଜା ପରିବାରବର୍ଗଙ୍କୁ ଧରି ଯିବା ସ୍ଥିର ହୋଇଥିଲା । ରାଜାଙ୍କୁ ସହସ୍ର ସହସ୍ର ପାଇକଙ୍କ ଗହଣରେ ପୁରୀରୁ ନେଇ ଖୋରଧା ଗାଦିରେ ବସାଇବା ପାଇଁ ଶୋଭାଯାତ୍ରା କରାଯିବାର ଘୋଷିତ ହୋଇଥିଲା ।

 

କିନ୍ତୁ ମୁକୁନ୍ଦଦେବ କ୍ୟାପ୍‍ଟେନ ଲିପିଂବ୍ରେଙ୍କ ନେତୃତ୍ୱରେ ଇଂରେଜ ସୈନ୍ୟ ପୁରୀ ଆସୁଛନ୍ତି ଜାଣିପାରି ଭୟ କଲେ । ଏହି ସମୟରେ ମୁକୁନ୍ଦଦେବ ଯେଉଁ ପନ୍ଥା ଅବଲମ୍ବନ କଲେ ତା’ଦ୍ୱାରା ସେ ବିଶ୍ୱାସଘାତକତା କଲେ । କାରଣ ସେ ୨୨ ତାରିଖ ଜୁନ ମାସରେ ଗଭର୍ଣ୍ଣର ଜେନେରାଲଙ୍କ ପାଖକୁ ପଠାଇଥିବା ଚିଠିରୁ ତାହା ପ୍ରମାଣିତ ହେଇଚି । (୧) (ଚିଠିଟିର ନକଲ ପରିଶିଷ୍ଟରେ ଦ୍ରଷ୍ଟବ୍ୟ)

 

ସେ ଚିଠିରେ ଅଛି ଯେ, ଜଗବନ୍ଧୁଙ୍କୁ ବହୁ ଆଲୋଚନା ପରେ ମୁଁ କହିଲି–ଆପଣ ଯେଉଁ ମୂର୍ଖତାର ପନ୍ଥା ଧରିଛନ୍ତି, ମୁଁ କାହିଁକି ସେଥିରେ ଯୋଗ ଦେବି ? କାହିଁକି ମୁଁ ଶ୍ରୀ ଜଗନ୍ନାଥଙ୍କ ସେବା ଛାଡ଼ି ଆପଣଙ୍କୁ ଅନୁସରଣ କରିବି ଏବଂ ଜେନାମଣିଙ୍କୁ ବିଶ୍ୱାସରେ ଆପଣଙ୍କ ହାତରେ ସମର୍ପଣ କରିଦେବି ? ଯଦି ଆପଣଙ୍କର ମୋତେ ହତ୍ୟା କରିବାକୁ ଇଚ୍ଛା ଥାଏ ତାହାହେଲେ ଏହିଠାରେ ହିଁ ମୋତେ ହତ୍ୟା କରନ୍ତୁ । ଏହି ପୁଣ୍ୟ କ୍ଷେତ୍ରରେ ମଲେ ମୋର ସ୍ୱର୍ଗବାସ ହେବ । ମୋତେ ନେବାରେ କି ଜେନାମଣିଙ୍କୁ ତାଙ୍କ ହାତରେ ସମର୍ପଣ କରି ଦେବାର ଆଉ ଆଶା ନ ଦେଖି ମୋର ସମ୍ପତ୍ତି ଓ ମୋର ଲୋକଙ୍କର ସମ୍ପତ୍ତି ଲୁଟ୍‍କରି ନେଇ ପୁରୁଷୋତ୍ତମ ଛତ୍ର ଛାଡ଼ି ବାହାରିଗଲେ । ଗଲାବେଳେ ସେ ମୋତେ କହିଗଲେ, ”ଆପଣଙ୍କ ଭୃତ୍ୟ ହିସାବରେ ମୋ ଉପରେ ଆପଣଙ୍କର ଯେଉଁ ଦାବୀ ଥିଲା ଆଜିଠାରୁ ସେହି ଦାବୀ ଆପଣ ହରାଇଲେ । ସେ ଯିବା ପୂର୍ବରୁ ମୁଁ ଗୁପ୍ତରେ ଲିଫିବ୍ରେଙ୍କୁ ଏହିସବୁ ଘଟଣା ଜଣାଇ ଦେଇଥିଲି ।” (୨)

 

(୧)

Letter dated 15.7.1817 from C.A.Molory, Actg. Pesian Secy.to. govt.Ten department.

(୨)

The Orissa Historical Research Journal Vol.1 No.2

 

ଲିଫିବ୍ରେ ଯାଇ ୧୮ ତାରିଖ ଦିନ ପୁରୀରେ ପହଞ୍ଚିଲା ବେଳକୁ ରାଜା ତାଙ୍କ ବିପଦ ଆଶଙ୍କା କରି ଅନ୍ୟତ୍ର ଚାଲିଯିବା ପାଇଁ ୧୬ଟି ପାଲିଙ୍କି ସଜ୍ଜିତ କରି ରଖିଥିଲେ । କିନ୍ତୁ ତାଙ୍କ କଳ୍ପନା କାର୍ଯ୍ୟରେ ପରିଣତ ହୋଇ ପାରିଲା ନାହିଁ । ଲିଫିବ୍ରେ ମୁକୁନ୍ଦଦେବଙ୍କୁ ଅଟକ କଲେ ।

 

୨୮ ତାରିଖ ଦିନ ମେଜର ହାମିଲଟନ କଟକରୁ ପୁରୀ ଅଭିମୁଖରେ ଯାତ୍ରା କଲେ । ବାଟରେ କାଠଯୋଡ଼ି ପାର ହୋଇ ହାମିଲଟନ ସାରଙ୍ଗଗଡ଼ଠାରେ ବିଦ୍ରୋହୀମାନଙ୍କ ଘାଟି ଉପରେ ଗୁଳି ବର୍ଷଣ କରିବାରୁ ବିଦ୍ରୋହୀମାନେ ଗଡ଼ରୁ ବାହାରି ପଟିଆ ଓ ଦାରୁଠେଙ୍ଗଆଡ଼େ ପଳାଇଗଲେ-। ହାମିଲଟନ ପିପିଲିରେ ବିନା ବାଧାରେ ପହଞ୍ଚିଲେ । ହାମିଲଟନ ପିପିଲିରେ ଶାନ୍ତି ପ୍ରତିଷ୍ଠା ପାଇଁ କ୍ୟାପଟେନ୍ ଆରମଷ୍ଟ୍ରଙ୍ଗଙ୍କ ଅଧିନାୟକତ୍ୱରେ ଦଳେ ସିପାହୀଙ୍କୁ ସେଠାରେ ରଖିଲେ-। ନିଜେ ମେଜର ହାମିଲଟନ ପୁରୀରେ ପହଞ୍ଚିବାରେ କ୍ୟାପ୍‍ଟେନ ଲିଫିବ୍ରେ ରାଜା ମୁକୁନ୍ଦଦେବଙ୍କୁ ଧରି କଟକ ଅଭିମୁଖେ ଯାତ୍ରା କଲେ । କଟକ ଯିବା ବାଟରେ ଲିଫିବ୍ରେ ପିପିଲିଠାରେ ପ୍ରାୟ ୨୫୦୦ ପାଇକ ବିଦ୍ରୋହୀଙ୍କ ସମ୍ମୁଖୀନ ହେଲେ । ବିଦ୍ରୋହୀମାନେ ମୁକୁନ୍ଦଦେବଙ୍କୁ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ । ପାଇକମାନଙ୍କ ଆକ୍ରମଣକୁ ଲିଫିବ୍ରେ ଆଗରୁ ପିପିଲିଠାରେ ଥିବା ଆରମଷ୍ଟ୍ରଙ୍ଗଙ୍କ ସୈନ୍ୟମାନେ ସମ୍ମୁଖୀନ ହୋଇ ତୋପରୁ ଗୁଳି ଫୁଟାଇବାରେ ପାଇକମାନେ ଛତ୍ରଭଙ୍ଗ ଦେଲେ । ମେ ୧୧ ତାରିଖ ଦିନ ଲିଫିବ୍ରେ କଟକରେ ପହଞ୍ଚିଲେ ଏବଂ ମୁକୁନ୍ଦଦେବଙ୍କୁ ବାରବାଟୀ ଦୁର୍ଗରେ କଡ଼ା ପହରା ମଧ୍ୟରେ ବନ୍ଦୀ କରି ରଖିଲେ ।

 

ଏହି ସମୟରେ କରୁଣାକର ପରମଗୁରୁଙ୍କ ନେତୃତ୍ୱରେ ଦଳେ ପାଇକ ଗୋପ ଥାନା ଆକ୍ରମଣ କଲେ । ସେଠାରେ ସାଧାରଣ ଲୋକ ଏହି ବିଦ୍ରୋହରେ ଯୋଗ ଦେଇଥିଲେ । ଏହି ଥାନାରେ ଥିବା ସୈନ୍ୟମାନେ ସେ ସ୍ଥାନ ଛାଡ଼ି ଜାବନ ରକ୍ଷା ପାଇଁ ପିପିଲି ସେନା ଛାଉଣୀକୁ ଚାଲି ଆସିଥିଲେ । ଗୋପ ଥାନାର ଏହି ଦୁର୍ଦ୍ଦଶା ଦେଖି କ୍ୟାପ୍‍ଟେନ ଫେତଫୁଲ (Faithful) ୮୦ ଜଣ ସିପାହୀଙ୍କୁ ଧରି ଗୋପ ଅଭିମୁଖେ ଯାତ୍ରା କରି ନିମାପଡ଼ାରେ ପହଞ୍ଚିଲେ । ଏହି ସୈନ୍ୟଦଳ ଆସିବାର ଶୁଣି ଗୋପରୁ ଲୋକେ ଘରଛାଡ଼ି ମରିଚପୁର, ହରିପୁର ଓ ଝଙ୍କଡ଼ ପ୍ରଭୃତିକୁ ଚାଲିଗଲେ-। କିନ୍ତୁ ସେ ପ୍ରଗଣାମାନଙ୍କର ଜମିଦାରମାନେ ବିଦ୍ରୋହୀମାନଙ୍କୁ ଧରିବାରେ ସରକାରଙ୍କୁ ସାହାଯ୍ୟ କରିବାକୁ ପୁରସ୍କାର ପାଇଥିଲେ ।

 

ଏହି ସମୟରେ ଖୋର୍ଦ୍ଧାରୁ ଦଳେ ପାଇକ ଓ ପାଇକ ନେତା କଟକ ଜିଲ୍ଲା ଭିତରେ ପଶି ସମୁଦ୍ର ଉପକୂଳ ଅଞ୍ଚଳରେ ବିଦ୍ରୋହ ଆରମ୍ଭ କରି ଦେଉଥିଲେ କୁଜଙ୍ଗ ଅଞ୍ଚଳ ଏବଂ ପାରାଦ୍ୱୀପ ଚାରିପଟେ ଘାଟିମାନଙ୍କରେ ପାଇକମାନେ ଜଗି ରହିଥିଲେ । ଏହିଠାରେ ବ୍ରିଟିଶ ସେନାଙ୍କ ଉପରେ ପାଇକମାନେ ଆକ୍ରମଣ କଲେ । ପରେ ପରେ ନୂଆଗଡ଼ ପ୍ରଭୃତିରେ ସଂଘର୍ଷ ହୋଇଥିଲା । କିନ୍ତୁ ବ୍ରିଟିଶମାନଙ୍କ ତୋପମାଡ଼ରେ ସେମାନେ ବହୁ ସମୟ ଧରି ବିଦ୍ରୋହ ତେଜାଇ ରଖିପାରି ନଥିଲେ-

 

କେନେଟ୍‍ଙ୍କୁ ଆଗରୁ ଏହି ବିଦ୍ରୋହର ସରଦାର ନାରାୟଣ ପରମଗୁରୁ ଓ ବାମଦେବ ପଟ୍ଟଯୋଶୀଙ୍କ ସଂପର୍କରେ କୁଜଙ୍ଗ ରାଜା ମଧୁସୂଦନ ଷେଣ୍ଢ ଜଣାଇ ପ୍ରିୟପାତ୍ର ହେବାକୁ ଚେଷ୍ଟା କରିଥିଲେ । ତାଙ୍କରି ସାହାଯ୍ୟରେ ଉକ୍ତ ଦୁଇନେତା ଗିରଫ ହେଲେ ଏବଂ ରାଜା ନିଜେ ଆତ୍ମସମର୍ପଣ କଲେ । ସମସ୍ତଙ୍କୁ କେନେଟ୍ କଟକ ପଠାଇ ଦେଇଥିଲେ ।

 

ତାପରେ ଅକ୍ଟୋବର ମାସ ଆଡ଼କୁ କୁଜଙ୍ଗରୁ ସାମରିକ ଆଇନ ଉଠିଯାଇଥିଲା ।

 

ଖୋର୍ଦ୍ଧା ବିଦ୍ରୋହରେ ଖୋର୍ଦ୍ଧା ଓ ପିପିଲି ଅଞ୍ଚଳର ବହୁ ଲୋକ ଗାଁ ଗଣ୍ଡା ଛାଡ଼ି ଜଙ୍ଗଲକୁ ଚାଲିଯାଇଥିଲେ । ବହୁ ଲୋକ ନିକଟସ୍ଥ ଗଡ଼ଜାତମାନଙ୍କୁ ଚାଲିଯାଇଥିଲେ । ଗଡ଼ଜାତର ରାଜାମାନେ ଅର୍ଦ୍ଧ ସ୍ୱାଧୀନ ଥିବାରୁ ଇଂରେଜଙ୍କ ପକ୍ଷରେ ବିଦ୍ରୋହୀମାନଙ୍କୁ ଧରିବାରେ ଅନେକ ଅସୁବିଧା ହେଉଥିଲା । ଘୁମୁସର ଗଞ୍ଜାମ ଜିଲ୍ଲାରେ ଥିଲା ତେଣୁ କୌଣସି କାର୍ଯ୍ୟାନୁଷ୍ଠାନ କରିବା ପାଇଁ ମାନ୍ଦ୍ରାଜ ସରକାରଙ୍କ ଅଧୀନରେ ଥିଲା ତେଣୁ କୌଣସି କାର୍ଯ୍ୟାନୁଷ୍ଠାନ କରିବା ପାଇଁ ମାନ୍ଦ୍ରାଜରୁ ଚିଠିପତ୍ର ଆଦାନ ପ୍ରଦାନରେ ବହୁ ବିଳମ୍ବ ହେଉଥିଲା ।

 

ପ୍ରାୟ ୧୭୭୦ ଠାରୁ ୫୦ ବର୍ଷ ଧରି ଘୁମୁସର ରାଜ୍ୟରେ ଅନବରତ ବିଦ୍ରୋହ ଲାଗିରହିଥିଲା । ପୁଣି ଖୋର୍ଦ୍ଧା ଅଞ୍ଚଳର ନିକଟବର୍ତ୍ତୀ ହୋଇଥିବାରୁ ଉଭୟ ଅଞ୍ଚଳକୁ ବିଦ୍ରୋହୀମାନେ ଗମନାଗମନ କରିବାକୁ ସୁବିଧା ହେଉଥିଲା । ଗଞ୍ଜାମର ଶେରଗଡ଼ ରାଜା ବକ୍ସିଙ୍କ ଶ୍ୱଶୁର ଥିବାରୁ ଏବଂ ଘୁମୁସର ରାଜା ବକ୍ସି ବଂଶର ବଂଧୂ ଥିବାରୁ ବକ୍ସି ଶେରଗଡ଼ ଓ ଘୁମୁସର ରାଜାଙ୍କ ଆଶ୍ରୟରେ ଲୁଚି ରହିଲେ ।(୧)

 

୧୮୧୮ ଅପ୍ରେଲଆଡ଼କୁ ଖୋର୍ଦ୍ଧା ଅଞ୍ଚଳରେ କେତେକାଂଶରେ ଶାନ୍ତି ପ୍ରତିଷ୍ଠା ହୋଇଥିବା ଯୋଗୁ ପଳାତକମାନେ ଫେରି ଆସିବାକୁ ସରକାର ଘୋଷଣା କଲେ ।

 

ବାଣପୁର ଛଡ଼ା ଅନ୍ୟାନ୍ୟ ସ୍ଥାନରେ ବିଦ୍ରୋହୀମାନଙ୍କର ତତ୍‍ପରତା କମିଯାଇଥିବାରୁ ଅପ୍ରେଲ ମାସ ୧୯ ତାରିଖ ୧୮୧୮ରେ ଖୋର୍ଦ୍ଧା, ପିପିଲି, ଗୋପ, ଓ ପୁରୀ ଥାନାରୁ ସାମରିକ ଆଇନ ଉଠିଲା ବୋଲି ସରକାର ଘୋଷଣା କଲେ ଏବଂ ସେଥି ସଙ୍ଗେ ସଙ୍ଗେ ଲୋକେ ଶାନ୍ତିପୂର୍ଣ୍ଣ ଭାବେ ଚଳିବା ପାଇଁ ଆଗ୍ରହୀ ହେବେ ବୋଲି ମଧ୍ୟ ବାଣପୁର ଅଞ୍ଚଳରୁ ସାମରିକ ଆଇନ ଉଠିଗଲା-। ପୁଣି ନାନା ଗଣ୍ଡଗୋଳ ଆରମ୍ଭ ହେବାରୁ ପୁନରାୟ ବାଣପୁର ଅଞ୍ଚଳରେ ସାମରିକ ଆଇନ ଜାରି ହେଲା ।

 

ଶାସନ କାର୍ଯ୍ୟ ସୁଚାରୁରୂପେ ପ୍ରତିଷ୍ଠିତ କରିବା ପାଇଁ ୧୮୧୮ ମସିହା ଅପ୍ରେଲ ମାସରେ ଖୋର୍ଦ୍ଧାରେ ମିଃ. ରବର୍ଟକେର ଜଏଣ୍ଟ ମାଜିଷ୍ଟ୍ରେଟ ନିଯୁକ୍ତ ହେଲେ ।

 

ପୁଣି ୧୮୧୮ ଅପ୍ରେଲଠାରୁ ଜୁନ୍ ମାସ ମଧ୍ୟରେ ଖୋର୍ଦ୍ଧା ଅଞ୍ଚଳର ଅବସ୍ଥା ଖରାପ ଆଡ଼କୁ ଗତିକଲା । ଯେଉଁମାନେ ଇଂରେଜଙ୍କୁ ସାହାଯ୍ୟ କରୁଥିଲେ, ସେମାନଙ୍କ ଧନ ଓ ଜୀବନ ଉପରେ ବିଦ୍ରୋହୀମାନେ ଅତର୍କିତ ଆକ୍ରମଣ କରିଥିଲେ । ବିଦ୍ରୋହୀମାନଙ୍କ ମଧ୍ୟରୁ କେତେକ ଡେଲାଙ୍ଗ ଓ ଜମୁନା ଝାରପଡ଼ା ଅଞ୍ଚଳରେ ଲୁଚି ରହିଥିଲେ । ସେହି ସମୟରେ ଜୟମଙ୍ଗଳ ଓ ଖଇରାପଲ୍ଲି ନିକଟବର୍ତ୍ତୀ ଗାଁ’ମାନଙ୍କରେ ନାନା ଲୁଟତରାଜ ଲାଗି ରହିଲା । ଟାଙ୍ଗିଠାରୁ ବାଣପୁର ମଧ୍ୟରେ ଥିବା ଚିଲିକା ଉପକୂଳ ଗ୍ରାମମାନଙ୍କ ଅବସ୍ଥା ଅତି ଖରାପ ହୋଇପଡ଼ିଲା । ଲୁଟତରାଜ ଲାଗି ରହିଥିଲା ।

 

(୧)

Letter dated 10.4.1818 from the Secretary to the Commissioner.

 

ବିଦ୍ରୋହୀମାନଙ୍କୁ ଧରିବା ପାଇଁ ବେଲ ସାହେବ ଏକ ନୂଆ କୌଶଳ କରିଥିଲେ । ଏହି କୌଶଳକୁ ‘ହୋଷ୍ଟେଜ’ କୁହାଯାଏ । ଯୋଉଁମାନେ ବିଦ୍ରୋହୀଦଳରେ ଯୋଗଦେଇ ଅନ୍ୟତ୍ର ଥିଲେ ସେମାନଙ୍କ ପିଲା-କୁଟୁମ୍ବଙ୍କୁ ଧରିନେଇ କ୍ୟାମ୍ପମାନଙ୍କରେ ରଖି, ବିଦ୍ରୋହୀମାନେ ଆତ୍ମସମର୍ପଣ ନକଲେ ପିଲାପିଲିଙ୍କୁ ଛାଡ଼ି ଦିଆଯିବନାହିଁ ବୋଲି ସ୍ଥିର କରାଯାଇ କାର୍ଯ୍ୟ ଆରମ୍ଭ କରାଗଲା । (୧) ଏଥିରେ ବିଶେଷ କିଛି ଫଳ ହେଲା ନାହିଁ ।

 

ଏହା ପରେ ପରେ ସରକାର ବିଦ୍ରୋହୀମାନଙ୍କୁ ଧରିବା ପାଇଁ ପୁରସ୍କାର ଘୋଷଣା କଲେ ଏବଂ ଯେଉଁମାନେ ଆତ୍ମସମର୍ପଣ କରିବେ ସେମାନଙ୍କ ପ୍ରତି ସରକାର ସଦୟ ବିଚାର କରିବେ ବୋଲି ମଧ୍ୟ ଘୋଷଣା ହେଲା ।

 

ଏହି ଘୋଷଣା ପରେ ପରେ ବାଣପୁରର ବ୍ରଜାନନ୍ଦ ସିଂ ଆତ୍ମସମର୍ପଣ କଲେ ଏବଂ ବ୍ରଜାନନ୍ଦଙ୍କ ସାହାଯ୍ୟରେ ଭାଟପଡ଼ାର ବିଦ୍ରୋହୀ ଦଳବେହେରାଙ୍କୁ ଧରିବାର ଉଦ୍ୟମ ବେଲ୍‍ ସାହେବ କଲେ । ପଞ୍ଚୁପଲ୍ଲୀ ଦଳବେହେରା ୧୮୧୮ ଜୁଲାଇ ୧୬ ତାରିଖରେ ଆତ୍ମସମର୍ପଣ କଲେ ।

 

ବେଲ୍ ସାହେବଙ୍କର, ଖୋର୍ଦ୍ଧାରୁ ବିଦ୍ରୋହୀମାନଙ୍କୁ ଧରିବା ପାଇଁ ଯେଉଁ ଅଭିଯାନ ହୋଇଥିଲା, ସେଥିରେ ଗଙ୍ଗପଡ଼ାର ଦଳବେହେରା ଭାଗୁ ହରିଚନ୍ଦନ ଓ ତାଙ୍କ ଭାଇ ମାଖନ ସିଂହ ଧରାପଡ଼ିଲେ । ଭାଗୁ ଓ ମାଖନ ବିଦ୍ରୋହୀ ସରଦାର ଗୋପାଳ ଛୋଟରାଙ୍କର ପୁତୁରା ।

 

(୧)

ବେଲ୍ ସାହେବଙ୍କ ବାଣପୁରଠାରୁ କମାଣ୍ଡର ହ୍ୱାଇଟ୍ ସାହେବଙ୍କ ନିକଟକୁ ୧୮୧୮ ଜୁନ ୧୫ତାରିଖ ପତ୍ର ।

 

ଗୋପର ଚିତ୍ରୂଙ୍କୁ ଧରିବାପାଇଁ ବାଳକାଟିରୁ ଫରେଷ୍ଟର ସାହେବ, କ୍ୟାପ୍‍ଟେନ ଲାଟ୍‍ମାନ ଓ ଦଳେ ସିପାହୀଙ୍କୁ ଧରି ଗୋପଆଡ଼େ ଅଗ୍ରସର ହେଲେ । ଗୋପର ଗଞ୍ଜପଡ଼ାଠାରୁ ଚିତ୍ରୂଙ୍କର ଭାଇ ଗୋପାଳ ସାନ୍ତରା ଏବଂ ଅନ୍ୟ ଦୁଇ ଭାଇଙ୍କ ସହ ସେ ଗାଁର ଚଉତ୍ରିଶ ଜଣଙ୍କୁ ଗିରଫ କରି ଆଣି ପିପିଲି ଥାନାକୁ ପଠାଇଦେଲେ ।

 

ଛତ୍ରଗଡ଼ର ବିଶୋଇ ରଥି ସାମନ୍ତସିଂହାରଙ୍କ ଭାଇ ଗୌରାଙ୍ଗ ପଟ୍ଟନାୟକ, ସାମନ୍ତସିଂହାର ବୁଡ଼ି ଗ୍ରାମରେ ଥିବା ଖବର ଦେଲେ । ସେହି ଗ୍ରାମରେ ବେଲ୍ ସାହେବ ଅତର୍କିତ ଆକ୍ରମଣ କରି ରଥି ସାମନ୍ତ ସିଂହାର ଓ ତାଙ୍କ ପୁଅ ସରଦାର ଗୁମାନସିଂହକୁ ଧରିଲେ ଏବଂ ଦ୍ୱିତୀୟା ପୁତ୍ର ସତ୍ୟବାଦୀ ଧରାହେଲେ । ତାଙ୍କ ଚାକର ଲୋକନାଥ ଆତ୍ମସମର୍ପଣ କଲା । ରଥିଙ୍କ ସହ ଚାରିଜଣଙ୍କୁ ଖୋର୍ଦ୍ଧା ପଠାଇ ଦିଆହେଲା ।

 

ସିକୋ ଗ୍ରାମର ଦାମ ସୁବୁଦ୍ଧି ବକ୍‍ସିଙ୍କର ଜଣେ ପ୍ରଧାନ ସର୍ଦ୍ଦାର ଥିଲେ । ଦାମ ସୁବୁଦ୍ଧିଙ୍କ ପରି ପରି ଅନ୍ୟ କେତେ ବିଦ୍ରୋହୀ ଆଠମଲ୍ଲିକରେ ଲୁଚି ରହିଥିଲେ । ରଫସେଡଜଙ୍କ ପାଖରେ ଦାମ ସୁବୁଦ୍ଧି ଓ ତାଙ୍କର ଦୁଇ ଭାଇ ନିତ୍ୟାନନ୍ଦ ମଙ୍ଗରାଜ ଓ ସୋମନାଥ ପାଟଶାହାଣି (୪୦ ବର୍ଷ) ଓ ପୁତୁରା ଦାଶରଥି ପାଇକରା (ବୟସ ୧୯) ସମ୍ବଲପୁରରେ ସେପ୍ଟେମ୍ବର ୩ ତାରିଖରେ ଗିରଫ ହେଲେ । ଏତେବେଳକୁ ସିକୋଗଡ଼ର ଦଳବେହେରା ଆତ୍ମଗୋପନ କରି ରହିଥିଲେ । ସରକାରଙ୍କ ତରଫରୁ ସାଧାରଣ କ୍ଷମା ଘୋଷିତ ହେବା ପରେ ତାଙ୍କର ବାଜ୍ୟାପ୍ତ ଜାଏଗିରି ଫେରସ୍ତ ହେଲା ଓ ତାଙ୍କୁ ମୁକ୍ତି ମିଳିଲା ।

 

୧୮୧୮ ଅକ୍ଟୋବର ଓ ତା ପୂର୍ବରୁ କେତେକ ବିଦ୍ରୋହୀ ସରକାରୀ କ୍ଷମା ପାଇବା ଆଶାରେ ଆତ୍ମସମର୍ପଣ କରିଥିଲେ ।

 

ନିଧି ମହାନ୍ତି ଓ ବାମନ ମହାନ୍ତି ଆତ୍ମସମର୍ପଣ କଲେ । ଏହାଙ୍କୁ ନଭେମ୍ବର ୬ ତାରିଖରେ କ୍ଷମା ମିଳିଲା ।

 

ସାଧୁ ଚରଣ ମଙ୍ଗରାଜ, ବିଷ୍ଣୁ ପାଇକରାୟ (ଓରଫ ଯୁଗଳ ଜେନା) ଓ ଧନୀ ଜେନାଙ୍କୁ ଯେଉଁମାନେ ଧରାଇ ଦେଇଥିଲେ ସେମାନଙ୍କୁ ସରକାରଙ୍କ ତରଫରୁ ପୁରସ୍କାର ଦିଆଗଲା । ମଙ୍ଗରାଜଙ୍କ ପାଇଁ ଟ. ୨୫୦, ବିଷ୍ଣୁ ପାଇକରାୟଙ୍କ ପାଇଁ ଟ. ୨୫୦, ଧନୀ ଜେନାଙ୍କ ପାଇଁ ଟ. ୫୦ ପୁରସ୍କାର ଦିଆଗଲା ।

 

ନଭେମ୍ବର ୫ ତାରିଖ ଦିନ ସନ୍ଧ୍ୟାରେ ଦୀନବନ୍ଧୁ ସାମନ୍ତରା ଓ ଅରାଙ୍ଗ ଦଳବେହେରା ଭାଟପଡ଼ାଠାରେ ଓ ୬ ତାରିଖ ଦିନ ଦୀନବନ୍ଧୁ ସାମନ୍ତରାଙ୍କ ପାଇକ ସରଦାର ଅଚ୍ୟୁତ ସାମନ୍ତରା ଆତ୍ମସମର୍ପମ କଲେ । ଏମାନେ ସରକାରଙ୍କ ପ୍ରତି ଅନୁରକ୍ତ ରହିବେ ବୋଲି ଶପଥ ଗ୍ରହଣ କଲେ-

 

୧୮୧୯ ଜାନୁଆରୀରେ ଗଭର୍ଣ୍ଣର ଜେନେରାଲ-ଇନ୍-କାଉନସିଲ ଓଡ଼ିଶା ପାଇକ ବିଦ୍ରୋହରେ ଲିପ୍ତଥିବା ବିଦ୍ରୋହୀମାନଙ୍କ ମଧ୍ୟରୁ ଯେଉଁମାନେ ଆତ୍ମସମର୍ପଣ କରିଥିଲେ । ସେମାନଙ୍କୁ ବିନା ସର୍ତ୍ତରେ ପୂର୍ଣ୍ଣ କ୍ଷମା ଦେବା ଆଦେଶ ଘୋଷିତ ହେଲା ।

 

ଏଣିକି ଯେଉଁମାନେ ଆତ୍ମସମର୍ପଣ କରିବେ ସେମାନଙ୍କୁ କ୍ଷମା ଦିଆଯିବ ବୋଲି ମଧ୍ୟ ଘୋଷଣା କରାଗଲା । କିନ୍ତୁ ପିଣ୍ଡିକି ବାହୁବଳୀନ୍ଦ୍ର, ଗୋପାଳ ଛୋଟରା ଏବଂ ପଦ୍ମନାଭ ଛୋଟରାଙ୍କୁ ଧରି ଦେବା ପାଇଁ ଏକ ହଜାର ଟଙ୍କା ଏବଂ ପୀତବାସଙ୍କ ପାଇଁ ତିନିଶତ ଟଙ୍କା ପୁରସ୍କାର ଘୋଷଣା କରାଗଲା ।

 

ଏମାନଙ୍କ ମଧ୍ୟରୁ ଗୋପାଳ ଛୋଟରାଙ୍କ ନାମରେ ହତ୍ୟା ଏ ଦୁର୍ଦ୍ଦାନ୍ତ ବିଦ୍ରୋହୀ ପ୍ରଭୃତି ଅଭିଯୋଗ ଥିଲା । ପଦ୍ମନାଭ ଛୋଟରାଙ୍କୁ ମଧ୍ୟ ଦୁର୍ଦ୍ଦାନ୍ତ ବିଦ୍ରୋହୀ ବୋଲି ଧରାଯାଉଥିଲା ଏବଂ ପିଣ୍ଡିକି ବାହୁବଳୀନ୍ଦ୍ର ଆଜୀବନ ଜେଲଦଣ୍ଡ ଭୋଗୁଥିଲା ବେଳେ ଜେଲ ଭାଙ୍ଗି ଚାଲି ଆସିଥିଲେ । ଏହା ସଙ୍ଗେ ସଙ୍ଗେ ବକ୍ସି ଜଗବନ୍ଧୁଙ୍କୁ ଧରି ଦେବା ପାଇଁ ଟ.୫୦୦୦ଙ୍କା (ପାଞ୍ଚ ହଜାର) ଏବଂ ଦେବାନ କୃଷ୍ଣଚନ୍ଦ୍ରଙ୍କୁ ଧରି ଦେବା ପାଇଁ ଟ.୨୦୦୦ ଏବଂ ଜଗବନ୍ଧୁଙ୍କ ସହିତ ନିମ୍ନ ଲିଖିତ ପ୍ରଧାନ ବିଦ୍ରୋହୀ ନେତାମାନଙ୍କୁ ଧରିବା ପାଇଁ ଟ. ୧୦୦୦ ପୁରସ୍କାର ଘେଷଣା କରାଗଲା । (୧) ସେମାନେ ହେଉଛନ୍ତି – ୧ ଧରମୁ ହରିଚନ୍ଦନ, ୨- ଲୋକନାଥ ବଳିଆର ସିଂହ, ୩- ଆଦିକନ୍ଦ ବିଦ୍ୟାଧର, ୪- ଉପେନ୍ଦ୍ର ଜଗଦେବ, ୫- ଦୀନବନ୍ଧୁ ସାମନ୍ତରା, ୬-ପୁରୁଷୋତ୍ତମ ମାନସିଂହ, ୭- ଅନ୍ତର୍ଯ୍ୟାମୀ ପାହାଡ଼ସିଂହ, ୮-ରାମଚନ୍ଦ୍ର ସାମନ୍ତରାୟ, ୯-ଦାମ ସୁବୁଦ୍ଧି, ୧୦-ଶ୍ରୀହରି ମାନସିଂହ, ୧୧- କରୁଣାକର ପରମଗୁରୁ, ୧୨-ବିଶ୍ୱନାଥ ହରିଚନ୍ଦନ , ୧୩-ଭଗବାନ ସିଂହ । ଏମାନଙ୍କ ମଧ୍ୟରୁ ଭଗବାନ ସିଂହଙ୍କର ମୃତ୍ୟୁ ହୋଇଯାଇଥିଲା । କରୁଣାକର ପରମଗୁରୁ ଓ ଦାମ ସୁବୁଦ୍ଧି ଗିରଫ୍ ହୋଇଥିଲେ ଏବଂ ଅନ୍ୟମାନେ କ୍ଷମା ଆଶାରେ ଆତ୍ମସମର୍ପଣ କରିଥିଲେ ।

 

(୧)

Freedom movement in Odisha, Vol.।

 

କମିଶନରଙ୍କ ପାଖକୁ ଫରେଷ୍ଟର ଦେଇଥିବା ଚିଠିରୁ ଜଣାଯାଏ ଯେ ଗୋପାଳ ଛୋଟରାୟ ଏବଂ ପଦ୍ମନାଭ ଚୋଟରାୟଙ୍କୁ ଧରାଇବାରେ ସାହାର୍ଯ୍ୟ କରିଥିବାରୁ ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ ପୁରସ୍କାର ଦିଆଯାଇଥିଲା (୧)- ଶିବ ପ୍ରସାଦ ଦାରୋଗା ଟ୧୦୦୦/-,୨-ରାମ ମହାରଥା ଟ.୫୦୦/-୦,୩-ଭରଥ ମାଟି ଟ.୧୦୦/,୪-ଜଗବନ୍ଧୁ ମଙ୍ଗରାଜ ଟ୧୦୦/, ୫-ନବିନ ବାହୁବଳେନ୍ଦ୍ର ଟ୧୦୦/ , ୬-ଶେର ଖାଁ ଟ.୧୦୦/-,୭-ଧନୁ ଟ.୧୦୦/-.

 

ମଳାପଡ଼ାର ଜାଗିରିଦାରଙ୍କ ସହ ପିଣ୍ଡିକି ବାହୁବଳେନ୍ଦ୍ର ମିତ୍ର ବସିଥିଲେ । ଜାଗିରି ଓ ଟ.୧୦୦୦/-ପୁରସ୍କାର ଲୋଭରେ ସେ ମୈତ୍ରଙ୍କୁ ଦିନେ ବିଶ୍ୱାସରେ ଘରକୁ ଡାକିନେଇ ଭାଙ୍ଗ ସହିତ ଧୁତୁରା ମିଶାଇ ଶୁଆଇ ପକାଇଲେ ଏବଂ ପୋଲିସକୁ ଆଗରୁ ଖବର ଦେଇଥିଲେ । ପୋଲିସ ନିଦ୍ରିତା ଅବସ୍ତାରେ ତାଙ୍କୁ ଧରିନେଲେ ।

 

ଏହାପରେ ସରକାରୀ କ୍ଷମାର ସୁଯୋଗ ନେଇ ୧୮୨୫ ମେ ମାସ ଶେଷଆଡ଼କୁ ଖୋର୍ଦ୍ଧା ମାଜିଷ୍ଟ୍ରେଟଙ୍କ ଠାରେ ନିମ୍ନଲିଖିତ ନେତାମାନେ ଆତ୍ମସମର୍ପଣ କଲେ ଏବଂ କ୍ଷମା ପାଇଲେ-। ଏମାନଙ୍କ ପୁର୍ବରୁ ଜାଏଗିରି ସବୁ ବାଜ୍ୟାପ୍ତ ହୋଇଯାଇଥିଲା । ସେ ସବୁ ପରେ ଫେରି ପାଇଲେ-। ୧-ଗଡ଼ ନାଲସିଂହର ଦଳବେହେରା ଗୌରାଙ୍ଗ ବରିସାଲ, ୨-ବନ୍ଧୁ ସାମନ୍ତରା-କୋରିର ଦଳେଇ, ୩- କାଳିଆ ମାନସିଂହ-ଗଡ଼ସିରେଇର ଦଳବେହେରା ହନୁଙ୍କ ଭାଇ, ୪-ହରିସାନ୍ତରା-ବିରଜା ଠାକୁରାଣୀଙ୍କର ସେବାୟତ, ୫- ମଧୁ ବିଶୋଇ-ପାଇକ, ୬- ଭଗବାନ ଜାନି- ପାଇକ, ୭-ରାଜିବ ବିଶୋଇ-ପାଇକ, ୮-ଉଦ୍ଧବ ନାଏକ-ପାଇକ ।

 

ବକ୍ସି ଜଗବନ୍ଧୁ ଓ ଦେବାନ କୃଷ୍ଣଚନ୍ଦ୍ରଙ୍କୁ ଧରିବା ପାଇଁ ବହୁ ଆଗରୁ ପୁରସ୍କାର ଘୋଷଣା ହୋଇଥିଲେ ମଧ୍ୟ ବକ୍ସି ଓ ଦେବାନ ଧରା ପଡ଼ିଲେ ନାହିଁ କି ଆତ୍ମସମର୍ପଣ କଲେ ନାହିଁ । ତେଣୁ ସରକାର ବକ୍ସିଙ୍କ ପ୍ରତି କଠୋର ନୀତି ଅବଲମ୍ବନ କଲେ ।

 

Letter dated 28th Dec. 1818 from Forrester to Commissioner Pakenham.

 

ବକ୍ସି ବାଣପୁର ନିକଟ ଆଙ୍କୁଲାଠାରେ ରହୁଛନ୍ତି ବୋଲି ଜାଣପାରି ତାଙ୍କୁ ଧରିବା ପାଇଁ ଏକ ପରିକଳ୍ପନା କରାଗଲା । ଏହି ପରିକଳ୍ପନା ଅନୁଯାୟୀ ୧୮୧୯ ମସିହା ଜାନୁଆରୀ ମାସ ୩୦ତାରିଖ ଦିନ ଆଙ୍କୁଲାକୁ ବୋଲଗଡ଼, ଟାଙ୍ଗି, ବାଣପୁର ତିନିଦିଗରୁ ଅଭିଯାନ ଅରମ୍ଭ ହେଲା । ଏ ଖବର ପାଇ ବକ୍ସି ସେଠାରୁ ଚାଲିଯାଇଥିବାରୁ ସରକାରଙ୍କର ଏ କଳ୍ପନା ବ୍ୟର୍ଥ ହୋଇଗଲା ଏବଂ ବକ୍ସି ଓ ଦେବାନଙ୍କୁ ଧରିବା ସମ୍ପର୍କରେ ସରକାରଙ୍କ ଭାଳେଣି ପଡ଼ିଗଲା ।

 

ଶେଷରେ ୧୮୧୯ ଅକ୍ଟୋବର ମାସରେ ସରକାର ଖବର ପାଇଲେ ଯେ ବକ୍ସିଙ୍କର ଦ୍ୱିତୀୟ ସ୍ତ୍ରୀ ଓ ତାଙ୍କର କଁଅଳା ପୁଅ ଗଞ୍ଜାମ ଜିଲ୍ଲା ଆଠଗଡ଼ରେ ଏବଂ ତାଙ୍କର ବଡ଼ ସ୍ତ୍ରୀ ଓ ତାଙ୍କ ସାଙ୍ଗରେ ଅନେକ ଚାକର ଓ ସମ୍ପର୍କୀୟ ଲୋକ ଗଞ୍ଜାମ ସହରରେ ବୀରେନ୍ଦ୍ର ପଟ୍ଟନାୟକଙ୍କ ଘରେ ରହିଛନ୍ତି । ଏମାନଙ୍କୁ ଧରି ନେବାକୁ ଖୋର୍ଦ୍ଧା ମାଜିଷ୍ଟ୍ରେଟ ଆଦେଶ ଦେଲେ ।

 

ସେଠାରୁ ବକ୍ସିଙ୍କ କୁଟୁମ୍ବ ଧରା ହୋଇ ଖୋର୍ଦ୍ଧା ମାଜିଷ୍ଟ୍ରେଟଙ୍କ ଜିମାରେ ରହିଲେ । ଏହିମାନଙ୍କୁ ଧରାଇଦେବାରେ ସାହାଯ୍ୟ କରିଥିବାରୁ କେତେକଙ୍କ ପୁରସ୍କାର ଦିଆ ହେବାଠାରୁ ଆରମ୍ଭ କରି ବକ୍ସିଙ୍କ କୁଟୁମ୍ବ ୧୮୨୦ ମେ ମାସ ପର୍ଯ୍ୟନ୍ତ ଚଳିବାର ସମସ୍ତ ଖର୍ଚ୍ଚ ମୋଟ ଟ.୮୦୪/-ହୋଇଥିଲା ।

 

୧୮୨୦ ମେ ମାସରେ ବକ୍ସିଙ୍କ କୁଟିମ୍ବଙ୍କୁ କଟକ ନିଆଯାଇ ବାରବାଟୀ ଦୁର୍ଗରେ ନଜରବନ୍ଦୀ କରି ସରକାର ରଖିଲେ ଏବଂ ସେମାନଙ୍କ ଭରଣପୋଷଣ ପାଇଁ ମାସିକ ଟ.୫୦/- ଖଞ୍ଜି ଦେଲେ । ସେମାନଙ୍କ ପ୍ରତି ଉପଯୁକ୍ତ ସମ୍ମାନ ସହକାରେ ରଖିବା ପଇଁ ଗଭର୍ଣ୍ଣର ଜେନେରାଲ ଆଦେଶ ଦେଇଥିଲେ ।

 

“That they might be treated with proper respect and delicacy and might not be subjected to any unnecessary hardship or depravation during the period in which it would be requisite to detain them in fort of barabati (୧)

 

୧୮୨୩ ସେପ୍ଟେମ୍ବରରେ ସରକାର ଘୋଷଣା କଲେ ଯେ ବକ୍ସି ଜଗବନ୍ଧୁ ଓ ଦେବାନ କୃଷ୍ଣଚନ୍ଦ୍ର ଧରା ନଦେବାରୁ ସେ ଦୁହିଁଙ୍କର ସମସ୍ତ ସମ୍ପତ୍ତି ସରକାର ବାଜ୍ୟାପ୍ତ କରିନେଲେ ଏବଂ ଏ ଦୁହିଁଙ୍କ କୌଳିକ ପଦବୀ ‘ବକ୍ସି’ ଓ ‘ଦେବାନ’ ଆଉ ବ୍ୟବହାର କରି ପାରିବେ ନାହିଁ । (୨)

 

ଏହିପରି ଭାବରେ ନାନା ଉଦ୍ୟମ ସତ୍ତ୍ୱେ ବକ୍ସି ଓ ଦେବାନଙ୍କୁ ଧରିବା ସମ୍ଭବ ହୋଇନ ଥିଲା ।

 

୧୯୨୫ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଉପାୟ ବ୍ୟର୍ଥ ହେବାରୁ ୧୮୨୫ ମାର୍ଚ୍ଚ ୧୬ ତାରିଖରେ ସରକାର ଟ୍ରିବୁଟାରୀ ସୁପରିନଟେଣ୍ଡେଣ୍ଟ ଅଫିସର ସିରସ୍ତାଦାର ଓ୍ୟାଜ ମହମ୍ମଦଙ୍କ ଦ୍ୱାରା ଜଣାଇଲେ ଯେ ବକ୍ସି ଯଦି ଆତ୍ମସମର୍ପଣ କରନ୍ତି ତା ହେଲେ ତାଙ୍କର ସମସ୍ତ ଦୋଷ କ୍ଷମା କରାଯିବ, ତାଙ୍କ ଭରଣପୋଷଣ ପାଇଁ ମାସିକ ଏକଶତ ଟଙ୍କା ବୃତ୍ତି ଦିଆଯିବ ଏବଂ ସେ କଟକରେ ରହିବେ । ଓ୍ୟାଜ ମହମ୍ମଦ ଏହି ପରଓ୍ୟାନା ଧରି ନୟାଗଡ଼ ନିକଟସ୍ଥ ଏକ ସ୍ଥାନରେ ବକ୍ସିଙ୍କୁ ଭେଟିଲେ ମହମ୍ମଦଙ୍କ ସଙ୍ଗେ ବକ୍ସି ଆସି ତା ୨୭/୫/୧୮୨୫ ରେ କଟକ ପହଞ୍ଚି ଆତ୍ମସମର୍ପଣ କଲେ । (୩)

 

(1)

Letter from the chief secretry to the govt. of India to Commissioner Blant, Cuttak dated 21, July 1820.

(2)

Letter from govt. of India to Commissioner Cuttcak dated 12th September .

(3)

Letter dated 26.5.1825 from the Acting Secretey to Commissioner to the officiating Magistrate in Cuttcak.

 

ସରକାରଙ୍କର ଏହି ପ୍ରତିଶ୍ରୁତି ଅନୁଯାୟୀ ତାଙ୍କୁ କଟକ ସହରରେ ରଖାଗଲା ଏବଂ ମାସିକ ଏକଶତ ଟଙ୍କା ବୃତ୍ତି ଦିଆଗଲା । ସେ ଯେଉଁ ଘରେ ଥିଲେ ସେହି ଘରଥିବା ଅଞ୍ଚଳ ବର୍ତ୍ତମାନ ବକ୍ସି ବଜାର ନାମରେ ପରିଚିତ ଏବଂ ଗୋଟିଏ ପୋଖରୀ ବକ୍ସି ପୋଖରୀ ନାମରେ ଆଦ୍ୟାପି ବିଦ୍ୟାମନ ।

 

ବକ୍ସିଙ୍କ ସମ୍ପତି ଫେରସ୍ତ ହେଲା । ଇଜମାଇଲ ସମ୍ପତ୍ତିରୁ ତାଙ୍କ ପୁତୁରା ଗଦାଧର ବିଦ୍ୟାଧରଙ୍କ ଅଂଶକୁ ଅଲଗା କରି ତାକୁ ତାଙ୍କ ଅଂଶ ଦେବାପାଇଁ ଆଦେଶ ହୋଇ କାର୍ଯ୍ୟକାରୀ ହେଲା ।

 

ଦେବାନ କୃଷ୍ଣଚନ୍ଦ୍ର ୧୮୨୬ ଜାନୁଆରୀ (୨)ରେ ଖୋର୍ଦ୍ଧା ମାଜିଷ୍ଟ୍ରେଟ ଇଉଲିନ୍‍କିସଙ୍କ ନିକଟରେ ଆତ୍ମସମର୍ପଣ କଲେ । ସରକାର ତାଙ୍କ ଚଳିବାପାଇଁ ମାସକୁ ପ୍ରଥମେ ଟ୫୦ଙ୍କା ଖଞ୍ଜିଦେଲେ ।

 

ପରେ ବକ୍ସିଙ୍କର ବୃତ୍ତି ଟ୧୫୦ଙ୍କା ଓ କୃଷ୍ଣଚନ୍ଦ୍ରଙ୍କ ଟ୧୦୦ଙ୍କା ହୋଇଥିଲା ।

 

ବକ୍ସିଙ୍କ ଆତ୍ମସମର୍ପଣରେ ସାହାଯ୍ୟ କରୁଥିବାରୁ ନୟାଗଡ଼ର ଦେବାନ ବରଜୁ ପାଇକରା ଟ୨୦୦୦ଙ୍କା, ଓ୍ୟାଜ ମହମ୍ମଦ ଟ୧୦୦୦ଙ୍କା ଓ ନୟାଗଡ଼ ରାଜା ବର୍ଷକର ପେସକିମ୍ ଛାଡ଼ ପାଇଥିଲେ । କୃଷ୍ଣଚନ୍ଦ୍ରଙ୍କ ଆତ୍ମସମର୍ପଣରେ ସହାଯ୍ୟ କରିଥିବାରୁ ଶ୍ୟାମସୁନ୍ଦର ଭଞ୍ଜଙ୍କୁ ଟ୫୦୦ଙ୍କା ଖୋର୍ଦ୍ଧା ଦରୋଗା ହେମ ପ୍ରସାଦ ରାଏଙ୍କୁ ଟ୫୦୦ଙ୍କା, ଖୋର୍ଦ୍ଧା ଜଏଣ୍ଟ ମାଜିଷ୍ଟ୍ରେଟଙ୍କ ସିରସ୍ତାଦାର ଶେଖ ସାଦିକ୍ ଅଲିଙ୍କୁ ଟ.୫୦ଙ୍କା, ରାଘବ ପଟ୍ଟନାୟକଙ୍କୁ ଟ୫୦୦ଙ୍କା ପୁରସ୍କାର ଦେଇଥିଲେ ।

 

ବକ୍ସି ତାଙ୍କ ମୁତ୍ୟୁ ପର୍ଯ୍ୟନ୍ତ ପେନସନ ପାଉଥିଲେ । ବକ୍ସିଙ୍କର ମୁତ୍ୟୁ ୧୮୨୯ ଜାନୁଆରୀ ୨୪ ତାରିଖ ହେଲା । (୩) ତାଙ୍କ ମୁତ୍ୟୁ ପରେ ତାଙ୍କର ନ’ବର୍ଷର ପୁଅ ଗୋପିନାଥ କଟକ ଆସି ସରକାରଙ୍କ ଠାରେ ଦରଖାସ୍ତ କଲା ଯେ ସେ ଏତେବଡ଼ ପରିବାରଙ୍କୁ ସସମ୍ମାନେ ଚଳାଇବା ପାଇଁ ଅସମର୍ଥ । ତେଣୁ ସରକାର ତାଙ୍କ ଜୀବିତାବସ୍ଥା(୧) ପର୍ଯ୍ୟନ୍ତ ବର୍ଷିକ ଟ୭୫୦ଙ୍କା (ସାତଶ ପଚାଶ ଟଙ୍କା) ବୃତ୍ତି ଦେବା ସ୍ଥିର କରିଦେଲେ ଏବଂ ତାହା ଦିଆଗଲା ଏବଂ ରୋଡ଼ଙ୍ଗରେ ରହିବାକୁ ତାଙ୍କୁ ଅନୁମତି ଦେଲେ । ଜଗବଂଧୂଙ୍କ ସମ୍ପର୍କରେ ଐତିହାସିକ R.D. Banerji ଙ୍କ ମତ ଉଦ୍ଧାର କରି କୁହାଯାଇପାରେ ଯେ-

 

(1)

Orissa His Res. Vol.I No.2

(2)

Letter dated 2.1.1826 from the Jt. Magistrate,Khurdha to the officiating Commissioner Cuttcak.

(3)

Orissa Historical journal Vol.I No.2

 

“He served a nobel propose, as his rising opend the eyes of the British masters of Orissa to some extent. In any other country except India. Jagabandhu Vidyadhar would have been regarded as a national hero and a benefactor of his own people; because by rising in rebilion and sacrificing his own self he served the nobility of Orissa from total extinction at the hands of the Bengali adventurers and the commom people from longer oppression (୧)

 

୧୮୧୭ ବିଦ୍ରୋହରେ ଯେଉଁମାନଙ୍କ ବିଚାର କରାଯାଇଥିଲା, ସେମାନଙ୍କ ମଧ୍ୟରୁ ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ ଫାଶୀ ଦିଆଗଲା ।

 

(୧) ଚରଣ ପଟ୍ଟନାୟକଙ୍କୁ ହତ୍ୟା ଅଭିଯୋଗରେ ପରଶୁରାମ ପଟ୍ଟନାୟକଙ୍କୁ ଫାଶୀ । (୨) ସଦାଶିବଙ୍କୁ ମାରିଥିବା ଅଭିଯୋଗରେ ସଚ୍ଚିଦାନନ୍ଦଙ୍କୁ ଫାଶୀ (୩) ଗୋପାଳ ଛୋଟରା–ଫାଶୀ । (୪) ବଂଶୀ ପଇକରା–ଫାଶୀ । (୫) ରାମ ସିଂହ–ଫାଶୀ । (୬) ନାଥ ପ୍ରଧାନ-ଫାଶୀ । (୭) ନରସିଂହ–ଫାସୀ । (୮) ବାମଦେବ ପଟ୍ଟଯୋଶୀ ଓ ନାରାୟଣ ପରମଗୁରୁ କୁଜଙ୍ଗ ବିଦ୍ରୋହର ନେତା ଥିବାରୁ କଷ୍ଟକର ଶ୍ରମସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇ ଆଲିପୁର ଜେଲକୁ ପଠାଗଲା ।

 

୧୪.ବର୍ଷ ସଶ୍ରମ କାରାଦଣ୍ଡ–

 

(୧) ନିତ୍ୟାନନ୍ଦ ପଟ୍ଟନାୟକ (୨) ପଦ୍ମ ଚରଣ ଦାସ (୩) ବିଷ୍ଣୁ ଚରଣ ଦାସ (୪) ଚୈତନ୍ୟ ଚରଣ ଦାସ (୫) କୃତ୍ତିବାସ ରାଉତରାୟ (୬) ଧରଣୀ ସିହଂ (୭) ଲୋକନାଥ ମୁଦୁଲି (୮) କହ୍ନେଇ ମଳିକ ଚୌକିଦାର (୯) କୁଶେଇ ମଳିକ । ଏମାନଙ୍କୁ କଲିକତା ନିକଟସ୍ଥ ଆଲିପୁର ଜେଲକୁ ପଠାଗଲା ।

 

(1)

History of Orissa, Vol. II P.286

(2)

Letter from Commissioner Blant to the chief secy Bellye on 29th May 1825

 

ଦ୍ୱୀପାନ୍ତର ଦଣ୍ଡ-

 

(୧) ନଟବର ସୁନ୍ଦରା (୨) ଜଗନ୍ନାଥ ମହାପାତ୍ର (୩) ଫକିର ଜେନା (୪) ଗୌରୀ ନରେନ୍ଦ୍ର (୫) ନାରଣ ଶ୍ରୀଚନ୍ଦନ (୬) ଗୋଲକ ବାରିକ (୭) କର ପତ୍ର (୮) କମଳ ଲୋଚନ ଚମ୍ପତି (୯)ଧନୁର୍ଜ୍ଜୟ ମହାରଥୀ (୧୦) ପଞ୍ଚୁ କହଲସିଂହ (କାହାଳ ସିଂହ) (୧୧) କେଳେଇ ଚମ୍ପତି (୧୨) ଡମଣ ସିଂହ (୧୩) ରୋଷନ୍ ଖାଁ (୧୪) ଭଜଲ ତିବାରି (୧୫) ଗୌର ସଂଗ୍ରାମସିଂହ (୧୬) ରାମ ନାୟକ (୧୭) ଗୁଣ୍ଡେଇ ନାୟକ (୧୮) ଖଟୁଆ (୧୯) ଆରତ ନୟକ (୨୦) ବିକଳ (୨୧) କଣ୍ଡୁରୀ ନାୟକ (୨୨) ନିଧି ନାୟକ (୨୩) ପରମାନନ୍ଦ ସିଂହ (୨୪) ଦାମ ଗଜେନ୍ଦ୍ର (୨୫) ବୃନ୍ଦାବନ ନାୟକ (୨୬) ବାମ ନାୟକ (୨୭) ଚକ୍ର ଦାସ (୨୮) ବାମନ ନାୟକ (୨୯) ଦୁର୍ଲ୍ଲଭ ଦେହୁରି (୩୦) ବିଷ୍ଣୁ ନାୟକ (୩୧) ବିକା ନାୟକ (୩୨) ବିଷ୍ଣୁ ସ୍ୱାଇଁ (୩୩) ଭଗତ ମହାରଣା (୩୪) ପରଶୁରାମ ପାତ୍ର (୩୫) ବିଷ୍ଣୁ ବରାଳ (୩୬) ଗୋବିନ୍ଦ ସୁବୁଧି (୩୭) ଚମ ସ୍ୱାଇଁ (୩୮) ପଞ୍ଚୁ ପଧାନ (୩୯) ଯୋଗୀ ଶ୍ରୀଚନ୍ଦନ (୪୦) ଭାଗୀରଥି ରାୟ (୪୧) ଉତ୍ସବ ବେହେରା (୪୨) ଅର୍ଜ୍ଜୁନ ଦେହୁରୀ (୪୩) ଚଇତନ ମାଝି (୪୪) ଲୋକନାଥ ଚୁହାଲ ସିଂହ (୪୫) ସାଧୁ ମଙ୍ଗରାଜ (୪୬) ବୁଧି ଦେହୁରି (୪୭) ମୃଗା ନାୟକ (୪୮) ଫଗୁ ବଢ଼େଇ (୪୯) ରାଜୀବ ନାୟକ (୫୦) ବରଜୁ ନାୟକ (୫୧) ବୃନ୍ଦା ନାୟକ (୫୨) ବାସୁ ବେହେରା (୫୩) ପଞ୍ଚୁ ନାୟକ (୫୪) ନିଧି ନାୟକ (୫୫) ରଘୁ ନାୟକ (୫୬) ପାଣ୍ଡବ ନାୟକ (୫୭) ବନ୍ଧୁ ନାୟକ (୫୮) କୁସୁନୁ ନାୟକ (୫୯) ପିଣ୍ଡିକି ନାୟକ (୬୦) କେଳୁ ନାୟକ (୬୧) କଣ୍ଡୁରି ନାୟକ (୬୨) ଦାମ ଲାୟକ (୬୩) ବୃନ୍ଦାବନ (୬୪) ଫକିର ସିଂହ (୬୫) ମହେଶ୍ୱର ପାଇକରା (୬୬) ମୁଳି ସେଠି (୬୭) ଉଦୟ ହରିଚନ୍ଦନ (୬୮) କୁଞ୍ଜ ଜେନା (୬୯) ଜଗତ ନାୟକ (୭୦) ବୃନ୍ଦାବନ ନାୟକ (୭୧) ମୁକୁନ୍ଦ ନାୟକ (୭୨) ପିଣ୍ଡିକ ନାୟକ (୭୩) ପଦି ନାୟକ (୭୪) ବୁଲି ଦାସ (୭୫) ଭୀମ ସ୍ୱାଇଁ (୭୬) ଗୌରାଙ୍ଗ ଚୁହାଲ ସିଂହ (୭୭) ଭିକୁ ଦଳାଇ (୭୮) ପୁରୁଷୋତ୍ତମ ସିଂହ (୭୯) ଲକ୍ଷ୍ମଣ (୮୦) ବରଜୁ ଭଞ୍ଜ (୮୧) ରାମ ଦେହୁରି (୮୨) ଭୁଜ ମାଝି (୮୩) ପରମି ଜେନା (୮୪) ନବଘନ ପାତ୍ର (୮୫) ଗୋବିନ୍ଦ ଜେନା (୮୬) କୃପାନିଧି ପାଣି (୮୭) ଗୁଣ ନାୟକ (୮୮) ଋଷି ପାତ୍ର (୮୯) ମଧୁ ଜେନା (୯୦) ନାରାୟଣ ଦଳେଇ (୯୧) ଭାଗୁ ମାହାନ୍ତି (୯୨) ମହାଦେବ ଜେନା (୯୩) ପିଣ୍ଡିକି ପାତ୍ର (୯୪) ଯୋଗୀ ପାତ୍ର (୯୫) ମଧୁ ପାତ୍ର (୯୬) ବଳଭଦ୍ର ରାୟ (୯୭) ମଧୁ ପ୍ରଧାନ (୯୮) ନିଳାଦ୍ରି ହରିଚନ୍ଦନ (୯୯) ଲକ୍ଷ୍ମଣ ଚୁହାଲସିଂହ (୧୦୦) ବାଉରୀ ମହାନ୍ତି (୧୦୧) ଉଦ୍ଧବ ମଲିକ (୧୦୨) ଧ୍ରୁବ ମଳିକ । ଏମାନଙ୍କୁ ଆଲିପୁର ଜେଲକୁ ପଠାଗଲା ।

 

ପ୍ରଦେଶରୁ ଅସ୍ଥାୟୀ ଭାବରେ ବହିଷ୍କୃତ –

 

(୧) ରାମ ମଳିକ (୨) ହରି ଭୋଇ (୩) ଏକାଦଶୀ ଭୋଇ (୪) ଗୋବିନ୍ଦ ମାଝି (୫) ଯୋଗୀ ମଳିକ (୬) ଚୈତନ୍ୟ ସ୍ୱାଇଁ (୭) ହରିକୃଷ୍ଣ ସାହୁ (୮) ଭଗତ ନାୟକ (୯) ମାନଶରଣ (୧୦) ରତନ ମଳିକ (୧୧) ନିଧି ମଳିକ ଚୌକିଦାର (୧୨) ରଘୁ ସାହୁ (୧୩) ଚଇ ସାହୁ (୧୪) କହ୍ନେଇ ଶତପଥୀ (୧୫) ଦଇତାରି ଶତପଥୀ (୧୬) ରତ୍ନାକର ମିଶ୍ର (୧୭) ବନ୍ଧୁ ସାମଲ (୧୮) ବାସୁ ମଳିକ (୧୯) କଲାନ ମଳିକ (୨୦) ଖୁରୁଡ଼ି ମଳିକ (୨୧) ବିଷ୍ଣୁ ମଳିକ (୨୨) ସୁଲଭ ମଳିକ (୨୩) ଫକିର ମଳିକ (୨୪) ବଲ୍ଲଭ ଜେନା (୨୫) ଉତ୍ତମ ନାୟକ । ଏମାନଙ୍କୁ ମେଦିନିପୁର ଜେଲକୁ ପଠାଗଲା । (୧)

 

ଅନ୍ୟାନ୍ୟ କାରାଦଣ୍ଡ ଓ ଦ୍ୱୀପାନ୍ତର –୨୬ ଜଣ ।

 

ମଧୁ ରାଉତରା, ରୁଖ ସାହୁ, ଧୋବା ଦାସ, କାଳନ୍ଦି ପାତ୍ର, କେଶବ ସାମଲ, ବନବାସୀ ସାମଲ, ଖୋସାଲି ବିଶ୍ୱାଳ, ଶେଖ ସାଇଫୁଲ୍ଲା, ଶେଖ ସରଦାରୀ, ବାଞ୍ଛୁ ଭୋଇ, ଉଦ୍ଧବ ରାଉତ, ଦାମ ଜେନା, ରୂପ ମହାପାତ୍ର, କିଶୋରୀ ଶୁକ୍ଳ, ଉତ୍ସବ ଗୋଛାଏତ, ଯୋଗୀ ନାୟକ, ଗଉରୀ ଗୋଛାଏତ, ପରମା, ବିଷ୍ଣୁ, ଦୀନା, କୃପା ନାୟକ, ନାରାୟଣ ନାୟକ,କେଳେଇ ନାୟକ । ଏମାନଙ୍କ ସହିତ ନାୟକ, ମହାନ୍ତି ଓ ମହାପାତ୍ର ସାଜ୍ଞାଥିବା ୩ଜଣ ପରେ ବିଚାର ହୋଇ ନିମ୍ନଲିଖିତ ବ୍ୟକ୍ତିଙ୍କୁ ଜାବଜ୍ଜୀବନ କାରାଦଣ୍ଡ ଦିଆଗଲା ।

 

୧-ଭାଗବତ ମହାନ୍ତି, ୨-ବଲଭ ରାୟ । ଏମାନଙ୍କୁ ଆଲିପୁର ଜେଲକୁ ପଠାଗଲା ।

 

(1)

Freedom movment in Orissa vol.l

 

ଏହିପରି ଭାବେ ଦମନମୂଳକ କାର୍ଯ୍ୟବିଧାନ କରିବା ପରେ ମଧ୍ୟ ରାଜ୍ୟରେ ଶାନ୍ତି ସ୍ଥାପିତ ହୋଇନଥିଲା । ପରେ ପରେ ସରକାରୀ ଅତ୍ୟାଚାର ଓ ଚାପ ଫଳରେ ଆତ୍ମସମର୍ପଣ କରିଥିଲେ ମଧ୍ୟ ଖୋର୍ଦ୍ଧା ଅଞ୍ଚଳରେ ୧୮୭୨ ଏବଂ ବାଣପୁର ଅଞ୍ଚଳରେ ୧୮୩୬ ପର୍ଯ୍ୟନ୍ତ ଗଣ୍ଡଗୋଳ ଲାଗିରହିଥିଲା । ଏହି ଦୁଇଟି ସମୟର ଘଟଣା ବର୍ଣ୍ଣନା ନ କଲେ ପ୍ରବନ୍ଧଟି ଅପୂର୍ଣ୍ଣ ରହିଯିବ ।

 

ପ୍ରଥମ ଘଟଣାଟି ଘଟିଥିଲା ଖୋର୍ଦ୍ଧାର ତାପଙ୍ଗ ଠାରେ ଏବଂ ଦ୍ୱିତୀୟ ଘଟଣାଟି ଘଟିଲା ବାଣପୁର ଠାରେ । ତାପଙ୍ଗ ଠାରେ ଘଟିଥିବା ଘଟଣାଟି ଅତିବ ରୋମାଞ୍ଚକର ।

 

୧୨୩୪ ସାଲ ବୃଷ ୧୦ ଦିନ କର ଆଦାୟ କରିବାକୁ ଫିରଙ୍ଗି କର୍ମଚାରୀମାନେ ତାପଙ୍ଗ ଗଡ଼କୁ ଗଲେ । ପ୍ରଥମେ ଯାଇ ଚିନ୍ତାମଣି ରଣସିହଂଙ୍କ ଦୁଆରେ ପହଞ୍ଚି ସେଠାରେ ନାନା ଧମକ ଚମକ ହେଲେ । ସେତେବେଳକୁ ଚିନ୍ତାମଣି ଘରେ ନଥିଲେ । ତାଙ୍କର ସ୍ତ୍ରୀ ହିରାମଣୀ ରାଗରେ ଜରଜର ହୋଇ ତାଙ୍କୁ ଭର୍ତ୍ସନା କଲେ । ପିଅନ କହିଲା, କର ପାଇଁ ତୁମ ଘର କୋରିଖି ହେବ ଏବଂ ସମସ୍ତ କୋରିଖି ଜିନିଷ ଆମେ ଖୋର୍ଦ୍ଧା ନେଇଯିବୁ । ତାପରେ ହାରାମଣୀ, ଦୁଆର ଡେଇଁଲେ ହାଣିଦେବେ ବୋଲି କହିଲେ । ସଙ୍ଗେ ସଙ୍ଗେ ଏ ଖବର ଗଡ଼ତାପଙ୍ଗର ଦଳବେହେରା ମାଧବ ଚନ୍ଦ୍ର ରାଉତରାଙ୍କ ପାଖରେ ପହଞ୍ଚିଲା । ସେ ସଙ୍ଗେ ସଙ୍ଗେ କର୍ମଚାରୀମାନଙ୍କୁ ଘଉଡ଼ାଇ ଦେବାପାଇଁ ଭାଗିରଥୀ ଦଳସିହଂ ଓ ହଳେଇ ଗୋବର୍ଦ୍ଧନ ବଇରିଗଞ୍ଜନଙ୍କୁ ଆଦେଶ ଦେଲେ । ଗୋବର୍ଦ୍ଧନ ବଇରିଗଞ୍ଜନ ବନ୍ଧୁକ ଟିପି ଦୁଇଜଣ ସିପାହୀଙ୍କୁ ମାରିଦେଲେ । ଏ ଖବର ଯାଇ ଖୋର୍ଦ୍ଧା ସାହେବଙ୍କ ନିକଟରେ ପହଞ୍ଚିଲା । କଟକରୁ ସୈନ୍ୟ ଆଣିବା ପାଇଁ ଖବର ପଠାଗଲା । କର୍ଣ୍ଣେଲ ହାରକୋର୍ଟ ହଳବେହେରାଙ୍କୁ କର ଦେଇ ଆତ୍ମସମର୍ପଣ କରିବାକୁ ଲେଖିଥିଲେ । ନ ଦେଲେ ୧୨୩୪ ମିଥୁନ ପଞ୍ଚମୀ ଦିନ ଯୁଦ୍ଧକୁ ପ୍ରସ୍ତୁତ ହେବାପାଇଁ ନିର୍ଦ୍ଦେଶ ଥିଲା ।

 

ସେହି ଅନୁଯାୟୀ କର୍ଣ୍ଣେଲ ହାଇକୋର୍ଟ ସୈନ୍ୟମାନଙ୍କୁ ଧରି ତାପଙ୍ଗଗଡ଼ରେ ପହଞ୍ଚିଲେ । ସେଠାରେ ୧୨୩୪ମିଥୁନ ପଞ୍ଚମୀ ଦିନ ଯୁଦ୍ଧ ହେଲା ।ଏହି ଲଢ଼େଇରେ ମଲ୍ଲପଡ଼ା (ମଳିପଡ଼ା)ର ଦଳେଇ ଓ ନାରାୟଣ ଗଡ଼ (ନରଣଗଡ଼)ର ଦଳେଇ, ରାମଚଣ୍ଡୀ ଗଡ଼ର ଦଳେଇ ଓ ଦଳପତି ସଢ଼େଇ ଗଡ଼ରୁ ପାଇକ, ଛତ୍ରଗଡ଼ରୁ ପ୍ରଧାନ ପାଇକ, ଦଧିମାଛ ଗାଡ଼ିଆର କରଣ ମଧୁସୂଦନ, ବଙ୍ଗିଦା, କଞ୍ଚିଲୋ, ଝିଙ୍କିଝାରିର କରଣ ଧନୁର୍ଯୟ ଶ୍ରୀଚନ୍ଦନ ଓ ଅଣ୍ଡାର କୋଠକରଣମାନେ ଯୋଗ ଦେଇଥିଲେ ।

 

ଗଡ଼ ତାପଙ୍ଗର ଭାଗିରଥୀ ଦଳାଇ, ପ୍ରତାପସିଂହ, ବୈରୀଗଞ୍ଜନ, ଗୋବର୍ଦ୍ଧନ ଦଳେଇ, ରଣସିଂହ ପ୍ରଭୃତି ଯୁଦ୍ଧରେ ପ୍ରଧାନ ଅଂଶ ଗ୍ରହଣ କରିଥିଲେ ।

 

କାଣ୍ଡଗୋଦା ଠାରେ ଲଢ଼େଇ ହେଲା । ଯୁଦ୍ଧ ପାଞ୍ଚଦିନ ଧରି ଚାଲିଲା । ତା ପରେ ପାଇକମାନେ ଫିରିଙ୍ଗିମାନଙ୍କର ତୋପ ଓ କମାଣ ମାଡ଼ରେ ଛତ୍ରଭଙ୍ଗ ଦେଲେ । ବହୁ ସୈନ୍ୟ ଉଭୟ ପକ୍ଷରୁ ହତାହତ ହେଲେ ।

 

ମାଧବଚନ୍ଦ୍ର ଜିଣିବାର କୌଣସି ଉପାୟ ନଦେଖି ତାଙ୍କର ଶ୍ୱଶୁର ଗଡ଼ ବଡ଼ପାରୀର ଭ୍ରମରାଙ୍କ ଘରେ ଆତ୍ମଗୋପନ କରିରହିଲେ ।

 

ସେହି ସମୟରେ ଚିଲିକା କୂଳରେ ଲୁଣମରା ଜବତ କରିବା ପାଇଁ ଗୋରା ସୈନ୍ୟମାନେ ଲୁଣମରାଳିଙ୍କ ଉପରେ ନାନା ଅତ୍ୟାଚାର କରୁଥିଲେ । ଏହି ଖବର ପାଇ ଦିନେ ମାଧବଚନ୍ଦ୍ର ଚିଲିକା କୂଳରେ ଦୁଇଜଣ ସିପାହୀଙ୍କୁ ବନ୍ଧୁକ ଟିପି ହତ୍ୟା କଲେ । ଏହି ଲଢ଼େଇରେ ଯୋଗଦେଇ ଥିବା ମଧୁସୂଦନ ବିଶ୍ୱାସଘତକତା କରି ଖୋର୍ଦ୍ଧା ଆସି ସାହେବଙ୍କ ନିକଟରେ ସମସ୍ତ ତଥ୍ୟ ପରିବେଶଣ କରିବାରୁ ତାଙ୍କ ପୁରସ୍କାର ନିଷ୍କର ବୃତ୍ତି ଦଆଯାଇଥିଲା ।

 

ଏହି ମଧୁସୂଦନଙ୍କ ଜରିଆରେ ଖୋର୍ଦ୍ଧା ସାହେବ ମାଧବଚନ୍ଦ୍ର ବଡ଼ପାରୀରେ ଥିବା କଥା ଜାଣି, ଖୋର୍ଦ୍ଧାରୁ ଦଳେ ସୈନ୍ୟ ପଠାଇଲେ ଏବଂ ସେମାନେ ବଡ଼ପାରୀରେ ଘାଟି କରି ରହିଲେ । କିନ୍ତୁ ବହୁ ଚେଷ୍ଟା ସତ୍ତ୍ୱେ ସେମାନେ ମାଧବଚନ୍ଦ୍ରଙ୍କୁ ଧରି ପାରିଲେ ନାହିଁ । ମାଧବଚନ୍ଦ୍ର ଏ ଖବର ପାଇ ଜଙ୍ଗଲରେ ଲୁଚି ରହିଲେ । ଏହାଙ୍କୁ ଜୀବିତ ବା ମୃତ ଅବସ୍ଥାରେ ଧରିବା ପାଇଁ ପୁରଷ୍କାର ଘୋଷଣା କରାଗଲା ।

 

ଦିନେ ସୋରଣ ଗ୍ରାମରେ ଜଣେ କେଉଟ ବାଟରେ ମାଧବଚନ୍ଦ୍ରଙ୍କୁ ଭେଟିଲା । ମାଧବଚନ୍ଦ୍ର ତାକୁ ପଚାରିବାରେ ସେ କହିଲା ଯେ, ତାର ନାଆଟି ବୁଡ଼ିଯାଇଛି ଏବଂ ଘର ପୋଡ଼ି ଯାଇଛି । ତେଣୁ ସେ ତାପଙ୍ଗ ଦଳବେହେରାଙ୍କ ପାଖକୁ କିଛି ସାହାଯ୍ୟ ପାଇଁ ଯାଉଛି । ମାଧବ ରାଉତରା ଏହି ଲୋକଟିର ଦୁଃଖରେ କାତର ହୋଇ ତାକୁ ଧରି ଖୋରଧାରେ ପହଞ୍ଚି କଚେରୀରେ ହାଜର ହୋଇ ହାକିମଙ୍କୁ କହିଲେ, ଏହି ଲୋକଟି ତାଙ୍କୁ ଧରି ଆଣିଛି, ତେଣୁ ତାକୁ ପୁରସ୍କାର ଦିଆଯାଉ ।

 

ଉଭୟଙ୍କୁ ଗିରଫ କରାଯାଇ ହାଜତରେ ରଖାଗଲା ପରେ ଉପରିସ୍ଥ ହାକିମଙ୍କୁ ଲେଖାଲେଖି ପରେ ମାଧବଙ୍କୁ ମୁକ୍ତି ଦିଆଗଲା । ଏହି ବିଷୟବସ୍ତୁ ଗୋଟିଏ ପୁରୁଣା ତାଳପତ୍ର ପୋଥିରେ ଲିପିବଦ୍ଧ ହୋଇଅଛି । ଏହା ଏହି ପ୍ରବନ୍ଧର ପରିଶିଷ୍ଟରେ ଦିଆଯାଇଛି । ଏହି ପୋଥିର ରଚନା କାଳ ଓ ଅନ୍ୟାନ୍ୟ ବିଷୟ ସ୍ପଷ୍ଟ ରୂପେ ଜାଣିବାପାଇଁ କେତେକ ପଦ ଉଦ୍ଧୃତ ହେଲା ।

 

“ପୁରୀଜିଲ୍ଲା ମଧ୍ୟେ ଅଟେ ସାନପୁଟ ଗଡ଼,

ତାହା ମଧ୍ୟରେ ବାସ ଅଟଇ ମୋହର ।

ଶ୍ରୀ ମଧୁସୂଦନ ବିପ୍ର ଅଟେ ମୋର ନାମ,

ବେଲେଶ୍ୱର ଦେବଙ୍କୁ ମୁଁ କଲି ଆରାଧନା ।

 

**************************

୧୨୪୨ ସାଲେ ଗ୍ରନ୍ଥ ହେଲା ଶେଷ,

ମେଷ ପଚିଶଦିନ ଯେ ବୁଝ ହେ ବିଦୁଷ ।

**************************

 

ଗଡ଼ ତାପଙ୍ଗର ଘଟଣା ପରି ୧୮୩୬ ରେ ବାଣପୁରରେ ପୁଣି ଏକ ବିଦ୍ରୋହ ହୋଇଥିଲା । ବକ୍ସି ଜଗବନ୍ଧୁ, ଦେବାନ ଓ ଅନ୍ୟାନ୍ୟମାନେ ଆତ୍ମସମର୍ପଣ କରିଥିଲେ ମଧ୍ୟ ଖୋର୍ଦ୍ଧା ଓ ବାଣପୁର ଅଞ୍ଚଳର ଲୋକଙ୍କ ମନରୁ ବ୍ରିଟିଶ ପ୍ରତି ଘୃଣାଭାବ ଦୂର ହୋଇ ନ ଥିଲା । ତେଣୁ ସ୍ଥାନେ ସ୍ଥାନେ ପୁଣି ମୁଣ୍ଡଟେକି ଉଠୁଥିଲା ।

 

(୧)

୧୮୩୬ ଜୁନ ମାସରେ ଅରାଙ୍ଗର ବିଦ୍ରୋହୀମାନଙ୍କର ଏକ ବୈଠକ ବସିଲା । ଏଥିରେ ଅରାଙ୍ଗ ଦଳବେହେରା କୃତ୍ତିବାସ ପାଟସାହାଣି, ଲୋଚନ ବିଶୋଇ, ଶିବ ବିଶୋଇ, ପଞ୍ଚାନନ ନାୟକ, ସାଧୁ ଜାନି, ହୀନା ଜାନି ପ୍ରଭୁତି ନେତାମାନେ ଉପସ୍ଥିତ ଥିଲେ । ବିଦ୍ରୋହ ପାଇଁ, ପଞ୍ଚାନନ ନାୟକଙ୍କୁ ସମସ୍ତେ ନିର୍ବାଚିତ କଲେ ଏବଂ କୃତିବାସ ପାଟସାହାଣୀ ତାଙ୍କର ପାଟମନ୍ତ୍ରୀ ଓ ସେନାପତି ମନୋନୀତ ହେଲେ । ପ୍ରଥମେ ବାଣପୁରରୁ ବ୍ରିଟିଶ୍‍ ଶାସନ ଲୋପ ହେଲା ବୋଲି ଘୋଷିତ ହେଲେ ।

 

ଏମାନେ ୧୮୩୬ ଜୁନମାସ ୪ ତାରିଖ ଦିନ ମାଳରୁ ଓହ୍ଳାଇ ଆସି ଜୁନ ୫ ତାରିଖ ଦିନ ବାଣପୁର ସହର ଆକ୍ରମଣ କଲେ । ଏହି ସମୟରେ ବୃତ୍ତିଭୋଗୀ ଦଳେଇ ଓ ଦଳବେହେରାମାନେ ସାହାଯ୍ୟ ନ ପଠାଇବାରୁ ପୋଲିସ୍‍ମାନେ ଥାନାଛାଡ଼ି ପଳାଇଲେ । କିନ୍ତୁ ସେଦିନ ଗୁଳିବିନିମୟରେ ସରକାରୀ ପକ୍ଷର ଜଣେ ମଲେ ଏବଂ ଦୁଇଜଣ ଆହତ ହେଲେ ।

 

ପୋଲିସ୍‍ମାନେ ପଳାଇବାରୁ ବିଦ୍ରୋହିମାନେ ଉତ୍ସାହିତ ହୋଇ ଲୁଣ ଫାଣ୍ଡି ଓ ପ୍ରଧାନ ପ୍ରଧାନ ବ୍ୟବସାୟୀଙ୍କ ଘରେ ପଶି ସବୁ ଦ୍ରବ୍ୟ ଲୁଟିକରି ନେଲେ ।

 

ତାପରେ ଏହି ବିଦ୍ରୋହୀ ପାଇକଦଳ ଟାଙ୍ଗିଥାନା ଆକ୍ରମଣ କରିବାକୁ ସଜ ହେଲେ । ଏହାର ପ୍ରତିକାର ପାଇଁ ସରକାର ରଣପୁର, ନୟାଗଡ଼ ଓ ଗୁମୁସୁରର ରାଜାମାନଙ୍କ ସାହାଯ୍ୟ ଲୋଡ଼ିଲେ ।

 

ଏହି ବିଦ୍ରୋହୀ ଦଳଙ୍କୁ ଧରିବା ପାଇଁ ଗଞ୍ଜାମର ଆଠଗଡ଼ ଜମିଦାରଙ୍କୁ ଦକ୍ଷିଣର ସବୁବାଟ ବନ୍ଦକରି ଦେବାକୁ ଆଦେଶ ହେଲା । ଘୁମୁସର ମାଳ ଅଞ୍ଚଳରେ ଘୁମୁସରର ରାଜାଙ୍କ ମେଳି ଦମନ କରିବା ପାଇଁ ସରକାର ମେଜର ରସେଲଙ୍କୁ ନିଯୁକ୍ତ କରିଥିଲେ । ଘୁମୁଷର ଆଡ଼ୁ ପଶ୍ଚିମରୁ ବିଦ୍ରୋହୀମାନଙ୍କୁ ତଡ଼ି ଆଣିବା ପାଇଁ ଆଦେଶ ହେଲା । ରସେଲ ସାହେବ ଓ ଆଠଗଡ଼ ଜମିଦାର ୫୦୦ ସିପାହୀ ଧରି ଦକ୍ଷିଣ ଓ ପଶ୍ଚିମରୁ ଅଭିଯାନ କରିବା ପାଇଁ ସିଦ୍ଧାନ୍ତ ହେଲା ।

 

(୧)

ଗତ ଶତାବ୍ଦୀର ଓଡ଼ିଆ-ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାଶ ।

 

ବାଣପୁର ରାଜା ଓ ନୟାଗଡ଼ ରାଜାମାନେ ପ୍ରତ୍ୟେକ ୫୦୦କରି ସିପାହୀ ପଠାଇଦେଲେ-। ଏମାନେ ଟାଙ୍ଗିରେ ରହିଲେ ।

 

ବଡ଼ଲାଟଙ୍କ ମତ ଅନୁଯାୟୀ ଏହି ଆକ୍ରମଣ ସ୍ଥଗିତ ରହିଲା । ଟାଙ୍ଗି ଓ ବାଣପୁରରେ ସିପାହୀଙ୍କ ସଂଖ୍ୟା ବୃଦ୍ଧି କରାଗଲା ।

 

ଏହି ବ୍ୟବସ୍ଥାରେ ଭୀମପୁରଠାରେ ପଞ୍ଚୁ ନାୟକ ଓ ତାଙ୍କର ପ୍ରଧାନ ପ୍ରଧାନ ସହକର୍ମୀମାନେ ଧରା ପଡ଼ିଲେ । ମୋଟ ଉପରେ ୧୨୩ଜଣଙ୍କ ବିରୁଦ୍ଧରେ ମକଦ୍ଦମା ଋଜୁ ହେଲା-। ଯେଉଁମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ କ୍ଷମା ମିଳିଲା ।

 

ପଞ୍ଚୁ ନାୟକ, କୃତିବାସ ପାଟଶାଣୀ, ଲୋଚନ ବିଶୋଇ, ସାଧୁଜାନି, ଦୀନାଜାନି, ଏ ପାଞ୍ଚଜଣଙ୍କ ଛଡ଼ା ଅନ୍ୟମାନଙ୍କୁ ଜୀବନ ରକ୍ଷାର ପ୍ରତିଶ୍ରୁତି ମଳିଲା ।

 

କୃତ୍ତିବାସ ଓ ପଞ୍ଚୁ ପ୍ରାଣଦଣ୍ଡ ପାଇଲେ । ଏମାନଙ୍କ ସହ ଆଉ କେତେଜଣ ମଧ୍ୟ ଫାଶୀ ପାଇଲେ । ଯେଉଁ ଦଳେଇ ଦଳବେହେରାମାନେ ଦଣ୍ଡ ପାଇଲେ ସେମାନଙ୍କ ଜାଗିରୀ ଖାସ କରିଦିଆଗଲା ।

 

ଏ ପର୍ଯ୍ୟନ୍ତ ମିଳିଥିବା ଘଟଣାବଳିରୁ ଜଣାଯାଏ ଯେ, ଏହିପରି ଭାବେ ଇତିହାସ ପ୍ରସିଦ୍ଧ ପାଇ ବିପ୍ଳବର ଅବସାନ ହେଲା ।

 

ସମଗ୍ର ଭାରତବର୍ଷରେ ଏହି ଖୋର୍ଦ୍ଧା ଅଞ୍ଚଳରେ ଇଂରେଜମାନେ ପ୍ରଚଣ୍ଡ ଆଘାତ ପାଇଥିବାରୁ ଓଡ଼ିଆ ଜାତିକୁ ପ୍ରଚଣ୍ଡ ପଙ୍ଗୁକରି ଦେବାପାଇଁ ଚେଷ୍ଟା କଲେ । ଫଳରେ ଗୋଟିଏ ବୀରଜାତିର ଲୋକଙ୍କୁ ସେମାନେ ସୈନ୍ୟ ଶ୍ରେଣୀଭୁକ୍ତ କଲେ ନାହିଁ କିମ୍ବା ଶିକ୍ଷା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଲେ ନାହିଁ ।

 

ସେହି ଓଡ଼ିଆ ଜାତି ଏହିପରି ଭାବେ ଦୀର୍ଘ ଏକଶତାବ୍ଦୀ ବ୍ୟାପି ପଡ଼ିରହିବା ପରେ ପୁନରାୟ କଂଗ୍ରେସର ଡାକରେ ଚେଇଁ ଉଠିଲା । ଯେଉଁ ଅସହସୋଗ ପାଇଁ ଜଗବଂଧୂ ଡାକଦେଇଥିଲେ ୧୮୧୭, ସେହି ବାଣୀ ସତେ ଯେପରି ୧୯୨୧ ରେ ଅନ୍ୟରୂପରେ ଧ୍ୱନୀତ ହୋଇଉଠିଲା ମହାତ୍ମା ଗାନ୍ଧିଙ୍କ ବ୍ରିଟିଶ ବିରୁଦ୍ଧରେ ଅସହଯୋଗରେ ଡାକରାରେ ।

 

***

 

Unknown

ଫିରିଙ୍ଗି କଳି ଭାରତ

(ଖୋରଧା ଚକଡ଼ା)

ଗଡ଼ ତାପଙ୍ଗ ଯୁଦ୍ଧ

 

ନମସ୍ତେ ମା’ ହସ୍ତେଶ୍ୱରୀ ଦୁର୍ଗତି ନାଶିନୀ

କର ଅନୁଗ୍ରହ ବାରେ ଖପର ଧାରିଣୀ

ଗଡ଼ ତାପଙ୍ଗ ଦୁର୍ଗର ଉତ୍ତର ଦିଗରେ

ନିଶଙ୍କରେ ବସିଅଛୁ ପୁଷ୍କରିଣୀ ତୀରେ

ଦ୍ରୁମମାନେ ଅଛନ୍ତି ହୋଇଣ ଧାଡ଼ି ଧାଡ଼ି

କୁନ୍ଦ ମନ୍ଦାର ମାଳତୀ ଧରିଛନ୍ତି କଢ଼ି

ବଟ, ପଳାଶ, ଆମ୍ୱ ପଣସ ପିପ୍ପଳ

ପାଚି ଝଡ଼ୁଅଛି ନାନ ଜାତି ସ୍ୱାଦୁଫଳ

ଅତିହିଁ ଗହନ ବନ ଅଦୃଶ୍ୟ ଅଂଶୁମାଳୀ

ତହିଁ ବିଦ୍ୟାମାନ ଥାଇ କରୁଅଛି କେଳି

ପୂର୍ବେ ଜବନମାନଙ୍କୁ ନିପାତିଲୁ ତୁହି

କ୍ଷତ୍ରୀୟ ମସ୍ତକେ ବନ୍ଧାଇଲୁ ଶାଢ଼ୀ ନେଇ

ତୋର ଦୟାବଳେ ମୂର୍ଖ ହୁଅଇ ପଣ୍ଡିତ

କ୍ଷତ୍ରିୟ ଭାବିଲେ ଶତ୍ରୁ କରାଉ ନିହତ

କିଞ୍ଚିତରେ ଅନୁଗ୍ରହ କର ମାତ ମୋତେ

ଗଡ଼ତାପଙ୍ଗ ଯୁଦ୍ଧ ଲେଖିବି ତ୍ୱରିତେ

ତୋର ମହିମା ଦେଖିଣ ପୁରୀ ଗଜପତି

ବିଂଶ ଦୁଇମାଣ ଜମି ଭୋଗକୁ ଖଞ୍ଜନ୍ତି ।

ଜୟମାତ ଦୁର୍ଗେ ହିମବନ୍ତର ଦୁଲଣୀ

ବିପ୍ର ମଧୁସୂଦନର ପୁରାଅ କାମନୀ

କହୁଅଛନ୍ତି ସଦାଶିବ ଶୁଣ ଗୋ ଗଉରୀ

ଗଡ଼ତାପଙ୍ଗର ଯୁଦ୍ଧ କହୁଛି ବିସ୍ତାରି ।

ଖୋରଧା ଚବିଶଗଡ଼େ ହୋଇଲା ବିଭକ୍ତ

ବାଇଶି ଗ୍ରାମ ନେଇ ଚକଡ଼ା ବିଖ୍ୟାତ

ଜନାର୍ଜ୍ଜନ ବିଦ୍ୟାଧର କଲେ ବିଂଶ ଭାଗ

ଏପରି ପୂର୍ବରୁ ଅଛି ଖୋରଧା ପ୍ରସ୍ତାବ

ରାମଚନ୍ଦ୍ର ଦେବଙ୍କ ପୁତ୍ର ଯେ ଶ୍ରୀ ବୀର କେଶୋର

ତାଙ୍କ ପୁତ୍ର ଦିବ୍ୟସିଂହ ହୋଇଲେ ପ୍ରଚାର

ସର୍ବ ଗୁଣରେ କୁଶଳ ଦିବ୍ୟସିଂହ ଦେବ

ଅଷ୍ଟ ଅଇସୂର୍ଯ୍ୟ ଭୋଗ କରନ୍ତି ଯେ ଯବ

ବୀରପଣେ ଅଟନ୍ତି ସେ ଅର୍ଜ୍ଜୁନ ସମାନ

ଶତ୍ରୁ ବଳଙ୍କର ଦର୍ପ କରନ୍ତି ଗଞ୍ଜନ

ଦାନୀପଣେ କର୍ଣ୍ଣ ପରି ଅଟନ୍ତି ସେ ଦାନୀ

ଜଗନ୍ନାଥ ପଦେ ସଦା ହୋଇଥାନ୍ତି ପ୍ରେମି

ଦିବ୍ୟସିଂହ ଦେବଙ୍କର ନବମ ଅଙ୍କରେ,

ଆସିଲେ ଜବନମାନେ ମିଳିଲେ ଉତ୍କଳେ ।

ନାନାଦି ଉତ୍ପାତମାନ ଘଟାଇଲେ ବଳେ

ପରଧନ ପରନାରୀ ଲୁଟିଲେ ସେ ହେଳେ

ଦୂତ ଯାଇ ଜଣାଇଲା ଗଜପତି ପାଶ

ଯବନମାନେ ମିଳିଣ ରାଜ୍ୟ କଲେ ନାଶ

ତାପଙ୍ଗ ଗଡ଼ୁ ଡକାଇ ନେଲେ ବେନି ବୀର

ନାରାୟଣ ରାଉତରା ନାମ ଯେ ତାଙ୍କର

ନାରାୟଣ ରାଉତରାୟଙ୍କ ସାନ ଭାଇ

ନରସିଂହ ରାଉତରା ନାମ ଯେ ଅଟଇ

ବେନି ବୀରେ ଖୋର୍ଦ୍ଧାଗଡ଼େ ହୋଇଲେ ପ୍ରବେଶ

ଦେଖି ଗଜପତି ତାଙ୍କୁ ଦେଲେ ଯେ ଆଦେଶ

ଯବନମାନଙ୍କୁ ବେଗେ କର ହେ ବିନାଶ

ଅତି ଅନ୍ୟାୟେ ଉଜାଡ଼ୁଛନ୍ତି ଦେଶ ଘୋସ

ନାରାୟଣ ରାଉତରା ଭାଇ ସଙ୍ଗତରେ

ସେନା ସଇନ ଘେନିଣ ଗମିଲେ ସେ ଖରେ

ଯବନ ବଳଙ୍କ ସଙ୍ଗେ ଘୋର ରଣ କଲେ

ହାରିଣ ଯବନ ଏଣେ ତେଣେ ପକାଇଲେ

ନାରାୟଣ ରାଉତରାଙ୍କ ନାମ ଅନୁସାରେ

ନାରାୟଣ ଗଡ଼କୁ ଯେ ବସାଇଲେ ଖରେ ।

ପୁନଶ୍ଚ ଯବନମାନେ ହୋଇ ଏକ ମେଳ

ମୁକୁନ୍ଦପୁର ଶାସନେ ହୋଇଗଲେ ଠୁଳ

ବ୍ରାହ୍ମଣମାନଙ୍କ ଯଜ୍ଞ କରିଣ ଭଗନ

ଚାର ଯାଇ ଜଣାଇଲା ରାଜା ସନ୍ନିଧାନ

ନରସିଂହ ରାଉତରା ତହିଁ ସେନାପତି

ଯବନମାନଙ୍କୁ ବଳେ ଦେଲେ ସେ ନିପାତି

ଦକ୍ଷିଣ ଦିଗକୁ ତାଙ୍କୁ ଘଉଡ଼ାଇ ଦେଲେ

ଗଜପତିଙ୍କ ନିକଟ ପ୍ରବେଶ ହୋଇଲେ

ତାଙ୍କ ଯୁଦ୍ଧ ତାପ ଶୁଣିଣ ନରେଶ୍ୱର

ଗଡ଼ତାପଙ୍ଗ ଦୁର୍ଗକୁ ରଚିଲେ ନିକର ।

ଏହି ସାମନ୍ତ ବଂଶେ ଜନ୍ମ ଶ୍ରୀ ମାଧବଚନ୍ଦ୍ର

ଗୁଣାଗୁଣ ସୁନ୍ଦର ଯେହ୍ନେ ଶରତର ଚନ୍ଦ୍ର

ବିଦ୍ୟା ପଢ଼ି ହୋଇଲେ ସେ ଅତି ଯୋଗ୍ୟବାନ

ପୁଣି ଅସ୍ତ୍ରବିଦ୍ୟାରେ ସେ ହେଲେ ପାରଙ୍ଗମ

ଦିବ୍ୟସିଂହଦେବ ପରେ ଶ୍ରୀ ମୁକୁନ୍ଦଦେବ

ରାଜା ହୋଇ ପାଳୁଥିଲେ ଉତ୍କଳ ଉତ୍ସବ

ଏହି ବେଳେ ସାମନ୍ତ ଶ୍ରୀ ମାଧବଚନ୍ଦ୍ର

ଦୟାବାନ ବୀରତ୍ୱରେ ଯଥା ସ୍ୱର୍ଗେ ଇନ୍ଦ୍ର

ପେସିକିସି ପାଇ ରାଜା ପୁରୀରେ ରହିଲେ

ନାନା ଅତ୍ୟାଚାରମାନ ଫିରିଙ୍ଗି ଯେ କଲେ ।

ବଳେ ପ୍ରଜା ଧନମାନ ମହତ୍ୱ ହାରିଲେ

ମଦ ମାଂସ ଖାଇ ଅତି ପ୍ରମତ୍ତ ଯେ ହେଲେ

ନାନାଦି କର ବସାଇ ପ୍ରଜାଙ୍କୁ ପିଡ଼ିଲେ

ପାଇକମାନଙ୍କ ପ୍ରତି ଅତ୍ୟାଚାର କଲେ

କହଇ ମଧୁସୂଦନ ହେ କଳା ଶ୍ରୀମୁଖ

ଦେଉଳେ ବସିଣ ତୁମ୍ଭେ ହୋଇଗଲା ମୂକ

ଏଥୁଅନ୍ତେ ବୁଧଜନେ ଶୁଣ ଦେଇ ମନ

ଦଶବର୍ଷ ଏହିପରି ଗଲା ଯେ ବହିଣ

ବାରଶ ଚୌତ୍ରିଶ ସାଲ ବୃଷ ଦଶଦିନ

କର ଆଦାୟେ ଚଳିଲେ ଫିରିଙ୍ଗି ସଇନ

ପଚାଶ ଜଣ ସଇନ ସଙ୍ଗରେ ଧରିଣ

ବାଜିଚଢି ମୁନିସି ଯେ ପହଞ୍ଚିଲେ ପୁଣ ।

ଗଡ଼ ତାପଙ୍ଗ ଗ୍ରାମରେ ହୋଇଲେ ପ୍ରବେଶ

ଚିନ୍ତାମଣି ରଣସିଂହ ଦୁଆରରେ ପାସ

ନାନା କଟୁକଥା ତହିଁ କରିଲେ ପ୍ରକାଶ

ମଦମତ୍ତ ଅଟନ୍ତି ଯେ ସେ ଦୁଷ୍ଟରାକ୍ଷସ

ଚିନ୍ତାମଣି ରଣସିଂହ ଗୃହରେ ନଥିଲା

ତାର ଭାର୍ଯ୍ୟା ହାରାମଣି ଶୁଣିଣ କୋପିଲା ।

ସେ ବୀରା ରମଣୀ କରେ ଧରି ଖଣ୍ଡା

ଦ୍ୱାର ବନ୍ଧେ ଆସିଣ ହେଲା ପରଚଣ୍ଡା

ବୋଇଲା କିଏ ରେ ତୁମ୍ଭେ ଅଟରେ ପାମର

ଏହା ଶୁଣି ପିଉନ ଯେ ଦିଅଇ ଉତ୍ତର

ଫିରିଙ୍ଗି କର ଆଦାୟକାରୀ ଅଟୁ ଆମ୍ଭେ

କର ନ ଦେଇଣ କଥା କହୁଅଛୁ ଦମ୍ଭେ

ଏକ୍ଷଣି ଘର ତୋହର କରିଣ ତଲାସ

ଧନରତ୍ନ ନେବୁ ଆମ୍ଭେ ସାହେବଙ୍କ ପାସ

ଏହା ଶୁଣି ବୀରାନାରୀ କରଇ ଉତ୍ତର

ଘରେ ପ୍ରବେଶିଲେ ତୁମ୍ଭେ କାଟିଦେବି ଶିର

ଆମ୍ଭରାଜା ମାଧବ ଯେ ନେଉଛନ୍ତି କର

ଫିରିଙ୍ଗି ଅଟଇ ପୁଣି କେବଣ ପାମର

ଏ ସମୟେ ରାଉତରା ଗୃହମଧ୍ୟେ ଥିଲେ

ବାର୍ତ୍ତା ପାଇ ଚଉପାଢ଼ୀ ଦୁଆରେ ମିଳିଲେ

ଦଳାଇ ଗୋବର୍ଦ୍ଧନ ବଇରି ଗଞ୍ଜନ

ଭଗିରଥୀ ଦଳସିଂହ ମିଳିଲେ ଆସିଣ

ସାମନ୍ତ ମାଧବଚନ୍ଦ୍ର ହୋଇ କୋପଭର

ବୋଇଲେ ଏ ଦୁଷ୍ଟଙ୍କୁ ଘଉଡ଼ାଇ ମାର

ଆଜ୍ଞାପାଇ ସମସ୍ତେ ଯେ ଘରେ ଗଲେ ଚଳି

ନାନା ଅସ୍ତ୍ର ଶସ୍ତ୍ରମାନ ଆଣିଲେ ଉଛୁଳି

ପ୍ରତାପସିଂହ ପ୍ରତାପେ ହୋଇଲେ ବାହାର

ବେନି କରେ ଧନୁ ଶର ରାଗରେ ଜର୍ଜ୍ଜର

ପଟ୍ଟସେନାନୀ ପାଟଖଣ୍ଡା ଧରି କରେ

ବୀରକେଶ ଆଉଁଷିଣ ଅତି କ୍ରୋଧଭରେ

ବନ୍ଧୁକ, କମାଣ, ଗୁପ୍ତି ଶାଣଦିଆ ଧୂପ

ସମସ୍ତେ ପ୍ରବେଶ ହେଲେ ଗୋରାଙ୍କ ସମୀପ

ବୀର ଡାକେ ଚମକୁଛି ଯେ ତାପଙ୍ଗ ଦୁର୍ଗ

ଗୋରାମାନେ ଭାବିଲେ ଯେ ପଡ଼ିଲେ ଦୁର୍ଯ୍ୟୋଗ ।

ଭୟ ପାଇ ଗୋରାମାନେ ବେଗେ ପଳାଇଲେ

ଗୋଡ଼ାଇଣ ବୀରମାନେ ତାହାଙ୍କୁ ମାରିଲେ

ଦଳାଇ ଗୋବର୍ଦ୍ଧନ ବଇରିଗଞ୍ଜନ

ବନ୍ଧୁକ ଟିପି ମାଇଲେ ଦୁଇ ଗୋରା ସୈନ୍ୟ ।

ତହୁଁ ଗୋରା ସୈନ୍ୟମାନେ ପଳାଇଣ ଗଲେ

କେତେକ ଆଘାତ ପାଇ ବାଟରେ ପଡ଼ିଲେ ।

ଖୋରଧା ସାହେବ ଆଗେ ସକଳ ବୃତ୍ତାନ୍ତ

ବୁଝାଇ କହୁଁ ସାହେବ ହୋଇଲା କୁପିତ

ଭାବିଲା ତାପଙ୍ଗଗଡ଼ ନ କଲେ ଶାସନ

ଖୋରଧା ରାଜନୀତି ନ ହେବ ଚାଳନ

କଟକ ସାହେବ ପାଶେ ଦୁତ ବରଗିଲା

ସେନାପତି କର୍ଣ୍ଣେଲକୁ ସାହେବ ପେଶିଲା ।

ଅଳ୍ପ ସଇନ ଧରି କର୍ଣ୍ଣେଲ ହାରର୍ବଟ (ହାରକଟ?)

ପ୍ରବେଶ ହେଲା ଖୋରଧା ସାହେବ ନିକଟ

ସବୁକଥା ଶୁଣି ରାଗେ ହେଲା ଜରଜର

ବୋଇଲା ତାପଙ୍ଗ ଗଡ଼େ ପେଶ ବେଗେ ଚାର ।

ଶୁଣିଣ ସାହେବ ମୃଦ ବେଗରେ ଲେଖିଲା

ଦୂତ ହସ୍ତେ ଦେଇ କର୍ଣ୍ଣେଲ ପାଶରେ ବସିଲା

ବାରଶ ରଉତ୍ରିଶ ସାଲ ବୃଷ ବିଂଶ ଦିନ

ଚାର ଯାଇ ପହଞ୍ଚିଲା ତାପଙ୍ଗ ଦୁର୍ଗେଣ ।

ଶ୍ରୀ ସାମାନ୍ତ ମାଧବଚନ୍ଦ୍ରେ ଦେଇଣ ପତର

କରଯୋଡ଼ି ଦୂତ ବେଗେ କରିଲା ଜୁହାର

ଦଳବେହେରା ବେଗେ ପତର ଫେଡ଼ିଣ

ଦଳାଇ ଦଳଲୋକଙ୍କୁ ପାଖକୁ ଡାକିଣ ।

ସୈନ୍ୟ ସେନାମାନେ ସର୍ବେ ହୋଇ ଏକମେଳ

ଫିଟାଇଣ ପଢ଼ିଲେ ସେ ସାହେବ ପତର

ଲେଖିଛି ସାହେବ ଅକ୍ରୋଧଭର ହୋଇ

କର, ନ ଦେଇ ନାଶିଲ ଆମ୍ଭେ ସୈନ୍ୟ ଦୁଇ

ଯୁଦ୍ଧେ ଯାହାଙ୍କୁ ହାରିଲା ଗଜପତି ରାଣ

ତା ସଙ୍ଗେ ବିବାଦ ତୁମ୍ଭେ ହୁଅ ଅକାରଣ

ଜୀବନରେ ଆଶା ଥିଲେ ଆମ କର ଦିଅ

ଶରଣ ପଶିଣ କ୍ଷମା ଶ୍ରୀଘ୍ର ମାଗିନିଅ

ନୋହିଲେ ଯୁଦ୍ଧ ପାଇଁକି ହୁଅ ଅଗ୍ରସର

ଘୋଷଣା ଦେଲୁ ମିଥୁନ ପଞ୍ଚମୀ ଦିନର

ସମସ୍ତ ପଢ଼ିଣ ବେଗେ ମୃଦ ଚିରି ଦେଲେ

ଶ୍ରୀ ସାମନ୍ତ ରାଉତରା ମହାକ୍ରୋଧଭରେ

ବୋଇଲେ କେବେହେଁ ଆମ୍ଭେ ନ ଦେବୁଟି କର

ମରିବୁ ପଛେ ସମର କରିବୁ ନିକର ।

ଏହା ଶୁଣି ଦୂତ ବେଗେ ତହୁଁ ଚଳିଗଲେ

ଖୋରଧା ସାହେବ ଆଗେ ସମସ୍ତେ କହିଲେ

ଶୁଣି ସାହେବ ଯେ ହେଲା ଅତି କୋପଭର

ସେନାପତି କର୍ଣ୍ଣେଲକୁ ବସାଇ ପାଶର

କର୍ଣ୍ଣେଲ ହାରର୍ବଟ ସବୁ ଚରିତ ଶୁଣିଲା

ସଇନ ଆଣିବାକୁ କଟକକୁ ଗଲା

କହଇ ମଧୁସୂଦନ ବିପ୍ର ଚିତ୍ତେ ଭାଳି

ଏତେବେଳେ ସାହା ହୁଅ ମା ତୁ ହସ୍ତେଶ୍ୱରୀ ।

 

***

 

 

କହୁଛନ୍ତି ପଞ୍ଚାନନ ଶୁଣ ସାକେଶ୍ୱରୀ

ଏଥୁ ଅନ୍ତେ ଯାହା ହେଲା କହୁଅଛି ବିସ୍ତାରୀ

ସାମନ୍ତ ମାଧବଚନ୍ଦ୍ର ଯେ ରାଉତରାୟ

ହସ୍ତେଶ୍ୱରୀ ଦେବୀ ପଦେ ଲଗାଇଲେ ଲୟ

ପୂର୍ବରୁ ସେ ପୂଜୁଥାନ୍ତି ସେ ହସ୍ତେଶ୍ୱରୀଙ୍କି

ଦେବୀବଳେ କାକୁ ମନେ ନ କରନ୍ତି ଭୀତି ।

ମଙ୍ଗଳବାରେ ସେ ଅସ୍ତ୍ର ନ ଧରନ୍ତି କର

ଥାନ୍ତି ହସ୍ତେଶ୍ୱରୀଙ୍କର ପୂଜାରେ ନିକର

ନାନା ପୂଜା ଉପଚାର ସଙ୍ଗରେ ଘେନିଣ

ସଙ୍ଗତରେ ନେଲେ ଏକ ସୁବିଜ୍ଞ ବ୍ରାହ୍ମଣ

ମାଜଣା କରାଇ ପୁଷ୍ପମାଳ ଗଳେ ଦେଲେ

ସିନ୍ଦୁର ଟିକାକୁ ଦେବୀ ମସ୍ତକେ ଲେପିଲେ,

ଧୂପ ଦୀପ ନୈବେଦ୍ୟ ଦେଇ ଭକ୍ତିଭରେ

ଚଣ୍ଡୀ ବଗଳା, ଅପରାଜିତା ପାଠକୁ ସେ କଲେ

ପୂଜାପାଇ ମହାଦେବୀ ହୋଇଲେ ପ୍ରସନ୍ନ

ରାଉତରାୟ ଗମିଲେ ଆପଣ ଭବନ

ରାତ୍ରଅର୍ଦ୍ଧେ ମହାଦେବୀ ସ୍ୱପନେ କହିଲେ

କିଛି ଭୟ ନାହିଁ ଯୁଦ୍ଧ କର ତହିଁ ଭଲେ

ତୋର ପାଇଁ କରିବି ମୁଁ ବିଷମ ସମର

ଫିରିଙ୍ଗି ସୈନ୍ୟଙ୍କୁ ନିଶ୍ଚେଁ କରିବି ସଂହାର ।

ସ୍ୱପ୍ନ ତେଜି ଶ୍ରୀ ସାମନ୍ତ ବେଗରେ ଉଠିଲେ

ସ୍ୱପ୍ନ କଥା ଭାବି ମହା ଆନନ୍ଦିତ ହେଲେ ।

ପ୍ରଭାତରେ ନିତ୍ୟକର୍ମ ସାରିଣ ବହନ

ପାଶେ ଡାକି ଆଣିଲେ ଦଳାଇ ଗୋବର୍ଦ୍ଧନ

ସମସ୍ତ ଚରିତ ତାଙ୍କୁ ବୁଝାଇ କହିଲେ

ବୈରିଗଞ୍ଜନ ଶୁଣି ଆନନ୍ଦିତ ହେଲେ

ବେନି ଘୋଡ଼ା ଚଢ଼ି ବେନି ବୀର ବାହାରିଲେ

ଗୁପ୍ତେ ସନ୍ଧ୍ୟା ସମୟରେ ପୁରୀରେ ମିଳିଲେ

ଭେଟ ହେଲେ ଯାଇ ଗଜପତିଙ୍କର ପାଶ

ଜୁହାରୁ ଶ୍ରୀ ମୁକୁନ୍ଦଦେବ ବୋଲନ୍ତି ବସ ବସ

ସମସ୍ତ ଚରିତ ତାଙ୍କୁ ବୁଝାଇ କହିଲେ

ଶୁଣି ଗଜପତି ଦୁଃଖ ପ୍ରକାଶ କରିଲେ

ଏହି ବଂଶେ ଜନ୍ମ ମୋର କର୍ମ ହିନିମାନ

ଦାଣ୍ଡର ଭିକାରୀ ପରି କାଟୁଅଛି ଦିନ

ଗଙ୍ଗାଠାରୁ ଗୋଦାବରୀ ଯେଉଁ ବଂଶ କୀର୍ତ୍ତି

ସେ ବଂଶେ ଜନମି ମୁହିଁ ହେଲି ଅଧୋଗତି

ଫିରିଙ୍ଗି ପେସକିସି ପାଇ କାଟୁ ଅଛିଦିନ

କି କହିବି କରିବି ନାହିଁ ରାଜପଣ

ଏହା କହି ମହାରାଜା ନୀରବେ ରହିଲେ

ସାମନ୍ତ ମାଧବଚନ୍ଦ୍ର ବଚନ ଭାଷିଲେ ।

ଫିରିଙ୍ଗି ସହିତ ଆମ୍ଭେ କରିବୁଟି ରଣ

ଆସିଅଛୁ ଦୋ’ଙ୍କର ଆଜ୍ଞାକୁ ମାଗିଣ

ନାନା ଅତ୍ୟାଚାରମାନ କଲେଣି ଘଟଣ

ମରିବୁ ମାରିବୁ କରିଅଛୁ ଏହି ପଣ

ବକ୍ସି ଜଗବନ୍ଧୁ, ଯହୁଁ ହାରିଗଲେ ରଣେ

ଯଭରେ କର ଆଦାୟ କଲେ ଗୋରାମାନେ,

ସେହିଦିନୁ ଦଶ ବର୍ଷ ନ ଦେଲୁ ଯେ କର

ଆମ୍ଭ ଉପରେ ଫିରିଙ୍ଗି ହୋଇ କୋପଭର

ପଚାଶ ଜଣ ସଇନ ଦେଲା ସେ ପଠାଇ

ଯଭରେ କର ଆଦାୟ କରିବାର ପାଇଁ ।

ଯୁଦ୍ଧେ ଦୁଇଜଣ ସୈନ୍ୟ କରିଲୁ ବିନାଶ

ଖୋରଧା ସାହେବ ଶୁଣି ମନେ କରି ରୋଷ ।

କଟକ ସାହେବ ପାଶେ ବାରତା ସେ ଦେଲା,

ସାହେବ କର୍ଣ୍ଣେଲ ହାରବଟକୁ ପେଶିଲା ।

କର୍ଣ୍ଣେଲ ହାରବଟ ଆସି ଖୋରଧା ପ୍ରବେଶ

ସାହେବଠାରୁ ଶୁଣିଲା ସକଳ ସନ୍ଦେଶ

ଖୋରଧା ସାହେବ ମୁଦ ଦେଇ ଦୂତ ହସ୍ତ

ଆମ୍ଭ ଗ୍ରାମକୁ ପେଶିଲା ହୋଇଣ କୁପିତ ।

ପତର ପଢ଼ିଣ ଆମ୍ଭେ ଦେଲୁ ଏ ଉତ୍ତର

କର ନ ଦେବୁ ନିଶ୍ଚୟ କରିବୁ ସମର ।

ପତରରେ ଲେଖାଥିଲା ଯୁଦ୍ଧର ଘୋଷଣ

ବାରଶ ଚଉତ୍ରିଶ ସାଲ ମିଥୁନ ପଞ୍ଚମୀର ଦିନ

ଏହା ଶୁଣି ମହାରାଜା ହୋଇଲେ ସ୍ଥକିତ

ବୋଇଲେ ଏଥିରେ କିମ୍ପା ବଳାଇଲ ଚିତ୍ତ

ପାଣିଠାକି ସୈନ୍ୟ ମୋର କରିଣ ନିପାତ

ରାଜ୍ୟ ଛଡ଼ାଇ ଫିରିଙ୍ଗି ନେଲା ରାଜ୍ୟ ବିତ୍ତ ।

ଜଳନ୍ତା ଅଗ୍ନିରେ ତୁମ୍ଭେ ପଶୁଛ କିମ୍ପାଇ

ରାଉତରାୟ କହନ୍ତି କିଛି ଭୟ ନାହିଁ ।

ହସ୍ତେଶ୍ୱରୀ ଦେବୀ ମୋତେ ପ୍ରସନ୍ନ ଅଛନ୍ତି

ଫିରିଙ୍ଗି ସୈନ୍ୟମାନଙ୍କୁ ଦେବେ ସେ ନିପାତି

ଏହା ଶୁଣି ଗଜପତି ସନ୍ତୁଷ୍ଟ ହୋଇଲେ

ସେନାପତି ଶାଢ଼ୀ ତାଙ୍କ ମସ୍ତକେ ବାନ୍ଧିଲେ ।

ଖୋରଧା ସାତ କରଣେ ଥିଲେ ଯେ ନାୟକ

ଏବେ ସେନାପତି ପଦେ ରଥ ତୁହି ଟେକ ।

ଗୁପତ ସନ୍ଦେଶ କେଭେଁ ପ୍ରକଟ ନ କର

ରାଜଗୁରୁ ଗୁପ୍ତେ ଯା’ନ୍ତୁ ତୁମ୍ଭ ସଙ୍ଗତର

ଦଳାଇ ଦଳବେହେରା ପାଇକଙ୍କୁ ନେଇ

କରଣମାନଙ୍କୁ ତାଙ୍କ ପାଶରେ ବସାଇ

ରାଜାଜ୍ଞାରେ ସେନାପତି ଏ ମାଧବ ବୀର

ଫିରିଙ୍ଗି ସହିତ ନିଶ୍ଚେ କରିବେ ସମର ।

ଯାଅ ଯାଅ କହି ତୁମ୍ଭେ ଏ ଗୁପ୍ତ ବାରତା

ନିର୍ଭୟ ହୋଇଣ ସର୍ବେ ଯୁଦ୍ଧେ ହୋନ୍ତୁ ରତା

ରାଜାଜ୍ଞାରେ ତିନିଜଣ ଜୁହାର କରିଣ

ବାହାରି ବାଜି ଉପରେ ଚଢ଼ିଲେ ତତ୍‍କ୍ଷଣ ।

ସନ୍ଧ୍ୟା ସମୟେ ତାପଙ୍ଗ ଦୁର୍ଗରେ ପ୍ରବେଶ

ଭୋଜନ ଶୟନ ନିତ୍ୟକର୍ମ କଲେ ଶେଷ

ସାତ ଦଳବେହେରା ଯେ ଚାଳିଶ ଦଳାଇ

ପାଞ୍ଚ କରଣ ପାଖକୁ ଦୂତ ଗଲେ ରହି

ବୃଷ ପଚିଶି ଦିନକୁ ଡକରା କରିଲେ

ପତର ନେଇଣ ଦୂତ ବେଗେ ଚଳିଗଲେ ।

ପତର ପାଇଣ ସର୍ବେ ହୋଇ ଏକମେଳ

ଗଡ଼ ତାପଙ୍ଗ ମିଳିଲେ ହୋଇ କୁତୁହଳ

ରାଜଗୁରୁ ସମସ୍ତ ବିଷୟ କହିଲେ

ଯୁଦ୍ଧପାଇଁ କି ସର୍ବେ ସନମତ କଲେ

ଯେଝା ସୈନ୍ୟ ଆଣିବାକୁ କରିଲେ ଗମନ

ବିପ୍ର ମଧୁ କହେ ସର୍ବେ ହୋଇ କୋପମନ ।

 

***

 

 

ଏଥୁଅନ୍ତେ ଆନ ରସ ଶୁଣ ଭଗବତୀ

ଦଳଦେହେରାମାନେ ଯେ ସୈନ୍ୟ ପଠାବନ୍ତି

ମଲ୍ଲପଡ଼ା ନାରାୟଣ ଗଡ଼ରୁ ଦଳାଇ

ପାଇକ ସୈନ୍ୟମାନଙ୍କୁ ସଙ୍ଗତରେ ନେଇ

ରାମଚଣ୍ଡୀ ଗଡ଼ୁ ଯେ ଆସିଲେ ସୈନ୍ୟଦଳ

ଦଳାଇ ଦଳପତି ଯେ ଅଛନ୍ତି ସଙ୍ଗର ।

ସଢ଼ାଇ ଗଡ଼ରୁ ପାଇକ ହୋଇଲେ ବାହାର

ନାନାଦି ବୀର ବାଜାକୁ ବଜାଇ ଆଗର

ପ୍ରଧାନ ପାଇକମାନେ ଛତ୍ରମାଗଡ଼ର

ଦଳାଇମାନେ ଅଛନ୍ତି ସଙ୍ଗତେ ତାଙ୍କର

ରଥିପୁର ଗଡ଼ରେ ମହା ଯୋଧା ଥିଲେ

ସୈନ୍ୟ ସେନାଧରି ସର୍ବେ ବାହାର ହୋଇଲେ ।

ପଶ୍ଚିମୁ କାଇପଦର ଗଡ଼ରୁ ପାଇକ

ଯୁଦ୍ଧକୁ ବାହର ହେଲେ ହୋଇଣ ଉତ୍ସୁକ ।

ଦଧିମାଛଗାଡ଼ିଆ କରଣ ମଉସମ

ନିଜନାମ ତାଙ୍କର ଯେ ଶ୍ରୀ ମଧୁସୂଦନ ।

ବଙ୍ଗିଦା, କଞ୍ଚିଲୋ, ଝିଙ୍କିଝାରିର କରଣ,

ଧନୁର୍ଜ୍ଜୟ ଶ୍ରୀଚନ୍ଦନ ତାଙ୍କ ନିଜ ନାମ

ତାପଙ୍ଗ ବାର ପଲ୍ଲୀରୁ ହୋଇଲେ ଡାକରା,

ପାଇକ ପ୍ରଧାନ ଆସିଗଲେ ମିଳି ତ୍ୱରା ।

ଗଡ଼ ତାପଙ୍ଗର ହସ୍ତେଶ୍ୱରୀଙ୍କ ପାଶର,

ମିଥୁନ ତିନି ଦିନ ସର୍ବେ ମିଳିଲେ ସତ୍ୱର

ସାମନ୍ତ ମାଧବଚନ୍ଦ୍ର ସୈନ୍ୟ ପାଇଁ ଘର,

ଆଗୁ ରଚିଥିଲେ ତହିଁ ରହିଲେ ନିକର ।

ଅଣ୍ଡା କୋଠକରଣ ସୈନ୍ୟଙ୍କ ଚରଚା ବୁଝିଲେ,

ସର୍ବ ପରେ ମୌସମ ଅଗ୍ରଣୀ ଯେ ଥିଲେ ।

କଞ୍ଚିଲୋ କରଣ ହେଲେ ଭଣ୍ଡାର ଅଧିକାରୀ,

ସୈନ୍ୟ ସଜ୍ଜା କରିବା କରଣ ଝିଙ୍କିଝାରୀ ।

ଯେଝା କାମରେ ଯାହାକୁ କଲେ ଯେ ନିଯୁକ୍ତ,

ସୈନ୍ୟ ସାମନ୍ତ ଚରଚା ପାଇ ହେଲେ ତୃପ୍ତ ।

ଯୁଦ୍ଧସ୍ଥଳୀ ଗଡ଼ ତାପଙ୍ଗ ପୂରୁବ ଦିଗରେ,

କାଣ୍ଡଗୋଦା ପଦାଠାରେ ସର୍ବେ କଲେ ସ୍ଥିର ।

ଉତ୍ତରରେ ନିଳକଣ୍ଠ ପୂର୍ବେ ସାକେଶ୍ୱର,

ପୂର୍ବ ଦକ୍ଷିଣ କୋଣେ ନିଳକଣ୍ଠଙ୍କ ମନ୍ଦିର ।

ପଶ୍ଚିମେ ଶ୍ରୀ ହସ୍ତେଶ୍ୱରୀ ଦେବୀଙ୍କ ଆସ୍ଥାନ,

ଯୁଦ୍ଧସ୍ଥଳୀ ଏହି ହେଲା ଶୁଣ ବୁଧ ଜନ ।

ମିଥୁନ ଚାରିଦିନ ସୈନ୍ୟ ସଜାଇଲେ,

ରାଉତରାୟ ହସ୍ତେଶ୍ୱରୀ ପୂଜା ପାଠ କଲେ ।

ରାତ୍ର ପ୍ରହରକ ଥାଉଁ ତାପଙ୍ଗର ସୈନ୍ୟ,

ବୀରବେଶ ହୋଇ କଲେ ଯୁଦ୍ଧକୁ ତ ମନ ।

ତାହାଙ୍କର ନାମ କିଛି କରୁଛି ବର୍ଣ୍ଣନ,

ବୁଧ ଜନମାନେ ଶୁଣ ହୋଇ ଏକମନ ।

ଶ୍ରୀ ସାମନ୍ତ ମାଧବଚନ୍ଦ୍ର ରାଉତରା,

ବୀରବେଶ ସାଜି ସେହି ପଶିଲେ ଯେ ତ୍ୱରା ।

ମସ୍ତକରେ ପଗଡ଼ି କର୍ଣ୍ଣରେ ବୀରବଲ୍ଲୀ,

କରରେ କଙ୍କଣ ବକ୍ଷ ସ୍ଥଳେ ରତ୍ନମାଳୀ ।

କନ୍ଧେ ସୁନା ପଇତା ଅଙ୍ଗୁଷ୍ଠେ ସୁନାମୁଦୀ,

ପୟରେ ଅନର୍ଗଳ ଗୋଡ଼ରେ ଦେଲେ ସାଜି ।

ଶ୍ରୀଅଙ୍ଗେ ଜରିଜାମା ଉପଗଣ ସାଲଯୋଡ଼ି,

ନଗବନ୍ଧି ତତ୍‍ପକ୍ଷେ ମାଲକାଚ୍ଛା ଭିଡ଼ି ।

ନୃସିଂହ କବଚ ନେଇ ବାନ୍ଧିଲେ ବାହୁରେ,

ତାଙ୍କ ଭାର୍ଯ୍ୟା ଇନ୍ଦୁରେଖା ହରସ ଅନ୍ତରେ ।

ନାନ ପୁଷ୍ପମାଳ ନେଇ ଗଳାରେ ଖଞ୍ଜିଲେ,

ବିଜୟ ସିନ୍ଦୂରଟିକା ମସ୍ତକରେ ଦେଲେ ।

ଶୁଭ ଅନୁକୁଳେ ଦାସୀ ପରିବାରି ଘେନି,

ହର୍ଷେ ହୁଳହୁଳି ଦେଲେ ଅହିଅ କାମିନୀ ।

ବୋଲନ୍ତି ଅସୁର ଫିରିଙ୍ଗିକୁ ବେଗେ ମାର ,

ବୀର ମର୍ଯ୍ୟାଦା ରଖି ଯଶ ଉଡ଼ାଅ ମହୀର ।

ତାଙ୍କ ମାତା ଅନ୍ନପୂର୍ଣ୍ଣା ହୋଇ ହୃଷ୍ଟଚିତ୍ତ,

କ୍ଷତ୍ରିୟ ମାନ ତୁ ରଖ କରି ଶତ୍ରୁହତ ।

ଏହି କାଳେ ଶ୍ରୀ ସାମନ୍ତ ହୋଇଲେ ବାହାର,

ନାନା ବୀର ବାଜା ବାଜେ ଚୌପାତୀର ଦ୍ୱାର ।

ହସ୍ତୀର ଉପରେ ଯାଇ ବେଗେ ସେ ବସିଲେ

ଦଳାଇ ପାଇକମାନେ ବାହାର ହୋଇଲେ ।

ଦଳାଇ ଗୋବର୍ଦ୍ଧନ ବଇରି ଗଞ୍ଜନ,

ବୀରବେଶ ସାଜି ବାହାରିଲେ ତତ୍‍କ୍ଷଣ ।

ହସ୍ତେ ଖଣ୍ଡା ଧରି ହେଲେ ମହାପରଚଣ୍ଡ,

ତାଙ୍କ ସଙ୍ଗେ ଛନ୍ତି ତାଙ୍କ ଭାଇ ନବଭେଣ୍ଡ

ଦଳାଇ ଭଗିରଥି ଯେ ବାହାର ହୋଇଲେ,

ନାନ ବୀର ବେଶ ସାଜି ହରଷ ଅନ୍ତରେ ।

ଅଶ୍ୱପୃଷ୍ଠେ ବେଗେ ଆସି କଲେ ଆରୋହଣ,

ରୂପ ଦିଶିଲା ତାଙ୍କର କାର୍ତ୍ତିକ ସମାନ ।

ପଟ୍ଟ ସେନାନୀ ପାଟଖଣ୍ଡା ଧରି ବେଗେ,

ବୀର କେଶ ଆଉଁଶିଣ ବାହାରିଲେ ରଣେ ।

ପ୍ରତାପସିଂହ ପ୍ରତାପେ ହୋଇଲେ ବାହାର,

ବେନିକରେ ଶୋଭା ପାଉ ଅଛି ଧନୁସର ।

ରଣସିଂହ ପାଇକଙ୍କ ମଧ୍ୟେ ଥିଲା ଶ୍ରେଷ୍ଠ,

ବୀର ବେଶ ସାଜି ରାଗେ କାମୁଡ଼ିଣ ଓଷ୍ଠ ।

ପାଇକମାନଙ୍କୁ ବେଗେ ମଣାଇଁ ଆଣିଲେ,

ସମସ୍ତେ ମେଳ ହୋଇଣ ଏକଠାବ ହେଲେ ।

ପୂରୁବ ମୁଖ ହୋଇଣ ଚଳିଲେ ସତ୍ୱର,

ପ୍ରବେଶିଲେ ହସ୍ତେଶ୍ୱରୀ ଦେବୀ ନିକଟର ।

ପଶ୍ଚିମ ମୂରତି ହୋଇ ସକଳେ ଚଳିଲେ,

ଅସ୍ତ୍ରାଗାରଠାରେ ଯାଇଁ ପ୍ରବେଶ ହୋଇଲେ ।

କହଇ ମଧୁସୂଦନ ବିପ୍ରଚିତ୍ତେ ଭାଳି,

ବୀରବାଜା ଶବଦରେ ଗଗନ ଉଛୁଳି ।

 

***

 

 

ଏଥୁଅନ୍ତେ କଉତୁକ କୁଣଭଗବତୀ ,

ଅସ୍ତ୍ରାଗାରଠାରେ ସୈନ୍ୟମାନେ ଯେ ମିଳନ୍ତି ।

ସାମନ୍ତରା ଗୁମାନସିଂହ ଏ ବେନି ଦଳାଇ

ପଞ୍ଚାସ ଜଣ ପାଇକ ସଙ୍ଗତରେ ଥାଇ ।

ପାଞ୍ଚଗୋଟି ହସ୍ତୀ ତହିଁ ଥାଆନ୍ତି ସତତ

ଅସ୍ତ୍ରାଗାର ଜଗିରହି ଥାଆନ୍ତି ନିରତ ।

ଗଡ଼ର ପଶ୍ଚିମ ଦ୍ୱାର ଘୋର ଜଙ୍ଗଲରେ

ନ ଜାଣନ୍ତି ଅନ୍ୟ କେହି ଥିବା ଅସ୍ତ୍ରାଗାରେ ।

ତୋପ ବନ୍ଧୁକ କମାଣ ସଙ୍କିଆ ତୋମର

ଛେଲଗଦା, ଗୁରୁଜନତା ହଜାରୁ ହଜାର ।

ସିଶା ଗନ୍ଧକ ବାରୁଦ ଖଣି ଯେ ଅପାର

ଢାଲ ଖଣ୍ଡା ତରୁଆଲ କେ କରେ ସୁମାର ।

ଦଶ ସହସ୍ର ସୈନ୍ୟପାଇଁ ଅସ୍ତ୍ର ତହିଁ ଅଛି

ସେଥି ମଧ୍ୟୁ ସବୁ ସୈନ୍ୟ ନେଲେ ବାଛି ବାଛି ।

ଯେଉଁ ସୈନ୍ୟଙ୍କର ମନ ଯେ ଅସ୍ତ୍ରେ ବଳିଲା

ଅସ୍ତ୍ରାଗାର ଗନ୍ତାୟତ ତାଙ୍କୁ ବାଛି ଦେଲା ।

ସୈନ୍ୟ ସଜାଇଲେ ଯେ ଦଳାଇ ଗୋବର୍ଦ୍ଧନ

ତାଙ୍କ ସଙ୍ଗେ ମିଶି ଧନୁର୍ଜ୍ଜୟ ଶ୍ରୀଚନ୍ଦନ ।

ଆଗରେ ବୀର ବାଜା ଯେ ଅନେକ ବଜାଇ

ତିନିଶ ପାଇକ ତାଙ୍କ ପଛରେ ସଜାଇ ।

ଖଣ୍ଡାଧରି ଖଣ୍ଡାୟତ ତାଙ୍କ ପଛେ ରହି

ବନ୍ଧୁକଧାରୀ ଦୁଇଶତ ନିକଟରେ ଥାଇ ।

ଅଶ୍ୱାରୋହୀ ଶତ ଶତ ତାଙ୍କ ପଥେ ଗଲେ

ବନ୍ଧୁକ, ଜଜାଲ, ଛେଲ ଧରିଛନ୍ତି କରେ ।

ତିନିହସ୍ତୀ ପରେ ଛଅ ତୋପ ଯେ ଲଦିଲେ

ବୀର ଡାକ ଦେଇ ସର୍ବେ ବାହାର ହୋଇଲେ ।

ଫିରିଙ୍ଗିକୁ ମାର ବୋଲି ପାଇକ ବାହିନୀ

ସର୍ବେ ଉଚ୍ଚସ୍ୱରେ ଡାକେ କମ୍ପାଇ ମେଦିନୀ ।

ଗଡ଼ ଭିତରେ ଆସିଣ ହେଲେ ପରବେଶ

ମଙ୍ଗଳା ଅଷ୍ଟକ ପଢ଼ୁଛନ୍ତି ଗ୍ରହଶିଷ୍ୟ ।

ଅହ୍ୟ ନାରୀମାନେ ଯେ ହୋଇ ଏକମେଳି

ଆନନ୍ଦ ମନରେ ଦେଉଛନ୍ତି ହୁଳହୁଳି ।

ଦୁବ ତଣ୍ଡୁଳ ଯେ ପୁଷ୍ପ ବରକୋଳି ପତ୍ର

ବୀରମାନଙ୍କୁ ବନ୍ଦାନ୍ତି ହୋଇ ହର୍ଷ ଚିତ୍ତ ।

ଦ୍ୱାରେ ଦ୍ୱାରେ ଥାପିଛନ୍ତି ପୂର୍ଣ୍ଣକୁମ୍ଭମାନ

ରମତରୁ ତୋରଣ ଯେ ଆମ୍ୱପତ୍ରମାନ ।

ଭାଟମାନେ ନାଟକରି ଗାଉଛନ୍ତି ଗୀତ

ବୋଲନ୍ତି ଜୟ ମାଧବ ମହେଶ୍ୱରୀ ମାତ ।

ପ୍ରବେଶି ଦକ୍ଷିଣ ଚଣ୍ଡୀ ଦେବୀଙ୍କ ଆସ୍ଥାନ

ଜୁହାର କରିଲେ ଯାଇ ତାଙ୍କୁ ସର୍ବଜନ

ମହାକୋଳାହଳ ସଙ୍ଗେ କରି ପଟୁଆର

ପ୍ରବେଶ ହୋଇଲେ ହସ୍ତେଶ୍ୱରୀ ନିକଟର ।

ଗଜ ଅଶ୍ୱରୁ ଉତୁରି ସର୍ବ ସୈନ୍ୟଗଣ

ହସ୍ତେଶ୍ୱରୀଙ୍କର ପଦେ କରିଲେ ପ୍ରଣାମ ।

ତହୁଁ ଶ୍ରୀ ମାଧବଚନ୍ଦ୍ର ଅତି ଆନନ୍ଦରେ

ପୁଷ୍ପମାଳ ଦେଲେ ଯାଇ ଧନୁର୍ଜ୍ଜୟ ଗଳେ ।

ବୋଇଲେ ଆଜିର ରଣେ ତୁମ୍ଭେ ସେନାପତି

ପଣରେ ବରଣ କରି ଯାଅ ହେ ଝଟତି ।

ରାଉତରାଙ୍କର ପଦେ କରି ନମସ୍କାର

ତ୍ୱରିତେ ବସିଲେ ଯାଇ ଘୋଟକ ଉପର ।

ଅନୁକୂଳ ତୋପ ଏକ ଫୁଟାଇଣ ଦେଲେ

ଏହା ଶୁଣି ଗୋରାସୈନ୍ୟ ଚମକି ପଡ଼ିଲେ ।

ଧନୁର୍ଜ୍ଜୟ ଆଦେଶରେ ଦଳପତିଗଣ

ବୀରଡାକ ଦେଇ ସର୍ବେ ଚଳାଇଲେ ସୈନ୍ୟ ।

ଆଗରେ ବୀର ବାଜାରେ ପୁରେ ଦଶଦିଶ

କାଣ୍ଡଗୋଦାଠାରେ ଯାଇ ହେଲେ ପରବେଶ ।

ମିଥୁନ ପାଞ୍ଚଦିନ ଯେ ଯୁଦ୍ଧ ଅନୁକୂଳ

କାଞ୍ଜିଆଗଡ଼େ ଆଗରୁ ଥିଲେ ଗୋରାସୈନ୍ୟ

ତେଣେ ଫିରିଙ୍ଗି ସୈନ୍ୟ ଯେ ବାଦ୍ୟନାଦ ଶୁଣି

ସୈନ୍ୟମାନଙ୍କୁ ଯେ ବେଗେ କଲେ ଯେ ସାଜେଣି ।

ନାନା ବୀର ବେଶ ହୋଇ ବାହାରିଲେ ସୈନ୍ୟ

ବାଜଣା ଶବଦେ କମ୍ପୁଅଛି ତ୍ରିଭୁବନ ।

ସାତଶ ବନ୍ଧୁକଧାରୀ ସୈନ୍ୟ ଆଗଭର

ପ୍ରବେଶିଲେ ଭାଲୁଖିଆ ଟାଙ୍ଗିରେ ସତ୍ୱର ।

ଦୁଇଶହ ଅଶ୍ୱାରୋହୀ ତାହାଙ୍କ ପଛର

ସର୍ବେ ଅସ୍ତ୍ରେ ସଜା ହୋଇଥିଲେଟି ନିକର ।

ଅନୁକୂଳ ତୋପ ସେହିଠାରେ ଫୁଟାଇଲେ

କୋଳାହଳ ଶବଦରେ ବାହାର ହୋଇଲେ ।

କର୍ଣ୍ଣେଲ ହାରବର୍ଟ ସେନାପତି ଆଗଭର

ମାର ମାର ଶବଦ କରଇ ଉଚ୍ଚାର ।

କୋଳାହଳ ଶବଦରେ ସୈନ୍ୟ ଯେ ଧାଇଁଲେ

ଯୁଦ୍ଧସ୍ଥଳୀ କାଣ୍ଡଗୋଦା ପଦାରେ ମିଳିଲେ ।

ଉଭୟ ଦଳ ସେଠାରେ ହୋଇଲେ ଯେ ଭେଟ

ଅସ୍ତ୍ରାଘାତେ ବୀରଡାକ ପଡ଼ଇ ଚମକ ।

ଅଗ୍ରସେନାପତି ଛନ୍ତି ଧନୁର୍ଜ୍ଜୟ ବୀର

ଉଚ୍ଚେ ଡାକ ଦିଏ ଅସୁରଙ୍କୁ ମାର ମାର ।

ଏହା ଶୁଣି ସୈନ୍ୟବଳ ହୋଇ କୋପାନଳ

ବନ୍ଧୁକ ଜଜାଲଧରି ହେଲେ ଆଗୁସାର ।

ଦିନ ସାତ ଘଡ଼ିଠାରେ ଯୁଦ୍ଧ ଯେ ହୋଇଲା

ଦୁଇଦଳଙ୍କ ସମରେ ଚଉଦ ଘଡ଼ି ହେଲା ।

ମହାଘୋର ସମର ଯେ ହେଲା ଗୁରୁତର

ଫିରିଙ୍ଗିର ସୈନ୍ୟ ମଲେ ଏକଶପନ୍ଦର ।

ପାଇକଙ୍କ ମଧ୍ୟୁ ସୈନ୍ୟ ସାତଗୋଟି ହତ

ସତରଜଣ ଯେ ହୋଇଅଛନ୍ତି ଆହତ ।

ଯୁଦ୍ଧ ବନ୍ଦକରି ଯେଝା ଠଣା ପାଶେ ଗଲେ

ଆହତ ସୈନ୍ୟମାନଙ୍କୁ ଔଷଧ ଦେଲେ ।

ଗଡ଼ର ବୈଦ୍ୟ ପାତାଳ ସିଂହ ଯେ ଅଟନ୍ତି

ଧନ୍ୱନ୍ତରୀ ସମାନ ବିଦ୍ୟାଙ୍କୁ ଜାଣନ୍ତି ।

ରାମାୟଣ ରଣେ ଯେହ୍ନେ ଥିଲେ ଯେ ଦୂଷେଣ

ତାଙ୍କଠାରୁ ବଳିକରି ଯାହାଙ୍କର ଗୁଣ ।

ନିତ୍ୟକର୍ମ ସାରି ସକଳ ସଇନ

ଯୁଦ୍ଧ ଖବର ବୁଝନ୍ତି କରିଣ ସଇନ

ପରଦିନ ପ୍ରଭାତରେ ସକଳ ସଇନ

ସାହାନ ଭୋଜନ ସାରି ଯୁଦ୍ଧକୁ ଗମନ ।

କର୍ଣ୍ଣେଲ ହାରବର୍ଟ ହୋଇ ଅତି କୋପଭର

ବୋଇଲା ପାଇକ ସୈନ୍ୟ କରରେ ସମର ।

ଏଣେ ଧନୁର୍ଜୟ ଯେ ଦଳାଇ ଗୋବର୍ଦ୍ଧନ

ବେନି ବାଖର ଚଢ଼ିଣ ହୋଇ ତେଜିଆନ ।

ମହାକୋପଭରେ ସେ ଫଉଜଙ୍କୁ ଚାଳି

ମାରମାର ଶବଦରେ କଂପେ ଯୁଦ୍ଧସ୍ଥଳୀ ।

ବେଳୁବଳେ ସମର ଯେ ହେଲା ଗୁରୁଟାଣ

ପାଇକଦଳ ଗୋରାଙ୍କୁ କଲେ ରଣଭଣ ।

ସୂର୍ଯ୍ୟ ଅସ୍ତ ପରିଯନ୍ତ ହେଲା ଘୋର ରଣ

ଉଭୟ ଦଳୁ ମରିଲେ ଅଶି ଯେ ସଇନ ।

ତୃତୀୟ ଦଳ ଯୁଦ୍ଧକୁ ହେଲେ ଆଗଭର

ଯେଝା ସୈନ୍ୟ ସଂଗେ ଘେନି ହୋଇ କୋପଭର

ଉଭୟ ଫଉଜ ଯାଇ ହେଲେ ଏକମେଳ

ଡାକହାକ ହୋଇ ଗଡ଼େ କରିଲେ ସମର ।

ବୀର ଧନୁର୍ଜୟ ଯେ ଦଳାଇ ଗୋବର୍ଦ୍ଧନ

ମହାକୋପେ ମାରୁଛନ୍ତି ଗୋରାଙ୍କ ସଇନ ।

କର୍ଣ୍ଣେଲ ହାର୍ବଟ ଏହା ଦେଖି କୋପଭର

ବନ୍ଧୁକ ଟିପିଲା ଧନୁର୍ଜୟର ଉପର ।

ମସ୍ତକେ ବାଜିଣ ଗୁଳି ପ୍ରାଣ ହରାଇଲେ

ବାଖର ଉପରୁ ବୀର ଢଳିଣ ପଡ଼ିଲେ ।

ହାହାକାର ପଡ଼ିଗଲା ପାଇକ ଦଳର

ଜୟ ରଡ଼ି ଡାକ ଦେଲେ ଫିରିଙ୍ଗିର ବଳ ।

ଧନୁର୍ଜୟ ମଲା ଶବ୍ଦ ମାଧବ ଶୁଣିଲେ

ଅଶ୍ୱଚଢ଼ି ଅସ୍ତ୍ରଧରି କ୍ରୋଧରେ ଧାଇଁଲେ ।

ଧନୁର୍ଜୟ ଶବ ଦେଖି ହୋଇଲେ ଅସ୍ଥିର

ସେନାପତି ଭାବେ ରହି କରିଲେ ସମର ।

ସେ ଦିନର ଘୋର ଯୁଦ୍ଧ ଦେଖିଣ କର୍ଣ୍ଣେଲ

ପଛଘୁଞ୍ଚା ଦେଇଗଲା ତା ଠଣା ପାଶର

ଫିରିଙ୍ଗି ସୈନ୍ୟରୁ ବହୁ ସୈନ୍ୟ ହେଲେ ମୃତ

ତିନିଦିନ ଯୁଦ୍ଧ ଏଥୁଁ ହେଲା ସମାପତ ।

ଦୁଇଦଳ ସୈନ୍ୟ କଲେ ଭୋଜନ ଶୟନ

ସେଇ ରାତ୍ରେ ପଳାଏ କରଣ ମଉସମ ।

କରଣ ମଉସମ ନିକୁଚ୍ଛା ବୁଧି କଲା

ଖୋରଧା ସାହେବ ପାଶେ ପ୍ରବେଶ ହୋଇଲା ।

ନାନାଦି ଗୁପ୍ତ କଥା ସେ କରିଲା ଗୋଚର

ସାହେବର ହୋଇଲା ସେ ବିଶ୍ୱାସୀ ପାତର ।

ସାହେବ କହେ ନିଷ୍କର ବୃତ୍ତି ଆମ୍ଭେ ଦେବୁ ।

ଶୁଣ ମଧୁସୂଦନ ଯେ ବହିଣ ତୋଷଭାବ

ଗୁପତ କଥା ବ୍ୟକତ କରିଲା ସେ ସର୍ବ ।

ସାମନ୍ତ ମାଧବଚନ୍ଦ୍ର ହସ୍ତେଶ୍ୱରୀ ଭକ୍ତ

ଦେବୀର ସାହେ କାହାଙ୍କୁ ନକରେ ସେ ଭିତ ।

କାଲି ମଙ୍ଗଳବାରେ ସେ ଅସ୍ତ୍ର ନ ଧରିବ

ହସ୍ତେଶ୍ୱରୀ ପୂଜା ସେ ନିରବେ କରିବ ।

ଆଜରାତୁ ଉଠି ଯେବେ ସମର କରିବ

ନିଶ୍ଚୟେ ଆପଣଙ୍କର ପରାଜୟ ହେବ ।

ଏହା ଶୁଣି ସାହେବ ଯେ କର୍ଣ୍ଣେଲ ପାଖକୁ

ଦୂତ ବରଗିଲା କହି ସମସ୍ତ ହାଲକୁ ।

ଏଣେ ଚତୁର୍ଥ ଦିନର ବିଷମ ସମର

ମିଥୁନ ଆଠଦିନ ଯେ ଅଟେ ସୋମବାର ।

ସେନାପତି ମାଧବ ଯେ ହୋଇ କୋପଭର

ଗୋରା ସଇନମାନଙ୍କୁ କରନ୍ତି ସଂହାର ।

କର୍ଣ୍ଣେଲ ହାର୍ବଟ ସଙ୍ଗେ କଲେ ଘୋରରଣ

ପଛଘୁଞ୍ଚା ଦେଲେ ତହୁଁ ଫିରିଙ୍ଗି ସଇନ ।

ଗୋରାମାନେ ରାଗେ ତହୁଁ ବନ୍ଧୁକ ଟିପିଲେ

ପଚାଶ ଜଣ ସୈନ୍ୟଙ୍କୁ ହତ ସେ କରିଲେ ।

ସାମନ୍ତ ଦଳବେହେରାଙ୍କୁ କହେ ଗୁଇନ୍ଦାଚୋର

କହିଲା ଆସିଣ ସବୁ ଖୋରଧା ଖବର ।

ମଉସମ ଖୋରଧା ସାହେବ ସାଙ୍ଗେ ବସି

କଥାଭାଷା ହେଉଥିଲା ଦେଖିଅଛି ଆସି ।

ବିପ୍ର ମଧୁସୂଦନ ଯେ କହେ ଯୋଡ଼ି କର

ଦୟାକର ଭାବଗ୍ରାହୀ କରୁଣା ସାଗର ।

 

***

 

 

ଏଥୁ ଅନ୍ତେ କଉତୁକ ଶୁଣ ଗୋ ଭବାନୀ

ପଞ୍ଚମ ଦିନର ଯୁଦ୍ଧ କହୁଛି ବଖାଣି ।

ତେଣେ କର୍ଣ୍ଣେଲ ପାଶରେ ସାହେବର ଚାର

ବୁଝାଇ କହିଲା ଆସି ସମସ୍ତ ଖବର ।

ଶୁଣିକରି କର୍ଣ୍ଣେଲ ଯେ ଆନନ୍ଦିତ ହେଲା

ଆଜି ମାଧବ ଯୁଦ୍ଧ ନ କରିବ ସେ ଜାଣିଲା ।

ନିତ୍ୟକର୍ମ ସାରି ସର୍ବେ ହୋଇ ବୀର ବେଶ

ଯୁଦ୍ଧକୁ ବାହାରୁ ସୂର୍ଯ୍ୟ ହୋଇଲେ ପ୍ରକାଶ ।

କିଳିକିଳା ଧ୍ୱନି କରି ଗାଲତୁରୀ ବାଇ

ପ୍ରବେଶ ହୋଇଲେ କାଣ୍ଡଗୋଦାଠାରେ ଯାଇଁ ।

ଏଣେ ପାଇକଙ୍କ ସୈନ୍ୟ ଆଗୁ ଯାଇଥିଲେ

ଉଭୟ ଦଳ ସେଠାରେ ଭେଟାଭେଟି ହେଲେ ।

ଉଭୟ ଦଳଙ୍କ ତହିଁ ହୋଇଲା ସମର

ଯୁଦ୍ଧ କଲେ ସୂର୍ଯ୍ୟ ଅସ୍ତ ହୋଇଲା ସତ୍ୱର ।

ମାଧବଙ୍କୁ ଯୁଦ୍ଧରେ ନ ଦେଖି ଅସୁର

ଆଜି ନିଶ୍ଚେ ଯୁଦ୍ଧଜୟ ହୋଇବ ଆମ୍ଭର ।

ଏହା ଭାବି ରାତ୍ରେ ପୁଣି କରନ୍ତି ସମର

ହସ୍ତେଶ୍ୱରୀ ଦେବୀ ତାହା ଜାଣିଣ ଅନ୍ତର ।

ମାୟାମାଧବ ରୂପରେ ଯୁଦ୍ଧରେ ପ୍ରବେଶ

ବାଖର ଧୂଆଇଁ ବେଗେ ରଣରେ ପଶିଲେ

ତାଙ୍କ ବୀର ମୂର୍ତ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଲେ ।

ମାୟାରେ ଦେବୀ ମାରନ୍ତି ଅସଂଖ୍ୟ ସଇନ

ଏହା ଦେଖି କର୍ଣ୍ଣେଲ ଯେ ହୋଇ କୋପମନ ।

ମାୟା ମାଧବଙ୍କୁ ଶେଷେ ବନ୍ଧୁକ ଟିପିଲା

ବାମ ପାଖେ ବାଜି ଗୁଳି ରକତ ବୋହିଲା ।

ଏହା ଦେଖି ଗୋରା ସୈନ୍ୟ ଜୟ ଜୟ କରି

ପାଇକ ସୈନ୍ୟରେ ପଡ଼ିଗଲା ହାଲହୁଳି ।

ସେଦିନ ରଣେ ଏକଶ’ ଷାଠିଏ ଅସୁର

ମନେ ତିଳେ ହେଁ ଶୋଚନା ନାହିଁ ତାହାଙ୍କର ।

ଗୋରା ସୈନ୍ୟ ପତାକା ଉଡ଼ାଇଣ

ମାଧବ ମଲା ବୋଲି ସେ ହୋଇ ହର୍ଷମନ ।

ଯୁଦ୍ଧ ବନ୍ଦକରି ସର୍ବେ ଯେଝା ଠଣା ପାଶ

କର୍ଣ୍ଣେଲ ପେଶିଲା ଚାର ସାହେବର ପାଶ ।

ବୋଇଲା ମାଧବଠାରେ ଗୁଳି ଯେ ବାଜିଛି

ମଲାକି ନମଲା କିଛି ଜଣା ନ ଯାଉଛି ।

ଏହା ଶୁଣି ସାହେବ ହୋଇଲା ତୋଷମନ

ପାଶକୁ ଡକାଇ ଆଣେ ବେଗେ ମଉସମ ।

ସମସ୍ତ ଯୁଦ୍ଧ ଚରିତ ବୁଝାଇ କହିଲା

ଶୁଣିକରି ମଉସମ ବିଶ୍ୱାସ ନ ଗଲା ।

ବୋଇଲା ମାଧବ କେବେ ନ କରିଛି ରଣ

ଦେବୀର ମାୟା ଏସବୁ ଘଟଣାଟି ଜାଣ ।

ଏହା କହି ମଉସମ ହୋଇଲା ମଊନ

ବୁଝିବ ସେ ଆଜି ନିଶ୍ଚେ କରିବଟି ରଣ ।

ଏଥୁଅନ୍ତେ ଯୁଦ୍ଧବାର୍ତ୍ତା ଶୁଣ ହେ ବିଦୁଷ

ପାଇକ ମିଳିଲେ ଯାଇ ହସ୍ତେଶ୍ୱରୀ ପାଶ ।

ପୂର୍ବେ ସିନ୍ଦୂରା ଫାଟି ଉଦେ ଦିନକର

ସୈନ୍ୟ ଦେଖିଲେ ମାଧବ ଦେବୀଙ୍କ ପାଶର ।

ଶ୍ରୀସାମନ୍ତ ପୂଜାସାରି ହୋଇଲେ ବାହାର

ସମସ୍ତ ଚରିତ ସୈନ୍ୟ କରିଲେ ଗୋଚର ।

ମାଧବ ବୋଇଲେ ମୁହି ରଣ କରି ନାହିଁ

ମନେ ଭାବିଲେ ପ୍ରସନ୍ନ ଅଛି ମହାମାୟୀ ।

ନିରେଖି ଚାହିଁଲେ ବେଗେ ଦେବୀଙ୍କ ବଦନ

ବାମକକ୍ଷେ କ୍ଷତ ଚିହ୍ନ ଦେଖିଲେ ବହନ ।

ଦେବୀଙ୍କି ପ୍ରଣାମ କରି ହୋଇଲେ ବାହାର

ସୈନ୍ୟସେବା ନିତ୍ୟକର୍ମ ସାରିଲେ ସତ୍ୱର ।

ଷଷ୍ଠଦିନ ଯୁଦ୍ଧପାଇଁ ସୈନ୍ୟ ସଜାଇଲେ

ବେଳ ସାତ ଘଡ଼ିଠାରେ ବାହାର ହୋଇଲେ ।

ଦଳବେହୁରା ସାମନ୍ତ ମହାବଳବନ୍ତ

ଦୁତ୍ରାଯୁଦ୍ଧେ କି ବାହାର ହେଲେ ସଚ୍ଚିକାନ୍ତ ।

ସମ୍ୱର ଯୁଦ୍ଧେ କି ବିଜେ ଶ୍ରୀମୀନକେତନ

ରାବଣ ମାରିବାକୁ ବିଜେ କଲେ ରାମ ।

ପର୍ଶୁରାମ ପରି ସେହି ତେଜ ପ୍ରକାଶିଲେ

ଉଭୟ ଦଳ ସେଠାରେ ଭେଟାଭେଟି ହେଲେ ।

ସୈନ୍ୟବଳ ଘନି ଘୋଟିଗଲେ ଅସୁରଙ୍କୁ

ଅଶ୍ୱ ଧୁଆଇଣ କରେ ଧରି କୃପାଣକୁ ।

ହସ୍ତେଶ୍ୱରୀ ଦେବୀମାତ୍ରେ ମଧ୍ୟେ ସାହା ଅଛି

ପାଇକମାନଙ୍କ ସୈନ୍ୟ ନ ମରନ୍ତି କିଛି ।

ଅନେକ ଅସୁରସୈନ୍ୟ ହୋଇଲେ ସଂହାର

ରାଉତରାଙ୍କର ତେଜ ମହାଭୟଙ୍କର ।

ଅସୁର ସଇନ ଆଉ ସହି ନ ପାରିଲେ

ପଛଘୁଞ୍ଚା ଦେଇ କରି ସର୍ବେ ପଳାଇଲେ ।

ଗୋଡ଼ାଇ ମାରୁଅଛନ୍ତି ପାଇକ ସଇନ

କେତେ ସୈନ୍ୟ ମଲେ ତାହା ନୁହଇ ଗଣନ ।

ବାକି ସୈନ୍ୟ ତହୁଁ ବେଗେ ପଳାଇଲେ

ଅତିକଷ୍ଟେ ଠଣା ପାଶରେ ମିଳିଲେ ।

କର୍ଣ୍ଣେଲ ହାର୍ବଟ ବାଜି ଚଢ଼ିକରି ଖରେ

ପହଞ୍ଚିଲେ ଯାଇ ଖୋର୍ଦ୍ଧା ସାହେବ ପାଶରେ ।

ଯୁଦ୍ଧକଥାମାନ ସବୁ କହିଲା ବୁଝାଇ

ରାଉତରାକୁ ଜିଣିବା ଆଉ ଆଶା ନାହିଁ ।

ଯେତେ ଅସ୍ତ୍ର ଆମ୍ଭେମାନେ କରିଲୁ ଚାଳନ

ମାରି ନ ପାରିଲୁ ତହୁଁ ପାଇକ ସଇନ ।

ଶୁଣିକରି ସାହେବ ଯେ ଅତି ଦୁଃଖକଲା

କରଣ ମଧୁସୂଦନକୁ ପାଶେ ଡକାଇଲା ।

ସମସ୍ତ ବିଷୟ ତାକୁ କହିଲା ବୁଝାଇ

ମାଧବକୁ ଜିଣିବାକୁ ଆଉ ଆଶା ନାହିଁ ।

ଏହା ଶୁଣି ମଉସମ କହଇ ବୁଝାଇ

ତାହାକୁ ଯେ ହସ୍ତେଶ୍ୱରୀ ସାହା ଅଛି ରହି ।

ପୁଣି ଏକ ଅସ୍ତ୍ରାଗାର ଅଛଇ ତାଙ୍କର

ଗଡ଼ ପଶ୍ଚିମ ଦ୍ୱାରେ ଜଙ୍ଗଲ ମଧ୍ୟର ।

ଗୁପତ ସ୍ଥାନ ଯେ ତାକୁ କେହି ନ ଦେଖନ୍ତି

ଦଶ ହଜାର ସୈନ୍ୟ ପାଇଁ ଅସ୍ତ୍ର ଅଛି ।

ଅସ୍ତ୍ରାଗାର ଯେ ଦେବୀରେ ଅନ୍ୟାୟ

କଲେ ନିଶ୍ଚେ ଆମ୍ଭ ପକ୍ଷ ହୋଇବଟି ଜୟ ।

ନୋହିଲେ ମାଧବେ ଜାଣିବାର ଅସମ୍ଭବ

ଗୁପତ କଥା ବ୍ୟକତ କରିଲି ମୁଁ ସର୍ବ ।

ଖୋର୍ଦ୍ଧା ସାହେବ କର୍ଣ୍ଣେଲ ପୁଣି ମଉସୁମ

ଡକାଇଲେ ମହଯୁତ ରହିଥିବା ସୈନ୍ୟ ।

ତିନିଶହ ସୈନ୍ୟ ଅସ୍ତ୍ରାଗାର ଦଖଲରେ

ପଠାଇଲେ ଗରଲିଆ ସେନାପତିତ୍ୱରେ ।

ସୈନ୍ୟମାନେ ତହୁଁ ଶୀଘ୍ର ହୋଇଲେ ବାହାର

ଦକ୍ଷିଣ ମୁଖ ହୋଇଣ ଜଙ୍ଗଲ ଭିତର ।

ତହୁଁ କର୍ଣ୍ଣେଲ ହାରର୍ବଟ ବାଖର ଚଢ଼ିଲା

ନିଜ ସୈନ୍ୟ ପାଶେ ଯାଇ ପ୍ରବେଶ ହୋଇଲା ।

ପୁଣି ସେହି ଦୁଷ୍ଟ ଯେ ଅସୁର ବଧ କଲା

ଗୁଳିବାରୁଦରେ ଗୋରକ୍ତ ଗୁଳାଇ ରଖିଲା ।

ଆନନ୍ଦମନେ ଯୁଦ୍ଧକୁ ହୋଇଲା ବାହାର

ସପ୍ତମ ଦିନ ଯୁଦ୍ଧକୁ ହେଲା ଆଗଭର ।

ବୀରବାଜା ବଜାଇଣ ପତାକା ଉଡ଼ାଇ

ପ୍ରବେଶ ହୋଇଲା କାଣ୍ଡଗୋଦାଠାରେ ଯାଇ ।

ଏଣେ ରାଉତରା ନିଜ ସୈନ୍ୟବଳ ଘେନି

ପ୍ରବେଶ ହୋଇଲା ତହିଁ କରି ଘୋର ଧ୍ୱନୀ ।

ବାଟେ ଯାଉ ଦେଖନ୍ତି ସେ ଅଶଙ୍କୁନ ଚିହ୍ନ

ରାଉତରାଙ୍କର ମନ ହୁଏ ଛନ୍ନ ଛନ୍ନ ।

ବେନିଦଳ ମେଳ ହୋଇ କଲେ ଘୋର ରଣ

ଏଥି ଉତ୍ତାରୁ ଭଗବତୀ ଅନ୍ୟ କଥା ଶୁଣ ।

ତେଣେ ଖରଧାର ସୈନ୍ୟ ବେଗେ ଚଳିଗଲେ

ହାତିଆ ପାହଡ଼ ପାଖେ ପ୍ରବେଶ ହୋଇଲେ ।

ଗୁପତରେ ସୈନ୍ୟବଳ ଅସ୍ତ୍ରାଗାର ପାଶ

ପହଞ୍ଚିଲେ ଯାଇ ମନେ ବହି ଅତି ତୋଷ ।

ଦଳାଇ ଗୁମାନ ସିଂହ ଯେ ସାମନ୍ତରାୟ

ପାହାନ୍ତା ସିଂହ ଥାନ୍ତି ଯେ ବଳବନ୍ତରାୟ ।

ଏହି ଚାରିଜଣ ବଳେ ପଚାଶ ସଇନ

ଦୁଇଗୋଟା ହସ୍ତୀ ରହିଥାନ୍ତି ରାତ୍ରଦିନ ।

ଗୁଇନ୍ଦା ପାଇଣ ଗୋରା ସୈନ୍ୟ ଚଳିଗଲେ

ଅସ୍ତ୍ରାଗାରକୁ ସେ ବଳେ ଆକ୍ରମଣ କଲେ ।

ରକ୍ଷକଗଣ ତାହାଙ୍କୁ ଛାଡ଼ିଣ ନ ଦଲେ

ଘଡ଼ିଏ ପର୍ଯ୍ୟନ୍ତ ମହାସମର କରିଲେ ।

ତହୁଁ ବାରି ପଳାଇଲେ ପାଇକଙ୍କ ବଳ

ଫିରିଙ୍ଗି ସଇନ ମାଡ଼ି ବସିଲେ ସେ କାଳ ।

ବାରୁଦ ଖଣିରେ ବେଗେ ଅଗ୍ନି ଲଗାଇଲେ ,

ଅସ୍ତ୍ରାଗାର ଚାରିପାଶ ବେଢ଼ିଣ ରହିଲେ ।

ଏଣେ ଲାଗିଥିଲା ମହା ବିଷମ ସମର

ଗୁପ୍ତେ ହସ୍ତେଶ୍ୱରୀ ହୋଇ ଆଗଭର ।

ରାଉତରାଙ୍କର ତେଜେ ଅତି ଅନର୍ଗଳ

ସହି ନପାରି ଗୋରାଏ ହେଲେ କଲବଲ ।

ତାହାଦେଖି କର୍ଣ୍ଣେଲ ହାର୍ବଟ ରାଗରେ

ଗୋରକ୍ତ ଗୁଳି ଗୋଳାକୁ ପେଶିଲେ ସେ ଖରେ ।

ଦେଖିକରି ହସ୍ତେଶ୍ୱରୀ ଆଡ଼ ହୋଇଗଲା

ମନେ ଭାବିଲା ଯେ କାଳ ବିପରିତ ହେଲା ।

ଅସୁରମାନେ ଯେ ଅତି ଅନ୍ୟାନକୁ କଲେ

ଆଉ ରକ୍ଷା ନ ପାଇବେ ଏ ପାଇକ ବଳେ ।

ଶହେ ପାଇକ ସଇନ କରିଣ ସଂହାର

ଜୟ ପତାକା ଉଡ଼ାଇ ଗଲେ ଯେ ଅସୁର ।

ଏଣେ ଫେରିଲେ ଯେ ସର୍ବ ପାଇକଙ୍କ ବଳ

ସୈନ୍ୟ ହତ ଦେଖି ସର୍ବେ ହୁଅନ୍ତି ବିକଳ ।

ହସ୍ତେଶ୍ୱରୀ ଦେବୀ ପାଶ ହୋଇଲେ ପ୍ରବେଶ

ବସିଲେ ମାଧବ ଯେ ହୋଇଣ ବିରସ ।

ଅସ୍ତ୍ରାଗାରୁ ବାହାରି ପଳାଇଲେ ଯେଉଁ ସୈନ୍ୟ

ପ୍ରବେଶ ହୋଇଲେ ରାଉତରାଙ୍କ ପାଶେଣ ।

ସମସ୍ତ ଚରିତ ତାଙ୍କୁ ବୁଝାଇ କହିଲେ

ଶୁଣିକରି ଶ୍ରୀ ସାମନ୍ତ ମହା ଦୁଃଖି ହେଲେ ।

ବୋଇଲେ ହସ୍ତେଶ୍ୱରୀଙ୍କ କୃପା ଆଜୁ ଶୂନ୍ୟ

ଗଡ଼ ତାପଙ୍ଗ ହାରିଲା ସର୍ବେ ତୁମ୍ଭେ ଜାଣ ।

ଧନ ଲୋକର ମଉସମ ମନ୍ଦ ଆଚରିଲା

ସମସ୍ତ ଗୁପ୍ତ ଖବର ଗୋରାଙ୍କୁ କହିଲା ।

ଯେଉଁ ଗୁପ୍ତ ଅସ୍ତ୍ରାଗାର କେହି ନଜାଣନ୍ତି

ମଧୁସୂଦନ ବୁଦ୍ଧିରେ ଗୋରାଏ ନିଅନ୍ତି ।

କୂଟକପଟ କରିଣ କରଣ ମଉସମ

ରାମାୟଣ ଯୁଦ୍ଧେ ଯେହ୍ନେ କଲା ବିଭୀଷଣ ।

କୂଟକରି ଭାବ କରି ତାର କଲା ବଂଶ ନାଶ

ମଉସମ ସେହିପରି ନାଶିଲା ସର୍ବସ୍ଵ ।

ଏତେ କହି ରାଉତରା ନିରବ ରହିଲେ

ଭୋଜନ ନ କରି ଦେବୀ ପାଶରେ ଶୋଇଲେ ।

ରାତ୍ର ଅଧେ ଶ୍ରୀ ସାମନ୍ତ ଦେଖିଲେ ସ୍ୱପନ

ହସ୍ତେଶ୍ୱରୀ ଦେବୀ ଆସି ପାଶରେ ବସିଣ ।

କହୁଛନ୍ତି ଆରେ ପୁତ୍ର ଆଉ ରକ୍ଷା ନାହିଁ

ଅସୁରମାନେ ଅନ୍ୟାୟ କଲେ ମୋହଠାଇଁ ।

ଗୋରକ୍ତ ଗୋଳା ଗୁଳିକି ମାଇଲା ସେ ଖରେ

ଅନ୍ୟାୟ ଦେଖି ମୁଁ ଆଡ଼ ହୋଇଗଲି ଖରେ ।

ତେଣୁ ରଣ ଜୟକରି ଅସୁରେ ଯେ ଗଲେ

ଯୁଦ୍ଧ ନ କର ଆଉ ବୋଲିଣ କହିଲେ ।

ଅସୁର ବୁଦ୍ଧି ତାଙ୍କର ନାହିଁ ଧର୍ମ ଜ୍ଞାନ

ଆଉ ଯୁଦ୍ଧ ନକରିଣ ହୁଅ ତୁ ଗୋପନ ।

ସ୍ୱପ୍ନ ଦେଖି ଶ୍ରୀ ସାମନ୍ତ ହୁଅନ୍ତି ବିକଳ

ଉଠିକରି ଡକାଇଲେ ସର୍ବ ସୈନ୍ୟବଳ ।

ସ୍ୱପ୍ନ ଚରିତ ସବୁ ବୁଝାଇ କହିଲେ

ଆଉ ଯୁଦ୍ଧ ନକରିବା ଦେବୀ ଆଜ୍ଞାଦେଲେ ।

ରାତ୍ର ନ ପାଉଣୁ ଫେରିଯାଅ ସର୍ବ ସୈନ୍ୟ

ମୁହିଁ ଯାଇ ଗୋପନରେ ରହିଥିବି ଜାଣ ।

ଏହା ଶୁଣି ଦୁଃଖମନେ ସର୍ବେ ଚଳିଗଲେ

କି କଲା କି କଲା ମଉସମ ଯେ ବୋଇଲେ ।

ମନଦୁଃଖ ଶ୍ରୀ ସାମନ୍ତ ଗୁପତେ ଚଳିଲେ

ସୈନ୍ୟମାନେ ସର୍ବେ ହାହାକାର ଯେ କରିଲେ ।

ଗଡ଼େ ନରନାରୀମାନେ କରନ୍ତି ରୋଦନ

ପଛେ ଗୋଡ଼ାଅନ୍ତି କୂଳ ମର୍ଯ୍ୟାଦା ଛାଡ଼ିଣ ।

ବୁଝାଇ କହୁଅଛନ୍ତି ସେ ମାଧବ ବୀର

ଗୁପ୍ତେ ରହି ବୁଝୁଥିବି ସର୍ବ ସମାଚାର ।

କାଳ ଆସି ବିପରୀତ ହୋଇଲାଟି ଜାଣ

ମଉସୁମି ଭିଆଇଲା ଏସବୁ କାରଣ ।

ନାନା କଥା କହି ତାଙ୍କୁ ବିଦାୟ କରିଲେ

ବୀର ବେଶ ଛାଡ଼ି ବେଗେ ବନସ୍ତେ ପଶିଲେ ।

କହଇ ମଧୁସୂଦନ ଆହେ ଚକାଡୋଳା

ଲଗାଇଛ ଏ ସଂସାରେ ତୁମେ କେତେ ଲୀଳା ।

ରାଜପୁତ୍ର ହୋଇ ତାକୁ ଦିଅ ବନବାସ

ଭିକ୍ଷୁକକୁ ରାଜା କର ଏ ତୁମ ରହସ୍ୟ ।

ଯାହା ମୁଁ ଦେଖି ଶୁଣିଲି କରିଲି ଲେଖନ

ବିପ୍ର ମଧୁସୂଦନ ଦୋଷକୁ ନ ଘେନ ।

 

***

 

 

କହୁଛନ୍ତି ଦିଗବାସ ଶୁଣ ଗୋ ଭବାନୀ

ଏଥି ଉତ୍ତାରୁ ଯାହା ହେଲା କହୁଛି ବଖାଣି ।

ମାଧବଚନ୍ଦ୍ର ଯେ ତହୁଁ ଲୁଚି ଚାଲିଗଲେ

ସନ୍ଧ୍ୟାବେଳେ ବଡ଼ପାରି ଦୁର୍ଗରେ ମିଳିଲେ ।

ଶ୍ରୀ ଭ୍ରମରବର ରାୟ ତାହାଙ୍କ ଶ୍ୱଶୁର

ବୁଝାଇ କହିଲେ ତାଙ୍କୁ ସମସ୍ତ ଖବର ।

ଗୁପ୍ତ ବେଶ ହୋଇ ତହିଁ ଦୁଃଖରେ ରହିଲେ

ଏଣେ ଗୋରା ସୈନ୍ୟ ଆସି ଯୁଦ୍ଧରେ ମିଳିଲେ ।

ଦେଖିଲେ ଯୁଦ୍ଧ ପଦାରେ ନାହାନ୍ତି ଯେ ସୈନ୍ୟ

ହସ୍ତେଶ୍ୱରୀ ଠଣା ପାଶେ କରିଲେ ଗମନ ।

ଦେଖିଲେ ସୈନ୍ୟ ସାମନ୍ତ କେହି ଯେ ନାହାନ୍ତି

ଗଡ଼େ ପଶିଲେ ଗୋରାଏ ହୋଇ କୋପମୂର୍ତ୍ତି ।

ଜୟକରି ଅସ୍ତ୍ରାଗାରୁ ଅସ୍ତ୍ର ବୋହି ନେଲେ

ଖୋରଧା ସାହେବ ପାଶେ ପ୍ରବେଶ ହୋଇଲେ ।

ଦେଖିକରି ସାହେବ ଯେ ସନ୍ତୋଷ ହୋଇଲା

ମଉସମେ ଡାକି ବହୁ ପୁରସ୍କାର ଦେଲା ।

ବହୁ ବୃତ୍ତି ନିଷ୍କର ଯେ ତାକୁ ଛାଡ଼ିଦେଲେ

ନିମକ ହାରାମ ତହିଁ ଦରଜ ସେ କଲେ ।

କେତେ ଦିନେ ମାଧବଙ୍କ ଘରକୁ ତଲାସ

କରି ଧନରତ୍ନ ନେଲେ ସାହେବର ପାଶ ।

ପ୍ରଜାମାନଙ୍କୁ ବୁଝାଇ କର ସେ ମାଗିଲେ

ଭୟେ ଗଡ଼ ତାପଙ୍ଗ ପ୍ରଜା କର ଯାଚି ଦେଲେ ।

ସମସ୍ତ ରାଜ୍ୟ ହୋଇଲା ଫିରିଙ୍ଗି ଅଧିକାର

ଲୁଣମରା ଘାଟ ଅଟେ ଚିଲିକା କୂଳର ।

ସୁବାଦର ଜମାଦାର ସିପାହୀ କି ରାଇ

ଲୁଣମରା ଜବତ କର ବେଗେ ଯାଇ ।

ଏହା ଶୁଣି ସିପାହି ଯେ ମେଳ ହୋଇଗଲେ

ଲୁଣମରା ଘାଟଠାରେ ପ୍ରବେଶ ହୋଇଲେ ।

ଯୁବକ ଯୁବତୀ ବୁଢା ମାରୁଛନ୍ତି ଲୁଣ

ନାନ ଅତ୍ୟାଚାର ସୈନ୍ୟ ଘଟାଇଲେ ପୁଣ ।

ଯୁବନାରୀଙ୍କି ବଳେ ଉଲଗ୍ନ କରନ୍ତି

ବାଣର ଛାଟ ଧରିଣ କାହାକୁ ପିଟନ୍ତି ।

ଏ ବାରତା ପାଇଲେ ଯେ ଶ୍ରୀ ମାଧବ ବୀର

ବନ୍ଧୁକ ଧରି ଘୋଡ଼ା ଚଢିଲେ ସେ ଖର ।

ଚିଲିକା କୁଳରେ ଯାର ପ୍ରବେଶ ହୋଇଲେ

ନାନା ଅତ୍ୟାଚାରମାନ ସେଠାରେ ଦେଖିଲେ ।

ଗରିବଙ୍କ ଦୁଃଖ ଦେଖି ହୋଇଲେ ଅସ୍ଥିର

ବୀର ଭକତ ଉଛୁଳି ପଡ଼ିଲା ତାଙ୍କର ।

ବନ୍ଧୁକ ଉଠାଇ ରାଗେ ବେଗେ ଟିପି ଦେଲେ

ସୁବାଦର ଜମାଦାର ଦୁହିଁଙ୍କି ମାରିଲେ ।

ତହୁଁ ଯାଇ ରହିଲେ ସେ ଶ୍ୱରଶୁରଙ୍କ ଘର

ଫିରିଙ୍ଗି ବଳରେ ପଡ଼ିଗଲା ହାହାକାର ।

ତହୁଁ ଗୋରା ସୈନ୍ୟ ପଳାଇ ଯେ ଗଲେ

ଖୋରଧା ସାହେବ ପାଶେ କାରଣ କହିଲେ ।

ଶୁଣିକରି ସାହେବ ଯେ ହେଲା କୋପଭର

ବୋଇଲା ଏକଥା ଘଟାଇଲା କେ ପାମର ।

ତା’ର ପରଦିନ ଦୁଇଶହ ସୈନ୍ୟବଳ

ରାଗେ ସାହେବ ପଠାଏ ଯୁଣ ଯୁଣ ପୁର ।

ବୋଲେ ଏକଥା ଘଟାଇଅଛି ଯେଉଁଜନ

ମୁଣ୍ଡ ତାହାର କାଟିବା ବେଗେ ଧରିଆଣ ।

ଏହା ଶୁଣି ସୈନ୍ୟଗଣେ ବେଗେ ଚଳିଗଲେ

ଦୁଇଦିନ ପରେ ଲୁଣ ଖଣିରେ ମିଳିଲେ ।

ଲୁଣ ମାରିବା ଲୋକଙ୍କୁ ଧରିଆଣି ପୁଣ

ଅନେକ ମାଡ଼ ମାଇଲେ ସେ ଗୋରା ସଇନ ।

ବହୁତ ସଂଧାନ କରି ଭେଦ ନ ପାଇଲେ

ପାଞ୍ଚ ଦିନେ ଜାଣିଲେ ମାଧବ ଏହା କଲେ ।

ତହୁଁ ଲୁଣ କର ଜଭରେ ଆଦାୟ କରିଣ

ଖୋରଧାକୁ ଚଳିଗଲେ ସବୁ ଗୋରା ସୈନ୍ୟ ।

ସାହେବ ଆଗରେ କହିଲେ ସକଳ ଚରିତ

ତାପଙ୍ଗ ଦଳବେହୁରା କରିଅଛି କୃତ୍ୟ ।

ଶୁଣିକରି ସାହେବ ଯେ ଅତି କୋପହେଲା

ମଉସମକୁ ସେ ପାଶେ ଡରକାଇ ଆଣିଲା ।

ସମସ୍ତ ଚରିତ ତାଙ୍କୁ ବୁଝାଇ କହିଲା

ଶୁଣ ମଉସମ କହେ ଏକଥା ସତ୍ୟ ହେଲା ।

ଗଡ଼ ବଡ଼ପାରି ଭ୍ରମରା ଅଟନ୍ତି ତା ଶ୍ୱଶୁର

ଗୁପତେ ରହିଛି ଯେ ତାହାର ମନ୍ଦିର ।

ବାଣପୁରୁ, ରଣପୁରୁ ଲୋକକରି ମେଳି

ପୁଣି ସମର କରିବ ଆସି ମହାବଳୀ ।

ଶୁଣି ସାହେବ ଯ ଅତି କୁପିତ ହୋଇଲା

ବଡ଼ପାରି ଗଡ଼େ ଗୁପ୍ତ ଚାର ପଠାଇଲା ।

ଚାରମାନେ ଗୁପତେ ବୁଝିଲେ ଖବର

ମାଧବ ରହିଅଛନ୍ତି ବଡ଼ପାରି ଗଡ଼ର ।

ଗୁପ୍ତଚାରମାନେ ଯେ ସାହେବେ କହିଲେ

ମାଧବ ନିଶ୍ଚେ ଅଛି ବଡ଼ପାରି ଗଡେ

ସାହେବ ଶୁଣିଣ ଅତି କୁପିତ ଯେ ହେଲା

ଦୁଇଶ ସୈନ୍ୟବଳ ବଡ଼ପାରିକୁ ପେଷିଲା ।

ଏ ବାରତା ପାଇଲେ ଯେ ସେ ମାଧବ ବୀର

ଗୁପତେ ରହିଲେ ଯାଇ ଜଙ୍ଗଲ ଭିତର ।

ଗୋରା ସୈନ୍ୟ ବଡ଼ପାରି ଗଡ଼ରେ ମିଳିଲେ

ଶ୍ରୀ ସାମନ୍ତର ଭେଟ କେହି ନ ପାଇଲେ ।

ପନ୍ଦରଦିନ ସେଠାରେ ଛାଉଣି ପାତିଲେ

ମାଧବେ ଭେଟ ନ ପାଇ ସାହିବେ କହିଲେ ।

ଏହିପରି କେତେକାଳ ତହିଁ ବହିଗଲା

ଗୁପତ ଚାର ଅନେକ ସାହେବ ପେଶିଲା ।

କେବେ ଭେଚ ନ ପାଇଲେ ସେ ସାହେବଙ୍କ ଚାର

ଯେ ଧରିବ ସୁନାଥଳି ନେବ ପୁରସ୍କାର ।

ଟମକ ଦିଆଇ ସାରା ଖୋରଧା ପୁରର ।

ଧନଲୋଭେ ବହୁଦିନ ଗୁପତେ ଖୋଜିଲେ

ଶ୍ରୀ ସାମନ୍ତଙ୍କର ଭେଟ କେହି ନ ପାଇଲେ ।

କହେ ବିପ୍ର ମଧୁ ଆହେ କମଳଲୋଚନ

ଶ୍ରୀ ସାମନ୍ତଙ୍କର ଦୁଃଖ କର ହେ ମୋଚନ ।

 

***

 

 

ଏଥୁଅନ୍ତେ ଯାହା ହେଲା ଶୁଣ ଗୋ ଗୌରୀ

ମାଧବ ଭେଟ ନ ପାଇ ଗୋରା ଚାର ଫେରି

ଏହିପରି କିଛିଦିନ ତହୁଁ ହେଲା ପାର

ଶ୍ରୀ ସାମନ୍ତ ବସିଛନ୍ତି ଜଙ୍ଗଲ ଭିତର ।

ଏକ କେଉଟ ବୁଢ଼ା ଯେ ତାହାଙ୍କୁ ଭେଟିଲା

ଗଡ଼ ତାପଙ୍ଗକୁ ବାଟ କିଏ ସେ ବୋଇଲା ।

ତାପଙ୍ଗ କାହିଁକି ଯିବ ବୋଲନ୍ତି ସାମନ୍ତ

ଧୀବର ବୁଢ଼ା କହିଲା ତା ଦୁଃଖ ଚରିତ ।

ବେପାର ନାବ ଖଣ୍ଡିକ ଜଳରେ ବୁଡ଼ିଲା

ନିଆଁ ଲାଗି ଘରଖଣ୍ଡି ମୋର ପୋଡ଼ିଗଲା

ତାପଙ୍ଗ ଦଳବେହେରା ଅଟେ ମହାଦାନୀ

ଯାଉଅଛି କିଛି କରିବାକୁ ମୁଁ ମାଗୁଣି ।

ମୋହର ଘର ଅଟଇ ସୋରଣ ଗଡ଼

ସାତଗୋଟି ପରିବାର କଷ୍ଟ ପାନ୍ତି ସେ ବଡ଼ ।

ବୁଢ଼ା କେଉଟ ଦୁଃଖରେ ଦୁଃଖି ହେଲେ ଶୁଣି

ବୋଇଲେ ଦଳବେହେରା ଅଟେ ମୁହିଁ ପୁଣି ।

ଆସ ମୋର ସଙ୍ଗେ ମୁହିଁ ଦେବି ତୋତେ ଧନ

ତୋହର ସମସ୍ତ ଦୁଃଖ ହୋଇବ ମୋଚନ ।

ଭାବିଲେ ଧନରତନ ପାଶେ ମୋର ନାହିଁ

କି ଦେଇ ତୋଷ କରିବି ଏହାକୁଟି ମୁହିଁ ।

ଖୋରଧା ସାହେବ ପଣ କରିଅଛି ପୁଣି

ତାପଙ୍ଗ ଦଳବେହୁରା ଯେହୁ ଧରିଆଣି ।

ମୋର ପାଶେ ଦେବ ଦେବି ସୁନା ଥଳୀ ପୁରସ୍କାର

ଯାଉଛି ସେଠାକୁ ଯିବିଟି ନିକର ।

ଏହିପରି ଲୋକଟିର ଦୁଃଖ ପାର ହେବ

ଶେଷରେ ଯାହା ବା ମୋର ଉପରେ ଘଟିବ ।

ଏତେ ଭାବି କେଉଟକୁ ସଙ୍ଗତରେ ନେଇ

ପ୍ରବେଶ ହୋଇଲେ ଖୋର୍ଦ୍ଧା କଚେରୀରେ ଯାଇ ।

ସାହେବ ଆଗରେ ଯାଇ ବେଗେ ଛିଡ଼ା ହେଲେ

କିଏ ସେ ପୁଛୁଁ ସାହେବ ମାଧବ ବୋଇଲେ ।

ତାପଙ୍ଗ ଦଳବେହେରା ମୁହିଁ ଅଟେ ଜାଣ

ଏ ଲୋକଟି ମୋତେ ଧରି ଆଣିଅଛି ପୁଣ ।

ସୁନାଥଳୀ ଗୋଟି ଆକୁ ଦିଅ ପୁରସ୍କାର

ପଣ କରିଅଛି ମୋତେ ଯାହା କଲେ କର ।

ଏହା ଶୁଣି ସା ହେବ ଯେ ନିରବ ରହିଲା

କି ଆଶ୍ଚର୍ଯ୍ୟ କଥା ବୋଲି ମନରେ ଭାବିଲା ।

ଦୁଇଜଣଙ୍କୁ ନେଇଣ ବନ୍ଦୀରେ ରଖିଲେ

ତାର ପରଦିନ ଧୀବର ବୁଢ଼ାକୁ ଡାକିଲେ ।

ତାହାଠାରୁ ସମସ୍ତ ବାରତା ବୁଝିଲେ

ଉପର ହାକିମ ପାଶେ ପତର ଯେ ଦେଲେ ।

ଏହିପରି କିଛିଦିନ ତହିଁ ବହିଗଲା

ଉପର ହାକିମ ପାଶୁ ଆଦେଶ ହୋଇଲା ।

ଆଦେଶ ପତରେ ଏହା ଲେଖି ଅଛି ହୋଇ

ମହାଦାନୀ ବୀର ଏହି ମାଧବ ଅଟଇ ।

ଆକୁ ଦଣ୍ଡ ଦେଲେ ଖୋର୍ଦ୍ଧା ଶାନ୍ତି ନ ହୋଇବ

ପୁଣି ଗଣ୍ଡଗୋଳ ଆସି ଉପସ୍ଥିତ ହେବ ।

ଛାଡ଼ିଦିଅ ଏହାକୁ ଯେ ବୁଝାଇ ଶୁଝାଇ

ସାହେବ ଯେ ସେହି ଛାଡ଼ପତରକୁ ପାଇ ।

ଛାଡ଼ି ଦେଲେ ମାଧବକୁ ସବୁ ବୁଝାଇଣ

ଆନନ୍ଦରେ ଶ୍ରୀ ସାମନ୍ତ କରିଲେ ଗମନ ।

ତାପଙ୍ଗ ଗଡ଼ରେ ଯାଇ ହୋଇଲେ ପ୍ରବେଶ

ଦେଖି ଗଡ଼ ନରନାରୀ ହୁଅନ୍ତି ହରଷ ।

ଚନ୍ଦ୍ରମା ଦେଖିଣ ଯେହ୍ନେ ଚକୋରର ମନ

ସେପିରି ଆନନ୍ଦ ଯେ ଦଳାଇ ଗୋବର୍ଦ୍ଧନ ।

ରିକକାଳ ଦୁଃଖ ଯେହ୍ନେ ପାଏ ଚିନ୍ତାମଣି

ସେପରି ଆନ୍ଦ ହୁଏ ତାପଙ୍ଗ ଧରଣୀ ।

ବିପ୍ର ବୋଲେ ହସ୍ତେଶ୍ୱରୀଙ୍କ କୃପାରୁ

ଶ୍ରୀ ସାମନ୍ତ ଉଦ୍ଧରିଲେ ଫିରିଙ୍ଗି ଦାଉରୁ ।

ଫିରିଙ୍ଗି କଳି ଭାରତ ଏଥୁ କରି ଶେଷ

ଦୋଷ ମୋହର ନ ଧର ସୁଜ୍ଞାନୀ ବିଦୁଷ ।

ପୁରୀଜିଲ୍ଲା ମଧ୍ୟେ ଅଟେ ସାନପୁଟ ଗଡ଼

ତାହା ମଧ୍ୟରେ ବାସ ଅଟଇ ମୋହର ।

ଶ୍ରୀ ମଧୁସୂଦନ ବିପ୍ର ଅଟେ ମୋର ନାମ

ବେଲେଶ୍ୱର ଦେବଙ୍କୁ ମୁଁ କଲି ଆରଧନ ।

ସୁଜନ ଜନ ମୋହର ନ ଧରିବ ଦୋଷ

ଦୟା କରନ୍ତୁ ତୁମ୍ଭଙ୍କୁ ସେହି ଦିଗବାସ ।

ବାରସ ବୟାଳିଶି ସାଲେ ଗ୍ରନ୍ଥ ହେଲା ଶେଷ

ମେଷ ପତିଶ ଦିନ ଯେ ବୁଝ ହେ ବିଦୁଷ ।

ନିଳାଞ୍ଚଳ ବାସୀ ପ୍ରଭୁ ହେ ଚକାନୟନ

ବାରେ କରୁଣା କର ଯେ ଡାକୁଅଛି ଦୀନ ।

କେତେ ପାପୀ ଅବା ପ୍ରଭୁ ନାହିଁ ତୁମ୍ଭେ ତାରି

ନ ଶୁଣୁଛ କିମ୍ପା ତୁମ୍ଭେ ଗରିବ ଗୁହାରି ।

ଡାକି ଡାକି କରି ମୁହିଁ ହେଉଅଛି ବଣା

ବିପ୍ର ମଧୁସୂଦନରେ କର ହେ କରୁଣା ।

 

***

 

ଟିପ୍ପଣୀ –ତାଳପତ୍ର ପୋଥିରେ ଥିବା ସାଲ ତିଥିର ଇଂରାଜୀ ତାରିଖ ନିମ୍ନରେ ପ୍ରଦତ୍ତ ହେଲା ।

 

୧୨୩୪

ସାଲ

ବୃଷ

ଦଶ

ଦିନ – ତା ୨୩/୫/୧୮୨୭

୧୨୩୪

ସାଲ

ବୃଷ

୨୦

ଦିନ – ତା ୦୨/୬/୧୮୨୭

୧୨୩୪

ସାଲ

ମିଥୁନ

ଦିନ – ତା ୧୭/୭/୧୮୨୭

୧୨୩୪

ସାଲ

ମିଥୁନ

ଦିନ – ତା ୨୧/୭/୧୮୨୭

୧୨୪୨

ସାଲ

ମେଷ

୨୫

ଦିନ – ତା ୦୭/୫/୧୮୩୫

 

Enclouser to letter dated 15.7.1817. from A.C Molony Actg. Persian Secetary to govt. tetiroial Department .

 

Extract translation from petition of Rajah Mukhoond Dey to the Governor General, dated June 1817, received by government on the 3rd July 1817.

 

“At noon on the 14th april, jagbundoo the detested approached my house with a body of 2 or 3 thousand men and forced their way into the house and penetrated to the place where I was sitting and said “ We Dalaees and Dal-beheras are all of one mind. It is proper that you proceed with the Ranees to the fort of Khorda.” My reply was “How is it that in your folly ye have rebelled against the English, the Lords of Hindustan and have undertaken this bad business and that ye thus endeavour to reduce me form my allenginance to the company into a participation in your guilt me who have long enjoyed their favour and protection ?” To this Jagbundoo replied, ‘The inhabitants of Khoorda have sustained in the moffussil a veriety of injuries and oppressions from the Bengalee Who are the officers under the English Government and who consider and declare themselves to be our masters while no rednesss is to be obtained at the Sudder by the poor and oppressed from the gentlemen in power, in consequence of the influence of those Bengalees and the fovour shown to them, as an instance of which a seer of salt which used to be sold for 1 pan of cowries cannot at present be procured for 12 pans . Moreover where I rupee was once taken on account of revenue 10 are now exacted and after all there are often demands and balances. By the injustice of the Judges, the oppression of the wicked Thanadars and the tyranny of the salt Mahals the people are all together overwhelmed and being unable to leave their loved native land are grown desparate and careless of life. They have accordingly with the intention to avenge their injuries appointed me, Jugbundoo Bhownerbur their leader’. To this I replied ‘why should I like those who forget benefactions, lose sight of the gratitude which I owe to the company ? The English have conferred many benefits upon me. They have for example confirm me in the office which I have long held in the temple of Jauggernauth jee. Why then should I, not withstanding those objections, follow a course of wickedness the very reverse of what is just and like wander through the woods and mountains after the manner of mad man?’ Jugbundoo replied ‘If you will comply with our request and join, I will carry with me to khoorda both jenamoni your son and your Ranee while you like a worshiper of God can remain here (i.e. at Juggernauth) and employ yourself in the discharge of religious duties’. As it had frequently happened in former times that treacherous Dewans and Bukshees murdered the Rajahs my forefathers and confirming the Raj upon a child of the family, followed without restraint the bent of their own inclinations, I became alarmed for my life and to preserve it I treated them as treats fools- I deceived them into a belief that I consented to their wish by which I preserved my freedom in the hope of the arrival of the English troops. Thus for the space of 5 days did i put them off with false promises. On the 17th April I secretly dispatched my Muktar (i.e manager Purrostum Bhary with a letter to the Colonel, the magistrate and collector, containing an account of all this and soliciting military aid. Of this nothing was known to jagbundoo or the rest. At this time my servants and people were frieghtened into submission by Jugbundoo who when he learnt that Lt. Le Fever was approaching by way of Kanas, took his sword and accompanied by the paiks and attendants came to the door of my Private apartments. On hearing this I shut the females in a room and looked the door and despairing of my life asked him “why following. Like him, a cause of folly, I’ should abandon the temple of Juggernauth and trust him with my infant son Jenamani?” adding that if he means to murder me he had better do it there where from the sancitity of the place death would be salvation.” At length jugbundoo losing all hope eithor of my accompanying him or of getting my son into his hands plundered the property of myself and of my people and left purustom chutter. On departing he said to me ‘you hane new no longer any claim upon me as upon one who has eaten your salt’. Previously to his departure (on 17th April), I gave secret intimation of all that had place, to Lt. Le fevre .

 

Manscript Records, Letter dated 21.7.1819 from the Secretary to the commr. Orissa to the Chief Secretary to Govt. at Fort William .

 

Translation of an Ooria chittao written jointly by Bukshee Jagbandhu vidyadhar Bharmarbar Raee Mahapatre and Dewan Krishna Chandra Bhramarbar Raee, delivered to Mr. Melville, Jr. Magistrate, Puri.

 

Jugabundoo Bownerbar raee Bukshee of Orissa and Dewan Krishan Bhramarbar Raee offer their solutions to the English Gentlemen and beg to represent as follows :–

 

It is now 14 years since the Province of Cuttack was conquered by the British arms. At that Period Maharajah Mukoond Deo who was quite a youth was urged on by the evil counsels of Jye Rayegooroo, contrary to our earnest advice and remonstrances, to oppose the establishment of the British Authority. He was accordingly then taken prisioner and sent Mindnapore. Majore Fletcher was then appointed to the charge of Khoorda. We from the beginning waited on that officer. We gave in Derkhausts specifying all the lands which ourselves and our ancestors from time immemorial had been permitted to hnold ret free under the heads of written Muhutteran Khereedgee and Jageer, both in Khoorda and in the 4 Pragannahs (viz. Limbaee, Rahung, Seraeen and Choubeescood) and we particularly urged our claims to the possession of Bukshe –Bar and Dewan Bar (Valuable Mehals now annexed to Ruhung). Major Fletcher however utterly Disregarded our claim and resumed every particle of our lands, leaving us not a Bukhra nor a Bigha of ground. When the Maharaja Was brought back from midnapore and settled at pooree with a fixed allowance for his maintenance, we ventured to represent our cases also to the authorities of Cuttack, stating that we were entirely destitute of the means of supporting our families and depadants amounting to upwards of 500 souls and that if they would but give possession of our lands, we would agree to ‘pay such revenue for them as it might be thought eguitable to fix, on a consideration of our Cases, not withstanding that we had enjoyed them rent free jageers obtained by our ancestors many generation back under graint from the Maharajah and the soobahdars of the provience . Such was our ill fortune however that this request also was disregarded and further the khoordhast Zemindaree if kills Rorung which the Emperor of Delhi had conferred on the ancentors of one of us (the Bukshee) which his family has always held and which he himself was allowed to engage for under the British Government during 3 succussive years was taken away from him. Years after year he petitioned the local authorities for redress but in vain. He became in consquence reduced to a state of beggary and compleled to depend for his subsistence on the bounty of certain Zemindars.The Dewan also was brought into a similar condition being dispossessed of garh Chittir (Chhatramagarh near Amaniatota in Khoorda) and other ages since granted by the Rajahs to this family, under the British government convicted felons even are allowed food and clothing; what had we done that we should be so degraded and improvershied? Under the same government also how many Zemindars and Rajahs who have offended have not been pardoned and restored to their country and Estates? But Rajah Mukoond Deo for an offence against the state committed in his youth at the sole instigation of a wicked and designing Minister was for nearly 14 years kept out khoorda and that country, the Guddee of Orissa, the seat of its ancient sovereigns abandoned to ruin and devastations. Had the maharajah been Placed in authority over his country according to former usage a population of 3, 00000 souls would have prospered and been happy but from the gudee being vacant they perished. From Darootheng to chuttergarh (or from the N.E. to S.W extremity of Khoorda) the whole country was let out to Farmers; where there were resources of 5 Rs. These farmers demanded Payment of 15; salt rose from 1 pun to 5. Such was the deplorable state of the ryots that they were obliged to subsist on herbs and water and scarcely one amongst them find a vessel left to drink his water out of; yet not withstanding the extremity of wretchedness no one took any notice of their condition. At length the people of the country came to us, who were destitute and impoverished like themselves, in a body and said we and you and Maharajah have sunk the lowest stage of misery. This is now our plan; let us rerite to the jungle and fix our abode there the lands will then become waste and no revenue be collected. It is possible that on seeing this the English may be induced to take out condition into consideration. Confirmably with scheme the people of khoorda retired into the jungles but the British Authorities instead of viewing their conduct in the that was expected and sending a Vakeel, drew forth their armies and began slaughtering and devastating the country . At length form the good fortune of Sree Ramachander Deo and for the benefit of us, of the Maharajah and of the people of khoorda the present rules have visited the provience. Let our cases now then be taken fully into consideration and each man reinstated in his just rights, Let Maharaja ramachandra Deo be placed on the Guddee of Khoorda, we restored to our ancient possessions and former condition and the people of khroorda to a state of happiness and prosperity . Then , should any one hereafter commit crimes against Government we will undertake to destroy him the sword and let this offence of Bukshee Jugbundoo Bhwonerber raee be pardoned .

 

Manuscript records, vol, 18 . A . letter dated 21.7.1819 from the secretary to the commr, Orissa to the chief secretary to Govt. at fort William.

***